ଆଶା – ନିରାଶା

ରଙ୍ଗନାଥ ଏବଂ ରାମନାଥ ଉଭୟେ ପଡୋଶୀ ଥିଲେ । ସେମାନଙ୍କ ଭିତରେ ଉତ୍ତମ ବନ୍ଧୁତା ଥିଲା । ରଂଗନାଥଙ୍କର ପୁଅ କାମ ଖୋଜୁଥିଲା । ସେ ବହୁ ଥର ଉଦ୍ୟମ କରି ବି ବିଫଳ ହୋଇଥିଲା । ଥରେ ସହରରେ ସେ ଗୋଟିଏ କାମ ପାଇବା ପ୍ରାୟ ନିଶ୍ଚିତ ହୋଇଯାଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ସେ ତାହା ହରାଇଲା । ଫଳରେ ସମସ୍ତଙ୍କର ମନଦୁଃଖ ହେଲା ।

                କିଛି ଦିନ ପରେ, ରଂଗନାଥର ପରିବାରକୁ ତାଙ୍କ ଝିଅ ଚନ୍ଦ୍ରମତି ପାଇଁ ବିବାହ ପ୍ରସ୍ତାବ ଆସିଲା । ଝିଅକୁ ଦେଖି ବନ୍ଧୁମାନଙ୍କର କଥାବାର୍ତ୍ତାରୁ ଯାହା ଜଣାପଡୁଥିଲା ସେମାନେ ବିବାହ ପାଇଁ ଆଗ୍ରହୀ । କିନ୍ତୁ ଖୁବ୍ ଶୀଘ୍ର ସେମାନେ ମଧ୍ୟସ୍ଥି ହାତରେ ଖବର ଦେଲେ ଯେ ସେମାନେ ଏହି ବିବାହ ପାଇଁ ମୋଟେ ଆଗ୍ରହୀ ନୁହଁନ୍ତି । ରଂଗନାଥ ଏ ଖବର ପାଇ କୌଣସି ପ୍ରତିକ୍ରିୟା ପ୍ରକାଶ କଲେ ନାହିଁ ।

ପରବର୍ତ୍ତୀ ସମୟରେ ରାମନାଥ ପରିବାରକୁ  ମଧ୍ୟ ତାଙ୍କର ଝିଅ ପଦ୍ମାବତୀ ପାଇଁ ବିବାହ ପ୍ରସ୍ତାବ ଆସିଲା । ପଦ୍ମାବତୀର ନିର୍ବନ୍ଧ କାର୍ଯ୍ୟ ଶେଷ ହେଲା । ମାତ୍ର ପରେ ବରଘର ବାହାଘର ଭାଂଗିଦେଲେ । ରାମନାଥ ଦୁଃଖରେ ଭାଂଗି ପଡିଲେ । ରଂଗନାଥ ତାଙ୍କୁ ସାନ୍ତ୍ୱନା ଦେଲେ ।

ରାମନାଥ ବନ୍ଧୁଙ୍କୁ କହିଲେ “ତୁମେ ମଧ୍ୟ ମୋ ପରି ସମାନ କଷ୍ଟ ପାଇଲ । କିନ୍ତୁ ତୁମେ କିପରି ନିଜକୁ ସମ୍ଭାଳି ନେଲ?”

ତହୁଁ ରଂଗନାଥ ହସିଦେଲେ ଏବଂ କହିଲେ, “ଯେତେବେଳେ ଆମେ ଉଚ୍ଚ ଆଶା ରଖୁ ଆମେ କଷ୍ଟ ଅନୁଭବ କରୁ । ଯେତେବେଳେ ମୁଁ କୌଣସି କାର୍ଯ୍ୟ ଆରମ୍ଭ କରେ, ମୁଁ ନିଜକୁ କହିଦିଏ ଯେ ମୁଁ ଯଦି ଏହି କାର୍ଯ୍ୟରେ ସଫଳ ନ ହୁଏ ବା ବିଫଳ ହୁଏ ତେବେ ନିରାଶ ହେବି ନାହିଁ । ଯାହା ବି କିଛି ଫଳ ମିଳିବ ତାହାକୁ ଗ୍ରହଣ କରିବାକୁ ଚେଷ୍ଟା କରିବି । ତେଣୁ ମୁଁ ମନଦୁଃଖ କରେ ନାହିଁ । ତୁମେ ମଧ୍ୟ ଏହି ନୀତି ଆପଣାଇବା ପାଇଁ ଚେଷ୍ଟା କର ଏବଂ ଫଳ ଦେଖ ।”

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...