ବୀର ହନୁମାନ

ରାମରାଜ୍ୟରେ ନ୍ୟାୟ ସମସ୍ତିଙ୍କ ପାଇଁ ସମାନ ଥିଲା । କାହାକୁ ଅଧିକ ବା କାହାକୁ କମ୍ ନ୍ୟାୟ ଦିଆ ହେଉ ନଥିଲା । ଯେକୌଣସି ସାଧାରଣ ପ୍ରଜା କୌଣସି ଅଭିଯୋଗ ନେଇ ରାଜାଙ୍କୁ ଭେଟି ପାରୁଥିଲା ଓ ଉପଯୁକ୍ତ ନ୍ୟାୟ ପାଉଥିଲା । ଥରେ ରାତିରେ କୁକୁରଟିଏ ରାଜପ୍ରାସାଦକୁ ଚାହିଁ ଭୁକିଲା, ମନେ ହେଲା ତା’ର ଶେଷ ସମୟ ଅବସ୍ଥିତ ।

ଶ୍ରୀରାମ ନିଦ୍ରାରୁ ଜାଗ୍ରତ ହୋଇ କୁକୁରଟିକୁ ସ୍ନେହରେ ଆଉଁସି ଦେବାରୁ, କୁକୁରର ସବୁ କ୍ଷତ ଦୂର ହୋଇଗଲା । ସେ କହିଲା, “ହେ ରାମ, ଜଣେ ଯୁବକ ମୋତେ ନିର୍ଦ୍ଦୟ ଭାବରେ ପିଟି ପିଟି ରକ୍ତାକ୍ତ କରି ଦେଇଛି । ସେ ଯୁବକ ଲଫଙ୍ଗା ହୋଇ ଏଣେ ତେଣେ ବୁଲୁଥାଏ; ସେ କିଛିବି କାମ କରେ ନାହିଁ । ମୋର ଅନୁରୋଧ ତାକୁ ଏକ ମନ୍ଦିରର କର୍ତ୍ତା କରି ଦିଅନ୍ତୁ ।”

ତା’ କଥା ଶୁଣି ଶ୍ରୀରାମ ଭାରି ଆଶ୍ଚର୍ଯ୍ୟ ହୋଇ କହିଲେ, “ଯିଏ ତୁମର କ୍ଷତି କରିଛି ତା’ ପାଇଁ ଦଣ୍ଡ ପ୍ରାର୍ଥନା ନ କରି ଉପକାର ପାଇଁ କିପରି ପ୍ରାର୍ଥନା କରୁଛ?”

କୁକୁର କହିଲା, “ଗତ ଜନ୍ମରେ ମୁଁ ଜଣେ ଗୋଟେ ମନ୍ଦିରର କର୍ତ୍ତା ଥିଲି । ହାତରେ ଧନ ପଡିବାରୁ ଯେତେ ଇଚ୍ଛା ଖର୍ଚ୍ଚ କଲି ଓ ନିଜସ୍ୱାର୍ଥ ପାଇଁ ଧନ ଅପହରଣ କଲି । ଫଳରେ ଏ ଜନ୍ମରେ ମୁଁ କୁକୁର ହୋଇ ଜନ୍ମ ହେଲି । ତେଣୁ ତାକୁ ମଧ୍ୟ ମନ୍ଦିରର କର୍ତ୍ତା କରିଦିଅନ୍ତୁ । ଏବେ ଆପଣଙ୍କ ଦିବ୍ୟସ୍ପର୍ଶରେ ମୋର ସମସ୍ତ କଷ୍ଟ ଦୂର ହୋଇଗଲା ଓ ସମସ୍ତ ପାପ ବି କ୍ଷଳନ ହୋଇଗଲା । ମୋ ଜନ୍ମ ସାର୍ଥକ ହେଲା । ଏଣିକି ମୁଁ ଉତ୍ତମ ଜନ୍ମ ନେବି ।” ଏତିକି କହି ସେ କୁକୁରଟି ସେଇଠି ମରିଗଲା ।

ଏକଥା ଶୁଣି ସେହି ଯୁବକଟି ବହୁତ ପଶ୍ଚାତାପ କଲା ଓ କ୍ରମେ ସେ ଭଲ ମଣିଷ ହୋଇଗଲା ।

ଅଶ୍ୱମେଧ ଯଜ୍ଞ ପରେ ଶ୍ରୀରାମଙ୍କ ଶାସନ ନିର୍ବିଘ୍ନରେ ଚାଲିଲା । ଏମିତି କିଛି ଦିନ ବିତିଗଲା ପରେ ଦିନେ ସ୍ୱୟଂ ଯମ ବ୍ରାହ୍ମଣ ରୂପରେ ଆସି କହିଲେ, “ଶ୍ରୀରାମ, ମୁଁ ଆପଣଙ୍କ ସହିତ ଏକାନ୍ତରେ କୌଣସି ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଚାହେଁ । ସେଠାକୁ ଯେପରି କେହିବି ନଆସନ୍ତି, ଯଦି କେହି ଆସେ ତେବେ ତାର ମୁଣ୍ଡ କାଟ ହେବ ।”

ଶ୍ରୀରାମ ତାଙ୍କ କଥାକୁ ସ୍ୱୀକାର କଲେ । ସେ ଲକ୍ଷ୍ମଣଙ୍କୁ ଡାକି ତାଙ୍କୁ ସମସ୍ତ କଥା ବୁଝାଇ କହିଲେ ଓ ତା’ପରେ ସେ ଭିତର କକ୍ଷକୁ ଯମଙ୍କ ସହିତ ଚାଲିଗଲେ । ଯମ କହିଲେ, “ଶ୍ରୀରାମ, ଆପଣ ମହାବିଷ୍ଣୁଙ୍କ ଅବତାର । ଆପଣ ଯେଉଁଥିପାଇଁ ପୃଥିବୀ ଉପରେ ଅବତାର ହୋଇ ଜନ୍ମ ନେଇଥିଲେ ସେ କାର୍ଯ୍ୟସବୁ ସମ୍ପୂର୍ଣ୍ଣ ହୋଇ ସାରିଲାଣି । ମାତା ସୀତା, ଲକ୍ଷ୍ମୀ ରୂପ ଧରି କ୍ଷୀରସାଗରରେ ଆପଣଙ୍କୁ ଅପେକ୍ଷା କରିଛନ୍ତି ତେଣୁ ଆପଣଙ୍କୁ ସେଠାକୁ ଯିବାକୁ ହେବ । ଯମ ଏହା ନିବେଦନ କଲା ।”

ଏମାନେ ଭିତରେ କଥାବାର୍ତ୍ତା ହେବାବେଳେ ଦୁର୍ବାସାମୁନି ଆସି ବାହାରେ ଲକ୍ଷ୍ମଣଙ୍କ ପାଖରେ ପହଁଚି କହିଲେ, “ମୁଁ ଏହିକ୍ଷଣି ଶ୍ରୀରାମଙ୍କୁ ଦେଖା କରିବାକୁ ଚାହେଁ । ଶୀଘ୍ର ଯାଇ ଶ୍ରୀରାମଙ୍କର ଅନୁମତି ଆଣ । ବିଳମ୍ବ ହେଲେ ଅଭିଶାପ ଦେଇ ସମଗ୍ର ରଘୁବଂଶକୁ ମୁଁ ଧ୍ୱଂସ କରିଦେବି ।”

ଏକଥା ଶୁଣି ଲକ୍ଷ୍ମଣ ନିଜ ଜୀବନକୁ ଆହୁତି ଦେଇ ଦୁର୍ବାସାଙ୍କ ସକାଶେ ସେହି ଭିତର କକ୍ଷରେ ପ୍ରବେଶ କରି ଶ୍ରୀରାମଙ୍କୁ ଖବର ଦେଲେ । ଲକ୍ଷ୍ମଣ ପ୍ରବେଶ କରିବା ମାତ୍ରେ ଯମ ସେଠାରୁ ଅନ୍ତର୍ହିତ ହେଲେ । ଶ୍ରୀରାମ ନିଜ ବଚନ ରକ୍ଷା କରିବାକୁ ଯାଇ ଲକ୍ଷ୍ମଣଙ୍କର ଶିରଛେଦ ପାଇଁ ଆଦେଶ ଦେଲେ ।

                ଗୁରୁଜନମାନେ ଏପରି ଦଣ୍ଡ ଉପରେ ଅନେକ ଆଲୋଚନା କରି କହିଲେ ଦେଶରୁ ବହିଷ୍କାର କରିଦେବା ମୁଣ୍ଡ କାଟିବା ସହିତ ସମାନ । ଶ୍ରୀରାମ ସେମାନଙ୍କ କଥା ସ୍ୱୀକାର କଲେ । କିନ୍ତୁ ଲକ୍ଷ୍ମଣ ସରଜୁ ନଦୀରେ ପ୍ରବେଶ କରି ଉଦ୍ଧ୍ୱର୍ଗତି ପ୍ରାପ୍ତ କଲେ ।

ଏ ସମସ୍ତ ଘଟଣା ଅନ୍ୟ ଦୁଇ ଭାଇଙ୍କୁ କହିବା ପରେ ଶ୍ରୀରାମ ଲବକୁଶଙ୍କର ରାଜ୍ୟାଭିଷେକ ପାଇଁ ଆଜ୍ଞା ଦେଲେ । ଠିକ୍ ସମୟରେ ସୁନ୍ଦର ଭାବରେ କୁଳଗୁରୁ ବଶିଷ୍ଠଙ୍କ ଦ୍ୱାରା ଲବକୁଶଙ୍କର ରାଜ୍ୟ ଅଭିଷେକ କରାଗଲା । ତା’ପରେ ଶ୍ରୀରାମ ହନୁମାନଙ୍କୁ ଡାକି କହିଲେ, “ହନୁମାନ, ମୁଁ ଦୀର୍ଘକାଳ ଧରି ରାଜ୍ୟପାଳନ କରିଛି । ଏବେ ମୋର ବିଶ୍ରାମ ଲୋଡା; ମୁଁ ରହେ ବା ନ ରହେ, ମୁଁ ଚାହେଁ ତୁମେ ସେମାନଙ୍କ ସହ ରହିବ ଓ ତାଙ୍କର ଦେଖାଶୁଣା କରିବ । ସେମାନଙ୍କର ଯଥାର୍ଥ ମାର୍ଗ ଦର୍ଶନ କରାଇବ । ରାଜ୍ୟକୁ ରକ୍ଷା କରିବାର ଭାର ମୁଁ ଏବେ ତୁମ ଉପରେ ଛାଡି ଦେଲି । ଲବକୁଶଙ୍କୁ ଉତ୍ତମ ଶାସକ ବନାଇବାର ପ୍ରଧାନ ଦାଇତ୍ତ୍ଵ ମୁଁ ତୁମକୁ ଦେଉଛି ।”

ହନୁମାନ ହାତଯୋଡି ଚୁପ୍ ରହିଲେ । ସରଜୁ ନଦୀକୁ ଯିବାପାଇଁ ଶ୍ରୀରାମ ଏକ ବଡ ଉତ୍ସବ କଲେ । ବ୍ରାହ୍ମଣମାନଙ୍କର ବେଦ ଧ୍ୱନୀରେ ଚାରିଦିଗ ପ୍ରକମ୍ପିତ ହେଉଥିଲା । ଘଂଟା, ବାଦ୍ୟ, ଶଙ୍ଖ, କାହାଳୀ ଆଦି ଖୁବ୍ ବାଜୁଥିଲା । ଶ୍ରୀରାମ ସରଜୁ ନଦୀ ପାଖକୁ ଚାଲି ଚାଲି ଆସିଲେ । ତାଙ୍କ ସହିତ ଶ୍ୱେତଛତ୍ରୀ ଧାରଣ କରି ଭରତ ପଛେ ପଛେ ଚାଲିଲେ । ଉଚ୍ଚ ଅଟ୍ଟାଳିକା ଉପରୁ ପୁଷ୍ପବୃଷ୍ଟି ହେବାକୁ ଲାଗିଲା । ହନୁମାନ ପଛେ ପଛେ ଚାଲିଥା’ନ୍ତି । ତାଙ୍କ ମୁହଁରେ ଚିନ୍ତାଗ୍ରସ୍ତ ଥିବାର ଭାବ । ସେ ଧୀରେ ଧୀରେ ଚାଲୁଥା’ନ୍ତି । ସେହି ବିରାଟ ଶୋଭାଯାତ୍ରା ଅବଶେଷରେ ଯାଇ ସରଜୁ ନଦୀ କୂଳରେ ପହଁଚିଲା । ଶ୍ରୀରାମ ଧୀରେ ଧୀରେ ଜଳରେ ପ୍ରବେଶ କଲେ । ଭରତ ଶଙ୍ଖ ବଜାଇଲେ । ଶତ୍ରୁଘ୍ନ ଝୁଣାଧୁପ ଆଦି ଜଳାଇଲେ । ବ୍ରାହ୍ମଣମାନେ ବେଦପାଠ କରୁଥା’ନ୍ତି । ମଙ୍ଗଳମୟ ବାଦ୍ୟଧ୍ୱନିରେ ଚତୁର୍ଦ୍ଦିଗ କମ୍ପି ଉଠୁଥାଏ । ଭରତ, ଶତ୍ରୁଘ୍ନ ମଧ୍ୟ ନଦୀଜଳ ମଧ୍ୟକୁ ଓହ୍ଲାଇଗଲେ ଓ ଶ୍ରୀରାମଙ୍କର ଦୁଇ ପାଶ୍ୱର୍ରେ ରହିଲେ । ଗଭୀର ଜଳକୁ ପ୍ରବେଶ କରି ଶ୍ରୀରାମ ଜନତାଙ୍କ ପ୍ରତି ଦକ୍ଷିଣ ହସ୍ତରେ ଅଭୟ ମୁଦ୍ରା ପ୍ରଦର୍ଶନ କଲେ ଓ ଜନତାଙ୍କୁ ଆଶୀର୍ବାଦ ଦେଇ କହିଲେ, “ଆପଣମାନେ ଏଥର ନିଜ ନିଜ ଘରକୁ ଫେରିଯା’ନ୍ତୁ ଓ ଆନନ୍ଦ ମନରେ କାଳ ଅତିବାହିତ କରନ୍ତୁ ।”

ଶୋକ ଗଦ୍ଗଦ୍ ହୋଇ ହନୁମାନ ଲବକୁଶଙ୍କ ପାଖରେ ଥିଲେ, ହଠାତ୍ କହିଲେ, “ପ୍ରଭୂ, ଅପେକ୍ଷା କରନ୍ତୁ, ମୁଁ ବି ଆପଣଙ୍କ ପୂର୍ବରୁ ମୋର ଏହି ଶରୀର ଛାଡି ଦିଏ, ଆପଣଙ୍କ ବିନା ମୋର ଏ ଜୀବନରେ ଆଉ କି ପ୍ରୟୋଜନ ।”

ଶ୍ରୀରାମ କହିଲେ, “ହନୁମାନ ତମେ ତ ଚିରଞ୍ଜିବୀ । ଲବକୁଶଙ୍କୁ ନେଇ ତମେ ଏଠାରୁ ଶୀଘ୍ର ଚାଲିଯାଅ ।” ହନୁମାନ ଶ୍ରୀରାମଙ୍କର ଅନ୍ତିମ ଆଦେଶ ମାନି ଲବକୁଶଙ୍କୁ ନେଇ ରାଜଭବନ ଫେରିଗଲେ ।

ଶ୍ରୀରାମ ଧୀରେ ଧୀରେ ଗଭୀର ପାଣି ଭିତରକୁ ଚାଲିଗଲେ, ସେ ଆଉ ଦେଖାଗଲେ ନାହିଁ । ତାଙ୍କ ସହ ଭରତ ଓ ଶତୃଘ୍ନ ମଧ୍ୟ ସେହି ଗଭୀର ଜଳରେ କୁଆଡେ ନିଶ୍ଚିହ୍ନ ହୋଇ ଗଲେ । ଶ୍ରୀରାମାବତାରର ସେହିଠାରେହିଁ ସମାପ୍ତ ହେଲା । କ୍ଷୀରସାଗରରେ ବହୁପୂର୍ବରୁ ଲକ୍ଷ୍ମଣ ଶେଷନାଗ ରୂପରେ ପ୍ରଭୂଙ୍କର ଶଯ୍ୟା ପ୍ରସ୍ତୁତ କରି ପ୍ରତୀକ୍ଷା କରିଥିଲେ । ଶ୍ରୀରାମ ବିଷ୍ଣୁରୂପ ନେଇ ସେହି ଶଯ୍ୟା ଉପରେ ଆସୀନ ହେଲେ । ଭରତ ଓ ଶତ୍ରୁଘ୍ନ ଶଙ୍ଖଚକ୍ର ରୂପରେ ତାଙ୍କ ହାତରେ ଶୋଭା ପାଇଲେ । ସୀତା ମଧ୍ୟ ଲକ୍ଷ୍ମୀ ରୂପରେ ପୂର୍ବରୁ ସେଠାରେ ଉପସ୍ଥିତ ଥିଲେ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...