ପୁଷ୍ପାକୁମାରୀ କାହାଣୀ – Odia Gapa

ପୁଷ୍ପାକୁମାରୀ କାହାଣୀ

ପୁଷ୍ପା କୁମାରୀ ଫୁଲ ଗଛଟିଏ ହୋଇ ସେହି ମନ୍ଦିର ଦ୍ୱାରେ ସେମିତି ରହିଥାଏ । ଆପଣା ଛାଏଁ ସେଥିରେ ଫୁଲ ଫୁଟେ ପୁଣି ଝଡି ପଡେ ମଧ୍ୟ । ଯଦି ଭଅଁର କି ମହୁମାଛି କେହି ସେ ବୃକ୍ଷ ନିକଟକୁ ଆସନ୍ତି ତେବେ ସେ ସଙ୍ଗେ ସଙ୍ଗେ ତା ଫୁଲକୁ ଲୁଚାଇ ଦିଏ । ସେମାନେ ପୁଷ୍ପକୁ ନଦେଖି ସେହି ଗଛଠାରୁ ନିରାଶରେ ଫେରନ୍ତି । ସେଦିନ କାହିଁକି କେଜାଣି ଜଣେ ବାଟୋଇ ରାଜାପୁଅ ହଠାତ୍ ଆସି ସେହି ଗଛମୁଳେ ଦଣ୍ଡେ ବିଶ୍ରାମ କଲା । ତା’ପରେ ମନ୍ଦିର ଫିଟାଇ ଦେଖିଲା ସେଠାରେ ଦିଅଁ ଅନେକଦିନ ହେଲା ଅପାଣିଆ ରହିଛନ୍ତି । ମନଟା ଖରାପ ଲାଗିବାରୁ ରାଜାପୁଅ ତୁରନ୍ତ ସେହି ନିକଟରେ ଥିବା ପୋଖରୀରେ ଗାଧୁଆ ପାଧୁଆ କରି ନିଜ ଲୁଗା ପାଲଟିଲା । ମନ୍ଦିରର ଏକ କୋଣରେ ଥିବା ମାଠିଆରେ କିଛି ପାଣି ଆଣି ଦିଅଁଙ୍କୁ ଗାଧୁଆ ପାଧୁଆ କରିଦେଇ ସେ ରାଜାପୁଅ ଗଲା କିଛି ଫୁଲ ତୋଳିବାକୁ । ସେହି ମନ୍ଦିର  ପାଖରେ ଏହି ମାୟା ଫୁଲ ଗଛଟା ଛଡା ଅନ୍ୟ କୌଣସି ଗଛ ନଥାଏ କି ଫୁଲ ଫୁଟିବା ଆଦୌ ଦେଖାଯାଉ ନଥାଏ । ତେଣୁ ସେ ଯାଇ ହାତ ବଢାଇଲା ସେହି ଗଛକୁ ।

ଫୁଲ ଗୁଡିକ ଥିଲା ହାତ ପାଆନ୍ତାରେ । କିନ୍ତୁ ରାଜାପୁଅ ହାତ ବଢାଇ ଦେବାରୁ ସେହି ଗଛଟି ଆଉ ଟିକିଏ ଡେଙ୍ଗେଇ ଗଲା । ଏହିପରି ଭାବରେ ସେ ରଜାପୁଅର ଫୁଲକୁ ଆଉ ମୋଟେ ହାତ ପାଇଲାନି । ରାଜାପୁଅ କହିଲା – କେଡେ ଅଦ୍ଭୁତ ବୃକ୍ଷମ? ମୁଁ ହାତ ବଢାଇଲେ ଏହି ଗଛଟି ଖାଲି ଡେଙ୍ଗେଇ ଯାଉଛି । ଏ କ’ଣ ତେବେ ମାୟା?

ରଜାପୁଅ ଟିକିଏ ଭାବିଲା । ତା’ପରେ କହିଲା – “ହେ ବୃକ୍ଷରାଜ! ମୁଁ କେବଳ ଦିଅଁଙ୍କ ପାଇଁ ହିଁ ଫୁଲ ନେବି, ନିଜ ପାଇଁ ନୁହେଁ । ଦୟାକରି ଟିକିଏ ଛୋଟ ହୋଇଯା ।”

ସେ ରଜାପୁଅର ସମସ୍ତ କଥା ଶୁଣି ଗଛ କହିଲା ଗୀତରେ –

“ଯେବେ ଫୁଲ ନେବ କର ହେ ଶପଥ

   ପୂର୍ଣ୍ଣ କରାଇବ ବୃକ୍ଷ ମନୋରଥ ।”

ରଜାପୁଅ ହଠାତ୍ ସେ ଗଛର ଏପରି କଥା ଶୁଣି ପୁରା ଅଶ୍ଚର୍ଯ୍ୟକାଠ ବନିଗଲା । ବୃକ୍ଷଟିଏ ମଣିଷ ପରି ଗୀତ ଗାଇ କହୁଛି ମନୋରଥ ପୂର୍ଣ୍ଣ କରିବାକୁ । ରଜାପୁଅ ଭାବିଲା ଏଥିରେ ନିଶ୍ଚୟ କିଛି କଥା ଅଛି । ତେଣୁ ସେ ବୃକ୍ଷକୁ ପଚାରିଲା –

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...