ଗୁଣ୍ଡୁଚି ପିଠିରେ ଗାର

ଅନେକ ଦିନ ତଳେ ଥରେ ଦୁର୍ଭିକ୍ଷ ପଡିଥିଲା । ପଶୁପକ୍ଷୀମାନେ ଖାଇବାକୁ ନ ପାଇ ଦୁର୍ବଳ ହେଲେ । ବାଘ ସିଂହଙ୍କ ପରି ବଡ ପଶୁଙ୍କ କଥା ତ କହିଲେ ନ ସରେ । ଶିକାର କରିବେ କ’ଣ ଚାଲିବାକୁ ମଧ୍ୟ ସେମାନଙ୍କର ଆଉ ବଳ ପାଇଲା ନାହିଁ ।

                ଛୋଟବଡ ସବୁ ପଶୁ ଝଡି ଯାଉଥାନ୍ତି କିନ୍ତୁ କଇଁଚ ଓ ତାର ସ୍ତ୍ରୀ ପିଲା ପୂର୍ବ ପରି ଚିକଣିଆ ଥାଆନ୍ତି । ଏହାର ରହସ୍ୟ କାହାକୁ ବି ହେଲେ ଜଣା ପଡୁ ନଥାଏ । ଖାଇବାକୁ ନ ପାଇଲେ କ’ଣ କିଏ ଏତେ ଡଉଲଡାଉଲ ଦିଶିବ?

                କଥା ହେଉଛି, କଇଁଚ ବଡ କପାଳିଆ । ତାକୁ ଗୋଟିଏ ଗୁପ୍ତ ଖାଦ୍ୟ ଭଣ୍ଡାର ମିଳିଗଲା । ଦିନେ ସେ ଜଙ୍ଗଲରେ ବୁଲୁ ବୁଲୁ ବାଟବଣା ହୋଇ ଗୋଟିଏ ହ୍ରଦ ପାଖରେ ପହଁଚିଲା । ସେ ହ୍ରଦରେ ପ୍ରଚୁର ମାଛ । କଇଁଚ ସେଠାରୁ ମନଇଚ୍ଛା ମାଛଧରି ଘରକୁ ଆଣିଲା । ଏ କଥା ସେ କଇଁଚ ଆଉ କୌଣସି ପଶୁକୁ ବି ମୋଟେ କହିଲା ନାହିଁ । କାହିଁକି ବା କହିବ? ସେ ଜୋର୍ରେ ଚାଲିପାରେନା ବୋଲି ସମସ୍ତେ ତ ତାକୁ ସବୁବେଳେ ଖାଲି ଥଟ୍ଟା କରନ୍ତି ।

                ପ୍ରତିଦିନ ବଡିଭୋରୁ ସେ କଇଁଚ ହ୍ରଦ ପାଖକୁ ବାହାରିଯାଏ । ସେଠାରୁ କିଛି ମାଛ ଧରି ସେସବୁକୁ ଗୋଟିଏ  ଡାଲାରେ ପୂରାଇ ଆଚ୍ଛାକରି ଘୋଡେଇ ପକାଏ । ଡାଲାଟି ମୁଣ୍ଡେଇ ଘରକୁ ଫେରିଲେ କଇଁଚ ସ୍ତ୍ରୀ ବଢିଆ ତରକାରୀଟାଏ କରେ । ତାପରେ ସମସ୍ତେ ମିଶି ତାକୁ ଖାଆନ୍ତି ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

loading...