ଚାଷୀ ଠାରୁ ରାଜା ବୁଦ୍ଧିଶିଖିଲେ

ଦେବନଗରୀ ରାଜ୍ୟର ରାଜା ତାଙ୍କ ପ୍ରଜାମାନଙ୍କ ଅବସ୍ଥା ନିଜ ଆଖିରେ ଦେଖିବା ପାଇଁ ସନ୍ନ୍ୟାସୀ ବେଶରେ ବୁଲୁଥାଆନ୍ତି । ବୁଲିଲାବେଳେ ଗୋଟିଏ ସମସ୍ୟା ବିଷୟରେ ସେ ଚିନ୍ତା କରୁଥିଲେ । ପ୍ରଥମ କଥା ହେଲା ତାଙ୍କ ରାଜବାଟିର ପ୍ରାଚୀର ଅନେକ ଜାଗାରେ ଭାଙ୍ଗିଗଲାଣି । କେତେବେଳେ ହୁଏତ ଝଡବର୍ଷାରେ ଭୁଷୁଡି ପଡିବ । ତାକୁ ମରାମତି କରିବା ଦିଗରେ ଧ୍ୟାନ ଦେବା ଆବଶ୍ୟକ । ତେଣେ ରାଜ୍ୟରେ ଦଳେ ଚୋର ଉତ୍ପାତ କରୁଛନ୍ତି । ପ୍ରଜାମାନଙ୍କର ଜିନିଷପତ୍ର ଲୁଟି ନେଉଛନ୍ତି ସେମାନଙ୍କୁ ମଧ୍ୟ ଦମନ କରିବାକୁ ପଡିବ । ତେବେ କେଉଁକାମଟି ସେ ଆଗେ କରିବେ? ପ୍ରାଚୀର ମରାମତି ନା ଚୋରଦଳଙ୍କୁ ଦମନ?

                ଏହିପରି ଭାବି ଭାବି ଯାଉଥିବା ବେଳେ ଖଣ୍ଡିଏ ଜମି ଉପରେ ତାଙ୍କର ଆଖି ପଡିଲା । ସେ ଦେଖିଲେ କିଆରୀରେ ଧାନ ଗଛ ଯେତିକି ଘାସ ଗଛ ବି ସେତିକି । ସବୁ ମିଶି ମାଶି ଯାଇଛି । ଚାଷୀଟି ଫସଲକିଆରୀ ଚାରିକଡରେ  ବାଡ ବୁଜୁଥାଏ ।

ସନ୍ନ୍ୟାସୀ ପଚାରିଲେ, ଭାଇ ତମେ ଧାନ କିଆରୀରୁ ଘାସ ନ ଉପାଡି ବାଡ ବୁଜୁଛ କାହିଁକି?

ଚାଷୀଟି ଉତ୍ତରଦେଲା, ଘାସ ଯିବ କୁଆଡେ? ଯେତେବେଳେ ଇଚ୍ଛା ସେତେବେଳେ ମୁଁ ତ ତାକୁ ଉପାଡି ପକାଇବି । କିନ୍ତୁ ବାଡ ନ ଥିଲେ ଗୋରୁ ପଶି ସବୁ ଫସଲ ଖାଇଦେବ ।

ଛଦ୍ମ ବେଶୀ ରାଜା ଏବେ ତାଙ୍କ ପ୍ରଶ୍ନର ସହଜ ଉତ୍ତର ପାଇଗଲେ । ତହିଁ ଆରଦିନ ସେ ମନ୍ତ୍ରୀଙ୍କୁ ଡାକି ଆଦେଶ ଦେଲେ ରାଜବାଟୀର ପ୍ରାଚୀରକୁ ଭାଙ୍ଗି ଦେଇ ନୂତନ ପ୍ରାଚୀର ନିର୍ମାଣ କରିବାକୁ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ଗପ ସାରଣୀ

ନୂଆ ତାଲିକାଭୁକ୍ତ ଗପ