ବିଲୁଆ ଭାଇର ଜାଣିବା କଥା

ଥରେ ଗୋଟିଏ ଗଞ୍ଜା ଖୁବ୍ ସକାଳୁ ସକାଳୁ ଗଛ ଉପରେ ବସି ବୋବାଉଥିଲା । ସେହି ଗଛ ମୂଳରେ ପୂର୍ବରାତିରୁ ଗୋଟିଏ ବିଲୁଆ ଶୋଇଥିଲା । କୁକୁଡାର ଏପରି ରାବ ଶୁଣି ବିଲୁଆର ନିଦ ଭାଙ୍ଗିଗଲା ଓ କିଏ ଏପରି ରାବୁଛି ଜାଣିବା ପାଇଁ ଗଛ ଉପରକୁ ଚାହିଁଲା । ନାଲି ଟହଟହ ପୃଥଳକାୟ ଗଞ୍ଜାଟାକୁ ଦେଖି ବିଲୁଆ ପାଟିରୁ ଲାଳ ବୋହିଲା ଏବଂ ମନେ ମନେ ଏହାକୁ ଖାଇବ ବୋଲି ଚିନ୍ତା କଲା । କିଛି ସମୟ ପରେ ଭାବିଚିନ୍ତି ପଚାରିଲା  ହେ ପ୍ରଭୁ, ଆପଣଙ୍କ ସଙ୍ଗୀତ ଖୁବ୍ ସୁମଧୁର । ଏପରି ମନମୁଗ୍ଧକର ସଙ୍ଗୀତ ମୋ କାନରେ କେବେ ବାଜି ନଥିଲା । ଜୀବନରେ ଅନେକ ପଶୁ ପକ୍ଷୀଙ୍କର ସଂସ୍ପର୍ଶରେ ଆସିଛି, ହେଲେ ଆପଣଙ୍କ ତୁଲ୍ୟ କେହି ନୁହେଁ । ମୁଁ ଏହି ବୃକ୍ଷତଳେ ସଦାସର୍ବଦା ଶୟନ କରେ । ଆପଣ କେତେବେଳେ ଏ ବୃକ୍ଷ ଉପରକୁ ଗଲେ ମୁଁ ମୋଟେ ଜାଣିପାରିନି । ଦୟାକରି ଆପଣ ତଳକୁ ଆସି ଆପଣଙ୍କ ସମ୍ପୂର୍ଣ୍ଣ ପରିଚୟ ମୋତେ ଦେବେ କି?

         ବିଲୁଆର କଥା ଶୁଣି ଗଞ୍ଜା ହସି ହସି କହିଲା – ବିଲୁଆ ! ତୁମେ ମତେ ଏତେ ବୋକା ଭାବନାହିଁ । ମୁଁ ତୁମକୁ ଭଲଭାବେ ଚିହ୍ନେ ଏବଂ ତୁମେ ମଧ୍ୟ ମୋତେ ଭଲଭାବରେ ଜାଣ, ଏଣୁ ଆମ୍ଭ ଦୁହିଁଙ୍କ ଭିତରେ ଅପରିଚିତ କେହି ନୁହଁନ୍ତି । ତୁମେ ମାଂସାସୀ । ମୋର କୋମଳ ମାଂସ ଖାଇବା ପାଇଁ ତୁମେ ମନ ବଳାଇଛ । ଏଣୁ ମୁଁ ଆଉ ତଳକୁ ଯାଇ ପାରିବି ନାହିଁ ।

         ବିଲୁଆ ଏହା ଶୁଣି କହିଲା – ହେ ପ୍ରଭୁ ! ଆପଣ ତ ଦେବତା, ବୃକ୍ଷ ଉପରେ ବସି ସଙ୍ଗୀତ ଗାନ କରୁଛନ୍ତି । ମୁଁ କିପରି ଆପଣଙ୍କ ମାଂସ ଖାଇବା ପାଇଁ ଚିନ୍ତା କରିବି? ମୋ ପ୍ରତି ଆପଣଙ୍କ ଭୁଲ୍ ଧାରଣା ଅଛି । ମୁଁ ମାଂସ ଖାଏନି । ମୋର ପୂର୍ବପୁରୁଷମାନେ କିମ୍ବା ମୋର ପୁଅଝିଅମାନେ ମାଂସ ଖାଉଥିବେ । ମୁଁ ନୁହେଁ । ମୁଁ ନିରାମିଷାସି, ସାଧୁ, ବୈଷ୍ଣବ, ଦେବତାମାନଙ୍କୁ ପ୍ରାର୍ଥନା କରିବା ମୋର କର୍ତ୍ତବ୍ୟ । ମୋର ସାଧୁ ଓ ସଚ୍ଚୋଟ ଚରିତ୍ରକୁ ଥରେ ମାତ୍ର ପରୀକ୍ଷା କରିବା ପାଇଁ ତଳକୁ ଆସନ୍ତୁ ଏବଂ ଦେଖନ୍ତୁ ମୁଁ ଆପଣଙ୍କ ମାଂସ ଖାଉଛି କି ଆପଣଙ୍କ ସେବା କରୁଛି ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ଗପ ସାରଣୀ

ନୂଆ ତାଲିକାଭୁକ୍ତ ଗପ