ଦସ୍ୟୁ ରାଜକୁମାର

ଶଙ୍କରବର୍ମା ସେଦିନ ବହୁ ବିଳମ୍ବରେ ନୈଶାହାର କରିସାରି ଶୟନ କକ୍ଷକୁ ଯାଉଥିଲେ । ହଠାତ୍ ସେ ଶୁଣିଲେ,

                “ବାବୁ!”

ଏହା ଶୁଣି ସେ ଚମକି ପଡିଲେ । ଏ କଣ୍ଠସ୍ୱର ତାଙ୍କର ସୁପରିଚିତ । ସେ ଏଣେ ତେଣେ ଅନାଇବାରୁ ଶୁଆ ଆସି ତାଙ୍କ କାନ୍ଧରେ ବସିଗଲା ।

                ଶୁଆ କହିଲା “ବାବୁ!”

                ଶଙ୍କରବର୍ମା କହିଲେ “ଆରେ ମଲ୍ଲି! କ’ଣ କହୁଛୁ?”

                ଶୁଆ କହିଲା “ବାବା!”

“ସତେ?” ଶଙ୍କରବର୍ମା ତା’କଥା ଶୁଣି ବିସ୍ମିତ ହେବା ସଙ୍ଗେ ସଙ୍ଗେ ଆନନ୍ଦିତ ମଧ୍ୟ ହେଲେ । ସେ ତତ୍କ୍ଷଣାତ୍ ତାଙ୍କ ଦୁର୍ଗର ଦ୍ୱାର ଖୋଲି ରଖିବା ନିମନ୍ତେ ଦ୍ୱାରରକ୍ଷୀମାନଙ୍କୁ ନିର୍ଦ୍ଧେଶ ଦେଲେ । ଏଠାରେ ପାଠକମାନଙ୍କୁ ଜଣାଇ ଦିଆ ଯାଉଛି ଯେ, ସନ୍ନ୍ୟାସୀ ସର୍ଦ୍ଦାର ଶଙ୍କରବର୍ମାଙ୍କୁ ବାବୁ ବୋଲି ଡାକୁଥାନ୍ତି । ସର୍ଦ୍ଦାର ସନ୍ନ୍ୟାସୀଙ୍କୁ ବାବା ବୋଲି ଡାକୁଥାନ୍ତି । ଶୁଆ ଏ ଯୋଡିକ ମାତ୍ର ଶବ୍ଦ ଉଚ୍ଚାରଣ କରି ନିଜ କର୍ତ୍ତବ୍ୟ କରିଦେଲା ।

ଶଙ୍କରବର୍ମା ଦୁର୍ଗ ବାହାରକୁ ଆସିଲେ । ଚାହୁଁ ଚାହୁଁ ଧୂଳି ଧୂଳି ବର୍ଷା ଓ ଅନ୍ଧକାର ଭିତରୁ ସନ୍ନ୍ୟାସୀ ଦୟାନନ୍ଦ ଫୁଟି ଦେଖାଗଲେ । ସର୍ଦ୍ଦାର ତାଙ୍କୁ ପ୍ରଣିପାତ କଲେ ଓ କହିଲେ, “ବାବା! ଆପଣଙ୍କର ଏତେ କଷ୍ଟ କରିବା କ’ଣ ଦରକାର ଥିଲା? ଆପଣ ମଲ୍ଲିକୁ ପଠାଇ ଦେଇଥିଲେ ତ ମୁଁ ଯାଇ ଆପଣଙ୍କ ପାଖରେ ପହଁଚି ଯାଇଥାନ୍ତି ।”

ସର୍ଦ୍ଦାରଙ୍କ ସାଥିରେ ଦୁର୍ଗ ଭିତରକୁ ଯାଉଁ ଯାଉଁ ସନ୍ନ୍ୟାସୀ କହିଲେ, “ମୁଁ ସେଇଆ କରିପାରିଥାନ୍ତି । କିନ୍ତୁ ତମେ ବଣ ଭିତରକୁ ଗଲେ ଯେତେଲୋକ ସେକଥା ଜାଣିବେ, ମୁଁ ଏତେବେଳେ ଏଠାକୁ ଆସିଲେ ସେତେଲୋକ ଜାଣିବେ ନାହିଁ ।”

ଏଥିରୁ ସେ ସର୍ଦ୍ଦାର ବୁଝିଲେ ଯେ ଗୁରୁ ତାଙ୍କୁ ଅତ୍ୟନ୍ତ ଗୋପନରେ କିଛି କହିବାକୁ ଚାହାଁନ୍ତି । ସର୍ଦ୍ଦାର ସନ୍ନ୍ୟାସୀଙ୍କୁ ନୂଆ ଲୁଗା ଆଣିଦେଲେ ଓ ତାଙ୍କୁ ଗରମ ଦୁଧ ପିଇବାକୁ ଦେଲେ । ତା’ପରେ ସେ ଦୁହେଁ ଗୋଟାଏ ଭିତ୍ତିରିଆ କୋଠରୀରେ ଯାଇ ବସିଲେ ।

ସନ୍ନ୍ୟାସୀ ପଚାରିଲେ “ବାବୁ! ମୁଁ ଶୁଣୁଛି ତମେ ଖୁବ୍ ଉତ୍କଣ୍ଠା ଅନୁଭବ କରୁଛ! ଏହା କ’ଣ ସତ୍ୟ?”

ସର୍ଦ୍ଦାର କହିଲେ “ସତ ବାବା! ମୁଁ ଆପଣଙ୍କୁ ଭେଟିବାକୁ ଯାଇଥାନ୍ତି ।”

ସନ୍ନ୍ୟାସୀ ପଚାରିଲେ “ଶାନ୍ତିପୁରର ଘଟଣା ପାଇଁ କ’ଣ ତମେ ଉତ୍କଣ୍ଠିତ?”

ସର୍ଦ୍ଦାର କହିଲେ “ଠିକ୍ । ଶାନ୍ତିପୁରର ମହତ୍ ରାଜବଂଶର ଅନ୍ତ ହୋଇଗଲା । ବୀରସିଂହର ଅନ୍ୟାୟ ଅତ୍ୟାଚାରର ବିବରଣୀ ମୁଁ ସବୁଦିନେ ଶୁଣିବାକୁ ପାଉଛି । କେଉଁଦିନ ଯେ ତା’ର ଲୋଭାତୁର ଆଖି ମୋ ମୁଲକ ଉପରେ ପଡିବ, ସେକଥା କିଏ ଜାଣେ!”

ସବୁକଥା ଶୁଣି ସନ୍ନ୍ୟାସୀ ଧୀର କଣ୍ଠରେ କହିଲେ “ବାବୁ! ଶାନ୍ତିପୁରର ମହତ୍ ରାଜବଂଶର ଅନ୍ତ ହୋଇନାହିଁ ।” ତା’ପରେ ସେ ନିଜ ହାତମୁଠା ଖୋଲି ଦେଖାଇଲେ । ତହିଁ ଭିତରେ ଗୋଟିଏ ସୁନାହାର ଥିଲା–ସେଥିରେ ଏକ ପଦକ ଲାଗିଥିଲା । ସେ ପଦକ ଉପରେ ଶାନ୍ତିପୁର ରାଜବଂଶର ପ୍ରତୀକ ଅଙ୍କିତ ଥିଲା ।

ସର୍ଦ୍ଦାର ଶଙ୍କରବର୍ମା ସେ ହାରଟିକୁ ନେଇ ଦେଖିଲେ । ଏହାପରେ ତାଙ୍କ ମୁହଁରେ ଆନନ୍ଦ ଫୁଟି ଉଠିଲା । ସେ ପଚାରିଲେ “ବାବା! ହାରର ଆକାରରୁ ବୁଝି ହେଉଛି ଯେ ଏହା ଶାନ୍ତିପୁରର ଶିଶୁ ରାଜକୁମାରଙ୍କ କଣ୍ଠରେ ଥିଲା । ମାତ୍ର ଏହା କିପରି ଆପଣଙ୍କ ପାଖକୁ ଆସିଲା?”

ତହୁଁ ସନ୍ନ୍ୟାସୀ କହିଲେ “ବାବୁ! ଏହାର ମାଲିକ ସମେତ ଏହା ମୋ ପାଖକୁ ଆସିଗଲା! ଶିଶୁ ରାଜକୁମାର ଏବେ ମୋ ପାଖରେ ।”

ସର୍ଦ୍ଦାର ଶଙ୍କରବର୍ମା କହିଲେ “କେତେ ଆନନ୍ଦର କଥା! ବାବା! ମୁଁ ସେ ଶିଶୁର ଦାୟିତ୍ୱ ନେବାକୁ ପ୍ରସ୍ତୁତ ।”

ସନ୍ନ୍ୟାସୀ ଚିନ୍ତିତ ଭାବରେ କହିଲେ “ମୁଁ ଜାଣେ । ମାତ୍ର ତାହାଦ୍ୱାରା ଶିଶୁର ଓ ତମର ମଙ୍ଗଳ ହେବ କି ନା ତାହା ମୁଁ ଜାଣେ ନା ।”

ଏକଥା ଶୁଣି ସେ ସର୍ଦ୍ଦାର ଚୁପ୍ ରହିଲେ । ମାତ୍ର ମୁହୂର୍ତ୍ତକ ପରେ ସେ ପୁଣି କହିଲେ, “ବାବା! ମୁଁ ଭାବି ଦେଖୁଛି, ତାହା ଆମ ଉଭୟଙ୍କ ପାଇଁ କ୍ଷତିକାରକ ହୋଇପାରେ । କାହିଁକିନା ବୀରସିଂହର ଗୁପ୍ତଚର ଆଖପାଖ ସବୁ ଅଂଚଳରେ ବ୍ୟାପି ରହିଥିବେ । ଶିଶୁ ରାଜକୁମାରଙ୍କୁ ତ ଆଉ ଚାବି ପକାଇ କେଉଁଠି ରଖି ହେବନାହିଁ!”

ତହୁଁ ସନ୍ନ୍ୟାସୀ କହିଲେ “ଠିକ୍ । ବରଂ ସେ ବଣରେ ହିଁ ବଢୁଥାଉ । କିନ୍ତୁ ତମେ ଏହି ସନ୍ତକଟି ଚାବି ପକାଇ ରଖ । ଶିଶୁ ଏ ପରିଚୟ ବେକରେ ପକାଇ ବୁଲିବା ମୋଟେ ଉଚିତ୍ ହେବ ନାହିଁ ।”

ସର୍ଦ୍ଦାର କହିଲେ “ଆପଣଙ୍କ ଆଦେଶ ଶିରୋଧାର୍ଯ୍ୟ । ବାବା, ଆଉ କିଛି ମୋର କରିବାର ଅଛି?”

ତା’ପରେ ସନ୍ନ୍ୟାସୀ କହିଲେ “ଅଛି । କିନ୍ତୁ ଅପେକ୍ଷା କର । ସୁମେଧ ରାଜ୍ୟର ପ୍ରଜାଙ୍କର ଦୁଃଖ ଦୁର୍ଦ୍ଦଶା ଦୂର କରିବା ନିମନ୍ତେ ଆମକୁ ଯଥାସାଧ୍ୟ ବ୍ୟବସ୍ଥା କରିବାକୁ ହେବ ।”

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ଗପ ସାରଣୀ

ନୂଆ ତାଲିକାଭୁକ୍ତ ଗପ