ବିଟ ପୁରୁଷର ପ୍ରେମ

                ରାଣୀଙ୍କର ନାମ ଥିଲା ଚନ୍ଦ୍ରକାନ୍ତି । ରାଜାଙ୍କ ପରି ରାଣୀ ମଧ୍ୟ ଥିଲେ ଖୁବ୍ ଅପୂର୍ବ ସୁନ୍ଦରୀ, ସ୍ୱର୍ଗର ପରୀମାନେ ମଧ୍ୟ ଚନ୍ଦ୍ରକାନ୍ତିଙ୍କର ରୂପ ସହ ସମକକ୍ଷ ହୋଇ ପାରିବେ ନାହିଁ ।

                କଥାରେ ଅଛି ସୁନ୍ଦରୀ ନାରୀଙ୍କୁ ବିଶ୍ୱାସ ନାହିଁ ।

                ସେ ରାଣୀ ଯେମିତି ସୁନ୍ଦର ସେମିତି ଚରିତ୍ରହୀନା ଗୁଣରେ ପରିପୂର୍ଣ୍ଣା ଥିଲେ । ପିତାଙ୍କ ଗୃହରେ ଥିବା ସମୟରେ ସେ ଜଣେ ବିଟ ପୁରୁଷକୁ ଭଲ ପାଉ ଥିଲେ, ତାଙ୍କର ଯେତେ ବେଳେ ରାଜା ରୂପ ଦତ୍ତଙ୍କ ସହିତ ବିବାହ ହୋଇଗଲା, ସେତେ ବେଳେ ସେ ସେହି ବିଟ ପୁରୁଷ ବିଷୟରେ ବହୁତ ଚିନ୍ତା କଲେ । ତାକୁ ଛାଡି ରହିବା ତାଙ୍କ ଲାଗି ବହୁତ କଷ୍ଟ ହେବ । ସେଥି ଲାଗି ସେ ସେହି ବିଟ ପୁରୁଷକୁ ନିଜର ଚାକର ଭାବରେ ରାଜ ପୁରୀକୁ ନେଇ ଆସିଲେ ।

                ବୀଟ ପୁରୁଷ ରାଜ ଉଆସ ମଧ୍ୟରେ ରହିଲା – ରାଜାଙ୍କର ମଧ୍ୟ ତାଙ୍କୁ ଆଦେଶ ଥାଏ । ବିଟ ପୁରୁଷ କେବଳ ରାଣୀଙ୍କର କାମ କରିବ । ରାଣୀ ତାକୁ ଯାହା ଆଦେଶ କରିବେ ସେ ତାହା ହିଁ କରିବ । ତା’ ଲାଗି ରାଜ ଉଆସରେ ଅନ୍ୟ କୌଣସି କାର୍ଯ୍ୟ ନାହିଁ ।

                ନିଆଁ ଯେପରି ପାଉଁଶ ଭିତରେ ଥିଲେ ତାହା ଦିନେନା ଦିନେ କୁହୁଳି ପୁଣି ପଦାକୁ ଆସେ । ପାପ ପାଉଁଶ ଗଦାରେ ପାପ ଥିଲେ ମଧ୍ୟ ଦିନେ ନା ଦିନେ ତାହା ପ୍ରକାଶ ପାଇ ଯାଏ ।

                ରାଣୀଙ୍କ ସହିତ ବିଟ ପୁରୁଷର ଯାହା ସଂପର୍କ ଥିଲା ତାହା ରାଜା ଜାଣି ପାରିଲେ । ନିଜର ମାନ ମର୍ଯ୍ୟାଦାକୁ ରକ୍ଷା କରିବାକୁ ଯାଇ ସେଦିନ ରାଣୀଙ୍କୁ କହିଲେ – ସେପରି ମନ୍ଦ କାର୍ଯ୍ୟ ନିମନ୍ତେ ମୁଁ ତୁମକୁ କ୍ଷମା ଦେଇ ପାରିବି । ହେଲେ ତୁମକୁ ବିଟ ପୁରୁଷକୁ ତ୍ୟାଗ କରିବାକୁ ହେବ ।

                ରାଣୀ କହିଲେ – ମୋର ଜୀବନ ଚାଲି ଯାଉ ପଛେ, ମୁଁ ତାଙ୍କୁ କେବେ ହେଲେ ମୋ ଠାରୁ ଅନ୍ତର କରି ପାରିବି ନାହିଁ ।

                ରାଣୀଙ୍କର ଏହା ଥିଲା ଶେଷ କଥା, ତଥାପି ରାଜା ତାଙ୍କୁ ପୁନର୍ବାର ବହୁ ବିନୟର ସହିତ ବୁଝାଇଲେ । ଏତେ କଥା ପରେ ମଧ୍ୟ ରାଜାଙ୍କର କଥା ରାଣୀ ଆଦୌ କର୍ଣ୍ଣପାତ କଲେ ନାହିଁ । ତହୁଁ ରାଜାଙ୍କ ମନରେ ଖୁବ୍ କ୍ରୋଧ ଆସିଲା । ଭୁଲ୍ କରିଥିବା ନାରୀକୁ ତାର ଅପରାଧ ନିମନ୍ତେ ଫାଶି ଦଣ୍ଡ ଦେବା କଥା । ଏତେ ବୁଝାଇଲା ପରେ ମଧ୍ୟ ରାଣୀ ତାଙ୍କ ଜିଦ୍ରେ ଅଟଳ । ଏବେ ରାଜା ଆଉ ସହ୍ୟ କରି ପାରିଲେ ନାହିଁ । ସଙ୍ଗେ ସଙ୍ଗେ ତରବାରି ବାହାର କରି ରାଣୀଙ୍କର ନାକକାଟି ତାଙ୍କର ସୌନ୍ଦର୍ଯ୍ୟ ପଣକୁ ନଷ୍ଟ କରି ଦେଲେ । ରାଣୀଙ୍କର ସୁନ୍ଦର ପଣର ଗର୍ବ ଅହଂକାର ଗଲା । ରାଜ ଉଆସରୁ ତଡା ଖାଇ ରାସ୍ତାରେ ଭିକ୍ଷାରୁଣୀ ଭାବରେ ମାଗି ଖାଇବାକୁ ବାଧ୍ୟ ହେଲା । ନିଜକୁ ନିଜେ ଅନେକ ଧିକ୍କାର କଲା । ସ୍ୱାମୀଙ୍କ କଥା ମାନିଲି ନାହିଁ । ଗୋଟାଏ ବିଟ ପୁରୁଷ ନିମନ୍ତେ ମୋତେ ଏତେ କଥା ସହ୍ୟ କରିବାକୁ ହେଲା ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

loading...