କୁର୍ମାବତାର

କୃଷ୍ଣପୁରରେ କୃଷ୍ଣଶାସ୍ତ୍ରୀ ନାମକ ଜଣେ ପଣ୍ଡିତ ଥା’ନ୍ତି । ତାଙ୍କ ଘରର ପଛପଟେ ଏକ ଗଭୀର କୁଅ ଥାଏ, ତାକୁ ସମସ୍ତେ ପାତାଳ ଗଙ୍ଗା କହୁଥାନ୍ତି । ସେ କୁଅରେ ଥାଏ ଏକ କଚ୍ଛପ । କୁହାଯାଏ କୃଷ୍ଣଶାସ୍ତ୍ରୀଙ୍କ ଜେଜେବାପା ତାକୁ ସେଥିରେ ଆଣି ଛାଡିଥିଲେ ।

                କୃଷ୍ଣଶାସ୍ତ୍ରୀଙ୍କ ଘର ପଛପଟେ ଏକ ବିରାଟ ଖୋଲା ସ୍ଥାନ ଥାଏ । ସେଠାରେ ଗ୍ରାମର ଲୋକମାନେ ଆସି ଏକତ୍ରିତ ହୁଅନ୍ତି । କୃଷ୍ଣଶାସ୍ତ୍ରୀ ସେଠାରେ ପୁରାଣ ପଢି ସମସ୍ତିଙ୍କୁ ଶୁଣାନ୍ତି । କୁଅଟି ସେହିପଟରେ ଥାଏ । କେହି କେହି ସେଥିରୁ ପାଣି କାଢି ହାତ ମୁହଁ ଧୁଅନ୍ତି ଓ ଭକ୍ତିଭାବରେ ପୁରାଣ ଶୁଣନ୍ତି ।

                କେହିକେହି କହନ୍ତି ଯେ କୂପମଣ୍ଡୁକ ନ ହୋଇ ଜ୍ଞାନୀଲୋକ ପାଖରୁ ପୁରାଣ ଶୁଣି ଜ୍ଞାନ ଅର୍ଜନ କରି ଜୀବନକୁ ସାର୍ଥକ କରିବା ଉଚିତ୍ । ଏସବୁ ଶୁଣି ଶୁଣି ପାତାଳ ଗଙ୍ଗାରେ ଥିବା କଚ୍ଛପର ମନ ମଧ୍ୟରେ ଚିନ୍ତା ପଶିଲା । ସେ ଭାବିଲା, “ମୁଁ ତ କୁଅରେ ରହିଛି । ମୁଁ କ’ଣ କୂପମଣ୍ଡୁକ ପରି ହୋଇଗଲି ନା କ’ଣ? ମୁଁ ଦିନେ ନା ଦିନେ ଏଠାରୁ ବାହାରକୁ ଯାଇ ଜୀବନକୁ ସାର୍ଥକ କରିବାକୁ ଚାହେଁ ଭଗବାନତ ପୁଣି ଦିନେ ମୋହରି ରୂପ ନେଇ ଧରା ପୃଷ୍ଠରେ ଅବତାର ଗ୍ରହଣ କରିଥିଲେ ।” ମନ ଭିତରେ ତା’ର ଏହି ଅଭିପ୍ସା ଜାଗ୍ରତ ହେଲା ।

                ଦିନେ କୌଣସି ଭକ୍ତ ପାଣି କାଢିଲାବେଳେ କଚ୍ଛପଟି ମଧ୍ୟ ବାଲ୍ଟିରେ ଚଢି ବାହାରକୁ ଆସିଲା ସେତେବେଳେ କୃଷ୍ଣଶାସ୍ତ୍ରୀ ଦଶ ଅବତାରଙ୍କର କାହାଣୀ ବିଷୟରେ ବୁଝାଉଥିଲେ । ଠିକ୍ ସେତିକିବେଳେ କୁଅରୁ କୁର୍ମାବତାରଙ୍କର ଆଗମନ ହେଲା । ଭକ୍ତମାନେ ବଡ ଉତ୍ସୁକ ହୋଇ ସେ କଚ୍ଛପକୁ ଦେଖିଲେ ।

                ସେ କଚ୍ଛପଟି ଆକାରରେ ଖୁବ୍ ବିରାଟ ଥିଲା । ତାକୁ ଦେଖିବାମାତ୍ରେ କୃଷ୍ଣଶାସ୍ତ୍ରୀ କହିଲେ, “ମନେ ହେଉଛି, ସାକ୍ଷାତ୍ ବିଷ୍ଣୁ କୁର୍ମ ଅବତାର ରୂପରେ ଏଠାକୁ ଚାଲି ଆସିଲେ । ଆମ ସମସ୍ତିଙ୍କର ଜନ୍ମ ସଫଳ ହେଲା ।” ଏତିକି କହି ସେ କଚ୍ଛପକୁ ପ୍ରଣାମ କଲେ । ଏକଥା ଦେଖି ଭକ୍ତମାନେ ମଧ୍ୟ ସେ କଚ୍ଛପକୁ ପ୍ରଣାମ କରିବାକୁ ଲାଗିଲେ । ଏସବୁ ଦେଖି କଚ୍ଛପ ଗର୍ବରେ ଫୁଲି ଉଠିଲା । ସେ ଅତି ଖୁସି ହୋଇ ଭାବିଲା, “ଆଃ, ମୁଁ ତ ଭଗବାନ ବିଷ୍ଣୁଙ୍କର ଅବତାର ବନିଗଲିଣି ମୁଁ କେତେ ଭାଗ୍ୟବାନ୍ ବୋଲି ଏମାନେ ମୋତେ ପ୍ରଣାମ କରୁଛନ୍ତି ।” ତା’ପରେ ସେ ନିର୍ଭୟରେ ଭକ୍ତଜନଙ୍କ ପ୍ରତି ସ୍ନେହଦୃଷ୍ଟିରେ ଚାହିଁ ରହିଲା । ଭକ୍ତମାନେ ମଧ୍ୟ ଖୁସି ହୋଇ ଜୟଧ୍ୱନି କଲେ, “କୁର୍ମାବତାରଙ୍କର ଜୟ । ଆମେ ଧନ୍ୟ ହେଲୁ ।”

                କୃଷ୍ଣଶାସ୍ତ୍ରୀ ସେ କଚ୍ଛପଟିକୁ ହଳଦୀ ପାଣିରେ ଗାଧୋଇ ଦେଇ ସିନ୍ଦୁର ଚନ୍ଦନ ପିନ୍ଧାଇ ଦେଇ ମନ୍ଦିର ପିଣ୍ଡାରେ ତାକୁ ବସାଇଦେଲେ । ତା’ପରେ ନଡିଆ ଭାଙ୍ଗି, ଦୀପ ଧରି, ଆଳତୀ କରି ତା’ର ପୂଜା କଲେ । ଭକ୍ତଜନ ସବୁ କୁର୍ମାବତାରଙ୍କର ଜୟଜୟକାର କଲେ । ତା’ପରେ ସେମାନଙ୍କର ଯୋଜନା ହେଲା କୁର୍ମାବତାରଙ୍କ ମନ୍ଦିର ବନାହେବ । ଏଣୁ ଚାନ୍ଦା ବି ଆଦାୟ ହେଲା । ଏଣେ କୃଷ୍ଣଶାସ୍ତ୍ରୀଙ୍କର ମଧ୍ୟ ରୋଜଗାର ଭଲ ହେଲା । ସେ ଆନନ୍ଦରେ ବିଭୋର ।

                ତା’ପରେ ତାଙ୍କ ମନକୁ ଏକ ଚିନ୍ତା ଆସିଲା । ମନ୍ଦିର ତିଆରି ହୋଇଗଲେ ତ କଚ୍ଛପକୁ ସେଠାକୁ ନେଇଯିବେ ତେବେ ତାଙ୍କର ରୋଜଗାର ବନ୍ଦ ହୋଇଗଲେ କ’ଣ କରାଯିବ । ଏବିଷୟରେ ସେ ତାଙ୍କ ସ୍ତ୍ରୀଙ୍କ ସହିତ ପରାମର୍ଶ କଲେ ।

ପରଦିନହିଁ କୃଷ୍ଣଶାସ୍ତ୍ରୀଙ୍କ ସ୍ତ୍ରୀଙ୍କ ମଧ୍ୟରେ କୂର୍ମାବତାର ପ୍ରକଟିତ ହେଲେ । ସେ କହିଲେ, “ମୋ ପାଇଁ ତୁମେ ମନ୍ଦିର ତିଆରି କର ନାହିଁ । ହେ ମୋର ପ୍ରିୟ ଭକ୍ତମାନେ ମୋ କଥା ଯଦି ନ ମାନିବ ତ ମୋର ଜୀବନ ସମାପ୍ତ ହୋଇଯିବ । ଯଦି କଥା ଶୁଣିବ ତ ତୁମର ମଙ୍ଗଳ ହେବ ।”

ଏହା ଶୁଣି ଭକ୍ତମାନେ ମନ୍ଦିର ବନାଇବାର ଯୋଜନା ବନ୍ଦ କଲେ । କଚ୍ଛପ ଏସବୁ ଦେଖିଥିଲା । କୃଷ୍ଣଶାସ୍ତ୍ରୀଙ୍କ ଏଭଳି ନାଟକ ଦେଖି ସେ ରାଗିଗଲା । ଏଣେ କୃଷ୍ଣଶାସ୍ତ୍ରୀ କଚ୍ଛପକୁ ନମସ୍କାର କରି କହିଲେ, “ହେ କୂର୍ମରାଜ । ତମେ କୁଅରୁ ବାହାରକୁ ଆସିବାରୁ ତୁମର ଓ ମୋର ଜୀବନ ଅତ୍ୟନ୍ତ ଆନନ୍ଦରେ ବିତୁଛି । ଏମିତି ସବୁଦିନେ ପଇସା ଆସୁ । ମୁଁ ତୁମ ପାଇଁ ସୁନା ରୂପାର ଅଳଙ୍କାର ସବୁ ବନାଇ ଦେବି ।”

କଚ୍ଛପକୁ ଏସବୁ ଭଲ ଲାଗିଲା ନାହିଁ । ସେ ଭାବିଲା ଯେ ଏହି ମନୁଷ୍ୟ ନାମକ ପ୍ରାଣୀ ବଡ ସ୍ୱାର୍ଥୀ ଓ ସେଥିପାଇଁ ସେ ଅନ୍ୟକୁ ଠକାଇ ଥାଏ । ସେ ମନ ଭିତରେ ବଡ ଦୁଃଖୀ ଥିଲା । ଭାବିଲା ଯେ ସେ କୁଅ ଭିତରେ ବରଂ ବହୁତ ଆନନ୍ଦରେ ଥିଲା ।

କିଛିଦିନ ମଧ୍ୟରେ କୃଷ୍ଣଶାସ୍ତ୍ରୀ ଅନେକ ଜମିବାଡି କିଣିଲେ ଓ ବିରାଟ କୋଠା ସବୁ ବନାଇଲେ । ଅନ୍ୟମାନେ ତାଙ୍କୁ ଦେଖି ଇର୍ଷ୍ୟା କଲେ । ତେଣୁ ଦିନେ ସେ କଚ୍ଛପକୁ ନେଇ ଗାଁମୁଣ୍ଡରେ ଥିବା ପୋଖରୀରେ ଛାଡିଦେଇ ଆସିଲେ ।

ପରଦିନ ପୁଣି ତାଙ୍କ ପତ୍ନୀଙ୍କ ମଧ୍ୟରୁ କୂର୍ମାବତାର ପ୍ରକଟ ହୋଇ କହିଲେ, “ମୁଁ କୃଷ୍ଣଶାସ୍ତ୍ରୀଙ୍କ ପତ୍ନୀଙ୍କ ମଧ୍ୟରେ କୂର୍ମାବତାର କହୁଛି । ତୁମ ମଧ୍ୟରେ ଥିବା ଇର୍ଷ୍ୟା ଦ୍ୱେଷ ଯୋଗୁଁ ମୁଁ ବଡ ଦୁଃଖିତ । ତୁମେମାନେ ଯଦି ନିଜ ନିଜ ଭିତରେ ପ୍ରେମଭାବ ନେଇ ରହିବ ତ ମୁଁ ତୁମମାନଙ୍କୁ ପୁଣି ଥରେ ଦର୍ଶନ ଦେବି । ତେଣୁ ନିଜ ମଧ୍ୟରେ ଥିବା ଝଗଡା ଅତି ଶୀଘ୍ର ଶେଷ କର ।”

ତା’ପରେ କୁର୍ମାବତାରଙ୍କୁ ପୁଣି କୃଷ୍ଣଶାସ୍ତ୍ରୀଙ୍କ ଘରକୁ ଅଣାଗଲା ଓ ମହାସମାରୋହରେ ତାଙ୍କର ପୂଜା କରାଗଲା । ଏବେ ଭକ୍ତଜନ ପୂର୍ବ ପରି କୂର୍ମାବତାରଙ୍କ ପାଖକୁ ବଡ ଭକ୍ତିରେ ଯିବାଆସିବା କଲେ । କୃଷ୍ଣଶାସ୍ତ୍ରୀଙ୍କର ମଧ୍ୟ ପୂର୍ବପରି ରୋଜଗାର ବଢିଲା ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

loading...