ଡାକୁ ଉଗ୍ରଶୀଳ

ନିଶା ଗରଜୁଥାଏ । ତେଣେ ତୁହାକୁ ତୁହା ବର୍ଷା ବି ହେଉଥାଏ । ସାଇଁ ସାଇଁ ପବନ ଓ ଘଡଘଡି ସାଙ୍ଗକୁ ଶ୍ୱାନଶ୍ୱାପଦଙ୍କ ରଡି ତଥା ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

                କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ମଧ୍ୟ ବିଚଳିତ ନ ହୋଇ ପୁନର୍ବାର ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ତାକୁ କାନ୍ଧରେ ପକାଇ ସେ ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା! ତମେ ଏ ଗହନ ରାତିରେ ଯେପରି ଦୁଃସାହସିକ କାମ ହାତକୁ ନେଇଛ, ସେଥିସକାଶେ ଅଭିନନ୍ଦନ ତୁମର ପ୍ରାପ୍ୟ । କିନ୍ତୁ ରାଜାମାନେ ସାଧାରଣତଃ ଖାମ୍ଖିଆଲି । କାର୍ଯ୍ୟ ସିଦ୍ଧି ଦିଗରେ ତୁମେ ଶେଷ ପର୍ଯ୍ୟନ୍ତ କ’ଣ କରିବ ନ କରିବ, ତାହାହିଁ ପ୍ରଶ୍ନ । ଗୋଟିଏ ଉଦାହରଣ ଦେଉଛି, ମନଦେଇ ତାହା ଶୁଣ । ଶୁଣିଲେ ତମ ଶ୍ରମଭାର ଲାଘବ ମନେ ହେବ ।”

                ବେତାଳ ଏଥର ଗପିଲା: ରାଜା ଦେବାଦିତ୍ୟ ସେତେବେଳେ ମଣିନଗର ରାଜ୍ୟରେ ରାଜୁତି କରୁଥାନ୍ତି । ରାଜ୍ୟ ସୀମାନ୍ତରେ ବିସ୍ତୃତ ଗୋଟିଏ ଘନ ଅରଣ୍ୟ ଥାଏ । ସେ ଅରଣ୍ୟ ଭିତରେ କେତେଗୁଡିଏ ଦୁର୍ଗମ ପାହାଡ ଥିଲା । ଉଗ୍ରଶୀଳ ନାମକ ଡାକୁ ଗୋଟାଏ ଦଳ ଗଢି ସେହି ପାହାଡିଆ ମୁଲକରେ ରହିଥାଏ । ଖାଲି ବଣ ପାଖଦେଇ ଯିବା ଆସିବା କରୁଥିବା ଲୋକଙ୍କୁ ସେ ଯେ ଲୁଣ୍ଠନ କରୁଥାଏ, ତାହା ନୁହେଁ, ଦୂରବର୍ତ୍ତୀ ଗାଁ ଗଣ୍ଡାରେ ବସବାସ କରୁଥିବା ଲୋକଙ୍କ ଘର ଉପରେ ବି ସେ ଚଢଉ କରି ସେମାନଙ୍କ ଧନସମ୍ପଦ ନେଇ ଆସୁଥାଏ । ଥରେ ପାହାଡ ମୁଲକରେ ପଶିଗଲେ କେହି ଆଉ ତା’ର ସନ୍ଧାନ ପାଇବା ସମ୍ଭବ ହେଉ ନଥିଲା । ରାଜାଙ୍କ ସେନାପତି କେତେଥର ସୈନ୍ୟଦଳ ଧରି ବଣ ଭିତରକୁ ଯାଇ ତାକୁ ଧରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ।

                ଉଗ୍ରଶୀଳର ଚେହେରା କିପରି, ସେ ବିଷୟରେ କାହାରି ମଧ୍ୟ ଧାରଣା ନଥିଲା । ସେ ଯେତେବେଳେ ଲୋକଙ୍କୁ ସାମ୍ନା କରୁଥାଏ, ସେତେବେଳେ ସେ ନିଜ ମୁଖମଣ୍ଡଳର ଅଧିକାଂଶ ଲୁଗାରେ ଆଚ୍ଛାଦନ କରି ରଖିଥାଏ । ତା’ଛଡା ପବନ ଭଳି ବେଗରେ ଆସି ସେ କାମ ହାସଲ କରି ଲୁଚି ଯାଉଥାଏ ।

                ଉଗ୍ରଶୀଳ କ୍ରମେ ରାଜ୍ୟ ବ୍ୟାପି ଗୋଟାଏ ଆତଙ୍କ ଖେଳାଇ ଦେଲା । ସେ ରାଜ୍ୟର ଭୌଗୋଳିକ ଚିତ୍ର ଏପରି ଯେ ରାଜ୍ୟର ଏକ ଅଂଚଳରୁ ଅନ୍ୟ ଅଂଚଳକୁ ଯିବାକୁ ହେଲେ ସେ ଅରଣ୍ୟ ପାଖଦେଇ ଯାଇଥିବା ରାସ୍ତା ଧରିବା ଛଡା ଅନ୍ୟ କୌଣସି ଉପାୟ ନଥିଲା । କିନ୍ତୁ ଅରଣ୍ୟ ପାଖକୁ ଗଲେ ଜଣେ ଡାକୁ ଉଗ୍ରଶୀଳ ହାବୁଡରେ ଯେ ପଡିବ, ଏଥିରେ ପ୍ରାୟ କୌଣସି ସନ୍ଦେହ ନଥିଲା । ତେବେ ଗୋଟାଏ ଆଶ୍ୱାସନାର କଥା ହେଲା, ଗରୀବ ଓ ସାଧାରଣ ବାଟୋଇମାନଙ୍କୁ ଉଗ୍ରଶୀଳ ପ୍ରାୟ ହଇରାଣ କରୁ ନଥାଏ । ଏପରିକି ବିପଦରେ ପଡିଥିବା ଯାତ୍ରୀଙ୍କୁ ସେ ସାହାଯ୍ୟ କରିବାର କାହାଣୀ ମଧ୍ୟ ଶୁଣାଯାଉଥାଏ । ବନ୍ୟ ଜନ୍ତୁମାନଙ୍କ କବଳରୁ ସେ କାଠୁରିଆମାନଙ୍କୁ ବି ରକ୍ଷା କରୁଥିଲା ।

                ଉଗ୍ରଶୀଳର ସ୍ତ୍ରୀ ତା’ର ଏ ଦସ୍ୟୁବୃତ୍ତିକୁ ମୋଟେ ପସନ୍ଦ କରୁ ନଥାଏ । ଅନ୍ୟ ଲୋକଙ୍କ ଭଳି ସଦୁପାୟରେ ଉପାର୍ଜନ କରି ଜନବସତି ଭିତରେ ସଂସାର କରି ରହିବା ଥିଲା ତା’ର ଇଚ୍ଛା । ତା’ ସ୍ୱାମୀକୁ ଲୋକେ ଭୟ ଓ ଘୃଣା କରନ୍ତି, ଏଥିରେ ସେ ବା କିପରି ଦୁଃଖ ଅନୁଭବ ନ କରନ୍ତା? ସେ ଉଗ୍ରଶୀଳକୁ କେତେଥର ବୁଝାଇବାକୁ ଚେଷ୍ଟା କରିଛି । ପାପ ରାସ୍ତାରେ ନ ଯାଇ ବରଂ ଗରୀବ ଭାବରେ ସାଧାରଣ ଜୀବନ ଯାପନ କରିବାରେ ଆନନ୍ଦ ମିଳିବ ବୋଲି କହିଛି । କିନ୍ତୁ ଉଗ୍ରଶୀଳ କହେ, “ଏ ଜୀବନରେ ଆଉ ଡାକୁଗିରି ଛାଡିବା ଆଦୌ ସମ୍ଭବପର ନୁହେଁ । ପର ଜନ୍ମକୁ ଭଲ ମଣିଷ ହେବି ।”

                ଅବଶ୍ୟ ଏକଥା କହିବା ବେଳେ ଉଗ୍ରଶୀଳ ଖୁବ୍ ବିଷର୍ଣ୍ଣ ଦିଶୁଥାଏ ।

                ଉଗ୍ରଶୀଳର ବହୁଦିନ ଯାଏଁ କୌଣସି ସନ୍ତାନ ସନ୍ତତି ହେଉ ନଥାଏ । ଯାହାହେଉ ବାହାଘରର ଅନେକ ବର୍ଷ ପରେ ତା’ର ପୁଅଟିଏ ହେଲା । ଉଗ୍ରଶୀଳ ତା’ର ଶିଶୁ ପୁତ୍ର ପ୍ରତି ଅତ୍ୟନ୍ତ ଆସକ୍ତ ହୋଇ ପଡିଲା । ଏଣିକି ଡକାଏତି ପାଇଁ ଘର ଛାଡି ଯିବାବେଳେ ତା’ର ଆଉ ପୂର୍ବପରି ଉତ୍ସାହ ନଥାଏ । ଡକାଏତି କଲାବେଳେ ବି ସେ ଅନ୍ୟମନସ୍କ ରହେ । ଖାଲି ସେତିକି ନୁହେଁ, ଲୋକଙ୍କ ପ୍ରତି ସେ ଆଉ ପୂର୍ବପରି କ୍ରୁର ବା ନିଷ୍ଠୁର ବ୍ୟବହାର କରିପାରେ ନାହିଁ ।

                ପୁଣି କାହାରି ଘରେ ଯଦି ତା’ ନିଜ ପୁଅ ଭଳି ଶିଶୁଟିଏ ଦେଖୁଥାଏ, ତେବେ ତାକୁ ସେ ଆଦର କରୁଥାଏ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...