ନ୍ୟାୟ ବିଚାରର ସିଂହାସନ

ସୁପ୍ରାଚୀନ ନଗରୀ ଉଜ୍ଜୟିନୀକୁ ଲାଗି ଗୋଟାଏ ବିସ୍ତୃତ ପାହାଡିଆ ଅଂଚଳ ଥିଲା । ଦିନେ ସେଠାରେ ଦଳେ ପିଲା ଖେଳୁଥିଲେ । ସେମାନଙ୍କ ଭିତରୁ ଗୋଟିଏ ପିଲା ହଠାତ୍ ଗୋଟାଏ ଛୋଟ ପାହାଡ ଉପରକୁ ଉଠିଗଲା । ତା’ ଗୋଡରେ କ’ଣ ବାଜିବାରୁ ସେ ତଳକୁ ଅନାଇ ଦେଖିଲା, ପାହାଡ ମୁଣ୍ଡରେ ମସୃଣ ଚାରିକୋଣିଆ ପଥରଟିଏ । ପିଲାଟି ତା’ ସାଥିମାନଙ୍କୁ ଡାକିଆଣି ସେହି ପଥର ଚେକା ଖଣ୍ଡିକ ଦେଖାଇଲା । ତା’ପରେ ସେହି ପଥର ଉପରେ ସେ ବସିପଡି କହିଲା, “ମୁଁ ହେଲି ରାଜା । ଆଉ ତୁମେମାନେ ହେଉଛ ମୋର ପାରିଷଦ । ତମମାନଙ୍କର କୌଣସି ଗୁହାରି ଥିଲେ ତାହା ମୋତେ ଜଣାଇ ପାର । ମୁଁ ତା’ର ଉପଯୁକ୍ତ ବିଚାର କରିବି ।”

                ପିଲାମାନଙ୍କୁ ଏହା ବେଶ୍ ମଜା ଲାଗିଲା । ସେମାନେ ଜଣ ଜଣ ହୋଇ ସେମାନଙ୍କ ମିଛ ଗୁହାରିମାନ ଜଣାଇଲେ । ନିଜ ନିଜ ସପକ୍ଷରେ ସେମାନେ ସାକ୍ଷୀ ବି ଦିଆଇଲେ । ରଜା ପିଲା ପ୍ରତି ଗୁହାରି ଉପରେ ତା’ର ରାୟ ଶୁଣାଇଲା ।

                ସେଦିନ ସମସ୍ତେ ଏ ନୂଆ ଖେଳକୁ ଭାରି ପସନ୍ଦ କଲେ । ତେଣିକି ସବୁଦିନେ ସେମାନେ ସେଇ ଖେଳ ଖେଳିଲେ । ମିଛ ଗୁହାରିମାନ ଭଣିତା କରାହୁଏ, ମିଛ ଦୋଷୀମାନଙ୍କୁ ହାଜର କରାହୁଏ, ଜେରା ଚାଲେ, ଆଉ ଶେଷରେ ପଥର ଖଣ୍ଡିକ ଉପରେ ବସି ସେଇ ପିଲାଟି ସବୁଦିନେ ରାୟ ଦିଏ ।

                କ୍ରମେ ସେ ପିଲାଟିର ବିଚକ୍ଷଣ ବିଚାର କଥା ବିଜୁଳି ବେଗରେ ଚାରିଆଡେ ବ୍ୟାପିଗଲା । ଲୋକେ କୁହାକୁହି ହେଲେ “ପିଲାଟିର କିଛି ଅଦ୍ଭୁତ କ୍ଷମତା ଅଛି” ।

                ଦିନେ ଦୁଇଜଣ କୃଷକଙ୍କ ମଧ୍ୟରେ ଖଣ୍ଡିଏ ଜମିର ମାଲିକାନାକୁ ନେଇ ଖୁବ୍ ଝଗଡା ହେଲା । ରାଜାଙ୍କ ପାଖକୁ ନ ଯାଇ ସେ ଦୁଇଜଣ କୃଷକ ସେଇ ପାହାଡ ଉପରକୁ ଯାଇ ସେଇ ପିଲା ଆଗରେ ନିଜ ନିଜର ଗୁହାରି କହିଲେ । ପିଲାଟି ସବୁ ଶୁଣି ଏଭଳି ନିରପେକ୍ଷ ରାୟ ଶୁଣାଇଲା ଯେ ସେଥିରେ ସେ କୃଷକ ଦୁଇଜଣ ଓ ସାଥିରେ ଥିବା ଲୋକେ ତଟସ୍ଥ ହୋଇଗଲେ ।

ସେହିଦିନଠାରୁ ସହରର ଲୋକେ ସେମାନଙ୍କ ସବୁ ବାଦ ବିବାଦମାନ ଆଣି ସେଇ ପିଲା ଆଗରେ ଆସି କହିବାକୁ ଲାଗିଲେ । ଫଳରେ ରାଜାଙ୍କ ଦରବାରକୁ ଆଉ କେହି ହେଲେବି ଗଲେନାହିଁ । ପିଲାଟିର ରାୟରେ କେହି କେବେବି ଅସନ୍ତୁଷ୍ଟ ହେବାର ଦେଖାଗଲା ନାହିଁ ।

ଏକଥା ଯାଇ ରାଜାଙ୍କ କାନରେ ପଡିଲା । ରାଜା ଯେତିକି ଆଶ୍ଚର୍ଯ୍ୟ ହେଲେ, ସେତିକି କୃଦ୍ଧ ବି ହେଲେ । ସେ କହିଲେ, “କିଏ ସେ ଟୋକା ଯିଏକି ମୋଠାରୁ ବି ଭଲ ବିଚାର କରୁଛି ବୋଲି ଲୋକେ କହୁଛନ୍ତି? ମୋର କାହିଁ ବିଶ୍ୱାସ ହେଉ ନାହିଁ । ମୁଁ ନିଜେ ଯାଇ ଦେଖିବି ।”

ରାଜା ତାଙ୍କ ଦେହରକ୍ଷୀ ଓ ପାତ୍ର ଅମାତ୍ୟଙ୍କ ସହିତ ସେ ପାହାଡ ପାଖକୁ ଯାଇ କିଛି ସମୟ ପର୍ଯ୍ୟନ୍ତ ସବୁ କଥା ଲକ୍ଷ୍ୟ କଲେ । ସେ ସେଠାରେ ଯାହା କିଛିବି ଦେଖିଲେ ଓ ଶୁଣିଲେ, ସେଥିରେ ସେ ନିଜେ ମୁଗ୍ଧ ଓ ବିସ୍ମିତ ହେଲେ ।

ସେ ତାଙ୍କ ମନ୍ତ୍ରୀମାନଙ୍କ ଆଡକୁ ଅନାଇ କହିଲେ, “ପିଲାଟି ବାସ୍ତବିକ ବଡ ଜ୍ଞାନୀ, ଏଥିରେ ମୋର କୌଣସି ସନ୍ଦେହ ନାହିଁ । ଏଡେ ଛୋଟ ପିଲାଟିଏ ଠାରୁ ଏଭଳି ବିଚାର ବୁଦ୍ଧି ମୁଁ କେବେବି ଆଶା କରି ନଥିଲି । କେତେ ପଣ୍ଡିତ ତା’ ପାଖରେ ହାରିଯିବେ ।”

ଲୋକେ ରାଜାଙ୍କୁ କହିଲେ, “ହଜୁର୍! ଯେଉଁପିଲାଟି ସବୁଦିନ ବିଚାର କରେ, ଇଏ ସେ ପିଲା ନୁହେଁ । ସେ ପିଲାଟି ଅସୁସ୍ଥ ହୋଇଥିବାରୁ ଆଉ ଜଣେ ପିଲା ଆଜି ତା’ ଆସନରେ ବସି ବିଚାର କରୁଛି ।”

ରାଜା କହିଲେ “ସତେ? ଇଏତ ବଡ ଆଶ୍ଚର୍ଯ୍ୟଜନକ ବ୍ୟାପାର! ସେଇ ପଥର ଖଣ୍ଡିକ ପରୀକ୍ଷା କରି ଦେଖାଯାଉ । ହୁଏତ ସେ ପଥରର କିଛିଟା ଯାଦୁକରି ଶକ୍ତି ଅଛି ।”

ତା’ପରେ ରାଜା ସେ ପଥର ଖଣ୍ଡିକୁ ଖୋଳି ବାହାର କରିବା ପାଇଁ ଆଦେଶ ଦେଲେ । ଖୋଳିବା ବେଳକୁ ଦେଖାଗଲା, ତାହା ଏକ ସୁନ୍ଦର ସିଂହାସନ । ତା’ର ଚାରି ଗୋଡରେ ଚାରିଗୋଟି ପରୀଙ୍କ ଚେହେରା ଖୋଦାଇ କରା ହୋଇଥିଲା । ଜଣେ ପଣ୍ଡିତ କହିଲେ ଯେ ସେ ସିଂହାସନଟି ଶହ ଶହ ବର୍ଷ ତଳର । ନ୍ୟାୟ ବିଚାର ଓ ବିଜ୍ଞ ରାୟ ପାଇଁ ପ୍ରସିଦ୍ଧ ରାଜା ବିକ୍ରମାଦିତ୍ୟ ସେ ସିଂହାସନରେ ବସି ବିଚାର କରୁଥିଲେ ।

ରାଜା ସିଂହାସନଟିକୁ ଉଆସକୁ ନେଇଯାଇ ତାଙ୍କ ଦରବାରରେ ସ୍ଥାପନ କରିବାକୁ ଆଦେଶ ଦେଲେ । ସେ କହିଲେ, “ଯେତେବେଳେ ମୋତେ କୌଣସି ବିଷୟ ବିଚାର କରି ରାୟ ଦେବାକୁ ପଡିବ, ମୁଁ ସେତେବେଳେ ଏହି ସିଂହାସନରେ ବସି ତାହା କରିବି ।”

ପରଦିନ ରାଜା ତାଙ୍କର ଲୋକାରଣ୍ୟ ଦରବାର ଭିତରେ ସେହି ସିଂହାସନଟି ଆରୋହଣ କରିବାକୁ ଯାଉଛନ୍ତି, ଠିକ୍ ଏହି ସମୟରେ ସେ ହଠାତ୍ ଏକ ବଜ୍ରଗମ୍ଭୀର ନିର୍ଦେଶ ଶୁଣିଲେ, “ରୁହ ।”

ରାଜା ରହିଯାଇ ଚାରିଆଡକୁ ଅନାଇଲେ । ସେ ଅଚିରେ ବୁଝି ପାରିଲେ ଯେ ତାଙ୍କୁ କୌଣସି ମଣିଷ ସେ ନିର୍ଦେଶ ଦେଇ ନାହାଁନ୍ତି । ସିଂହାସନର ଚାରି ଗୋଡରେ ଖୋଦାଇ ହୋଇଥିବା ମୂର୍ତ୍ତିମାନଙ୍କ ମଧ୍ୟରୁ ଜଣେ ସେ ନିର୍ଦେଶ ଦେଇଥିଲା ।

ମୂର୍ତ୍ତିଟି କହିଲା, “ତୁମେ ଏ ସିଂହାସନରେ ବସିବାକୁ ଠିକ୍ ଯୋଗ୍ୟ ତ? ତୁମେ କ’ଣ ଏକଥା କହି ପାରିବ ଯେ ତୁମେ ତୁମ ଜୀବନରେ କେବେବି କୌଣସି ଜିନିଷ ଆତ୍ମସାତ୍ କରି ନାହଁ ବୋଲି?”

ଏହା ଶୁଣି ରାଜାଙ୍କ ମୁଣ୍ଡ ହଠାତ୍ ଲଜ୍ଜାରେ ତଳକୁ ହୋଇଗଲା । ସେ କହିଲେ, “ନିକଟ ଅତୀତରେ ମୁଁ ମୋର ଜଣେ ଅମାତ୍ୟଙ୍କର ଜମିବାଡି ସବୁ ଆତ୍ମସାତ୍ କରିଛି । କାହିଁକିନା ମୁଁ ସେ ଅମ୍ୟାତ୍ୟଟି ଉପରେ ଭୀଷଣ ବିରକ୍ତ ହୋଇଥିଲି ।”

“ସୁତରାଂ ତୁମେ ଅଯୋଗ୍ୟ । ତୁମେ ଦୀର୍ଘ ତିନିଦିନ ଧରି ପ୍ରାୟଶ୍ଚିତ କରିବା ଉଚିତ୍ ।” ଏତିକି କହି ପରୀଟି ସେଠାରୁ ଉଡି ଚାଲିଗଲା ।

ରାଜା ତିନିଦିନ କାଳ ଉପବାସ ଓ ପ୍ରାର୍ଥନାରେ କଟାଇଲେ । ଚତୁର୍ଥଦିନ ସେ ପୁଣି ସିଂହାସନ ଆଡକୁ ଆଗେଇ ଯାଆନ୍ତେ ଦ୍ୱିତୀୟ ପରୀଟି କହି ଉଠିଲା, “ରୁହ! ତୁମେ କ’ଣ କେବେବି ମିଛକଥା କହି ନାହଁ?”

ରାଜା ଆଉ ସେ ସିଂହାସନରେ ବସି ପାରିଲେ ନାହିଁ । ତାଙ୍କର ମନେ ପଡିଲା, ଅଡୁଆ ଅବସ୍ଥାରୁ ସହଜରେ ମୁକୁଳି ଆସିବା ପାଇଁ ସେ କେତେଥର ମିଛବି କହିଛନ୍ତି । ତା’ପରେ ସେ ଦ୍ୱିତୀୟ ପାଷାଣପରୀଟି ଜୀବନ୍ତ ହୋଇ ଉଡି ଚାଲିଗଲା ।

ରାଜା ପୁଣି ତିନିଦିନ ଧରି ଉପବାସ ଓ ପ୍ରାର୍ଥନା କଲେ । ତା’ପରେ ସେ ପୁଣି ବହୁ ଦ୍ୱିଧା ସହକାରେ ସିଂହାସନରେ ବସିବାକୁ ଗଲେ । କିନ୍ତୁ ସେ ବସିବା ପୂର୍ବରୁ ତୃତୀୟ ପରୀଟି ପଚାରିଲା, ରାଜା କେବେ କାହାକୁ ଆଘାତ କରିଛନ୍ତି କି ନାହିଁ ।

ରାଜା କିଛି ଉତ୍ତର ନ ଦେଇ ପଛେଇ ଆସିଲେ । ତୃତୀୟ ପରୀଟି ଡେଣା ମେଲି ଉଡି ଚାଲିଗଲା ।

ପୁଣି ତିନିଦିନ ଉପବାସ ଓ ପ୍ରାର୍ଥନାପରେ ରାଜା ପୁନର୍ବାର ବହୁ ସଙ୍କୋଚ ସହକାରେ ସେହି ଅଦ୍ଭୁତ ସିଂହାସନ ଉପରେ ବସିବାକୁ ଗଲେ । ହଠାତ୍ ଶୁଣାଗଲା ଚତୁର୍ଥ ପାଷାଣ-ପରୀର ସ୍ୱର: “ଯେଉଁ ପିଲାମାନେ ଏହା ଉପରେ ବସି ବିଚାର କରୁଥିଲେ, ସେମାନେ ନିରୀହ । ସେମାନଙ୍କ ହୃଦୟକୁ କୌଣସି କଳୁଷ ଏଯାଏଁ ସ୍ପର୍ଶ କରି ନାହିଁ । ତୁମେ ଯଦି ନିଜକୁ ସର୍ବାପେକ୍ଷା ନ୍ୟାୟଶୀଳ ବିଚାରକ ବୋଲି ମନେ କରୁଥାଅ, ତେବେ ଯାଇ ତୁମେ ଏଥିରେ ବସିପାର ।”

ରାଜା ବହୁତ ସମୟ ଛିଡା ହୋଇ ରହି ଚିନ୍ତା କରିବାକୁ ଲାଗିଲେ । ଏହାପରେ ସେ ନିଜକୁ ନିଜେ କହିଲେ, “ଯଦି ଛୋଟ ପିଲାଟାଏ ଏହା ଉପରେ ବସିବାକୁ ଯୋଗ୍ୟ ହୋଇ ପାରିଲା, ତେବେ ମୁଁ କାହିଁକି ବସି ପାରିବି ନାହିଁ? ମୁଁ ତ ରାଜା । ମୋଠାରୁ ବଳି ଧନୀ, ଜ୍ଞାନୀ, ମହତ୍ ଓ ନିରପେକ୍ଷ ଆଉ ପୁଣି କିଏ ବା ହୋଇପାରେ? ମୁଁ ନିଶ୍ଚୟ ଏହା ଉପରେ ବସିବି ।”

ରାଜା ଖୁବ୍ ଦୃଢତା ସହକାରେ ସିଂହାସନରେ ବସିବାକୁ ଉଦ୍ୟତ୍ ହେଲେ । ଠିକ୍ ସେତିକିବେଳେ ଚତୁର୍ଥ ପରୀଟି ଡେଣା ମେଲି ସିଂହାସନ ସହିତ ସେଠାରୁ ଉଡି ଚାଲିଗଲା ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...