ଗୁପ୍ତ ଦଲିଲ୍

                ସବୁ ଶୁଣିବା ପରେ ନ୍ୟାୟାଧୀଶ ମେୟଠାରୁ ସେ ଚିତ୍ରଟିକୁ ନେଇ ନିଜ ପାଖରେ ରଖିଲେ । ମେୟ ସେଠାରୁ ଚାଲିଯିବା ପରେ ସେ ସେହି ଚିତ୍ରଟିକୁ ଟିକିନିଖି କରି ଦେଖିଲେ । କିଛି ସମୟ ପରେ ସେ ଜାଣିପାରିଲେ ଚିତ୍ରଟି କପଡା ଉପରେ ଲଗା ହୋଇଛି । ସେ ଚିତ୍ରଟି ଖୋଲି ଦେଖିଲେ ତା’ ତଳେ ପ୍ରକୃତ ଦଲିଲ୍ଟିଏ ବୃଦ୍ଧ ମରିବା ପୂର୍ବରୁ ଲେଖି ଯାଇଥିଲେ । ସେଥିରେ ଲେଖାଥିଲା, “ମୁଁ ବୃଦ୍ଧ ହୋଇ ଗଲିଣି । ମୋର ଦ୍ୱିତୀୟ ପୁତ୍ର ସାନ୍ ସୁ ଏକ ବାଳକ ମାତ୍ର । ମୋର ଜ୍ୟେଷ୍ଠପୁତ୍ର ସାନ୍ ଚି ହୁଏତ ତା’ ସାନଭାଇକୁ ଠକାଇ ଦେଇ ପାରେ କାରଣ ସେ ତ ଟିକିଏ ଦୁଷ୍ଟ ପ୍ରକୃତିର । ତେଣୁ ମୁଁ ମୋର ସାରା କ୍ଷେତବାଡି ଓ ଦୁଇଟି ଘର ସାନ୍ ଚିକୁ ଦେଉଛି । କିନ୍ତୁ ପୂର୍ବ ଦିଗରେ ଥିବା ଘର ସାନ୍ ସୁକୁ ମିଳିବା ଉଚିତ୍ । ସେହି ଘର ପୁରୁଣା ହେଲେ ମଧ୍ୟ ତା’ର ପୂର୍ବପଟ କାନ୍ଥ ତଳେ କୋଡିଏ ମହଣ ରୂପା ପୋତା ହୋଇ ରହିଛି । ସେହିପରି ପଶ୍ଚିମ କାନ୍ଥ ତଳେ ଆହୁରି ଦୁଇ ମହଣ ରୂପା ଓ ମହଣେ ସୁନା ଅଛି । ଜମି ବଦଳରେ ଏସବୁ ସମ୍ପତ୍ତି ମୁଁ ମୋର ସାନ ପୁଅକୁ ଦେଉଛି । ଶେଷରେ ବୃଦ୍ଧଙ୍କର ଦସ୍ତଖତ ଓ ତାରିଖ ମଧ୍ୟ ତହିଁରେ ଲେଖାଥିଲା ।”

                ପରଦିନ ନ୍ୟାୟାଧୀଶ ସାନ୍ ଚିକୁ ଡକାଇଲେ । ତା’ପରେ ସେ ତାକୁ ପଚାରିଲେ, “ତୁମର ସାବତ ମା’ ଓ ତାଙ୍କ ପିଲା ପ୍ରତି ତୁମେ ବଡ ଅନ୍ୟାୟ କରିଛ । ଠିକ୍ ଭାବରେ ସମ୍ପତ୍ତି ବାଂଟି ନାହଁ । କ’ଣ ଏକଥା ସତ?”

                ସାନ୍ ଚି କହିଲା, “ମହାଶୟ, ମୋ ପାଖରେ ବାବା କରିଯାଇଥିବା ଦଲିଲ୍ ରହିଛି । ଛୋଟ ଭାଇ ପାଇଁ ଯାହା ଲେଖିଦେଇ ସେ ଯାଇଛନ୍ତି ତାକୁ ତ ମୁଁ ତାହାହିଁ ଦେଇଛି । ଆପଣ ଚାହିଁଲେ ମୁଁ ସେ ଦଲିଲ୍ ଆପଣଙ୍କୁ ମଧ୍ୟ ଦେଖାଇ ପାରିବି । ତା’ପରେ ଆପଣ ଯେପରି ନ୍ୟାୟ କରିବେ ମୁଁ ତାହା ଅବଶ୍ୟ ମାନିନେବି ।”

                ନ୍ୟାୟାଧୀଶ କହିଲେ “ଠିକ୍ ଅଛି, କାଲି ମୁଁ ନିଜେ ତୁମ ଘରକୁ ଯାଇ ତୁମ ପିତା ଯେଉଁ ଦଲିଲ୍ କରିଛନ୍ତି ତାକୁ ପଢିବି ଓ ସମସ୍ୟାର ସମାଧାନ କରିଦେବି ।” ତା’ପରେ ସେ ମେୟକୁ ମଧ୍ୟ ଖବର ପଠାଇଲେ କି ପରଦିନ ନିର୍ଦ୍ଦିଷ୍ଟ ସମୟରେ ସେ ଯେପରି ତା’ ପୁତ୍ର ସହିତ ସେଠାରେ ଉପସ୍ଥିତ ରହେ ।

                ସାନ୍ ଚି ପରଦିନ ସକାଳୁ ସକାଳୁ ତା’ର ଘର ଅଗଣା ସବୁ ସୁନ୍ଦର କରି ସଜାଇ ଚଉକି ସବୁ ପକାଇଲା । ସବୁଠାରୁ ବଡ ଏକ ଆସନରେ ବ୍ୟାଘ୍ରଚର୍ମ ପକାଇ ସେଇଟି ନ୍ୟାୟାଧୀଶଙ୍କ ପାଇଁ ସେ ରଖିଲା ଓ ବନ୍ଧୁବାନ୍ଧବଙ୍କୁ ମଧ୍ୟ ସେଠାକୁ ଆସିବାକୁ ସେ ଡକାଇ ପଠାଇଲା । ନିର୍ଦ୍ଦିଷ୍ଟ ସମୟକୁ ସମସ୍ତେ ଆସିଗଲେ । ସମସ୍ତେ ଅପେକ୍ଷା କରିଥା’ନ୍ତି । ନ୍ୟାୟାଧୀଶ ପାଲିଙ୍କି ଚଢି ଆସି ସେଠାରେ ପହଁଚିଲେ । ଓହ୍ଲାଇ ପଡି ସେ ତରତରରେ ଦୁଆର ପାଖରେ କୌଣସି ଅଦୃଶ୍ୟ ବ୍ୟକ୍ତିକୁ ନଇଁପଡି ପ୍ରଣାମ କଲେ ଓ କହିଲେ, “ଚାଲନ୍ତୁ, ଭିତରକୁ ଚାଲନ୍ତୁ ।” ତା’ପରେ ସମସ୍ତେ ଚୁପ୍ଚାପ୍ ଦେଖୁଥାନ୍ତି ସେ ଏପରି ବ୍ୟବହାର କଲେ ଯେପରି କୌଣସି ବ୍ୟକ୍ତି ଅଦୃଶ୍ୟ ଭାବରେ ସେଠାରେ ରହିଛି ।

                ତା’ପରେ ସେ କହିଲେ, “ଆପଣ ଯାଇ ବ୍ୟାଘ୍ରଚର୍ମ ପଡିଥିବା ବଡ ଚଉକିରେ ବସନ୍ତୁ ।” ଏହା କହି ସେ ନିଜେ ଏକ ସାଧାରଣ ଚଉକିରେ ବସିଲେ । ତା’ପରେ କହିଲେ, “ଦେଖନ୍ତୁ ଆପଣଙ୍କ ସ୍ତ୍ରୀ ମୋ ପାଖରେ ସମ୍ପତ୍ତି ବାଂଟିବା କଥା ନେଇ ଫେରାଦ୍ ହୋଇଛନ୍ତି । ଏଥିରେ ଆପଣଙ୍କର ମତ କ’ଣ?” ସେ ପୁଣି ଟିକିଏ ଚୁପ୍ ରହି କହିଲେ, “…ଓହୋ ତାହେଲେ ଏପରି କଥା? ଆପଣଙ୍କ ଜ୍ୟେଷ୍ଠ ପୁତ୍ରର ବ୍ୟବହାର ଅତ୍ୟନ୍ତ ଅନୁଚିତ । ଆପଣ ସାନ ପୁଅକୁ କ’ଣ ଦେବାକୁ ଚାହିଁଥିଲେ? ପୂର୍ବପଟ ଘର? କିନ୍ତୁ ସେ ସେତିକି ନେଇ କିପରି ଜୀବନଯାପନ କରିବ? ଓହୋ ତେବେ ଏପରି କଥା? ଆଜ୍ଞା ହଁ ମୁଁ ଠିକ୍ ଆପଣଙ୍କ କହିବା ମୁତାବକ ବାଂଟି ଦେବି ।”

                ଅନ୍ୟମାନେ ଏସବୁ ଶୁଣି ହତବମ୍ବ ହୋଇଗଲେ । ସେମାନଙ୍କ କଥାବାର୍ତ୍ତାରୁ ମନେହେଲା ଯେପରି ନ୍ୟାୟାଧୀଶ ସ୍ୱର୍ଗତଃ ବୃଦ୍ଧ ସାନ୍ ଚି ର ପିତାଙ୍କ ସହିତ କଥା ହେଉଛନ୍ତି । କିଛି ସମୟ ପରେ ନ୍ୟାୟାଧୀଶ ଉଠି ଠିଆ ହେଲେ ଓ ସାନ୍ ଚିକୁ କହିଲେ, “ତୁମ ପିତା ମୋ ସହିତ ଏତେବେଳ ପର୍ଯ୍ୟନ୍ତ ଏହି କଥାହିଁ କହୁଥିଲେ, ତମେ ସେସବୁ ନିଶ୍ଚୟ ଶୁଣିଥିବ ।”

ସାନ୍ ଚି କହିଲା “ମୁଁ ତ ସବୁ ଶୁଣିନାହିଁ, ତେବେ ଏସବୁ ମୋତେ ବଡ ବିସ୍ମୟକର ବୋଧ ହେଉଛି ।”

ନ୍ୟାୟାଧୀଶ ପଚାରିଲେ “ତେବେ ଶୁଣ, ଲମ୍ବା କାନ୍ଧ, ଦୀର୍ଘ ଓ ହାଡୁଆ ମୁହଁ, ବାଦାମୀ ରଙ୍ଗର ଆଖି, ଲମ୍ବା କାନ, ପତଳା ଧଳା ଦାଢୀ ଓ ନୀଳ ଟୋପି, ପାଦରେ କଳା ଯୋତା, ଲାଲ୍ ବସ୍ତ୍ର ଓ ଅଣ୍ଟାରେ ସୁନାରେ ପଟିବନ୍ଧା ଥିଲା । ସେହିଁ ରାଜପ୍ରତିନିଧି “ନି” ଥିଲେ, ନୁହେଁ?”

ସମସ୍ତ ବନ୍ଧୁବାନ୍ଧବ ଏକ ସ୍ୱରରେ କହି ଉଠିଲେ “ଆଜ୍ଞା ହଁ, ସେ ଜୀବିତ ଥିବାବେଳେ ସେହିପରି ପୋଷାକ ପିନ୍ଧୁଥିଲେ ଓ ତାଙ୍କ ଚେହେରା ମଧ୍ୟ ଠିକ୍ ସେହିପରି ଥିଲା ଯାହାସବୁ ଆପଣ ବର୍ଣ୍ଣନା କଲେ ।” ବାସ୍ତବିକ ସେ ତାଙ୍କର ଚିତ୍ରକୁ ଦେଖି ସେପରି ବର୍ଣ୍ଣନା କରିଥିଲେ ହେଲେ ଏକଥା କେହିବି ଜାଣି ନଥିଲେ । ଓଲଟି ସମସ୍ତେ ଭାବିଲେ ନ୍ୟାୟାଧୀଶଙ୍କର ମୃତାତ୍ମାଙ୍କ ସହିତ ତାଙ୍କର ସାକ୍ଷାତ ହୋଇଛି ।

ନ୍ୟାୟାଧୀଶ ସମସ୍ତିଙ୍କ ସମ୍ମୁଖରେ ପଚାରିଲେ “ଶୁଣିଛି ତୁମର ଦୁଇଟି ଘର ଓ ପୂର୍ବ ପଟରେ ଆଉ ଗୋଟିଏ ଘର । ମୁଁ ତୁମକୁ ଆହୁରି କିଛି କହିବି । ଏବେ ଏ ଘର ତୁମେ ତୁମ ସାନଭାଇକୁ ଦେଉଛ ନା?”

ତା’ପରେ ସାନ୍ ଚି କହିଲା – “ଆଜ୍ଞା ହଁ”

ତା’ପରେ ସେଠାରେ ଗୋଟିଏ ଘର ମଝିରେ ନ୍ୟାୟାଧୀଶ ବସିଲେ ଓ କହିଲେ, “ତୁମ ଦଲିଲ୍ରେ ଯାହା ଲେଖା ହୋଇଛି ସେହି ଅନୁସାରେ ଏହି ଘର କେବଳ ସାନ୍ ସୁର, ତା’ଛଡା ଆଉ କିଛିବି ସେ ପାଇବ ନାହିଁ । ଠିକ୍ ଅଛି?”

ଏକଥା ଶୁଣି ମେୟର ମନ ବହୁତ ଦୁଃଖ ହେଲା । ସେ ଭାବିଲା ତା’ ପୁଅ ପାଇଁ କେହି ଜଣେ ହେଲେବି ନ୍ୟାୟ ଦେବାକୁ ନାହିଁ । ନ୍ୟାୟାଧୀଶ କହିଲେ “ଏବେ ସାନ୍ ଚି ଶୁଣିନିଅ । ତୁମ ପିତା କିଛି ସମୟ ଆଗରୁ ମୋତେ କହିଲେ ଯେ ଏହି ଘର ଭିତରେ ମହଣ ମହଣ ରୂପା ସୁନା ଅଛି । ସାନ୍ ସୁ ସେସବୁର ଅଧିକାରୀ ହେବ ।” ହେଲେ ସାନ୍ ଚି ତାଙ୍କ କଥାକୁ ମୋଟେ ବିଶ୍ୱାସ କଲା ନାହିଁ । ସେ କହିଲା, “ଠିକ୍ ଅଛି ସେହି ପୁରୁଣା ଘରେ ଯେତେ ସୁନା ରୂପା ଥିବ ସେସବୁ ସାନ୍ ସୁର ସମ୍ପତ୍ତି । ସେଥିରେ ମୋର କୌଣସି ଆପତ୍ତି ବା ଅଧିକାର ନାହିଁ ।”

“ତୁମ କଥା ବାବୁ ତୁମେ ରଖ । ଭବିଷ୍ୟତରେ ଆଉ କିଛି ଗୋଳମାଳ କରିବ ନାହିଁ । ଏଠାରେ ସମସ୍ତ ଜନତା ଓ ତୁମର ବନ୍ଧୁବାନ୍ଧବ ଏହି କଥାର ସାକ୍ଷୀ ରହିଲେ ।” ଏତିକି କହି ନ୍ୟାୟାଧୀଶ ଲୋକ ନେଇ ସେ ଘର ଖୋଳାଇଲେ ଓ ତହିଁରୁ ରୂପା ସୁନାର ଗରା ସବୁ ଆଣି ସାନ୍ ସୁକୁ ସମର୍ପି ଦେଲେ । ମେୟ ଓ ସାନ୍ ସୁ ଏଥିରେ ଖୁବ୍ ଆଶ୍ଚର୍ଯ୍ୟ ଓ ଆନନ୍ଦିତ ମଧ୍ୟ ହେଲେ । ଲୋକମାନେ ମଧ୍ୟ ସେ ନ୍ୟାୟାଧୀଶଙ୍କର ଅନେକ ଜୟଜୟକାର କଲେ । କେବଳ ଯାହା ଖାଲି ସାନ୍ ଚି ର ମନ ଟିକେ ବ୍ୟାକୁଳ ହେଲା । ମନେ ମନେ ସେ ଭାବିଲା, “ଆରମ୍ଭରୁ ଅଧା ଅଧା ଭାଗ ବାଂଟିଥିଲେ ତ ମୋତେ ସେଥିରୁ ଅଧା ମିଳିଥାନ୍ତା, ହାୟରେ ମୁଁ ଏ କ’ଣ କଲି ।”

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

loading...