ଧୂସର ଦୁର୍ଗ

ଥତାନ୍ତ୍ରିକ ଶଂଖୁ ରହୁଥିବା ନିର୍ଜନ ଅଂଚଳରେ ଚନ୍ଦ୍ରବର୍ମାଙ୍କ ସହ ହଠାତ୍ କାପାଳିନୀର ସାକ୍ଷାତ୍

                ହେଲା । ଶଂଖୁକୁ ଦମନ କରିବାର ଉପାୟ ଉଭୟେ ଚିନ୍ତା କଲେ । ସୂର୍ଯ୍ୟୋଦୟ ବେଳେ ଗୋଟିଏ

                ପାହାଡ ଉପରେ ଥିବା ଯେଉଁ ଶିଳା ଉପରେ ଠିଆ ହୋଇ ଶଂଖୁ ମନ୍ତ୍ର ପଢୁଥାଏ, ସେହି ଶିଳା

ଦେହରେ ଦଉଡି ବାନ୍ଧି ରଖାଗଲା । ଶଂଖୁ ଆସି ତାହା ଉପରେ ଠିଆ ହେବା ମାତ୍ରେ ଦଉଡି ଝିଙ୍କି ଦିଆଗଲା । ତା’ପରେ…

ତାନ୍ତ୍ରିକ ଶଂଖୁ “ସର୍ବନାଶ! ସର୍ବନାଶ!” ବୋଲି ଚିତ୍କାର କରି ନିଜ ମନ୍ତ୍ରଦଣ୍ଡକୁ ନିଜ ମନ୍ତ୍ର-ଗୃହ ଆଡେ ଫିଙ୍ଗି ଦେଲା । ମନ୍ତ୍ର-ଗୃହ ଭୀଷଣ ଶବ୍ଦ କରି ଶୂନ୍ୟକୁ ଡେଇଁ ପଡି ଉଡିଗଲା । ସେ ଦୃଶ୍ୟ ଦେଖିବା ମାତ୍ରେ  କାପାଳିନୀର ଚେତା ବୁଡିଗଲା । ଚନ୍ଦ୍ରବର୍ମା ସେ ଆଶ୍ଚର୍ଯ୍ୟ ଘଟଣା ଦେଖି କାବା ହୋଇଗଲେ । ଚାହୁଁ ଚାହୁଁ ମନ୍ତ୍ର-ଗୃହ ଯାଇ ସରୋବରରେ ପଡିଲା । କାପାଳିନୀର ପୁଣି ଚେତା ଫେରି ଆସିଲା । ତା’ପରେ ସେ ଧିରେ ଧିରେ ଆଖି ଖୋଲିଲା । ସେତେବେଳକୁ ଯାଇ ଚନ୍ଦ୍ରବର୍ମା ତା’ ବିଷୟରେ ସଚେତ ହେଲେ । କାପାଳିନୀ ଉଠି ବସିବାର ଚେଷ୍ଟା କରି ନିରସ କଣ୍ଠରେ କହିଲା, “ଚନ୍ଦ୍ରବର୍ମା!”

ଚନ୍ଦ୍ରବର୍ମାଙ୍କ ଏକାଗ୍ରତା ଭଙ୍ଗ ହେଲା । ସେ ଦେଖିଲେ ପଥର ଦେହରେ ଭରା ଦେଇ କାପାଳିନୀ କୌଣସି ମତେ ଉଠି ଠିଆ ହେବାର ଚେଷ୍ଟା କରୁଛି । ସେ ତାକୁ ଉଠି ଠିଆ ହେବାରେ ସାହାଯ୍ୟ କଲେ ।

କାପାଳିନୀକୁ ପାଖରେ ପାଇ ଚନ୍ଦ୍ରବର୍ମା ଟିକେ ଆଶ୍ୱସ୍ତ ହେଲେ । ଶଂଖୁକୁ ତଳେ ପକାଇବା ଯୋଜନାରେ ବ୍ୟସ୍ତ ରହି କାପାଳିନୀର ଅବସ୍ଥା କିପରି ଅଛି ସେ ବିଷୟରେ ଚିନ୍ତା କରିବାକୁ ସେ ସମୟ ପାଇ ନଥିଲେ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ଗପ ସାରଣୀ

ନୂଆ ତାଲିକାଭୁକ୍ତ ଗପ