ଧର୍ମ ସହିବ ନାହଁ

ଭାରତରେ ଆଉ ଗୋଟିଏ ବଡ ରାଜ୍ୟ ଥିଲା ସେ ରାଜ୍ୟର ନାମ ସୁବର୍ଣ୍ଣ ନଗର । ସେହି ରାଜ୍ୟରେ ଯେ ରାଜା ଥିଲେ ତାଙ୍କର ନାମ ଅନଙ୍ଗ ଉଦୟ । ଦିନେ ରାଜାଙ୍କର କୋଷ୍ଠି ଗଣନାରୁ ପଣ୍ଡିତେ କହିଲେ ଯେ ଭୃଗୁଙ୍କ ପୋଥି ଅନୁସାରେ ଆମର ଛାମୁ ପୂର୍ବ ଜନ୍ମରେ ଜଣେ ଖୁବ୍ ବଡ ଧନୀ ସୌଦାଗର ଥିଲେ । ତାଙ୍କର ସ୍ତ୍ରୀଙ୍କର ନାମ କେଶରୀ । କେଶରୀ ଦେଖିବା ଲାଗି ଅନିନ୍ଦ୍ୟ ସୁନ୍ଦରୀ, ବୟସ ପଚିଶରୁ ତିରିଶ ମଧ୍ୟରେ ହେଲେ ମଧ୍ୟ ଦେଖିବାର ଲୋକମାନେ କହିବେ ହଁ ରାଣୀଙ୍କର ବୟସ ଖୁବ୍ କମ୍ ହେବ କଂଚା ବୟସର ଝିଅ । କଅଁଳ ଗୌରବର୍ଣ୍ଣର ଚର୍ମ । ଯାହା ହେଉ ଝିଅର ଭାଗ୍ୟ ଭଲ । ତା’ ଭାଗ୍ୟରେ କେତେ ବଡ ଘାଗର ମିଳିଛି ।

                ଦିନେ ଅନଙ୍ଗ ଉଦୟ ସୌଦାଗର ବଣିଜ ବେପାର କରିବା ନିମନ୍ତେ ବିଦେଶକୁ ବାହାରି ଗଲେ । ସ୍ୱାମୀ ଯେତେ ବେଳେ ବେପାର ବଣିଜ କରିବା ନିମନ୍ତେ ବାହାର ବିଦେଶ ଯାଉଛନ୍ତି ସ୍ତ୍ରୀ ହିସାବରେ କେଶରୀ ନିଜ ପୁରରେ ରହିବାକୁ ବାଧ୍ୟ ହେଲେ ।

                ସ୍ୱାମୀ ସୌଦାଗର ଅନଙ୍ଗ ଉଦୟଙ୍କୁ ଛାଡି ଦେଲେ କେଶରୀଙ୍କର ସେ ଘରେ ଆଉ ଆପଣାର ବୋଲି କେହି ନଥିଲେ । ଶାଶୁ ନଥିଲେ କି ଶଶୁର ନଥିଲେ । ଦିଅର ନଥିଲେ କି ନଣନ୍ଦ ନଥିଲେ ।

                ଘରକୁ ଏକା କେଶରୀ, ସୌଦାଗର କେଶରୀର ସୁବିଧା ନିମନ୍ତେ ଘରେ ଜଣେ ରୋଷେୟାକୁ ନିଯୁକ୍ତି କରି ଦେଇ ଗଲେ ।

                ସେ ରୋଷେୟା ପୂଜାରୀର ନାମ ମଦନ ସୁନ୍ଦର, ମଦନ ସୁନ୍ଦରର ସେତେ ବେଳକୁ ଯୁବକ ବୟସ । ବଳିଲା ବଳିଲା ହାତ, ଗୋଡ, ଖୁବ୍ ସୁନ୍ଦର ମୁଖ ପୁଣି ଗୌରବର୍ଣ୍ଣ । ସେ ସିନା ଗରୀବ ଘରେ ଜନ୍ମ ହୋଇ ଥିବାରୁ ଏମିତି ତାକୁ ପର ଘରେ ମୁଣ୍ଡ ଗୁଂଜି ନିଜର ପେଟ ପୋଷିବାକୁ ପଡିଲା । ତାହା ନହେଲେ ମଦନ ସୁନ୍ଦରର ରୂପକୁ ଦେଖିଲେ ସ୍ୱର୍ଗର ଦେବ କନ୍ୟା ମାନେ ମଧ୍ୟ ମଦନ ସୁନ୍ଦର ରୂପରେ ମୋହିତ ହୋଇ ଯିବେ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

loading...