ଡାକୁ – Odia Gapa

ଡାକୁ

ରାମପୁର ଗ୍ରାମର କାଳୀପଦ ନୂଆ ବାହା ହୋଇଥାଏ । ସେ ତା’ ସ୍ତ୍ରୀ ମାଳତୀକୁ ଗାଡିରେ ବସାଇ ଘରକୁ ଆଣୁଥାଏ । ବାଟରେ ପୋଖରୀଟିଏ ଦେଖି ଗାଡିଟିକୁ ସେ ଅଟକାଇଲା ଓ ସେଠାରେ ବିଶ୍ରାମ କରିବାକୁ ସେ ଓହ୍ଲାଇଲା; ଦୂରରେ ଖପରଲି ଘରଟିଏ, ଚାରିପାଖରେ ପରିବା ବଗିଚା । ବାମନ ଦମ୍ପତ୍ତି ସେହି ବଗିଚାରୁ ପରିବା ତୋଳି ଟୋକେଇରେ ଭରୁଛନ୍ତି । ସେମାନଙ୍କୁ ଦୂରରୁ ଦେଖି କାଳୀପଦ ହସିବାରୁ, ସ୍ତ୍ରୀ ମାଳତୀ ପଚାରିଲା, “ବାମନଙ୍କୁ ଦେଖି କାହିଁକି ହସୁଛ?”

                “ଚାରିମାସ ତଳେ ଘଟିଥିବା କଥା ମନେ ପଡିଲା । ସେଥିପାଇଁ ହସିଲି । ଶୁଣ ତେବେ ।” ଏହାପରେ ସେ କାଳୀପଦ ଗପିଲା ।

                ଚାରିମାସ ତଳେ ଦିନେ ମୁଁ ଏହି ରାସ୍ତାରେ ଯାଉଥିଲି । ହଠାତ୍ ବନ୍ୟା ଆସିବାରୁ ଗାଡିବାଲା ମୋତେ ଛାଡିଦେଇ ଅଧେ ପଇସା ନେଇ ଚାଲିଗଲା । ସଂଧ୍ୟା ହୋଇ ଆସିଲା, ଅନ୍ଧକାରରେ ମୁଁ ବା ଆଉ କୁଆଡେ ଯିବି । ମୁଁ ଏହି ପାଖ ଘରକୁ ଯାଇ କବାଟ ବାଡେଇଲି । ବାମନ ସ୍ତ୍ରୀଟିଏ କବାଟ ଖୋଲି ପଚାରିଲା, “କିଏ ଆପଣ? ଆପଣଙ୍କର କ’ଣ ଦରକାର?” ତହୁଁ ମୁଁ କହିଲି “ବନ୍ୟା ଆସିବାରୁ ମୁଁ ଘରକୁ ଯାଇ ପାରିବି ନାହିଁ ଏଠାରେ ରାତିକ ପାଇଁ ମୋତେ ଆଶ୍ରୟ ମିଳିବ କି?”

                “ଏ ପ୍ରଶ୍ନର ଆଉ ଉତ୍ତର କ’ଣ? ଭିତରକୁ ଆସନ୍ତୁ ।” ଗୋଟିଏ ବାମନ ଘର ଭିତରୁ ବାହାରି ଆସିଲା । ସେମାନେ ଅତି ଆଦରରେ ମୋତେ ଖୁଆଇଲେ । ସ୍ତ୍ରୀବାମନ କଥାଛଳରେ କହିଲା, “ମୋ ଭାଇ ରାଜୁ ସଂଧ୍ୟା ସୁଦ୍ଧା ଫେରିଆସିବା କଥା, କିନ୍ତୁ ଏପର୍ଯ୍ୟନ୍ତ ସେ ଫେରିଲା ନାହିଁ ।” ଏତିକି କହି ସେ କିଛି ଖାଦ୍ୟ ଗୋଟିଏ ପାତ୍ରରେ ରଖି ତାକୁ ଘୋଡାଇ ଦେଲା । ଦାଣ୍ଡଘରେ ମୋର ଶୋଇବାର ବ୍ୟବସ୍ଥା ହେଲା । ଅନ୍ୟ ଭିତର ଘରକୁ ବାମନ ପତିପତ୍ନୀ ଶୋଇବାକୁ ଗଲେ ।

                କିଛି ସମୟପରେ ଅଧାନିଦ ଅବସ୍ଥାରେ ମୁଁ ଶୁଣିଲି କିଏ ଯେପରି କବାଟ ବାଡଉଛି । ମୁଁ ପଚାରିଲି “କିଏ?” ଲୋକଟି କହିଲା “ମୁଁ ରାଜୁ” । ମୁଁ କବାଟ ଖୋଲିଲି କିନ୍ତୁ ଘର ଭିତରକୁ ଜଣେ ଡକାୟତ ପଶିଲା, ମୁହଁରେ ତା’ର ମୁଖା ବନ୍ଧା ହୋଇଛି । ହାତରେ ଲମ୍ବାଛୁରୀ ।

“ରାଜୁ ଆସିଲୁ କିରେ?” ଏହା କହି ବାମନସ୍ତ୍ରୀଟି ବାହାର ଘରକୁ ପଶି ଆସି ଡକାୟତକୁ ଦେଖି ଚିତ୍କାର କରି ଉଠିଲା । ସେହି ବ୍ୟକ୍ତିଟି ଛୁରା ନେଇ ବାମନସ୍ତ୍ରୀର ଗଳା ପାଖରେ ତାହା ରଖି କହିଲା, “ସାବଧାନ ପାଦେ ଆଗକୁ କେହି ଆସିବ ତ ଗଳା କାଟି ଦେବି ।”

ତା’ପରେ ବାମନଟି ତା’ ସ୍ତ୍ରୀକୁ ରକ୍ଷା କରିବାକୁ ଚେଷ୍ଟା କଲାନାହିଁ । ଡାକୁ ବାମନକୁ ଘରର ସବୁ ଜିନିଷ ବାନ୍ଧି ଦେବାକୁ କହିଲା, ବାମନ ବି ବାନ୍ଧି ଦେଲା । ତା’ପରେ ମୋତେ ସେ କହିଲା  ମୋ ମୁଦି ଓ ପଇସା ଦେଇ ଦେବାକୁ ମୁଁ ଅବାକ୍ ହୋଇ ବସିଥିଲି । ଛୁରା ଦେଖି ଭୟରେ ଦେଇଦେଲି । ଡାକୁ ସବୁ ନେଇ ବାହାର ପଟୁ କବାଟ ଦେଇ ଚାଲିଗଲା । ସେମାନଙ୍କର ଅବସ୍ଥା ଦେଖି ମୋର ଭାରି ଦୟା ହେଲା । ମୁଁ କବାଟ ନଖୋଲି ଥିଲେ ଏମାନଙ୍କର ଆଜି ଏ ଦଶା କେବେବି ହୋଇ ନଥା’ନ୍ତା । ତେଣୁ ମୁଁ ବହୁତ ଅନୁତାପ କଲି । ମୁଁ ନିଜ ଭୁଲ୍ ପାଇଁ ସେମାନଙ୍କୁ କ୍ଷମା ମାଗିବାକୁ ଯିବାବେଳେ, ବାମନ ଓଲଟା କହିଲା, “ଆପଣଙ୍କୁ ତ ନମସ୍କାର କରିବା ଉଚିତ୍ । ମୋ ସ୍ତ୍ରୀକୁ ଡାକୁ ଛୁରା ଦ୍ୱାରା ନିଜ କବଳରେ ରଖିବା ବେଳେ, ଆପଣ ଯଦି ସେ ଡାକୁକୁ ଆକ୍ରମଣ କରି ନଥା’ନ୍ତେ, ତେବେ ତ ସବୁ ସରି ଯାଇଥା’ନ୍ତା, ଆପଣ ବୁଦ୍ଧିମାନ ବୋଲି ସବୁ ସହିନେଲେ ଓଲଟା ଆପଣଙ୍କ ମୁଦି ଓ ପଇସା ସେ ନେଇ ଗଲା । ଆପଣଙ୍କ ପାଇଁ ମୋ ସ୍ତ୍ରୀ ବଂଚିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି ।”

ପରଦିନ ସକାଳୁ ମୁଁ ଘରକୁ ଫେରିଲି । ମୋ ମନ ଦୁଃଖ ହୋଇଥାଏ । ମୁଁ ସବୁକଥା ମୋ ମା’ଙ୍କୁ କହିଲି । ମା’ କହିଲେ, “ଏକଥା ସତ ଯେ ତୋ ପାଇଁ ସେମାନେ ଧନ ହରାଇଲେ ଓ କଷ୍ଟ ବି ସହିଲେ; ତୋତେ ବିପଦ ବେଳେ ସାହାଯ୍ୟ କରି ଘରେ ରଖିଲେ । ପୁଣି ତାଙ୍କର ଏପରି ଘଟିଲା । ତୋର ଅଜାଣତରେ ତାଙ୍କର ହଜାର ହଜାର ଟଙ୍କା ଗଲା । ତେଣୁ ତୋର କର୍ତ୍ତବ୍ୟ ହେଉଛି ତାଙ୍କୁ ହଜାରେ ଟଙ୍କା ଦେଇ ଆସ ।”

ମା’ଙ୍କ କଥା ଅନୁସାରେ ମୁଁ ହଜାର ଟଙ୍କା ନେଇ ଚାଲିଲି ସେଠି ପହଁଚି ଦେଖିଲି ବନ୍ୟା ନାହିଁ । ଯିଏ ଯୁଆଡେ ବ୍ୟବସାୟ କରିବାକୁ ବାହାରି ଯାଇଛନ୍ତି । କିନ୍ତୁ ମୁଁ ଦୂରରୁ ସ୍ତ୍ରୀ ବାମନକୁ ଦେଖି ଚମକି ପଡିଲି । ସେଦିନର ଡକାୟତ ତାଙ୍କ ଘର ପାଖରେ ଠିଆ ହୋଇ ସେହି ସ୍ତ୍ରୀବାମନ ସହିତ କଥା ହେଉଛି । ମୁଁ ଦୂରରୁ ଦେଖି ଗୋଟିଏ ଗଛ ପଛପଟେ ଲୁଚିପଡିଲି । ତା’ପରେ ସେହି ଡକାୟତର କାନରେ ସେହି ବାମନସ୍ତ୍ରୀ କିଛି କହିଲା ଓ ଭିତରକୁ ଚାଲିଗଲା । ଏଥର ମୁଁ ବୁଝିଗଲି କି ସେ ଲୋକ ପ୍ରକୃତ ଡକାୟତ ନୁହେଁ । ଏମାନେ ଏପରି ନାଟକ କରି ପଥିକ ମାନଙ୍କଠାରୁ ଟଙ୍କା ଲୁଟି ନେଉଛନ୍ତି । ମୁଁ ସେମାନଙ୍କୁ ଶିକ୍ଷା ଦେବାକୁ ଠିକ୍ କଲି । ତା’ପରେ ମୁଁ ସେହି ଠକ ଡାକୁକୁ ପଛରୁ ପାହାରେ ଦେଲି, ସେ କିଛି କଥା ନକହି ପଡିଗଲା । ମୁଁ ତା’ର ମୁଖା ପିନ୍ଧି ଯାଇ ଦରଜା ବାଡେଇଲି ଓ କହିଲି, “ଖୋଲ କବାଟ, ମୁଁ ରାଜୁ ।”

ଖୁବ୍ ଦାମିକା ଲୁଗା ପିନ୍ଧିଥିବା ଷାଠିଏ ବର୍ଷର ଜଣେ ପତଳା ଲୋକ ଆସି କବାଟ ଖୋଲି କହିଲା, “ରାଜୁ, ତୁମର ଦିଦି ତୁମକୁ ଅପେକ୍ଷା କରି ବସିଛନ୍ତି । ଭିତରକୁ ଆସ ।” ମୁଁ ଭିତରକୁ ଗଲି । ମୋତେ ସେ ଦେଖିବାମାତ୍ରେ ଭୟରେ ଅଚେତା ହୋଇ ପଡିଗଲା । ବିଚାରା ସେ ପୂର୍ବ ରାତ୍ରିରେ ସେଠାରେ ଆଶ୍ରୟ ନେଇଥିଲା । ବାମନସ୍ତ୍ରୀ ଏସବୁ ଜାଣି ନଥିଲା, ବାହାରକୁ ଆସି ସେ କହିଲା, “ମୋ ଭାଇ ରାଜୁ ଆସିଲାଣି” । ମୋତେ ଦେଖି ସେ ଚିତ୍କାର କଲା ।

ମୁଁ ତା’ ଗଳାରେ ଛୁରା ରଖି କହିଲି, “ମନେହୁଏ, ତୁମ ସ୍ୱାମୀ ଘରେ ନାହାଁନ୍ତି ।” ତା’ପରେ ତା’ର ଗଳାର ହାର ଓ ଅନ୍ୟାନ୍ୟ ପଇସା ପତ୍ର ସବୁ ଗୋଟିଏ ଗଣ୍ଠିଲି କରି ବାନ୍ଧିବାକୁ କହିଲି । ଏବଂ ତାକୁ ଭିତର ଘରେ ରଖି ବାହାରୁ କବାଟ ଦେଇ ଆସିଲି । ତା’ପରେ ମୁଁ ବାମନ ସ୍ୱାମୀସ୍ତ୍ରୀଙ୍କ ପାଖକୁ ଚିଠିଟିଏ ଲେଖିଲି ।” ତହିଁରେ ଲେଖାଥିଲା – “ତୁମମାନଙ୍କ ବୁଦ୍ଧି ତୁମରି ଚେହେରାର ଅନୁରୂପ । ଚୋରୀ କରିବା ମହାପାପ । ଦେହରେ କୌଣସି ଆଘାତ ଯୋଗୁଁ ଚିହ୍ନ ଥିଲେ ତାକୁ ଲିଭାଇ ଦେଇ ହେବ, କିନ୍ତୁ ଚୋରୀର କଳଙ୍କ ଥରେ ଲାଗିଲେ ତାକୁ ଲିଭାଇବା ବଡ କଷ୍ଟ । ଯାତ୍ରୀମାନଙ୍କୁ ଠକେଇ ଏପରି ରୋଜଗାର କରିବା ଯୋଗୁଁ ମୁଁ ତୁମକୁ ରାଜାଙ୍କ ପାଖରେ ଧରାଇ ଦେଇଥା’ନ୍ତି । ତୁମେ ମଧ୍ୟ କଠିନ ଦଣ୍ଡ ପାଇଥା’ନ୍ତ । କିନ୍ତୁ ତୁମର ରୂପ ଦେଖି ତୁମ ପ୍ରତି ମୋର କ୍ରୋଧ ନୁହେଁ ବରଂ ଦୟା ଆସୁଛି । ତୁମ ଦୁହିଁଙ୍କୁ ମୁଁ ପୁଣି ଥରେ ଆଉ ଏକ ସୁଯୋଗ ଦେଉଛି । ତୁମ ଘର ଚାରିପାଖରେ ଅନେକ ଅନାବାଦୀ ଯାଗା ପଡିଛି । ସେସବୁ ଆବାଦ କରି ଫୁଲଫଳ ଓ ପରିବା ଗଛ ଲଗାଇ ନିଜେ ରୋଜଗାର କରି ଖାଅ, ଦେଖିବ ତମେ ତମ ଜୀବନ ଶାନ୍ତିରେ କଟାଇବ । ତୁମ ଘରୁ ଲୁଟି ନେଇଥିବା ଧନ ମୁଁ କୌଣସି ଅନାଥାଶ୍ରମକୁ ଦେଇଦେବି ।”

କାଳୀପଦ ତା’ ସ୍ତ୍ରୀକୁ ସମସ୍ତ ଘଟଣା ଶୁଣାଇ ସାରି କହିଲା, “ଏବେ ଦେଖ ବାମନ ସ୍ୱାମୀସ୍ତ୍ରୀ ଦୁହେଁ କି ସୁନ୍ଦର ବଗିଚା ତିଆରି କରିଛନ୍ତି । ମନେହୁଏ ଚୋରୀ କାମ ଛାଡି ନିଜେ ପରିଶ୍ରମ କରି ଆତ୍ମ ସମ୍ମାନର ସହିତ ଜୀବନ ବିତାଉଛନ୍ତି; ଏହାକୁ ଦେଖି ମୁଁ ମଧ୍ୟ ସନ୍ତୋଷ ଲାଭ କଲି, ସେଥିପାଇଁ ହସିଲି ।”

ମାଳତୀ ଖୁସି ହୋଇ କହିଲା, “ତମେ କେବଳ ବୁଦ୍ଧିମାନ ନୁହଁ ସାହସୀ ମଧ୍ୟ । ଆଉ କେବେ ଏଆଡକୁ ଆସିଲେ ସେମାନଙ୍କୁ ଭେଟି ସେମାନଙ୍କୁ ପ୍ରଶଂସା କରିବାକୁ ହେବ ।”

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...