ପଶୁଧର୍ମ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ସାଇଁ ସାଇଁ ପବନର ଶବ୍ଦ ବଣବୁଦା ମଧ୍ୟରୁ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ । ଆହୁରି ପୁଣି ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

                କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ନ ହୋଇ, ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହେଣ କରି ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ ତାଙ୍କ କାନ୍ଧରେ ପକାଇ ସେହି ଶୁନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜନ୍ ଆଜିର ଘନ ଅନ୍ଧକାର ବହୁତ ଭୟଙ୍କର ଲାଗୁଛି । ଅର୍ଦ୍ଧ ରାତ୍ରିରେ ଏପରି ପରିସ୍ଥିତିରେ ଏଭଳି କଷ୍ଟ କରୁଛ । ବୁଝିପାରୁ ନାହିଁ ତୁମର ଲକ୍ଷ୍ୟ କ’ଣ? ତମେ କ’ଣ ଚାହଁ? କିନ୍ତୁ ମନେରଖ ଯଦି କୌଣସି ରାଜା ବା କୌଣସି ମୂର୍ଖ ବିଚାରପତି ତୁମକୁ ଏକାମ କରିବାକୁ କହିଥିବ ତ ସେଥିପାଇଁ ସାବଧାନ ରହ । ତଦ୍ୱାରା ତୁମର ଅଶେଷ ଅଶେଷ ମଙ୍ଗଳ ହେବ । କାରଣ ରାଜାଙ୍କର ପ୍ରତ୍ୟେକ କଥା, ବା ବିଚାରପତିଙ୍କର ପ୍ରତ୍ୟେକ ବିଚାର ଯେ ନ୍ୟାୟ ସଙ୍ଗତ ହେବ, ତା’ର କିଛି ଅର୍ଥ ନାହିଁ । ଉଦାହରଣ ସ୍ୱରୂପ ମୁଁ ତୁମକୁ ରାମଭଦ୍ର ନାମକ ବିଚାରପତିଙ୍କ ବିଚାର ଶୁଣାଉଛି । ମନଦେଇ ତାହା ଶୁଣ, ଶ୍ରମଭାର ଲାଘବ ହେବ ।” ଏହାପରେ ସେ ବେତାଳ ଗପିଲା –

                ବୀରଦାସ ପୁଷ୍ପଗିରି ନାମକ ଏକ ରାଜ୍ୟରେ ରହୁଥିଲା । ତା’ର ଥିଲା ଗୋଟିଏ ବୋଲି ପୁଅ, ତା’ର ନାମ ଗନ୍ଧର୍ବ । ପକ୍ଷୀମାନଙ୍କର ମଧୁର ଧ୍ୱନି ସେ ମନ ଦେଇ ଶୁଣୁଥିଲା । ପବନର ହିଲ୍ଲୋଳ ଓ ଜଳର କଲ୍ଲୋଳ ଶୁଣିବାକୁ ତାକୁ ବହୁତ ଭଲ ଲାଗୁଥାଏ । ଗନ୍ଧର୍ବ ଯେତେବେଳେ ମାତ୍ର ପାଞ୍ଚବର୍ଷର ପିଲା, ଜଣେ ସାଧୁ ଆସି ତା’ ବାପାକୁ କହିଲେ, “ଏହି ପିଲାଟିର ମୁଖମଣ୍ଡଳରୁ ଜଣାପଡୁଛି ଯେ, ଏହା ଉପରେ ସରସ୍ୱତୀଙ୍କର କରୁଣା ରହିଛି । ତୁମେ ତାକୁ ସଙ୍ଗୀତ ଶିଖାଅ । ଭବିଷ୍ୟତରେ ସେ ଜଣେ ବଡ ସଙ୍ଗୀତଜ୍ଞ ହେବ ।” ସାଧୁଙ୍କ ଏଭଳି କଥା ବୀରଦାସଙ୍କୁ ମୋଟେ ଭଲ ଲାଗିଲା ନାହିଁ, ସେ ପିଲାକୁ ଆରମ୍ଭରୁ କ୍ଷେତବାଡି କାମ ଶିଖାଉ ଥାଏ । ପୁଅକୁ କୁହେ, “ଏଇ କାମ ଭଲ ଭାବରେ କଲେ, ନିଜେ ମଧ୍ୟ ସ୍ୱାଧୀନ ଭାବରେ ରହିବୁ, ଆଉ ଦୁଇଚାରିଜଣଙ୍କ ମୁହଁରେ ମଧ୍ୟ ଦାନା ଦେଇ ପାରିବୁ । ସଙ୍ଗୀତ ଦ୍ୱାରା କିଛିବି ଲାଭ ହେବ ନାହିଁ । ତାହା ଏକ ବ୍ୟର୍ଥ ବିଦ୍ୟା । ନିଜର ଜୀବିକାର୍ଜନ କରିବା ପରେ ଓ ସମସ୍ତ କର୍ତ୍ତବ୍ୟ କରିବା ପରେ ଯଦି କିଛି ସମୟ ବଳେ, ତେବେ ଯାଇ ତୁ ସଙ୍ଗୀତ ବିଦ୍ୟା ଶିଖିପାରୁ ।”

                ଗନ୍ଧର୍ବର ତ ଚାଷବାସ କାମରେ କୌଣସି ଅଭିରୁଚି ନଥିଲା । ସେ ଗୀତ ଶିଖିବା ପାଇଁ ଯିଦି କଲା । ବୀରଦାସ ତାକୁ ଖୁବ୍ ପିଟିଲା ଓ ଘରେ ଖାଇବାକୁ ନଦେଇ ବନ୍ଦ କରି ରଖିଲା । ପିଲାଲୋକ, ଭୟରେ ବିଚାରା ଶେଷରେ ସେ ତା’ ବାପା କଥା ମାନିଗଲା ।

                ଏମିତି କିଛି ବର୍ଷ ବିତିଗଲା । ଗନ୍ଧର୍ବ ଏବେ ପନ୍ଦରବର୍ଷର ତରୁଣ । ଗ୍ରାମ ଭିତରେ ସବୁଠାରୁ ଭଲଚାଷୀ । ଥରେ ଗ୍ରାମରେ ଦୁର୍ଭିକ୍ଷ ପଡିଲା । ଦୁଇବର୍ଷ ଧରି ଫସଲ ନ ହେବାରୁ ବୀରଦାସ ଗ୍ରାମରେ ଥିବା ଜମି ବିକି ସହରକୁ ସିଧା ଚାଲିଗଲା ।

ସହରକୁ ଯିବା ରାସ୍ତାରେ ପରିବାରଟି ଗୋଟିଏ ଗଛତଳେ ବସି ବିଶ୍ରାମ କରୁଥା’ନ୍ତି । ଗଛଡାଳରୁ ମାଙ୍କଡ ଛୁଆଟିଏ ଆହତ ଅବସ୍ଥାରେ ଖସି ପଡିଲା । ବୀରଦାସ ତା’ର ସେବା ଶୁଶ୍ରୁଷା କଲା ଓ ତା’ପରେ ସେ ତାକୁ ଅତି ଯତ୍ନରେ ପାଳିଲା ଏବେ ସେଇଟି ମଧ୍ୟ ଏମାନଙ୍କ ପରିବାରର ଜଣେ ସଦସ୍ୟ ହୋଇ ରହିଲା ।

ସେମାନେ ସହରରେ ପହଁଚି ଚାଳି ଘରଟିଏ କରି ରହିଲେ । ଗନ୍ଧର୍ବ ଦିନଯାକ କାମ କରେ । ତା’ ମା’ ମଧ୍ୟ କାମ କରେ । ବୀରଦାସ ଘରେ ବସି ମାଙ୍କଡକୁ ନାନା ଖେଳ ଶିଖାଏ । କାମକୁ ଗଲେ ମଧ୍ୟ ସେ ତାକୁ ନିଜ ସାଙ୍ଗରେ ନେଇଯାଏ । କିଛିଦିନ ପରେ ସହରରେ ମାଙ୍କଡ ଖେଳ ଦେଖାଇ ବୀର ଦାସ ବହୁତ ପଇସା ରୋଜଗାର କଲା । ମାଙ୍କଡଠାରୁ ସେ ଯେତେ ପଇସା ପାଏ ଗନ୍ଧର୍ବର ସାରାଦିନର ରୋଜଗାର ତା’ଠାରୁ ବହୁତ କମ୍ ।

ଗନ୍ଧର୍ବ ଦିନେ ତା’ ବାପାକୁ କହିଲା, “ମାଙ୍କଡ ନାଚ ଦେଖିବା ଦର୍ଶକମାନଙ୍କର ମନୋରଞ୍ଜନ କରିବାକୁ ମୁଁ ଯଦି ଗୀତ ଗାଏ ତେବେ ଆହୁରି ପଇସା ଆସିବ । ଆଉ ଦର୍ଶକମାନେ ମଧ୍ୟ ଆମପ୍ରତି ଅଧିକ ମାତ୍ରାରେ ଆକର୍ଷିତ ହେବେ ।”

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...