କାର୍ଯ୍ୟରେ ସଫଳତା ପାଇଁ ଲକ୍ଷ୍ୟ ସାଧନ ଲୋଡା

                ସ୍ୱାମିଜୀ ଠିକଣା ବେଳରେ ସେ ଭଦ୍ରବ୍ୟକ୍ତିଙ୍କ ଘରେ ଯାଇ ପହଁଚିଗଲେ । ଏବେ ଭଦ୍ରବ୍ୟକ୍ତି କ’ଣ କଲେନା, ସ୍ୱାମିଜୀଙ୍କୁ ଏକ ଗ୍ରାମାଂଚଳକୁ ବୁଲାଇ ନେଲେ । ଏହା ପଛରେ ତାଙ୍କର ମୁଖ୍ୟ ଉଦ୍ଧେଶ୍ୟ ଥିଲା ପ୍ୟାରିସ୍ର ଗ୍ରାମାଂଚଳରେ ରହୁଥିବା ଅଧିବାସୀଙ୍କର ଜୀବନଯାପନ ପ୍ରଣାଳୀ ତଥା ପ୍ରାକୃତିକ ଦୃଶ୍ୟରାଜି ସ୍ୱାମିଜୀଙ୍କୁ ଦେଖାଇବା । ସେତେବେଳେ ତ  ଯାତାୟତର ପ୍ରଧାନ ମାଧ୍ୟମ ଥିଲା ଘୋଡାଗାଡି । ତଦନୁଯାୟୀ ଦୁହେଁ ଘୋଡାଗାଡିରେ ବୁଲି ବାହାରିଲେ ।

                ସ୍ୱାମିଜୀ ବାଟରେ ଗଲାବେଳେ ଗ୍ରାମାଂଚଳର ଦୃଶ୍ୟ ଓ ଲୋକଙ୍କର ଚଳଣି ଦେଖି ଖୁସି ହେଉଥାନ୍ତି । ଏହିଭଳି ଯାଉ ଯାଉ କିଛି ସମୟ ପରେ ହଠାତ୍ ସେ ଘୋଡାଗାଡିଟି ବାଟରେ ଅଟକି ଗଲା । ତା’ପରେ ସେ ଘୋଡାଗାଡି ଚାଳକ ଗାଡିରୁ ଓହ୍ଲାଇ ରାସ୍ତାରେ ଅପେକ୍ଷାରତ  ଦୁଇପିଲାଙ୍କୁ କୋଳାଗ୍ରତ କରି ସେମାନଙ୍କ ସହିତ କିଛି ସମୟ କଥାବାର୍ତ୍ତା ହେଲେ । ସେମାନଙ୍କ ଠାରୁ ବିଦାୟ ନେଇ ପୁଣି ସେ ତାଙ୍କ ଘୋଡାଗାଡିକୁ ଲେଉଟି ଆସିଲେ । ଏହାପରେ ସେ ଘୋଡାଗାଡି ଆଗକୁ ମାଡିଚାଲିଲା ।

                ସେତେବେଳେ ତ ପ୍ୟାରିସ୍ରେ ତ ଧନୀ ଓ ଗରିବଙ୍କ ଭିତରେ କଠୋର ଶ୍ରେଣୀ ବିଭାଜନ ପ୍ରଥା ପ୍ରଚଳିତ ଥିଲା । ପିଲାମାନଙ୍କ ସହିତ ସେ ଘୋଡାଗାଡି ଚାଳକର ଏତାଦୃଶ ମିଳାମିଶା ଦେଖି ଭଦ୍ରବ୍ୟକ୍ତି ଜଣକ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ସେ ପିଲାଦୁଇଟି ଏକ ଆଭିଜାତ୍ୟ ସମ୍ପନ୍ନ ପରିବାରର ଭଳି ଜଣା ପଡୁଥିଲେ । ମାତ୍ର ଘୋଡାଗାଡି ଚାଳକ ଜଣେ ମାମୁଲି ବ୍ୟକ୍ତି ହୋଇଥିବାରୁ ଏଭଳି ମିଳାମିଶା କିପରି ହେଲା ବୋଲି ସେ ଚକିତ ହୋଇଯାଇଥିଲେ ।

                ଏଥର ବିସ୍ମିତ ହୋଇ ଭଦ୍ରବ୍ୟକ୍ତିଜଣକ ସେ ଘୋଡାଚାଳକକୁ ଅସଲ କଥାଟି ପଚାରିଲେ । ତହୁଁ ସେ ଗାଡିଚାଳକ କହିଲେ, “ସେ ଦୁହେଁ ମୋର ପୁଅ ଅଟନ୍ତି । ପ୍ୟାରିସ୍ର ଏକ ପ୍ରମୁଖ ବ୍ୟାଙ୍କର ନାଁ ଉଚ୍ଚାରଣ କରି ସେ କହିଲେ, ମୁଁ ଦିନେ ସେହି ବ୍ୟାଙ୍କ୍ର ପରିଚାଳକ ଥିଲି । ସେହି ବ୍ୟାଙ୍କ୍ ଦେବାଳିଆ ହୋଇଯିବାରୁ ମୁଁ ପୁରାପୁରି ବରବାଦ ହୋଇଗଲି । ମୁଁ ବର୍ତ୍ତମାନ ଏଭଳି ଏକ ଅବସ୍ଥାରେ ପହଁଚିଯାଇଛି ଯେ, ସେଥିରୁ ଉଦ୍ଧାର ପାଇବା ପାଇଁ ମୋତେ ବେଶ୍ କିଛି ବର୍ଷ ଲାଗିଯିବ । ତଥାପି ବି ମୁଁ ମୋ ଧୈର୍ଯ୍ୟ ହରାଇ ନାହିଁ । ପିଲା ଦୁଇଟିକୁ ସ୍ତ୍ରୀ ସହିତ ଗାଁରେ ଛାଡିଦେଇ ମୁଁ ଅର୍ଥ ଉପାର୍ଜନରେ ଲାଗିଛି । ସେଥିଲାଗି ମୁଁ ଏ ଘୋଡାଗାଡି କିଣି ନିଜେ ଚଳାଉଛି । ସେହି ରୋଜଗାର ଅର୍ଥରୁ ଘର ଚଳାଇବା ସହିତ କିଛି ସଂଚୟ ମଧ୍ୟ କରୁଛି । ଭାବୁଛି କରଜ ପରିଶୋଧ କଲା ପରେ ମୁଁ ପୁନଶ୍ଚ ସେହି ବ୍ୟାଙ୍କ୍କୁ କାର୍ଯ୍ୟକ୍ଷମ କରାଇବି ।”

                ସେତେବେଳେ ସେ ଗାଡିରେ ବସିଥିବା ସ୍ୱାମିଜୀ ଏକଥା ସବୁ ଶୁଣୁଥିଲେ । ସେ ଏହାଦ୍ୱାରା ବେଶ୍ ପ୍ରଭାବିତ ହୋଇ ଭଦ୍ରଲୋକଙ୍କୁ କହିଲେ, “ଏହି ବ୍ୟକ୍ତିଜଣକ ବାସ୍ତବରେ ଲକ୍ଷ୍ୟ ସାଧନରେ ବ୍ରତୀ ଅଛନ୍ତି । ନଚେତ୍ ଏଭଳି ଏକ ଉଚ୍ଚ ସାମାଜିକ ସ୍ଥିତିରୁ ଖସିଆସି ଅତି ସାଧାରଣ ଘୋଡାଗାଡିର ଚାଳକ କେବେବି ସାଜି ନ ଥାନ୍ତା । ଏହି ଚାଳକର ତା’ ବୃତ୍ତିପ୍ରତି ମନରେ ସାମାନ୍ୟତମ ହୀନମ୍ମନ୍ୟତା  ନଥିବା ହିଁ ବାସ୍ତବରେ ଅତ୍ୟନ୍ତ ପ୍ରଶଂସନୀୟ । ଏପରିକି ଆପଣାର ବ୍ୟକ୍ତିତ୍ୱ ଓ କର୍ମ ଉପରେ ତାର ଏପର୍ଯ୍ୟନ୍ତ ଆସ୍ଥା ତୁଟି ନ ଥିବା ମଧ୍ୟ ଆଶ୍ଚର୍ଯ୍ୟର ବିଷୟ । ଏହାହିଁ ଲକ୍ଷ୍ୟ ପ୍ରାପ୍ତିର ସାଧନ, ଯାହାବଳରେ କି ସେ ପୁଣି ବ୍ୟାଙ୍କ୍ ଚଳାଇବା ଲାଗି ସକ୍ଷମ ହୋଇପାରିବେ, ଏଥିରେ ସନ୍ଦେହର କୌଣସି ଅବକାଶ ନାହିଁ । ଏହିଭଳି ବ୍ୟକ୍ତି ହିଁ ଯଥାର୍ଥରେ ଧନ୍ୟ । ମଣିଷ ଜୀବନରେ ଏହି ଉତ୍ଥାନ-ପତନ, ଛାଇ-ଆଲୁଅର ଖେଳରେ ହିଁ ମଣିଷ ଜୟଯୁକ୍ତ ହୋଇଥାଏ, ଯିଏ ପଡି ଉଠିବାକୁ ଚେଷ୍ଟା କରେ । ଠିକ୍ ଯେପରି ଶିଶୁଟି ପ୍ରଥମେ ପ୍ରଥମେ ଉଠିବା ପଡିବା ବାରମ୍ବାର କରି ଚାଲି ଶିଖିଯାଏ ।”

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

loading...