ବୁଦ୍ଧଙ୍କ ଅମୁଲ୍ୟ ବାଣୀ

ଇତିହାସ ପ୍ରମାଣ ଅନୁଯାଇ ଓଡ଼ିଶା ହେଉଛି ବୁଦ୍ଧ ରାଜ୍ୟ ବା ବୌଦ୍ଧ ସଭ୍ୟତା କିନ୍ତୁ ସମୟାନୁକ୍ରମେ ତାହା ଏବେ ଏଠାରେ ବିଧ୍ବସ୍ତ ଏବଂ ବିଲୁପ୍ତ । ମୋର୍ଯ୍ୟ ସାମ୍ରାଜ୍ୟର ରାଜା ଚଣ୍ଡାଶୋକ କଳିଙ୍ଗ ଯୁଦ୍ଧରେ ( ଖ୍ରୀଷ୍ଟ ପୂର୍ବ ୨୬୨– ୨୬୧) ଜିତିବା ପରେ ହଜାର ହଜାର ଲୋକଙ୍କ ମୃତ୍ୟୁକୁ ଦେଖି ଅନୁତପ୍ତ ହେଲେ, ସେତେବେଳେ ଓଡିଶାର ପ୍ରଚଳିତ ଥିବା ବୁଦ୍ଧ ଧର୍ମ ଦ୍ବାରା ପ୍ରଭାବିତ ହୋଇ ସେ ବୁଦ୍ଧ ଧର୍ମ ଗ୍ରହଣ କରି ସମଗ୍ର ଅଶୋକ ରାଜ୍ୟରେ ବା ମୌର୍ଯ୍ୟ ସାମ୍ରାଜ୍ୟରେ ତାହା ପ୍ରଚଳିତ କରିଥିଲେ । ଅଶୋକଙ୍କ ରାଜ୍ୟ ଏବେ ଇଣ୍ଡିଆ ନାମରେ ସୁପରିଚିତ ଯାହାର ଓଡ଼ିଶା ଏକ ରାଜ୍ୟ । ଖ୍ରୀଷ୍ଟ ପୂର୍ବ ୨୬୧ ବେଳେ ଓଡିଶାରେ ବୁଦ୍ଧ ଧର୍ମ ପ୍ରଚଳିତ ଥିଲା ସେଥି ପାଇଁ ଆମେ ଧଉଳି ଗିରି, ଖଣ୍ଡ ଗିରି, ଉଦୟ ଗିରି, ଲଳିତ ଗିରି, ରତ୍ନ ଗିରି, ପୁରୀ ମନ୍ଦିର, କୋଣାର୍କ ଇତ୍ୟାଦି ପ୍ରାଚୀନ ପ୍ରମାଣ ସବୁ ପାଉ, ଯାହା ବର୍ତ୍ତମାନର ପୁନଃନିର୍ମିତ ଛଦ୍ମ ପୁରୀ ମନ୍ଦିର, କୋଣାର୍କ ମନ୍ଦିର ଠାରୁ ମଧ୍ୟ ବହୁ ପୁରାତନ । ଏସବୁମାନଙ୍କରେ ବୁଦ୍ଧ ଧର୍ମର ପ୍ରମାଣ ଥିଲାବେଳେ  ଛଦ୍ମ ଜଗନ୍ନାଥଙ୍କ ପ୍ରମାଣ ଦେଖିବାକୁ ମିଳେନାହିଁ ଯୋଉଥିରୁ ପ୍ରମାଣିତ ହୁଏ ଓଡିଶାରେ ବୁଦ୍ଧ ଧର୍ମ ଜଗନ୍ନାଥ ସଂସ୍କୃତିଠାରୁ ବହୁ ପୁରୁଣା । ପୁରୀ, ଲିଙ୍ଗରାଜ  ଓ କୋଣାର୍କ ମନ୍ଦିର ବୁଦ୍ଧଙ୍କ ମନ୍ଦିର ଥିଲା ବୋଲି ଅନେକ ମତ ମଧ୍ୟ ଦିଅନ୍ତି । ଅଶୋକଙ୍କ ପରେ ଯେତେବେଳେ କପଟି ବୈଦିକ ବ୍ରାହ୍ମଣ ପୁଷ୍ୟାମିତ୍ର ଶୁଂଗ ଯେକି ଅଶୋକଙ୍କ ରାଜ୍ୟର ସେନାପତି ଥିଲେ, ଅଶୋକଙ୍କ ବଂଶଧର ବୃହଦ୍ରଥକୁ ବିଶ୍ଵାସଘାତକରି ନିର୍ମମ ଭାବରେ ହତ୍ୟାକରି ଅଶୋକଙ୍କ ଅଖଣ୍ଡ ସାମ୍ରାଜ୍ୟକୁ ଅଧିକୃତ କରିନେଲେ । ଏଠାରେ ଉଲ୍ଲେଖଯୋଗ୍ୟ, ବୈଦିକ ବ୍ରାହ୍ମଣ ସେନାପତି ପୁଷ୍ୟାମିତ୍ର ଶୁଂଗ ଯୁଧ୍ୟ ଦ୍ୱାରା ନୁହେଁ କେବଳ କପଟ, ବିସ୍ୱାଶଘାତକତା ବା ବେଇମାନିକରି ମୌର୍ଯ୍ୟ ସାମ୍ରାଜ୍ୟକୁ ଅକ୍ତିଆର କରିଥିଲେ ।  ବୈଦିକ ବ୍ରାହ୍ମଣମାନଙ୍କ ସଂଖ୍ୟା ସେତେବେଳେ ଖୁବ କମ୍ ଥିଲା ଏବଂ ସେମାନଙ୍କ ପ୍ରଭାବ ଉତ୍ତର ଇଣ୍ଡିଆରେ ହିଁ ସୀମିତ ଥିଲା । ୧୬୦୦ ମସିହାର ବ୍ରିଟିସରାଜ ଅନୁସାରେ ସେତେବେଳେ ଇଣ୍ଡିଆର ଜନସଂଖ୍ୟା ପ୍ରାୟ ୧୦ କୋଟି ଥିଲା ।  ବର୍ତ୍ତମାନ ଯଦି ସମୁଦାୟ  ଇଣ୍ଡିଆର ୧୩୦ କୋଟି ଲୋକସଂଖ୍ୟାରେ ପ୍ରକୃତ, ମିଶ୍ରିତ, ଛଦ୍ମ ଏବଂ ଅପଭ୍ରଂଶ ବ୍ରାହ୍ମଣଙ୍କ ସଂଖ୍ୟା ମାତ୍ର  ୬ କୋଟିରୁ କମ୍ ହୁଏ,  ତେବେ ପୁଷ୍ୟାମିତ୍ରଙ୍କ ( ଖ୍ରୀଷ୍ଟ ପୂର୍ବ ୧୮୫-୧୪୯) ସମୟରେ କେତେ ଥିବେ ତାହା ଅନୁମାନ କରିହେବ ।

ପୁଷ୍ୟାମିତ୍ର ଶୁଂଗ, ଅଶୋକଙ୍କ ଦ୍ବାରା ନିର୍ମିତ ଅନେକ ବୁଦ୍ଧ ପ୍ରମାଣ ସବୁ ନଷ୍ଟ କରି ସବୁକିଛି ବ୍ରାହ୍ମଣଙ୍କ ସପକ୍ଷରେ କରିନେଲେ । ବୁଦ୍ଧ ଭକ୍ତ ମାନଙ୍କୁ ଭୟଭିତକରି ବୁଦ୍ଧ ସନ୍ୟାସମାନଙ୍କୁ ହତ୍ୟା କଲେ । ପ୍ରତି ବୁଦ୍ଧ ସନ୍ୟାସର ମୁଣ୍ଡ ପିଛା ୧୦୦ ସୁନା ମୁଦ୍ରା ଘୋସଣା କଲେ ସେଥି ପାଇଁ ବୁଦ୍ଧ ଧର୍ମ ଇଣ୍ଡିଆରୁ ଉଭେଇଗଲାମନୁସ୍ମୃତିର ନିୟମ ଲାଗୁ କରି ଜାତି ପ୍ରଥାର ପ୍ରସାର କରିବାକୁ ଲାଗିଲେ । ଅଶୋକଙ୍କ ଛୋଟ ଛୋଟ ରାଜ୍ୟ ମିଶେଇ କରିଥିବା ଅଖଣ୍ଡ ରାଜ୍ୟରେ ପ୍ରତ୍ୟକ ରାଜ୍ୟର ସମାଜକୁ ସେମାନଙ୍କ ବୃତ୍ତି ଅନୁସାରେ ବିଭାଗୀ କରଣ କରି ବୃତ୍ତି ଅନୁସାରେ ସେମାନଙ୍କୁ ନାମିତ କରାଗଲା । ଆଦିବାସୀ ମୂର୍ତ୍ତି ପୁଜକଙ୍କୁ ବ୍ରାହ୍ମଣର ମର୍ଯ୍ୟାଦା ଦିଆଗଲା, ପରେ ହୁଏତ ଜାତି ପ୍ରଥାର ପ୍ରସାର ପାଇଁ ସେମାନଙ୍କୁ ବୈଦିକ ପଦ୍ଧତିରେ ପୁଜା ପାଇଁ ସଂସ୍କୃତ ଭାଷାରେ ବେଦ ସିକ୍ଷାର ସୁବିଧା ଦିଆଗଲା ଯାହା ଦ୍ୱାରାକି ବୈଦିକ ଜାତିପ୍ରଥା ପୁରୁଷ ସୁକ୍ତକୁ ପ୍ରଚାର କରିହେବ । ରାଜାମାନଙ୍କୁ କ୍ଷତ୍ରିୟର ମର୍ଯ୍ୟାଦା ଦିଆଗଲା, ବେପାର ବାଣିଜ୍ୟ ବୃତ୍ତି କରୁଥିବା ବ୍ୟକ୍ତିଙ୍କୁ ବୈଶ୍ୟର ମର୍ଯ୍ୟାଦା ଦିଆଗଲା ଏବଂ ଅବଶେଷ ସମାଜରେ ଯେକୌଣସି ବୃତ୍ତି କରୁଥିବା ବ୍ୟକ୍ତିଙ୍କୁ ଶୁଦ୍ରର ମାନ୍ୟତା ମିଳିଲା । ଯେଉଁ ମାନେ ସେମାନଙ୍କ ସମାଜର ଅଂସବିଶେଷ ବା ଜାତି ପ୍ରଥାର ଅଂସବିଶେଷ ନଥିଲେ ସେମାନଙ୍କୁ ଅଜାତି ବା ଅତିଶୁଦ୍ର କୁହାଗଲା । ଏହିପରି କରିବାର ମୂଳ ଉଦ୍ଧେଶ୍ୟ କିଛି ବୃତ୍ତିକୁ ଅନ୍ୟମାଙ୍କ ପାଇଁ ଜଡୀକୃତ କରିଦେବାଥିଲା; ଯାହା ଦ୍ୱାରା ସେହି ବୃତ୍ତି ତାଙ୍କ ଛଡା ଯେପରି ଆଉକେଉଁମାନେ ନକରିପାରିବେ ଏବଂ ସେମାନଙ୍କ ଅଯୋଗ୍ୟ ସନ୍ତାନ ମଧ୍ୟ ସେହି ବୃତ୍ତି ଅକାରଣେ ବିନା ପ୍ରତିଯୋଗିତାରେ ଯୁଗ ଯୁଗ ଧରି କରିପାରିବେ। ଜାତି ପ୍ରଥା ଦ୍ୱାରା ପୂଜକ, ରାଜା ଏବଂ ବାଣିଜ୍ୟ ବୃତ୍ତିକୁ ନିଜ ପାଇଁ ଶରଙ୍ଖିତ କରିବା ଥିଲା ଉଦ୍ଧେଶ୍ୟ । ପୂଜକ, ରାଜା ଏବଂ ବାଣିଜ୍ୟ ବୃତ୍ତିକୁ ଛାଡି ଅନ୍ୟ ଯେକୌଣସି ବୃତ୍ତି କରୁଥିବା ଲୋକମାନଙ୍କୁ ଶୁଦ୍ର କରିଦିଆଗଲା ଯାହାଦ୍ୱାରା ସେମାନେ ଏହି ବୃତ୍ତି ପାଇଁ ସେମାନଙ୍କ ପାଇଁ ଆଉକେବେ ଯେପରି ପ୍ରତିଦ୍ବନ୍ଦୀ ନହୋଇପାରନ୍ତି । ଏଥିପାଇଁ ବ୍ରାହ୍ମଣର ପୁଅ ବ୍ରାହ୍ମଣ ହେଲା, ରାଜାପୁଅ ରାଜା ଆଉ ବଣିକ ପୁଅ ବଣିକ । ପୃଥିବୀରେ ଅନ୍ୟ ସମାଜମାନଙ୍କରେ ସାମାଜିକ ଶ୍ରେଣୀ ଅଛି ଯେପରି ଧନୀ ଏବଂ ଗରିବ; ଧନୀ ଏବଂ ଗରିବ ମଧ୍ୟରେ ଏକ ଲଚକ ବା ତରଳତା ଅଛି ଯେପରି ଏକ ଗରିବ ନିଜ ପ୍ରଚେଷ୍ଟାରେ ଧନୀ ହୋଇ ପାରିବ ଏବଂ ଏକ ଧନୀ ଅଯୋଗ୍ୟ ହେଲେ ଗରିବ ହୋଇଯିବ। କିନ୍ତୁ ଜାତି ପ୍ରଥା ବା ବର୍ଣ୍ଣ ବ୍ୟବସ୍ଥା ଇଣ୍ଡିଆକୁ ଛାଡିଦେଲେ ଆଉକେଉଁଠାରେ ଦେଖିବାକୁ ମିଳେନାହିଁ । ଏଠାକାର ଚତୁର, ଧୂର୍ତ୍ତ ଏବଂ କପଟୀ ବର୍ଗ ଧନୀ ଏବଂ ଗରିବର ମଧ୍ୟରେ ଥିବା ଲଚକ ବା ତରଳତାକୁ ଆବଦ୍ଧ ବା ଜମାଇଦେଲେ ବା ଜଡକରିଦେଇ ଗରିବକୁ ସର୍ବଦା ଗରିବ ରଖିବା ପାଇଁ ସେମାନଙ୍କୁ ଷଡଯନ୍ତ୍ର କରି ଶୁଦ୍ର କରିଦେଲେ ।  ଯେହେତୁ ଅଶୋକଙ୍କ ଅଖଣ୍ଡ ରାଜ୍ୟ ଯାହା ଏବେ ଇଣ୍ଡିଆ ନାମରେ ନାମିତ ବର୍ଣ୍ଣବ୍ୟବସ୍ଥା ନଥିବା ଯୋଗୁ ସମୃଦ୍ଧ ଥିଲା ଏବଂ ନାଗରିକ ମାନେ ଐକ୍ୟ ଅଧିକାର ପାଉଥିଲେ ତାଙ୍କ ବୁଦ୍ଧ ଧର୍ମ ରାଜ୍ୟକୁ ନଷ୍ଟ କରି ବୈଦିକ ପରୁଷ ସୁକ୍ତ ଦର୍ଶନ ଶାସ୍ତ୍ର ଦ୍ୱାରା  ସାଙ୍ଗଠନିକ ପୂଜାରୀବାଦ ସୃଷ୍ଟିକରୀ ଆଞ୍ଚଳିକ ଆଦିବାସୀ ଦେବାଦେବୀଙ୍କ ଆସ୍ଥାକୁ ବିସ୍ତାର କରି ବୁଦ୍ଧ ସମଜାକୁ ନଷ୍ଟ କରି, ସେମାନଙ୍କୁ ଜାତି ଦ୍ୱାରା ବାଣ୍ଟି  ସେମାନଙ୍କୁ ଶାସନ କରିବା ଉଦ୍ଧେଶ୍ୟରେ ବ୍ରାହ୍ମଣ ସମାଜ ବା ସନାତନ ଧର୍ମ ସୃଷ୍ଟିକଲେ । ବ୍ରାହ୍ମଣ, “କ୍ଷତ୍ରିୟ ଏବଂ ବୈଶ୍ୟ” ବୃତ୍ତି କରିପାରିଲା କିନ୍ତୁ କ୍ଷତ୍ରିୟ କେବେ ମଧ୍ୟ ବ୍ରାହ୍ମଣ ହେବାର ସୁଯୋଗ ପାଇଲା ନାହିଁ , ବୈଶ୍ୟ କେବେ ମଧ୍ୟ “କ୍ଷତ୍ରିୟ ଏବଂ ବ୍ରାହ୍ମଣ” ହେବାର ସୁଯୋଗ ପାଇଲା ନାହିଁ ଏବଂ ଶୁଦ୍ର ଏଥିମଧ୍ୟରୁ କୌଣସିଟିର ମଧ୍ୟ ସୁଯୋଗ ପାଇଲା ନାହିଁ ଏବଂ ଏମାନଙ୍କ ଜୀବନ ଆଜୀବନ ଦାସତ୍ୱ ଛଡା ସେମାନଙ୍କ ପିଢ଼ି ପିଢ଼ି  ମଧ୍ୟ ଦାସତ୍ୱର ଅନ୍ଧକାର ମଧ୍ୟରେ ଠେଲିଦିଆଗଲା ଯେପରି କାଳ କାଳ ଧରି ଧର୍ମ ନାମରେ ସେମାନେ ବ୍ରାହ୍ମଣବାଦୀ ସମାଜର ଦାସ ହୋଇ ରହିବେ। ପୁରୁଷ ସୁକ୍ତ ର ଅନ୍ୟ ଅର୍ଥ ଥିଲା ମୁକ୍ତ ବୃତ୍ତିପ୍ରଥାକୁ ପ୍ରତିବନ୍ଧ ଲଗାଇବା । ପୁରୁଷ ସୁକ୍ତ ଯେତବେଳେ କୌଣସି ସମାଜରେ ଲାଗୁକରାଗଲା ସେତବେଳେ କରୁଥିବା ଵୃତ୍ତିଅନୁସାରେ ସେମାନଙ୍କ ସର୍ ନେମ୍ ବା ପୂର୍ଣ୍ଣ ନାମ ସହ ବୃତ୍ତିଗତ ଶେଷ ନାମକୁ ପ୍ରାଧାନ୍ୟ ଦିଆଗଲା ଯାହାଦ୍ୱାରା ମୁକ୍ତ ବୃତ୍ତିପ୍ରଥାକୁ ଶେଷ କରିହେବ; କିନ୍ତୁ ବର୍ତ୍ତମାନ ବୃତ୍ତି ପରିବର୍ତ୍ତନ ହେଲେ ମଧ୍ୟ ସେମାନଙ୍କୁ ସେମାନଙ୍କ ପୂର୍ବ ପୁରୁଷଙ୍କ ବୃତ୍ତିଗତ ଶେଷ ନାମ ଅନୁଯାଇ ସାମାଜିକ ମର୍ଯ୍ୟାଦା ବା ଅପବାଦ ଦିଆଯାଉଛି  ଏହା ମୂର୍ଖାମୀ ନୁହଁତ ଆଉ କଣ? ବ୍ରାହ୍ମଣବାଦ ହେଉଛି ବୈଦିକ ଜାତିପ୍ରଥା ପ୍ରଶାର କରୁଥିବା ବିଭିନ୍ନ ଭାଷୀୟ ଜାତିମାନଙ୍କ ମୂର୍ତ୍ତିପୂଜକମାନଙ୍କର ସାଙ୍ଗଠନିକ ଲାଭପାଇଁ ଧର୍ମ ନାମରେ ସାଙ୍ଗଠନିକ ଗୋଷ୍ଠୀ ବା ସମୁଦାୟ । କାରଣ ଇଣ୍ଡିଆରେ ପ୍ରାୟ ୧୨୨ଟି ମୁଖ୍ୟ ଭାଷା ଏବଂ ପ୍ରାୟ ୧୬୦୦ଟିରୁ ମଧ୍ୟ ଅଧିକ ଅନ୍ୟ ଭାଷୀୟ ଲୋକ ବାସକରନ୍ତି । ସଂସ୍କୃତ ଭାଷୀୟ ଲୋକମାନେ ସେମାନଙ୍କ ମଧ୍ୟରୁ ଗୋଟେ । ସଂସ୍କୃତ ଭାଷା ସମସ୍ତ ଭାଷାର ଜନନୀ ଏକ ମିଥ୍ୟା ପ୍ରଚାର । ସଂସ୍କୃତର ନିଜର ଲିପି ମଧ୍ୟ ନାହିଁ । ୭୦୦ ଖ୍ରୀଷ୍ଟାବ୍ଦ ପରେ ମଧ୍ୟବର୍ତ୍ତୀ ଇଣ୍ଡିଆର ବହୁପ୍ରଚଳିତ ଭାଷା “ନଗରୀ ବା ନାଗରୀ (ନଗର ବ୍ୟବହୃତ ଭାଷା) ” ଯାହାର ଶବ୍ଦ ଆଗରେ ଏବେ “ଦେବ” ଯୋଡି “ଦେବନାଗରୀ” କରିଦିଆଯାଇଛି ଏବଂ ମୁସଲିମ ଆକ୍ରମଣକାରୀ ରାଜତ୍ତ୍ୱ ପରେ ଯାହାର ନାମ ହିନ୍ଦୀ ଭାଷା ବୋଲି  ପୁନଃ ନାମିତ ହୋଇଛି ସେହି ଭାଷାର ଲିପିରେ ଲେଖା ହୋଇଛି । ଯେଉଁ ଅଶୋକ ସ୍ତମ୍ଭରେ ଲିଖିତ ଲିପିକୁ ସେମାନେ ବ୍ରାହ୍ମୀ ବୋଲି କୁହନ୍ତି ତାହା ବ୍ରାହ୍ମୀ ନୁହେଁ ମୌର୍ଯ୍ୟ ସାମ୍ରାଜ୍ୟରେ ସେତେବେଳକାର ପ୍ରଚଳିତ ଲିପି ଥିଲା । ସମ୍ଭବତଃ ସେହି ଲିପି ପାଲିର ଆଦୀଲିପି । ଯଦି ବୈଦିକ ପ୍ରଚାରକମାନେ ସେମାନଙ୍କ ଲିପି ବିକାଶ କରିସାରିଥିଲେ ତେବେ ସେହି ଲିପିରେ ସେମାନେ ବେଦକୁ   କାହିଁକି ଲେଖି ନଥିଲେ? ବେଦର ନା କୌଣସି ପ୍ରସ୍ତର ଖୋଦିତ ପ୍ରମାଣ ମିଳେ ନା ତାମ୍ର କିମ୍ବା ତାଳପତ୍ର ଖୋଦିତ ପ୍ରମାଣ; ତେଣୁ ସଂସ୍କୃତ ଭାଷୀୟ ସଭ୍ୟତା ବୁଦ୍ଧିଜୀବୀ କିମ୍ବା ସମୃଦ୍ଧିଶୀଳ ହୋଇଥିବାର ପ୍ରମାଣ ମିଳେ ନାହିଁ, ସେଥିପାଇଁ ସେମାନେ ଦେଶୀୟ ରୂଢିବାଦୀ ଆକ୍ରମଣକାରୀ । ସଂସ୍କୃତରେହିଁ ରୁକ୍ ବେଦର ଜାତିପ୍ରଥା ଦେଖିବାକୁମିଳେ । ବର୍ତ୍ତମାନ ସଂସ୍କୃତ ଭାଷା ବ୍ୟବହାରକାରୀ ୧୫ ହଜାରୁ ମଧ୍ୟ କମ୍ । ଯଦି ବ୍ରାହ୍ମଣମାନଙ୍କର ଜାତି ଗୋଟେ ହୋଇଥାନ୍ତା, ତେବେ ସେମାନଙ୍କ ମାତୃଭାଷା ଏବଂ ସାଙ୍ଗିଆ ବା ସରନେମ୍ ମଧ୍ୟ ଗୋଟେ ହୋଇଥାନ୍ତା ।  ଇଣ୍ଡିଆରେ ଦେଖାଯାଉଥିବା ବ୍ରାହ୍ମଣମାନଙ୍କର ମାତୃଭାଷା ଏବଂ ସାଙ୍ଗିଆ ବା ସରନେମ୍ ପ୍ରଦେଶ ବା ଭୁଭାଗ ପରିବର୍ତ୍ତନ ସହ ପରିବର୍ତ୍ତନ ହେଉଥିବାରୁ, ଏମାନେ କେବେ ମଧ୍ୟ ଗୋଟେ ଜାତିର ନୁହନ୍ତି ତେଣୁ ବ୍ରାହ୍ମଣବାଦ ହେଉଛି ବର୍ତ୍ତମାନ ଯୁଗରେ ଦେଖାଯାଉଥିବା ରାଜନୈତିକ ଦଳ ବା ଗୋଷ୍ଠୀ ପରି ସାଙ୍ଗଠନିକ ପୂଜାରୀବାଦ (Organized Priesthood promoting Purusha Sukta to rule the land making a faith empire) ଯିଏ ଆସ୍ଥାର ସାମ୍ରାଜ୍ୟ ସୃଷ୍ଟିକରି ଅନୁଗାମୀ ମାନଙ୍କ ମନ ଏବଂ ଜୀବନକୁ ନିଅନ୍ତ୍ରଣ ସହ ଧର୍ମ ନାମରେ ସମଗ୍ର  ଭୁଭାଗକୁ ପରୋକ୍ଷ ଭାବରେ ଶାସନ କରି ଆସୁଛନ୍ତି । ଏହାର ଅନ୍ୟ ଅର୍ଥ ହେଉଛି, ବୈଦିକ ପୁରୁଷ ସୁକ୍ତ ବା ବୈଦିକ ଦର୍ଶନ ଅତୀତରେ ଥିବା ବିଭିନ୍ନ ଭାଷାଭାଷୀ ଗୋଷ୍ଠୀର ପୂଜାରୀମାନଙ୍କୁ “ଛଳ ଏବଂ ବଳ” ଦ୍ୱାରା କିପରି  ଅନ୍ୟକୁ ଠକେଇ ଧର୍ମ ନାମରେ ମିଥ୍ୟା ମାର୍ଗ ଦେଖେଇ ଏକ ସୁସ୍ଥ ଜୀବନ ପାଇପାରିବ ତାହାର ଲୋଭଦେଇ ପ୍ରାଥମିକଭାବେ ପ୍ରଥମେ ବ୍ରାହ୍ମଣଙ୍କ ମନକୁ ନିଅନ୍ତ୍ରଣକରି ଏବଂ ସେମାନଙ୍କ ଦ୍ୱାରା ଅନ୍ୟମାନଙ୍କୁ ମାନସିକ ସ୍ତରରେ ନିଅନ୍ତ୍ରଣକରି ଆସ୍ଥାନାମରେ ଭୁଭାଗକୁ ନିୟନ୍ତ୍ରଣ କରିଆସୁଅଛି । ଏଠାରେ ଆଉ ଏକ କଥା ଉଲ୍ଲେଖଯୋଗ୍ୟ, ତାହା ହେଉଛି ସବୁ ପୂଜାରୀ ବ୍ରାହ୍ମଣ ନୁହନ୍ତି କିନ୍ତୁ ଯେଉଁ ପୂଜାରୀ ଦେବାଦେବୀଙ୍କୁ ସଂସ୍କୃତଭାଷାରେ ସମ୍ବାଦ କରନ୍ତି, ବୈଦିକ ପୂଜାପଦ୍ଧତ୍ତି ଅବଲମ୍ବନକରି ବୈଦିକ ପୁରୁଷ ସୁକ୍ତ ଦ୍ୱାରା ନିଜକୁ ବ୍ରାହ୍ମଣ ବୋଲି ପରିଚୟ ଦିଅନ୍ତି ତାହା ହିଁ ହେଉଛି ବ୍ରାହ୍ମଣବାଦ; ଯେଉଁମାନେ ଜାତିପ୍ରଥାକୁ ପ୍ରଚାରକରି ମଣିଷ ମଣିଷ ଭିତରେ ପ୍ରଭେଦ ସୃଷ୍ଟି କରି ଇଣ୍ଡିଆର ଭୁଭାଗକୁ ଧର୍ମନାମରେ ଅପଭ୍ରଂଶ କରିଆସୁଅଛନ୍ତି ତାହା ହିଁ ହେଉଛି ବ୍ରାହ୍ମଣବାଦ । ଦେବାଦେବୀଙ୍କୁ ସଂସ୍କୃତଭାଷାରେ ସମ୍ବାଦ କରିବା ଅର୍ଥ ସମସ୍ତ ଦେବାଦେବୀ କେବଳ ସଂସ୍କୃତ ଭାଷାରେ ହିଁ ବୁଝନ୍ତି ବା ହିନ୍ଦୁ ଦେବାଦେବୀମାନଙ୍କ ମାତୃଭାଷା କେବଳ ସଂସ୍କୃତ ତେଣୁ ବିନାସଂସ୍କୃତ ଭାଷୀ ଭକ୍ତଙ୍କ  କଥାଯେ ଦେବାଦେବୀ ବୁଝୁଥିବେ ଏହାର କଣ ପ୍ରମାଣ ଅଛି? ଯଦି ଦେବାଦେବୀ ସବୁ ଭାଷାରେ ବୁଝିପାରନ୍ତି ତେବେ କେବଳ ସଂସ୍କୃତ ଭାଷାରେ ସେମାନଙ୍କୁ ସମ୍ବାଦ କରିବାରେ କି ଗୁଢ ରହସ୍ୟ ଅଛି? ସଂସ୍କୃତକୁ ପ୍ରାଧାନ୍ୟଦବା ତଥ୍ୟରୁ ହିଁ ପ୍ରମାଣିତ ହୁଏ ସଂସ୍କୃତ ଭାଷୀ ଗୋଷ୍ଠିହିଁ ଇଣ୍ଡିଆରେ ଥିବା ଭଗବାନ ଭ୍ରମ (God Delusion) ସୃଷ୍ଟି କରି ସେମାନଙ୍କୁ ଶୋଷଣକରିବା ପାଇଁ ଦାୟୀ । ଇଣ୍ଡିଆରେ ଥିବା ୯୯% ରୁ ମଧ୍ୟ ଅଧିକ ବ୍ରାହ୍ମଣମାନଙ୍କ ମାତୃଭାଷା ସଂସ୍କୃତ ନୁହେଁ ତେଣୁ ଏଥିରୁ ପ୍ରମାଣିତ ହୁଏ ବ୍ରାହ୍ମଣବାଦ ହେଉଛି ବେଦ ଏବଂ ସଂସ୍କୃତକୁ ପ୍ରାଧାନ୍ୟଦେଇ ସାଙ୍ଗଠନିକ ପୂଜାରୀବାଦ ବନାମ ବ୍ରାହ୍ମଣବାଦ ।  ଇଣ୍ଡିଆରେ ବର୍ତ୍ତମାନର ବ୍ରାହ୍ମଣ ଗୋଷ୍ଠୀ ୬ହଜାରୁ ମଧ୍ୟ କମ୍ କିନ୍ତୁ ସେମାନଙ୍କ ମାତୃଭାଷା ଏବଂ ସାଙ୍ଗିଆ ବା ସରନେମ୍ ୫୦୦ରୁ ମଧ୍ୟ ଅଧିକା । ସଂସ୍କୃତ ଭାଷୀୟ ଲୋକଙ୍କୁ ଛାଡିଦେଲେ ଅନ୍ୟ ଭାଷୀୟ ଲୋକଙ୍କର ପୁରୁଷ ସୁକ୍ତର କୌଣସି ସମ୍ପର୍କ ନାହିଁ; ତେଣୁ ପରୁଷ ସୁକ୍ତ କୁ ମୂଳ ନିବାସୀମାନଙ୍କ ଉପରେ ସେମାନଙ୍କୁ ଗୁଲାମ କରିବାପାଇଁ ବାଧ୍ୟତା ମୂଳକ ଭାବରେ ଭୟ ଏବଂ ଛଳ କପଟ ଦ୍ୱାରା ଥୋପୀ ଦିଆଯାଇଛି; କିଏବା କାହିଁକି ଶୁଦ୍ର ହେବାକୁ ପସନ୍ଦ କରିବ? ଯେଉଁ ଗୋଷ୍ଠୀ ମାଟି, ପଥର, ଧାତୁ, କାଠ, କାଗଜ ଏବଂ ରଙ୍ଗରେ ନିର୍ମିତ ମନଗଢା ଦେବା ଦେବୀଙ୍କୁ ପୂଜା କରନ୍ତି; ଯେଉଁମାନେ ପ୍ରକୃତରେ ମାନସିକ ବିକୃତ, ଚତୁର ଏବଂ  ଧୂର୍ତ କାରଣ ସେମାନେ ଧର୍ମ ଏବଂ ଦେବାଦେବୀଙ୍କ ନାମରେ ଏହି ନିର୍ଜୀବ ପଦାର୍ଥଙ୍କୁ ସଂସ୍କୃତ ମନ୍ତ୍ର ଦ୍ୱାରା ସମ୍ବାଦ କରନ୍ତି, ଏହି ନିର୍ଜୀବ ଇନ୍ଦ୍ରିୟ ନଥିବା ପଦାର୍ଥଙ୍କ ଆଗରେ ନିରୀହ ପଶୁମାନଙ୍କୁ ବଳିଦିଅନ୍ତି, କିନ୍ତୁ ଆମେ ସେମାନଙ୍କୁ ଅସାମାଜିକ ନକହି ସେମାନଙ୍କୁ ସାମାଜିକ ଶ୍ରେଷ୍ଟ ବ୍ୟକ୍ତିର ମର୍ଯ୍ୟାଦା ଦେଇଆସୁଅଛୁ, ଏହା ମୂର୍ଖାମୀ ନୁହେଁତ ଆଉ କଣ? ବୈଦିକ ପୁରୁଷ ସୁକ୍ତ ବ୍ରାହ୍ମଣସମାଜ ଏକ ବହୁଳ ଧର୍ମଭାବେ ଇଣ୍ଡିଆ ଭୁଭାଗରେ ପ୍ରଚଳିତ ହବା ଆଗରୁ ଇଣ୍ଡିଆ ଭୁଭାଗ ଅନେକ ଧର୍ମର ଜନ୍ମଦାତା ଥିଲା । ଏଠାରେ ଜ୍ଞାନ ହିସାବରେ ଦୁଇ ଶ୍ରେଣୀର ଧର୍ମ ସୃଷ୍ଟି ହୋଇଥିଲା ଯଥା ଯୌକ୍ତିକ (Logical/Rational) ଏବଂ ଅଯୌକ୍ତିକ (Illogical/Irrational) ଦର୍ଶନ ଭିତ୍ତିକ ଧର୍ମ । ଆଜୀବକ, ଚାରୁବାକ/ଲୋକାୟତ, ନ୍ୟାୟ, ବୈଶେଷିକ, ଯୋଗ, ଅଲେଖ, ବୁଦ୍ଧ ଏବଂ ଜୈନ୍ୟ ଇତ୍ୟାଦି ଇତ୍ୟାଦି ବିନା ଭଗବାନ ଏବଂ ବିନା ମୂର୍ତ୍ତି ପୂଜାର ଧର୍ମ ପରି ଯୌକ୍ତିକ ବା ତାର୍କିକ ଦର୍ଶନ ଭିତ୍ତିକ ଧର୍ମ ହୋଇଥିଲା ବେଳେ, ବେଦ ଏବଂ ବେଦ ଉଦ୍ଧୃତ ଧର୍ମ ତଥା ମୂର୍ତ୍ତି ପୂଜା ବହୁଦେବବାଦ ଦର୍ଶନ ବିଶିଷ୍ଟ କୂତର୍କ ବିଶିଷ୍ଟ ଅନ୍ଧବିଶ୍ୱାସ ଭିତ୍ତିକ ଅଯୌକ୍ତିକ ଧର୍ମ, ଯାହା “ଛଳ ଏବଂ ବଳ” ଦ୍ୱାରା ଲାଗୁକରି କିଛି ବ୍ୟକ୍ତିବିଶେଷଙ୍କ ଗୋଷ୍ଠିଗତ ଲାଭାପାଇଁ ଇଣ୍ଡିଆର ମୂଳନୀବାସୀଙ୍କୁ ମୁର୍ଖତା, ମାନସିକ ବିକୃତି ଏବଂ ଅନ୍ଧବିଶ୍ୱାସର ଅନ୍ଧକାର ମଧ୍ୟକୁ ଠେଲିଦିଆଯାଇଛି । ଯେହେତୁ ୧୧୦୦ ଖ୍ରୀଷ୍ଟାବ୍ଦ ଆଗରୁ ଓଡ଼ିଆ ଜାତି ବୁଦ୍ଧ ଧର୍ମ ଦ୍ୱାରା ପ୍ରଭାବିତ ଥିଲା ଏବଂ ଏଠାକାର ମୂଳନୀବାସୀ ବୁଦ୍ଧଧର୍ମାବଲମ୍ବି ଥିଲେ, ନିଃସନ୍ଦେହ ଏଠାରେ ଅନେକ ବୁଦ୍ଧ ସନ୍ୟାସୀ ମଧ୍ୟ ରହୁଥିବେ । ଯେହେତୁ ଏବେ କୌଣସି ବୁଦ୍ଧସନ୍ୟାସୀ ଦେଖିବାକୁ ମିଳୁନାହାଁନ୍ତି ଏହାର ଅର୍ଥ ଯେତେବେଳେ ଆମ ଓଡ଼ିଆ ଭୂଖଣ୍ଡରେ ଜାତିପ୍ରଥା ଛଳ ଏବଂ ବଳ ଦ୍ୱାରା ଥୋପାଯାଇଥିଲା ଏଠାକାର ବୁଦ୍ଧଧର୍ମର ପ୍ରଚାରକ ମାନେ କେହି ଶୁଦ୍ର ହେବାକୁ ପସନ୍ଦ କରିନଥିବେ ତେଣୁ ସେମାନେ ନିଶ୍ଚିତ ଭାବରେ ବ୍ରାହ୍ମଣ ହବାକୁ ବାଧ୍ୟ ହୋଇଥିବେ। ଏହାର ଅର୍ଥ ସେମାନଙ୍କୁ ବାଧ୍ୟତା ମୂଳକ ଭାବେ ବୈଦିକ ପୁରୁଷ ସୁକ୍ତର ପ୍ରଚାର ପାଇଁ ଜାତିପ୍ରଥା, ଅନ୍ଧବିଶ୍ୱାସ, ମୂର୍ତ୍ତିପୂଜା, ତର୍କହୀନତା, ଚତୁର,  ଧୂର୍ତ, ଛଳ ଏବଂ କପଟବାଦୀ ହେବାକୁ ବାଧ୍ୟ ହୋଇଥିବେ । ଏବେକାର ପୁରୀ ଶଙ୍କରାଚାର୍ଯ୍ୟଙ୍କର ଓଡ଼ିଆଜାତି ସହ କୌଣସି ସମ୍ପର୍କ ନାହିଁ ସେ ପୁରୀରେ କରୁଛନ୍ତି କଣ? ସେ କଣ ଓଡ଼ିଆ ଭାଷାରେ କଥା ହୋଇପାରନ୍ତି? ଇଣ୍ଡିଆରେ ଅଜାତି ବା ଅତିଶୁଦ୍ରମାନଙ୍କୁ ଦଳିତ, ଅଛୁଆଁ ଏବଂ ହରିଜନ ମଧ୍ୟ କୁହାଯାଏ । ଇଣ୍ଡିଆର ସମ୍ବିଧାନ ଅନୁଯାଇ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟମାନଙ୍କୁ “ଜେନେରାଲ୍” ଶ୍ରେଣୀ ଭୁକ୍ତ  କରାଯାଇଥିଲାବେଳେ ଶୁଦ୍ରମାନଙ୍କୁ “ଓ.ବି.ସି”  ଏବଂ ଅତିଶୁଦ୍ରମାନଙ୍କୁ “ଏସ୍.ସି ଏବଂ ଏସ୍.ଟି” ଶ୍ରେଣୀ ଭୁକ୍ତ କରାଯାଇଛି । ଜାତିପ୍ରଥା ନଥିବା ଦେଶ ଏବଂ ଅନ୍ୟ ଧର୍ମର ଲୋକମାନଙ୍କୁ ମଧ୍ୟ ବୈଦିକ ନୀତି ଅନୁଯାଇ ଅଜାତିରେ ଗଣା ଯାଏ, ସେଥି ପାଇଁ ବିଦେଶୀ ମାନଙ୍କୁ ହିନ୍ଦୁ ମନ୍ଦିର ପ୍ରବେଶ ମନା; କାରଣ ସେମାନେ ମଧ୍ୟ ଅଜାତି ଏବଂ ଅଛୁଆଁ । ବୈଦିକ ନୀତି ଅନୁଯାଇ ବିଦେଶର ଜ୍ଞାନୀ, ମାନୀ ଏବଂ ଧନୀ ସମସ୍ତେ ଅଜାତି । ବୈଦିକ ନୀତି ଅନୁଯାଇ ବୈଜ୍ଞାନିକ ଆଇନଷ୍ଟାଇନ୍, ବିଶ୍ଵ ପ୍ରଶିଦ୍ଧ ଲେଖକ ସେକ୍ଶପିଅର୍, ବିଶ୍ଵ ପ୍ରଶିଦ୍ଧ ଧନୀ ବିଲଗେଟସ୍ ଏବଂ ଗଣତାନ୍ତ୍ରିକ ନେତା  ଓବାମା, ପୁଟୀନ୍ ଇତ୍ୟାଦି ସମସ୍ତେ ଅଛୁଆଁ ଏବଂ ଅଜାତି; କିନ୍ତୁ ଅଶୋକଙ୍କ ଅଖଣ୍ଡ ରାଜ୍ୟ ବା ଇଣ୍ଡିଆ ବାହାରେ ବ୍ରାହ୍ମଣମାନଙ୍କ ପ୍ରଭାବ ନଥିବାରୁ ଶ୍ରୀଲଙ୍କା, ଜାପାନ୍, ଚୀନ୍ ପରି ଦେଶମାନଙ୍କରେ ଏବେ ମଧ୍ୟ ବୁଦ୍ଧ ଧର୍ମ ଜୀବିତ । ଓଡ଼ିଶାରେ ଦେଖାଯାଉଥିବା ମୁସଲିମ୍ ମାନେ ହେଉଛନ୍ତି ପ୍ରକୃତରେ ବହୁଳ ଭାବେ ଓଡ଼ିଆ ଯେଉଁମାନେ ବୁଦ୍ଧ ସଭ୍ୟତା ଲୋପ ପାଇଲାପରେ ବ୍ରାହ୍ମଣସମାଜ ଅନୁଯାଇ ଶୁଦ୍ର ଭାବରେ ଜୀବନଯାପନ କରୁଥିଲେ; ଯେତେବେଳେ ମୁସଲିମ୍ ଆକ୍ରମଣକାରୀ ଇଣ୍ଡିଆ ଭୁଭାଗକୁ ୭୦୦ ଖ୍ରୀଷ୍ଟାବ୍ଦରେ ବା ତାର ପରେ ପରେ ଶାସନ କଲେ ସେମାନେ ମୃତ୍ୟୁର ଭୟ ଦେଖାଇ ଅନେକ ମୂଳ ନିବାସିଙ୍କୁ ମୁସଲମାନ୍ କରିଦେଇଥିଲେ । ଓଡ଼ିଶାରେ କିନ୍ତୁ ମୃତ୍ୟୁର ଭୟ ଦେଖାଇ ମୁସଲିମ୍ ଧର୍ମାନ୍ତୀକରଣ କମ୍ । ତେଣୁ ଏଠାକାର କିଛି ଶୁଦ୍ର ଓଡିଆମାନେ ଜାତିପ୍ରଥାର ଅତ୍ୟାଚାରରୁ ନିଜକୁ ରକ୍ଷା କରିବାକୁଯାଇ ଅନେକ ମୁସଲିମ୍ ଧର୍ମ ଅବଲମ୍ବନ କରିଥିଲେ । ଇସ୍ଲାମ ଧର୍ମର ଆଦିଜନକ ନବୀ ମୁହମ୍ମଦ୍ ୫୭୦ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ, ଯେତେବେଳେ ତାଙ୍କୁ ୪୦ ବର୍ଷ ହୋଇଥିଲା ସେତେବେଳେ ସେ ଇସ୍ଲାମ୍ ଧର୍ମର ସୃଷ୍ଟି କରିଥିଲେ ଏବଂ ପ୍ରାୟ ଚାଳିଶି ବର୍ଷ ଅଣ ମୁସଲିମ୍ ଭାବରେ ଏବଂ ପରବର୍ତ୍ତୀ ୨୨ ବର୍ଷ ମୁସଲିମ୍ ଭାବରେ ଜୀବନଯାପନ କରି ୬୩୨ ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କରିଥିଲେ। ଅର୍ଥାତ ୬୧୦ ଖ୍ରୀଷ୍ଟାବ୍ଦ ପରେ ପରେହିଁ ଇସ୍ଲାମ୍ ଧର୍ମ ଅନୁଗାମୀ ରାଜାମାନେ ଯେତେବେଳେ ଇଣ୍ଡିଆକୁ ଆକ୍ରମଣ କଲେ ସେମାନେ ତାଙ୍କ ସହ ମୁସଲିମ୍ ଧର୍ମକୁ ଆମ ଭୁଭାଗକୁ ଆଣିଥିଲେ । ମୁସଲିମ୍ ଧର୍ମ ସହ ଆମ ଭୁଭାଗର କୌଣସି ପ୍ରତ୍ୟକ୍ଷରେ ସମ୍ପର୍କ ନାହିଁ । ସମୟାନୁକ୍ରମେ ଏଠାକାର ମୁସଲିମ୍ ରାଜାମାନେ ସେମାନଙ୍କ ଦ୍ୱାରା ଧର୍ମାଣିକୃତ ମୁସଲିମ୍ ମାନଙ୍କୁ ଅଣମୁସଲିମମାନଙ୍କଠାରୁ ଅଲଗା କରିବା ପାଇଁ ଅଣମୁସଲିମ୍ ମାନଙ୍କୁ ହିନ୍ଦୁ ବୋଲି ଡାକିଲେ ଯାହା ବର୍ତ୍ତମାନର ବହୁ ପ୍ରଚଳିତ ବ୍ରାହ୍ମଣ ସମାଜ ବା ବହୁଦେବବାଦ ଧର୍ମକୁ ବୁଝାଏ । ମୁସଲିମ୍ ରାଜାମାନେ ସେମାନଙ୍କ ଶାସିତ ଅଂଚଳକୁ ହିନ୍ଦୁସ୍ତାନ୍ କହୁଥିଲେ । ଏହାର ଅନ୍ୟ ଅର୍ଥ ହିନ୍ଦୁ ମାନେ ମୁସଲିମ୍ ରାଜାମାନଙ୍କ ଗୁଲାମ୍ ଥିଲେ । ଏଠାରେ ଉଲ୍ଲେଖଯୋଗ୍ୟଯେ ୧୩୦୦ ଖ୍ରୀଷ୍ଟାବ୍ଦ ପୂର୍ବରୁ ଇଣ୍ଡିଆରେ ହୋଇଥିବା ଯେକୌଣସି ଧର୍ମ ଗ୍ରନ୍ଥମାନଙ୍କରେ “ହିନ୍ଦୁ” ଶବ୍ଦର ଉଲ୍ଲେଖ ନାହିଁ କିମ୍ବା ହିନ୍ଦୁର ଅର୍ଥ କିମ୍ବା ସଂଜ୍ଞା ମଧ୍ୟ ଲିଖିତ ନାହିଁ । ହିନ୍ଦୁ ଶବ୍ଦ ସିନ୍ଧୁ ଶବ୍ଦରୁ ଆସିଛି ଯାହାର ଅର୍ଥ ନଦୀ; ଏହା ଏକ ନାମ ନୁହେଁ ଯେପରି ଆମେ ଏହାକୁ ଏକ ନଦୀପାଇଁ ଏକ ନାମ ଭାବରେ ବ୍ୟବହାର କରି ଆସୁଛୁ । ସିନ୍ଧୁ ବହୁଳ ଭାବେ ବର୍ତ୍ତମାନର ପାକିସ୍ତାନ ଦେଶରେ ପ୍ରବାହିତ ଯାହା ଦିନେ ପାର୍ସି, ଆଫଗାନି ଏବଂ ଆରବୀ ପରି ବିଦେଶୀ ନଦୀ ଉପତ୍ୟକାରେ ବାସକରୁଥିବା ମୂଳନୀବାସୀଙ୍କୁ ସିନ୍ଧୁ/ହିନ୍ଦୁ ବୋଲି ସମ୍ବୋଧନ କରୁଥିଲେ । ଏବେ ମଧ୍ୟ ପାକିସ୍ତାନରେ ସିନ୍ଧୁ ନଦୀ ସହ ସିନ୍ଧ ନାମକ ପ୍ରୋଭିନ୍ସ ଅଛି । ସିନ୍ଧ ଭୁଭାଗରେ ରହୁଥିବା ଲୋକମାନେ ସିନ୍ଧି ଭାଷା ବ୍ୟବହାର କରନ୍ତି । ଦେଶ ବିଭାଜନ ହେଲାପରେ ସିନ୍ଧି ଭାଷୀ ମୂଳ ନିବାସୀ ମାନେ ଏବେ ପ୍ରାୟ ୪ କୋଟିରୁ ଅଧିକ ମୁସଲିମ ଧର୍ମ ବ୍ୟବହାର କରୁଥିଲାବେଳେ ଇଣ୍ଡିଆରେ ରହୁଥିବା ପ୍ରାୟ ୪୦ ଲକ୍ଷରୁ ଉର୍ଦ୍ଧ୍ବ ସିନ୍ଧୁ ଭାଷୀ ମୂଳନୀବାସୀ ବ୍ରାହ୍ମଣବାଦୀ ଧର୍ମ ବ୍ୟବହାର କରିଆସୁଛନ୍ତି । ଦୁଃଖର କଥା ଯେଉଁ ସଭ୍ୟତା ନାମରେ ଇଣ୍ଡିଆରେ ୧୦୦ କୋଟିରୁ ଅଧିକ ମୂଳନୀବାସୀଙ୍କୁ ହିନ୍ଦୁବୋଲି ନାମିତ କରାଯାଇଛି ଯେଉଁଠିକି ଇଣ୍ଡିଆର ଅନ୍ୟ ସଭ୍ୟତାଙ୍କ ସହ ସିନ୍ଧୁ ସଭ୍ୟତାର କିଛି ସମ୍ପର୍କ ମଧ୍ୟ ବିଶେଷ ନାହିଁ ବର୍ତ୍ତମାନ ସେମାନେ ବହୁଳ ଭାବେ ମୁସଲିମ । ହିନ୍ଦୁ ଶବ୍ଦର କୌଣସି ଧର୍ମ ସହ ସମ୍ପର୍କ ନାହିଁ ଯେପରି ବର୍ତ୍ତମାନ ବୈଦିକ ଦର୍ଶନ ବହୁଳ ଅନୁଗାମୀମାନଙ୍କୁ ହିନ୍ଦୁ ନାମରେ କିଛି ବ୍ୟକ୍ତିବିଶେଷ ଗୋଷ୍ଠୀ ନିଜ ଆର୍ଥିକ ଏବଂ ରାଜନୈତିକ ସ୍ବାର୍ଥପାଇଁ ବାଧ୍ୟତାମୂଳକ ଭାବେ ଥୋପୀଦେଇଛନ୍ତି । ଏଠାକାର ମୁସଲିମ୍ ରାଜାମାନେ ଏଠାକାର ବହୁ ପ୍ରଚଳିତ ଜନପ୍ରିୟ ଭାଷା “ନଗରୀ ବା ନାଗରୀ” ସହ “ପାର୍ସି ଏବଂ ଆରବୀର” ମିଶ୍ରଣ କରି ଉର୍ଦୁ ଭାଷା ସୃଷ୍ଟିକଲେ ଯାହା ଇଣ୍ଡିଆର ମୁସଲିମ୍ ମାନଙ୍କର ମାତୃଭାଷାରୂପେ ବ୍ୟବହୃତ ହୋଇଆସୁଛି । ଉର୍ଦୁ ହେଉଛି ଏକ ଇଣ୍ଡିଆନ୍ ଭାଷା ଯାହାର ୯୯% କ୍ରିୟାପଦ ନଗରୀ ଭାଷାରୁ ଉଦ୍ଧୃତ, ଏହାର ଆରବ୍ ସହ କୌଣସି ସମ୍ପର୍କ ନାହିଁ ନା ଆରବୀ ମାନେ ଉର୍ଦୁରେ କଥା ହୁଅନ୍ତି; ତେଣୁ ୭୦୦ ଖ୍ରୀଷ୍ଟାବ୍ଦ ପରେ ହିଁ ସମୟାନୁକ୍ରମେ ଆମର କିଛି  ଓଡ଼ିଆ ମୂଳନୀବାସୀ ବୌଦ୍ଧ ଧର୍ମରୁ ବ୍ରାହ୍ମଣ ଧର୍ମ ବା ଜାତିପ୍ରଥାରେ ପରିବର୍ତିତ ହୋଇଥିବା ଶୁଦ୍ରମାନେ ଇସ୍ଲାମ୍ ଧର୍ମ ଗ୍ରହଣ କରି ମୁସଲମାନ୍ ଭାବରେ ସେମାନଙ୍କ ଜୀବିକା ନିର୍ବାହ କରୁଛନ୍ତି । ଓଡିଆଜାତିରୁ ବିଭିନ୍ନ ଧର୍ମ ଅବଲମ୍ବନ କରୁଥିବା ଅନୁଗାମୀମାନେ ଧର୍ମରେ ଥିବା ଦାର୍ଶନିକ ବିରୋଧାଭାସ ବିବାଦରେ ପରସ୍ପର ମଧ୍ୟରେ ଝଗଡ଼ାକରି ନିଜକୁ ମୃତ୍ୟୁମୂଖକୁ ମଧ୍ୟ ଠେଲିଦେଉଛନ୍ତି  ।  ବ୍ରାହ୍ମଣମାନଙ୍କ ମନୁସ୍ମୃତି ଅନୁଯାଇ ଶୁଦ୍ରକୁ ସମାନ ସୁସ୍ଥ ଜୀବନ, ବିଦ୍ୟାର୍ଜନ, ମାନବିକ ସମାନତା, ଐକ୍ୟ ସମ୍ମାନ, ନ୍ୟାୟ, ସୁଯୋଗ, ଧନ ଉପାର୍ଜନ ଇତ୍ୟାଦି ଇତ୍ୟାଦି କଡା କଡୀ ଭାବେ ମନା; କିନ୍ତୁ ଇସ୍ଲାମ ଧର୍ମ କଠୋର ହେଲେ ମଧ୍ୟ ଉପରୁକ୍ତ ସୁବିଧାମାନ ଅନୁକରଣକାରୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ।  ଓଡିଶା ପରି ଅନ୍ୟ ପ୍ରଦେଶରେ ଦେଖାଯାଉଥିବା ମୁସଲିମ୍ ମାନଙ୍କ କାହାଣୀ ମଧ୍ୟ ପ୍ରାୟ ଏକ । ଆରବର କୌଣସି ରାଜା ପ୍ରତ୍ୟକ୍ଷରେ ଇଣ୍ଡିଆକୁ ଆକ୍ରମଣ କରିନଥିଲେ କିନ୍ତୁ ଇସ୍ଲାମ୍ ଧର୍ମାମ୍ବଲମ୍ବି ରାଜାମାନେ ଆମ ଭୁଭାଗକୁ ଇସ୍ଲାମ୍ ଧର୍ମ ଆଣିଥିଲେ ଯେଉଁମାନଙ୍କ ଭାଷା ଆରବୀ ନଥିଲା, ଯେହେତୁ ଇସ୍ଲାମ ଧର୍ମ ଗ୍ରନ୍ଥ ଆରବୀଭାଷାରେ ଲିଖିତ ସେଥିପାଇଁ ଏହାର କଠୋର ପ୍ରଭାବ ଇଣ୍ଡିଆରେ ଇସ୍ଲାମ୍ ଧର୍ମାମ୍ବଲମ୍ବି ମୂଳନିବାସିଙ୍କ ଉପରେ ଦେଖାଯାଏ । ସେମାନେ ଭାବନ୍ତି ସେମାନେ ଏଠାକାର ନୁହଁ ବାହାର ଦେଶର ଲୋକ; କିନ୍ତୁ ଇଣ୍ଡିଆ, ପାକିସ୍ତାନ ଏବଂ ବଙ୍ଗଳାଦେଶର ଦେଖାଯାଉଥିବା ୫୨ କୋଟିରୁ ଉର୍ଦ୍ଧ ମୁସଲିମ୍ ଜନସଂଖ୍ୟା ମଧ୍ୟରୁ ପ୍ରାୟ ୯୭% ରୁ ଅଧିକ ମୁସଲିମ୍ ହେହୁଛନ୍ତି ଏଠାକାର ମୂଳନୀବାସୀ ଏବଂ ୩%ରୁ ମଧ୍ୟ କମ୍ ମୁସଲିମ୍ ହେଉଛନ୍ତି ବିଦେଶୀ, କିନ୍ତୁ ଆରବୀୟ ନୁହେଁ । ଅନେକ ବିଦେଶୀ ମୁସଲିମ୍ ମାନେ କେବେ ମଧ୍ୟ ନିଜ ଦେଶକୁ ଫେରିଯିବାର ଐତିହାସିକ ପ୍ରମାଣ ମିଳେ ନାହିଁ ତେଣୁ ସେମାନଙ୍କ ସତ୍ତା ଆମ ଭୂଖଣ୍ଡରେ ବିଲୀନ । ଏଥିରୁ ସ୍ପଷ୍ଟ, ଇଣ୍ଡିଆରେ ଦେଖାଯାଉଥିବା ବହୁଳ ମୁସଲିମ୍ ଜନସଂଖ୍ୟା ପାଇଁ କେବଳ ବ୍ରାହ୍ମଣବାଦୀ ସମାଜ ବା ବୈଦିକ ପୁରୁଷ ସୁକ୍ତ ହିଁ ଦାୟୀ । ବ୍ରାହ୍ମଣମାନଙ୍କ ଜାତି ପ୍ରଥା ରୁକ୍ ବେଦ ପୁରୁଷ ସୁକ୍ତ ୧୦:୯୦ ରୁ ଆସିଛି ଯାହା ନିମ୍ନରେ ଲିଖିତ ।


ରୁକ୍ ବେଦ ପୁରୁଷ ସୁକ୍ତ ୧୦:୯୦

ପୁରୁଷ ସୁକ୍ତ ଅନୁଯାଇ ପୁରୁଷମେଧ ବା ପୁରୁଷକୁ ବଳୀ ଦେବାଦ୍ବାରା ପୃଥିବୀ ଏବଂ ଜାତିର ସୃଷ୍ଟି ହୋଇଛି। ପୁରୁଷ ହେଉଛି ଆଦିମ ଏବଂ ବିଶାଳ, ଯାହାର ହଜାର ମୁଣ୍ଡ ଏବଂ ହଜାର ପାଦ ଥିଲା । ଯାହାର ହତ୍ୟା ବା ବଳୀ ଦ୍ବାରା ବୈଦିକ ମନ୍ତ୍ର ତିଆରି ହେଲା, ଘୋଡା ଏବଂ ଗାଈ ତିଆରି ହେଲେ, ମୁହଁରୁ ତିଆରି ହେଲେ ବ୍ରାହ୍ମଣ, ବାହୁରୁ ତିଆରି ହେଲେ କ୍ଷତ୍ରିୟ, ଜଙ୍ଘ ରୁ ତିଆରି ହେଲେ ବୈଶ୍ୟ ଏବଂ ପାଦରୁ ତିଆରି ହେଲେ ଶୁଦ୍ର। ବେଦରେ ସୃଷ୍ଟିର ଏହିପରି ବାଖ୍ୟା ବା ପରିଭାଷା ଦେଖିଲେ ଅବୈଜ୍ଞାନିକ ସହ ମୁର୍ଖତାର ପରିଚୟ ମିଳେ । ଏହିପରି ସୃଷ୍ଟିର ବାଖ୍ୟାକୁ କେବେ ମଧ୍ୟ ଜ୍ଞାନର ପରିଭାଷା ବୋଲି ସ୍ୱୀକାର କରାଯାଇ ନପାରେ ବରଂ ଏହା ଏକ ମୁର୍ଖତାର ପରିଭାଷା ବୋଲି ମନେହୁଏ  ।

ଅର୍ଥାତ ମନୁଷ୍ୟ ସମାଜକୁ ମନୁଷ୍ୟର ଅଙ୍ଗ ପରି ବିଭାଜିତ କରି, ସେମାନଙ୍କ ମଧ୍ୟରେ ବୃତି ଗତ ଉଚ ନୀଚ ମନୋଭାବର ବିଭାଗୀକରଣ କରି, ବା ଚାରୋଟି ସାମାଜିକ ଶ୍ରେଣୀରେ ବିଭକ୍ତ କରି, ସମାଜର ଏକତାକୁ  ଦୁର୍ବଳ କରି, ସେମାନଙ୍କ ମଧ୍ୟରେ ପ୍ରଭେଦ ଏବଂ ମନୋମାଳିନ୍ୟ ସୃଷ୍ଟିକରୀ (Divide and Rule) ସେମାନଙ୍କୁ ସାଶନ କରିବା ଥିଲା ମୂଳ ଉଦ୍ଧେସ୍ୟ; କିନ୍ତୁ ଯେହେତୁ ଏହା ବ୍ରାହ୍ମଣ ମାନେ କରିଥିଲେ ତେଣୁ ସେମାନେ ସେମାନଙ୍କୁ ପ୍ରାଧାନ୍ୟ ଦେଇ ମନୁସ୍ମୃତିର ନିୟମ ମାନ କରିଥିଲେ । ବୁଦ୍ଧ ତାଙ୍କ ସମୟରେ ପୁରୁଷ ସୁକ୍ତର ଘୋର ବିରୋଧୀ ଥିଲେ ଯେହେତୁ ଓଡିଆମାନେ ବୁଦ୍ଧଙ୍କ ବାର୍ତ୍ତାକୁ ପ୍ରାଧାନ୍ୟ ଦେଉଥିଲେ ସେଥି ପାଇଁ ପୁରୁଷ ସୁକ୍ତକୁ ବା ଜାତି ପ୍ରଥା କୁ ବିରୋଧ କରି ମୁଖ, ବାହୁ, ଜଙ୍ଘ ଏବଂ ଗୋଡ ନଥିବା ଅବସିଷ୍ଟ ଅଙ୍ଗକୁ ସମାଜର ସମାନତାର ପ୍ରତିକ ରୁପେ ଗ୍ରହଣ କରି ପ୍ରତିକଟିକୁ ଜାତିପ୍ରଥା ବିରୋଧରେ ବ୍ୟବହାର କରୁଥିଲେ ଯାହା ଏବେ ଆମେ ଜଗନ୍ନାଥ ବୋଲି ଜାଣୁ, ତେଣୁ ଜଗନ୍ନାଥ ହେଉଛନ୍ତି ବ୍ରାହ୍ମଣଙ୍କ ପୁରୁଷ ସୁକ୍ତ ବା ଜାତି ପ୍ରଥା ବିରୋଧୀ ବୁଦ୍ଧଙ୍କ ବାର୍ତ୍ତାର ପ୍ରତୀକ ଯାହା ଏବେ ପୁରୀରେ ଛଦ୍ମ ବା ମିଥ୍ୟା ଘୋଷିତ ବିଷ୍ଣୁ ଅବତାର ରୁପରେ ପୂଜାପାଉଛନ୍ତି । ବୈଦିକ ଜାତିପ୍ରଥା ସମାଜରୁ ଯଦି ଜାତିପ୍ରଥାକୁ ବାହାର କରିଦିଆଯାଏ ଅର୍ଥାତ, ଆମେ ଯଦି ବୈଦିକ ପ୍ରମାଣପତ୍ର ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏବଂ ଶୁଦ୍ର କୁ ବାହାର କରିଦେବା ତେବେ ସମାଜରେ କେବଳ ବିଭିନ୍ନ ବୃତ୍ତି ଧାରୀ ମନୁଷ୍ୟ ହିଁ ରହିବେ । କିଏ ପୂଜକ ତ କିଏ ରାଜା, କିଏ ବଣିକ ତ କିଏ ଧୋବା । ଯେକୌଣସି ମୂଳ ନିବାସୀ, ଯେକୌଣସି ବୃତ୍ତିକୁ ନିଜ ଯୋଗ୍ୟତା ଅନୁଯାଇ ବିନା ଅନୁବଂଶୀୟ ପ୍ରଥାରେ ହାସଲ କରିପାରିବ ଏବଂ କୋୖଣସି ପ୍ରଥା ବା ସାମାଜିକ ବ୍ୟବସ୍ଥା ସେମାନଙ୍କୁ ସେହି ବୃତ୍ତି କରିବାପାଇଁ ବାଧ୍ୟ ବା ବଞ୍ଚିତ ନକରି ବୃତ୍ତିଗତ ସ୍ଵତନ୍ତ୍ରତା ରହିବ । ପ୍ରକୃତରେ ଓଡିଆଜାତିର ବା ପାଲି ଭାଷୀ ସଭ୍ୟତାର ଏହାହିଁ ପ୍ରକୃତ ସାମାଜିକ ବ୍ୟବସ୍ଥା ଥିଲା ଯାହା ଜଗନ୍ନାଥ ପ୍ରତୀକରୁ ପ୍ରମାଣ ମିଳେ ।


ପୁରୀ ମନ୍ଦିର ୧୧୬୧ ମସିହାରେ ନିର୍ମିତ; କିନ୍ତୁ ତାହା ଆଗରୁ ଏହା ଏକ ବୁଦ୍ଧ ମନ୍ଦିର ଥିଲା ଏହାର ପ୍ରମାଣ ମଧ୍ୟ ଅଛି। ପୁରୀ ମନ୍ଦିର ନିର୍ମାଣ ଆଗରୁ ଆଦି ଶଙ୍କରାଚାର୍ଯ୍ୟ ୮୨୦ଖ୍ରୀଷ୍ଟାବ୍ଦରେ ପୁରୀରେ ଗୋବର୍ଧନ ମଠ ନିର୍ମାଣ କରିଥିଲେ, ଯିଏକି ଶିବ ଭକ୍ତ ସନାତନ ବା ଜାତି ପ୍ରଥାର ପ୍ରଚାରକ ଥିଲେ । ତାଙ୍କର ଅନୁଗାମୀ ରାମାନୁଜ ଯିଏକି ବିଷ୍ଣୁ ଭକ୍ତ ଥିଲେ, ଯେତେବେଳେ ପୁରୀ ଆସିଥିଲେ ସେତେବେଳର ରାଜା ଚୋଡଙ୍ଗଗଦେବଙ୍କୁ ଶିବ ଭକ୍ତରୁ ବିଷ୍ଣୁ ଭକ୍ତରେ ପରିଣତ କରିଥିଲେ, ପରେ ବୁଦ୍ଧଙ୍କ ଜାତି ପ୍ରଥା ବିରୋଧିର ପ୍ରତୀକ ବିଷ୍ଣୁ ନାମରେ ନାମିତ କରାଯାଇ ଜଗନ୍ନାଥଙ୍କ ନାମରେ ସନାତନ ଧର୍ମ ଅନୁଯାଇ ଓଡିଶା ବାହାରୁ ଆମନ୍ତ୍ରିତ ହୋଇ ଆସିଥିବା ବ୍ରାହ୍ମଣଙ୍କ ବିଧିରେ ସଂସ୍କୃତ ମନ୍ତ୍ର ଦ୍ବାରା ପୁଜା ପାଇଲେ । ବୁଦ୍ଧ ସଂସ୍କୃତିର ଲୋପପାଇ ଜଗନ୍ନାଥ ସଂସ୍କୃତିର ଉଦ୍ଭାବନ ହେଲା, ଏହା ପାଇଁ ମନ ଗଢା କହାଣୀ ତିଆରି କରି ସଂସ୍କୃତି ସହ ମିଶା ହେଲା ଏବଂ ୮୫୬ (୨୦୧୭ -୧୧୬୧ = ୮୫୬) ବର୍ଷ  ପିଢି ପଢି ଧରି ତାକୁ ହସ୍ତାନ୍ତର କରା ଚାଲିଛି ।  ଓଡିଆଙ୍କ ଠାକୁର ସଂସ୍କୃତରେ କାହିଁକି ବୁଝନ୍ତି ଭକ୍ତମାନେ କେବେ ସେକଥା ଆଜି ଜାଏ ଭାବି ନାହାନ୍ତି । ଆଜି ପର୍ଯ୍ୟନ୍ତ ଜଗନ୍ନାଥଙ୍କୁ ବିଷ୍ଣୁ ମାନୁଥିବା ଭକ୍ତ କେବେବି ପଚାରି ନାହାନ୍ତି ଯଦି ବିଷ୍ଣୁଙ୍କ ଦଶଟି ହାତ ଅଛି, ତେବେ ଜଗନ୍ନାଥଙ୍କ ହାଥ ଗୋଡ ଖଣ୍ଡିଆ କାହିଁକି? ବିଷ୍ଣୁଙ୍କ ଦଶ ଅବତାରରେ ଜଗନ୍ନଥଙ୍କ ସ୍ଥାନ କାହିଁ? ଏଥିପାଇଁ ବୋଧେ ଧୂର୍ତ୍ତ ବୈଦିକ ପ୍ରଚାରକମାନେ ମିଷ୍ଟାନ ଲିପା ମିଥ୍ୟା କାହାଣୀ ବନେଇବାକୁ ଭୁଲି ଯାଇଛନ୍ତି । କାହିଁ ଦଶ ଅବତାର ଭିତରେ ଜଗନ୍ନାଥଙ୍କ ଅବତାର ନାହିଁତ? କେତେଦିନ ଆଉ ବୈଦିକ ପ୍ରଚାରକମାନେ ଓଡ଼ିଆଙ୍କୁ ବା ପାଲି ସଭ୍ୟତାକୁ ମୂର୍ଖ ବନେଇ ଅନ୍ଧ କୂଅ ଭିତରେ ପ୍ରତାରିତ କରିଚାଲିଥିବେ? ସେମାନଙ୍କ ମାନସିକସ୍ଥୀତି ସହ ଖେଳି ସେମାନଙ୍କ ପିଢ଼ି ମାନଙ୍କୁ ଧର୍ମ ନାମରେ ମାନସିକ ବିକୃତ କରିଚାଲିଥିବେ? ଇତିହାସର ପ୍ରମାଣ ଅନୁଯାଇ ବୁଦ୍ଧଙ୍କ ପ୍ରଥମ ଅନୁଗାମୀ ଓଡ଼ିଆ ଜାତିର ତପସ୍ସୁ ଏବଂ ଭଲ୍ଲିକ ଥିଲେ ଯିଏକି ବୁଦ୍ଧଙ୍କ ମୃତ୍ୟୁପରେ ତାଙ୍କର ଦାନ୍ତକୁ ପ୍ରତୀକ ସ୍ୱରୂପ ସେବେକାର ଓଡ଼ିଆ ରାଜାଙ୍କୁ ଦେଇଥିଲେ ଯାହା ଏକ ଚୈତ୍ୟରେ ରଖାଯାଇ ପୂଜା କରାଯାଉଥିଲା ସେଥିପାଇଁ ପୁରୀର ନାମ ସେବେ ଦନ୍ତପୁରୀ ଥିଲା । ସମ୍ଭବତଃ ପୁରୁଷ ସୁକ୍ତ ବିରୋଧୀ ପ୍ରତୀକ ଜଗନ୍ନାଥ ମଧ୍ୟରେ ବୁଦ୍ଧଙ୍କ ଦାନ୍ତକୁ ସୁରକ୍ଷିତ ରଖି ଜାତିପ୍ରଥା ବିରୋଧୀ ଏବଂ ମନୁଷ୍ୟ ସମାଜତାର ଐକ୍ୟତା ପ୍ରତୀକ ସ୍ୱରୂପ ତାକୁ ପୂଜା କରାଯାଉଥିଲା । ବର୍ଷରେ ଥରେ ଏହି ପ୍ରତୀକକୁ ରଥ ଦ୍ୱାରା ବୁଲାଯାଉଥିଲା ଯାହା ଏବେ ରଥଯାତ୍ରା ରୂପରେ ଅପଭ୍ରଂଶ । ଗୋଟେ ଦାଣ୍ଡରେ ଏକାଠି ବସି ସବୁ ଶ୍ରେଣୀର ଲୋକ ଧନୀ ଗରିବ, ଉଚ ନୀଚ ଭେଦ ଭାବକୁ ଭୁଲି ମନ୍ଦିରରେ ନିର୍ମିତ ଭୋଜନ ସେବନ କରୁଥିଲେ ଯାହାର ନାମ ଅଭଡ଼ା ଥିଲା । ଅଭଡ଼ା ବା ଅ-ଭଡ଼ା ମାନେ ଯାହାର ଭଡା ନାହିଁ  ଅର୍ଥାତ ବିନାମୁଲ୍ୟରେ ଭୋଜନ ସେବନ ଯାହା ଏବେ ମହାପ୍ରସାଦ ନାମରେ ବେପାର ଚାଲିଛି । ସନାତନ ଧର୍ମ ମୂର୍ତ୍ତି ପୂଜା, ଜାତି ପ୍ରଥା, ଉଚ ନୀଚ, ସାମାଜିକ ଅସମାନତା, ମିଛ, ମାୟା, ଛନ୍ଦ, କପଟ, ହିଂସା, ସୋସଣ, ଠକେଇ, ଅତ୍ୟାଚାର, ଅନ୍ଧ ବିସ୍ଵାସ, ଅସ୍ପୃସ୍ୟ଼ତା, ତର୍କ ହୀନତା ଏବଂ ଅବୈଜ୍ଞାନିକ ଆଧାର ଉପରେ ପ୍ରତିବେଶିତ ଥିଲା ବେଳେ ବୁଦ୍ଧ ଧର୍ମ ଏହାର ବିରୋଧୀ, ସତ୍ୟ ଏବଂ ବୈଜ୍ଞାନିକ ଆଧାର ଉପରେ ପ୍ରତିବେଶିତ; ସେଥି ପାଇଁ ବିଦ୍ବାନ ମାନେ ବୁଦ୍ଧଙ୍କୁ ବିଶ୍ବର ପ୍ରଥମ ମନୋବିଗ୍ୟାନିର ଆଖ୍ୟା ମଧ୍ୟ ଦେଇଥାନ୍ତି । ବୁଦ୍ଧ, ମୂର୍ତ୍ତି ପୁଜା ଏବଂ ଭଗବାନଙ୍କ ସ୍ତିଥିକୁ ମଧ୍ୟ ଅସ୍ବିକାର କରିଥିଲେ । ସାଧାରଣତଃ ଯେକୌଣସି ବିଷୟରେ ଆସ୍ଥା ବା ଶ୍ରଦ୍ଧା ରଖୁଥିବା ବ୍ୟକ୍ତିକୁ ଆସ୍ଥିକ କୁହାଯାଏ; କିନ୍ତୁ ସନାତନ ଧର୍ମର ପ୍ରଚାରକମାନେ ଭଗବାନ ବା ମୂର୍ତ୍ତି ପୂଜାରେ ବିସ୍ଵାଶ ରଖୁଥିବା ବ୍ୟକ୍ତିକୁ “ଆସ୍ଥିକ” ର ଅପଭ୍ରଂଶ “ଆସ୍ତିକ” ବୋଲି ପ୍ରଚାରକରି ଭଗବାନ ବା ମୂର୍ତ୍ତି ପୂଜାରେ ବିସ୍ଵାଶ ରଖୁନଥିବା ବ୍ୟକ୍ତିକୁ ନାସ୍ତିକର ଆଖ୍ୟା ଦେଲେ । ନାସ୍ତିକମାନଙ୍କୁ ହୀନ ଏବଂ ଅସାମାଜିକ ବୋଲି ମାନସିକତା ସୃଷ୍ଟି କରି ସେମାନଙ୍କପାଇଁ ସମାଜରେ ଘୃଣା ସୃଷ୍ଟି କରାଗଲା । ବୁଦ୍ଧଙ୍କ ପ୍ରତ୍ୟକ ଶିକ୍ଷ୍ୟା ସତ୍ ଚିନ୍ତନ ଶୈଳୀ ଏବଂ ସତ୍ ଜୀବନଧାରା ଉପରେ ଆଧାରିତ ଥିଲା; ଅର୍ଥାତ୍ ସେ ମନୁଷ୍ୟଙ୍କର ସତ୍ ଜୀବନଧାରାରେ ଆସ୍ଥା ରଖୁଥିଲେ । ବୁଦ୍ଧ ଭାଗବାନଙ୍କୁ ମାନୁ ନଥିବା ବ୍ୟକ୍ତି ବୋଲି ନାସ୍ତିକର ଆଖ୍ୟା ଦେଇ ଲୋକମାନଙ୍କ ମଧ୍ୟରେ ତାଙ୍କପ୍ରତି ଘୃଣ୍ୟ ମାନସିକତା ସୃଷ୍ଟି କରାଗଲା । ଅପବାଦ ଦେଇ ମଧ୍ୟ ସନାତନ ଧର୍ମର ପ୍ରଚାରକମାନେ ତାଙ୍କୁ କପଟରେ ବିଷ୍ଣୁଙ୍କ ନବମ ଅବତାରର ଆଖ୍ୟାଦେଲେ, ଯାହା ଦ୍ବାରା ଏପରି ଲାଗିବ ବୁଦ୍ଧ ଧର୍ମ ସନାତନ ଧର୍ମର ଏକ ଅଂଶବିଶେସ ଏବଂ ବୁଦ୍ଧ ଧର୍ମର ପରିସୀମା ସନାତନ ଧର୍ମ ଭିତରେ ହିଁ ଅଛି; ଯେହେତୁ ବୁଦ୍ଧ ବିଷ୍ଣୁଙ୍କ ଅବତାର, ସମୟ ସହିତ ବୁଦ୍ଧଙ୍କୁ ଭକ୍ତ ଭୁଲିଯିବେ ଏବଂ ବିଷ୍ଣୁଙ୍କ ପ୍ରାଧାନ୍ୟତା ବୁଦ୍ଧଙ୍କୁ ଲୁଚାଇ ଦେବ । ବୁଦ୍ଧଙ୍କ ଜନ୍ମସ୍ଥାନ ନେପାଳରେ ନୁହେଁ ଓଡିଶାରେ ବୋଲି ମଧ୍ୟ ପ୍ରମାଣ ମିଳିଲାଣି । ବୁଦ୍ଧଙ୍କ ଦାନ୍ତ ପୁରୀରେ ପୁଜା ପାଉଥିଲା ବୋଲି ଶ୍ରୀଲଙ୍କାର କିଛି ବିଦ୍ବାନ ମଧ୍ୟ ମତ ଦିଅନ୍ତି ତେଣୁ ପୁରୀ ଆଗରୁ ଦନ୍ତପୁରୀ ନାମରେ ଖ୍ୟାତ ଥିଲାବୋଲି ସେମାନେ କୁହନ୍ତି । ବୁଦ୍ଧଙ୍କ ଅନ୍ୟନାମ ଭୁବନେସ୍ବର ଯାହା ଏବେ ଓଡିଶାର ରାଜଧାନୀର ନାମ । ଓଡିଶା ହେଉଛି ପ୍ରାଚୀନରୁ ଏକ ବୁଦ୍ଧି ସମ୍ପନ୍ନ ଗୋଷ୍ଠୀ କିନ୍ତୁ ଏହି ଉନ୍ନତ ଗୋଷ୍ଠୀକୁ ସମୟାନୁକ୍ରମେ ଉଦ୍ଧେଶ୍ୟ ମୂଳକ ଭାବେ କ୍ରମାଗତ ଅନ୍ଧବିଶ୍ୱାସ ଏବଂ ଅଯୌକ୍ତିକତା ଅନ୍ଧକାର କୂଅ ମଧ୍ୟକୁ ପେଲି ଦିଆଯାଇଛି। ଏଠାକାର ବୁଦ୍ଧି ସମ୍ପନ୍ନ ଗୋଷ୍ଠୀର ବଂଶଧରମାନଙ୍କୁ ପଛୁଆ ଜାତି ଭାବରେ ଠେଲି ଦିଆଯାଇଛି। ଗୌତମ ବୁଦ୍ଧ ହେଉଛନ୍ତି ଓଡ଼ିଆର ଗର୍ବ କିନ୍ତୁ ଧୂର୍ତ୍ତ ଜାତି ବୁଦ୍ଧଙ୍କୁ ଓଡ଼ିଆ ଗୋଷ୍ଠୀରୁ ବାହାର କରି ତାଙ୍କ ଜନ୍ମ ସ୍ଥାନକୁ ମଧ୍ୟ ଇଣ୍ଡିଆ ବାହାରେ ଫୋପାଡ଼ି ଦେଇଛନ୍ତି। ବୁଦ୍ଧଙ୍କ ଜନ୍ମସ୍ଥାନ ଇଣ୍ଡିଆରେ ନୁହେଁ ନେପାଳରେ ବୋଲି ୱାଲିସ୍ ଆଣ୍ଟନ୍ ଫୁହରର୍ (୨୬ ନଭ। ୧୮୫୩, ଲିଃମ୍ବୁରଗ ଅନ ଦେର ଲହନ, ଜର୍ମାନୀ – ୫ ନଭ।୧୯୩୦ ବିନ୍ନିଞ୍ଜନ, ସୁଇଜରଲାଣ୍ଡ) ଘୋଷଣା କରିଥିଲେ; ଯିଏକି ଜର୍ମାନ ଇଣ୍ଡୋଲୋଜିଷ୍ଟ ଭାବେ ଆର୍କିଓଲୋଜିକାଲ ସର୍ଭେ ଇଣ୍ଡିଆ ପାଇଁ କାମ କରିଥିଲେ। ବ୍ରିଟିଶ ଆର୍କିଓଲୋଜିକାଲ ସର୍ଭେ ଇଣ୍ଡିଆ ୱାଲିସ୍ ଆଣ୍ଟନ୍ ଫୁହରର୍ ଙ୍କୁ ତାଙ୍କ ମିଥ୍ୟା ଏବଂ ଜାଲିଆତି ରିପୋର୍ଟ ପାଇଁ କାର୍ଯ୍ୟରୁ ବହିଷ୍କାର କରିଥିଲେ। ନିଜେ ୱାଲିସ୍ ଆଣ୍ଟନ୍ ଫୁହରର୍ ମଧ୍ୟ ତାଙ୍କ ଲିଖିତ ତଥ୍ୟ ମିଥ୍ୟାବୋଲି ମାନିଥିଲେ କିନ୍ତୁ ଆଜିପର୍ଯ୍ୟନ୍ତ ଇଣ୍ଡିଆ ଏବଂ ଓଡିଶା ସରକାର ତାଙ୍କ ମିଥ୍ୟା ତଥ୍ୟକୁ ସତ୍ୟମାନି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଏକ ପ୍ରଶ୍ନବାଚି ହୋଇଛି। ଜାପାନ୍, ଚୀନ୍, କୋରିଆ ଭଳି ଉନ୍ନତ ଦେଶମାନଙ୍କରେ ଏକ ଇଣ୍ଡିଆନ୍ ଏତେ ସମ୍ମାନ ଯୋଗ୍ୟ ତଥା ଈଶ୍ୱର ପଦବାଚ୍ୟ ବିବେଚିତ ହେଉଥିବାବେଳେ ନିଜ ଜନ୍ମସ୍ଥାନରୁ ତାଙ୍କୁ ଫୋପାଡ଼ି ଦେବା ନିଶ୍ଚୟ ଏକ ପ୍ରଶ୍ନବାଚୀ! ପାଲି ଭାଷା ସହ ଅନ୍ୟ ଭାଷା ତୁଳନାରେ ଏବେକାର ଓଡ଼ିଆ ଭାଷାର ମାତ୍ରାଧିକ ସମାନତା ଦେଖାଯାଏ । ବୌଦ୍ଧ ଶାସ୍ତ୍ର ଅନେକ ମାତ୍ରାରେ କେବଳ ପାଲି ଭାଷାରେହିଁ ରଚିତ ହୋଇଥିଲା । ଏବେକାର ଓଡ଼ିଆ ଭାଷାରେ ଅନେକ ଶବ୍ଦ ଠିକ୍ ପାଲିର ଶବ୍ଦ ପରି ଉଚ୍ଚାରିତ ହେବାସହ ସେମାନଙ୍କର ଅର୍ଥରେ ମଧ୍ୟ ସାମନ୍ତର ଦେଖାଯାଏ । ଏଥିରୁ ପ୍ରମାଣିତ ହୁଏ ଏବେକାର ଓଡ଼ିଆ ଭାଷା ନିଶ୍ଚିତ ଭାବରେ ଅତୀତର ପାଲି ଭାଷା; ଯାହା ଏବେ ଅପଭ୍ରଂଶ ଏବଂ ଅନ୍ୟ ଭାଷାରୁ ଉଦ୍ଧୃତ କିଛି ଶବ୍ଦାବଳୀର ଅପମିଶ୍ରଣରେ ଆଧୁନିକ ଓଡ଼ିଆ ଭାଷାର ସୃଷ୍ଟି ହୋଇଛି । ଏହା ମଧ୍ୟ ସନ୍ଦେହ ସୃଷ୍ଟିକରେ, ଯଦି ପାଲି ଭାଷା ଆମଦେଶରେ ଏକ ଲୋକପ୍ରିୟ ପୁରାତନ ଭାଷଥିଲା ତେବେ ଏହାର ସତ୍ତା ଗଲା କୁଆଡେ? କଣ ଏହି ଭାଷା ବ୍ୟବହାର କରୁଥିବା ସଭ୍ୟତାର ସମୂଳ ଲୋପ ହୋଇଯାଇଥିଲା? ଯଦି ସଂସ୍କୃତ ଭାଷା ବ୍ୟବହାରକାରୀ ଏବେ ମଧ୍ୟ ଅଛନ୍ତି ତେବେ ପାଲି ଭାଷା ବ୍ୟବହାରକାରୀ ଗଲେ କୁଆଡେ? ନା ପାଲି ଭାଷା ବ୍ୟବାହାରକାରୀଙ୍କୁ ଉଦ୍ଧେଷ୍ୟମୁଳକଭାବେ ନାମ ବଦଳେଇ ମୁର୍ଖତାର ଖାଇକୁ ଷଡଯନ୍ତ୍ର ସ୍ୱରୂପ ଠେଲିଦିଯାଇଛି? ଏହାମଧ୍ୟ ହୋଇପାରେ ଏହି ଭାଷା ଏବଂ ଏହି ଭାଷା ଦ୍ୱାରା ସୃଷ୍ଟି ବୁଦ୍ଧ ସଂସ୍କୃତିକୁ ସମୂଳ ନଷ୍ଟ କରିବାପାଇଁ କିଛି ଧୂର୍ତ୍ତ ଗୋଷ୍ଠୀ ଷଡ଼ଯନ୍ତ୍ର ଦ୍ୱାରା ଏହାର ବିଲୋପ କରାଇଥାଇପାରନ୍ତି । ଏହି ଅପଭ୍ରଂଶ ଏବଂ ବିଲୀନତା ପାଇଁ ମୁଖ୍ୟତଃ କେବଳ ସ୍ଵଜାତିର ବୁଦ୍ଧ ବିରୋଧୀ ବୈଦିକ ପ୍ରଚାରକ ଅନୁଗାମୀମାନେ ହିଁ ଦାୟୀ । ପାଲି ଏବଂ ଓଡ଼ିଆ ଭାଷାର ସମାନତାରୁ ଏହି ସନ୍ଦେହ ସୃଷ୍ଟି ହୁଏ ଏବେକାର ଓଡ଼ିଆ ଭାଷା ଆଉ କିଛି ନୁହଁ ଅତୀତର ପାଲି ଭାଷା । ଉଦାହରଣ ଏବଂ ପ୍ରମାଣ ସ୍ୱରୂପ ଆପଣ ଯେକୌଣସି ଇଂରାଜୀ ରୁ ପାଲି ଅନୁବାଦକର ସାହାଯ୍ୟ ନେଇପାରନ୍ତି । ସେଥିରେ ସାଧାରଣ ଶବ୍ଦ ଯେପରି ଆଖି (eye), କାନ (ear), ହାତ (hand), ମୁଖ (face) ପରି ଶବ୍ଦର ପରୀକ୍ଷଣ କରନ୍ତୁ ଦେଖିବେ ବିନା ଅପଭ୍ରଂଶରେ ଏହି ଶବ୍ଦ ଗୁଡିକ ମେଳ ଖାଇବେ; ଯେତେବେଳେକି ହିନ୍ଦୀ, ବଙ୍ଗାଳି, ଆସାମୀ, ନେପାଳୀ ଇତ୍ୟାଦି ଭାଷାମାନଙ୍କରେ ଏହାର ଅପଭ୍ରଂଶ ଶବ୍ଦାବଳୀ ପାଇବେ । ଗୋଟିଏ ଭାଷା ଯାହା ବିନା ଅପଭ୍ରଂଶରେ ମେଳ ଖାଉଛି ତାହା ସେହି ଭାଷା ନୁଁହେତ ଆଉ କଣ? ଏହାର ଅନ୍ୟ ଏକ ବଳିଷ୍ଠ ପ୍ରମାଣ ହେଉଛି ଏବେ ମଧ୍ୟ ଓଡିଆଜାତିରେ ବ୍ୟବହୃତ ହେଉଥିବା ପାଲା, ଯାହା ନିଶ୍ଚିତ ଭାବେ ପାଲି ଶବ୍ଦ ସହ ସମ୍ପୃକ୍ତ; ହୁଏତ ଆମ ପୁର୍ବପୁରୁଷମାନେ ବୌଦ୍ଧ ଧର୍ମର ପ୍ରସାର ସଙ୍ଗୀତ ମାଧ୍ୟମରେ କରୁଥିଲେ ଯାହା ପାଲି ଭାଷା ବ୍ୟବହୃତ ଯୋଙ୍ଗୁ ପାଲା କୁହାଯାଉଥିଲା; ଯାହା ଏବେ ବୈଦିକ ଧର୍ମ ପ୍ରଚାର ଓ ପ୍ରସାର ପାଇଁ ବ୍ୟବହୃତ ହୋଇଆସୁଛି । ଏସବୁ ତଥ୍ୟରୁ ଜଣାପଡେ ବୁଦ୍ଧ ଓଡିଆ ଜାତି ସହ ନିବିଡ ଭାବରେ ସ୍ନସ୍ଳିଷ୍ଟ । ଯେହେତୁ ବୁଦ୍ଧ ଧର୍ମ ଓଡିଆ ମାନଙ୍କର ଆଦି ଧର୍ମ, ପ୍ରତ୍ୟକ ଓଡ଼ିଆ ବୁଦ୍ଧଙ୍କ ବିଷୟରେ ଜାଣିବା ନିହାତି ଆବଶ୍ୟକ।

ବୁଦ୍ଧଙ୍କ ଅମୁଲ୍ୟ ବାଣୀ

ଖ୍ରୀଷ୍ଟପୂର୍ବ ୪୦୦ରୁ ଖ୍ରୀଷ୍ଟୀୟ ୧୭୦୦, ଦୀର୍ଘ ପ୍ରାୟ ଦୁଇ ହଜାର ବର୍ଷରୁ ଅଧିକ ବର୍ଷଧରି ଓଡିଶାର ଜନସାଧାରଣ ଯେଉଁ ଧର୍ମ ଦ୍ୱାରା ପ୍ରଭାବିତ ହୋଇଥିଲେ, ତାହା ହେଉଛି ବୌଦ୍ଧଧର୍ମ । କଳିଙ୍ଗ ଯୁଦ୍ଧ ପରେ ଆମର ଏଇ ଓଡିଶା ମାଟିରୁ ହିଁ ବୌଦ୍ଧଧର୍ମକୁ ବିଶ୍ୱଧର୍ମରେ ପରିଣତ କରିବାପାଇଁ ସମ୍ରାଟ ଅଶୋକଙ୍କର ସ୍ୱପ୍ନ ସାକାର ହୋଇଥିଲା । ସମଗ୍ର ଓଡିଶା ଭୂଖଣ୍ଡରେ ଖ୍ରୀଷ୍ଟପୂର୍ବ ୨୭୧ ପରଠାରୁ ପ୍ରାୟ ୧୫୦୦ ବର୍ଷ ଧରି ବିପୁଳ ବୌଦ୍ଧ ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ସୃଷ୍ଟି ହୋଇଥିଲା । ସେ ସବୁର ଅବକ୍ଷୟ ସମୟକ୍ରମେ ଘଟିଥିଲେ ମଧ୍ୟ ଯେତିକି ବି ଆଜି ଅବଶିଷ୍ଟ ଅଛି, ତାହା ଇଣ୍ଡିଆରେ ଥିବା ଅନ୍ୟାନ୍ୟ ଅଂଚଳର ବୌଦ୍ଧ ସ୍ଥାପତ୍ୟଠାରୁ ମଧ୍ୟ ଅଧିକ ।

ଓଡିଶାର ପ୍ରାଚୀନ ପୃଷ୍ଠଭୂମି

                ବୌଦ୍ଧ ଜାତକର କାହାଣୀଗୁଡିକରେ ମଧ୍ୟ କଳିଙ୍ଗର ନାମ ବହୁଳ ଭାବରେ ବ୍ୟବହୃତ ହୋଇଥିବା ଦେଖିବାକୁ ମିଳେ । ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାଦ୍ଦୀକୁ ବୁଦ୍ଧଦେବଙ୍କ ସମୟ ବୋଲି ଧରାଯାଏ । ତେଣୁ ବୌଦ୍ଧ ଜାତକ କାହାଣୀସବୁ ବୁଦ୍ଧଦେବଙ୍କ ସମୟରେ କିମ୍ବା ତାଙ୍କର ପରବର୍ତ୍ତୀ କାଳରେ ରଚିତ୍ତ ହୋଇଥିବା ଅନୁମାନ କରାଯାଇପାରେ । କଳିଙ୍ଗ ନାମ ରହିଥିବା ଜାତକ ଗଳ୍ପଗୁଡିକ ହେଉଛି ‘ଚୁଲ୍ଲ କଳିଙ୍ଗ ଜାତକ’, ‘କଳିଙ୍ଗବୋଧି ଜାତକ । ‘ଶରଭଙ୍ଗ ଜାତକ’ରେ କୁହାଯାଇଛି ଯେ, କଳିଙ୍ଗ ରାଜାଙ୍କ ନାମ ‘କାଳିଙ୍ଗ’ ଥିଲା । ଏହିସବୁ ଜାତକ ଗଳ୍ପରେ ‘ଦନ୍ତପୁରୀ’ କଳିଙ୍ଗର ରାଜଧାନୀ ଥିଲା । ଐତିହାସିକମାନେ ମତ ଦିଅନ୍ତି ଯେ, ଏଠାରେ ବୁଦ୍ଧଦେବଙ୍କର ପବିତ୍ର ଦନ୍ତକୁ ଏକ ଚୈତ୍ୟରେ ରଖି ପୂଜା କରାଯାଉଥିବାରୁ ଏହାକୁ ‘ଦନ୍ତପୁରୀ’ ନାମରେ ନାମିତ କରାଯାଇଥିଲା । ଶ୍ରୀଲଙ୍କାର ବୁଦ୍ଧିଜୀବୀଙ୍କ ମତରେ ଏବେକାର ପୁରୀ ହେଉଛି ସେହି ଦନ୍ତପୁରୀ ।

                ପାଲି ଭାଷାରେ ଲିଖିତ ନିକାୟ ତଥା ବିନୟପିଟକଗୁଡିକରେ ମଧ୍ୟ କଳିଙ୍ଗ, ଏହାର ଧର୍ମ, ରାଜନୀତି ଆଦି ସମ୍ପର୍କରେ ସାମାନ୍ୟ ଉଲ୍ଲେଖ ରହିଛି । ବୁଦ୍ଧଦେବଙ୍କ ସମୟରେ ଅର୍ଥାତ୍ ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାଦ୍ଦୀ ବେଳକୁ ଇଣ୍ଡିଆରେ ୧୬ ଗୋଟି ମହାଜନପଦ ରହିଥିବା ବିଷୟ ‘ଅଙ୍ଗୁତର ନିକାୟ’ ରେ ବର୍ଣ୍ଣନା ରହିଛି । ସେଗୁଡିକ ହେଉଛି – ଅଙ୍ଗ, ମଗଧ, କାଶୀ, କୋଶଳ, ବଜଜୀ, ମଲ୍ଲ, ଚେଦୀ, ବଙ୍ଗ, କୁରୁ, ପାଂଚାଳ, ମତ୍ସ୍ୟ, ସୁରସେନ, ଅସ୍ମକ, ଅବନ୍ତୀ, ଗାନ୍ଧାର ଓ କମ୍ବୋଜ । ଅଙ୍ଗ ସିଂହଳର ବୌଦ୍ଧଗ୍ରନ୍ଥ ମହାବଂଶ (Mahavamsa) ରେ ବି ‘କଳିଙ୍ଗ’ ନାମର ଉଲ୍ଲେଖ ରହିଛି । ଏହି ଗ୍ରନ୍ଥର ବର୍ଣ୍ଣନା ଅନୁଯାୟୀ କଳିଙ୍ଗ ରାଜାଙ୍କ ଝିଅ ସୁସିମା (Susima) ସିଂହଳ ରାଜାଙ୍କ ଜେଜେ ମା’ ଥିଲେ ।

                ପ୍ରାଚୀନ କାଳରେ ଓଡିଶା ଇଣ୍ଡିଆର ସମଗ୍ର ପୂର୍ବ ଉପକୂଳରେ ବ୍ୟାପ୍ତ ଏକ ବିଶାଳ ଭୂଖଣ୍ଡ ଥିଲା । ଏହା କଳିଙ୍ଗ, ଉତ୍କଳ, ଉଡ୍ର ଆଦି ଏକାଧିକ ନାମ ବହନ କରୁଥିଲା । ତେବେ କେତେକ ପୌରାଣିକ ଗ୍ରନ୍ଥରେ କଳିଙ୍ଗଠାରୁ ଉତ୍କଳ ପ୍ରାଚୀନ ବୋଲି ଉଲ୍ଲେଖ ରହିଛି । ମହାକବି କାଳିଦାସ ‘ରଘୁବଂଶ’ କାବ୍ୟରେ ଉତ୍କଳ କଳିଙ୍ଗର ଏକ ପଡୋଶୀ ରାଜ୍ୟ ଥିଲା ବୋଲି ସୂଚନା ଦେଇଛନ୍ତି । ମାତ୍ର ଏକଥା ସ୍ପଷ୍ଟ ଭାବରେ କୁହାଯାଇପାରିବ ଯେ ଓଡିଶା, ଉତ୍କଳ ଅଥବା କଳିଙ୍ଗର ସୃଷ୍ଟି ବହୁ ପ୍ରାଚୀନ । ସେହି ପ୍ରାଚୀନ କାଳରୁ ଉତ୍କଳର ବୁଦ୍ଧିଜୀବୀମାନେ ସାରା ଇଣ୍ଡିଆକୁ ଜ୍ଞାନ ବିତରଣ କରୁଥିଲେ । ବହୁ ସନ୍ଥ ଓ ଧର୍ମଗୁରୁ ଏଠାକୁ ଆସି ନିଜନିଜ ଧର୍ମର ପ୍ରଚାର ପ୍ରସାର କରିବା ସହିତ ପରମ ଶାନ୍ତି ଏବଂ ତୃପ୍ତି ଲାଭ କରିଥିଲେ । ମହାକାରୁଣିକ ବୁଦ୍ଧଦେବ ସେହିଭଳି ଜଣେ ଧର୍ମ ପ୍ରବର୍ତକ ଥିଲେ । ମିଥ୍ୟା ଐତିହାସିକ ଲିଖନ ଅନୁସାରେ ବୁଦ୍ଧ ନେପାଳରେ ଜନ୍ମ ଲିଖିତ ଥିଲେ ମଧ୍ୟ ବହୁ ଦୃଷ୍ଟିକୋଣରୁ ଏହା ମିଥ୍ୟା ବୋଲି ବିବେଚିତ୍ତ ହୁଏ ଏବଂ ବୁଦ୍ଧଙ୍କ ଜନ୍ମ ଓଡ଼ିଶାରେ ବୋଲି ଇଙ୍ଗିତ କରେ । ସିଦ୍ଧାର୍ଥଙ୍କ ବୁଦ୍ଧତ୍ୱ ପ୍ରାପ୍ତି ପରେ ପ୍ରଥମେ ‘ତପସ୍ସୁ’ ଏବଂ ‘ଭଲ୍ଲିକ’ ନାମକ ଉତ୍କଳର ଦୁଇଜଣ ନାଗରିକଙ୍କଠାରୁ ସୁମିଷ୍ଟ ଖାଦ୍ୟ (ପିଠା ଓ ମହୁ) ଖାଇ ଉପବାସ ଭଙ୍ଗ କରିଥିଲେ ଏବଂ ତାଙ୍କୁ ନିଜର ତପସ୍ୟା ଉପଲବ୍ଧ ଜ୍ଞାନ ପ୍ରଦାନ କରିଥିଲେ । ତା’ପରେ ସେମାନେ ଦୁହେଁ ହୋଇଯାଇଥିଲେ ବୁଦ୍ଧଙ୍କର ଦୁଇ ପ୍ରଥମ ଉପାସକ । ଓଡିଶାରେ ବୌଦ୍ଧଧର୍ମ ସଂପର୍କରେ ବିଶେଷ ଗବେଷଣା କରିଥିବା ବିଶିଷ୍ଟ ଗବେଷକ ଡକ୍ଟର ନବୀନ କୁମାର ସାହୁ ତାଙ୍କ ‘Buddhism in Orissa’ ପୁସ୍ତକରେ ତପସ୍ସୁ ଓ ଭଲ୍ଲିକଙ୍କ ଦେଶ ଅସିତାଞ୍ଜନ ବୋଲି କହିଛନ୍ତି । ବୌଦ୍ଧଗ୍ରନ୍ଥ ‘ମହାବସ୍ତୁ’ ଅନୁସାରେ, ଏହା ଥିଲା ଉତ୍କଳ (ଉକ୍କଲ)ର ଅନ୍ତର୍ଭୁକ୍ତ ।

                ଓଡିଶାର ବୌଦ୍ଧ ସାହିତ୍ୟ, କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ବିପୁଳ ସମ୍ପଦ କାଳର କରାଳ ଗର୍ଭରେ ବିଲୀନ ହୋଇଯାଇଥିଲେ ସୁଦ୍ଧା ଯାହା ବି କିଛି ଅବଶିଷ୍ଟ ରହିଛି ତାହା ଇଣ୍ଡିଆର ଯେ କୌଣସି ଅଂଚଳର ବୌଦ୍ଧ ସମ୍ପଦଠାରୁ ଯେ ଯଥେଷ୍ଟ ଅଧିକ ଓ ଅନନ୍ୟ ସେକଥା ବିନା ଦ୍ୱିଧାରେ କୁହାଯାଇପାରିବ ।


ପରମକାରୁଣିକ
ବୁଦ୍ଧ ବୌଦ୍ଧଧର୍ମ

ପ୍ରାଚୀନ ଯୁଗରେ ବୁଦ୍ଧିଜୀବୀ ବୁଦ୍ଧଦେବ ସମାଜର ଯାବତୀୟ କୁସଂସ୍କାର, ଅନ୍ଧବିଶ୍ୱାସ ତଥା ଋଢିବାଦୀ ଚିନ୍ତାଧାରା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଚରିତ୍ର ଶୁଦ୍ଧତା (Rightness of Conduct) ଆଉ କାମନାର ପବିତ୍ରତା (Purity of Desire) ବୁଦ୍ଧଙ୍କ ପ୍ରଚାରିତ ଧର୍ମର ସାରକଥା ଥିଲା । ଏହା ଏତେ ସରଳ, ବୋଧଗମ୍ୟ ତଥା ବାସ୍ତବତାର ପୃଷ୍ଠଭୂମି ଉପରେ ପ୍ରତିଷ୍ଠିତ ଥିଲା ଯେ, ତାହା ଅତିଶୀଘ୍ର ପ୍ରତ୍ୟେକ ଲୋକଙ୍କ ହୃଦୟକୁ ସ୍ପର୍ଶ କରିବାରେ ସମର୍ଥ ହୋଇପାରିଥିଲା ।

୪୯ ଦିନ ଧ୍ୟାନ କଲା ପରେ ଏକ ବୈଶାଖ-ପୂର୍ଣ୍ଣିମା ରାତ୍ରିର ଶେଷଭାଗରେ ଧ୍ୟାନମଗ୍ନ ସିଦ୍ଧାର୍ଥଙ୍କର ଚିତ୍ତ ହଠାତ୍ ବୋଧି (ତତ୍ତ୍ୱଜ୍ଞାନ)ରେ ଉଦ୍ଭାସିତ ହୋଇଉଠିଲା । ସେହି ତତ୍ତ୍ୱଜ୍ଞାନଗୁଡିକ ହେଲା (୧) ସଂସାର ଦୁଃଖମୟ, (୨) କାମନା ହେଉଛି ଦୁଃଖର କାରଣ, (୩) କାମନାର ବିନାଶରେ ଦୁଃଖର ବିନାଶ ଓ (୪) ଅଷ୍ଟାଙ୍ଗିକ ମାର୍ଗରେ ଜୀବନକୁ ପରିଚାଳିତ କରିପାରିଲେ ମୋକ୍ଷ ବା ନିର୍ବାଣ ସମ୍ଭବ ହୋଇପାରେ ଏହାକୁ ଚାରି ମହାନ ସତ୍ୟ କୁହାଯାଏ

(୧)         ସଂସାର ଦୁଃଖମୟ : ଜନ୍ମ, ମୃତ୍ୟୁ, ବାର୍ଦ୍ଧକ୍ୟ ଓ ବ୍ୟାଧି ହେଉଛି ଦୁଃଖ । ପରିବାରବର୍ଗ ଓ ଆତ୍ମୀୟ ସ୍ୱଜନଙ୍କୁ ହରାଇବା ହେଉଛି ଦୁଃଖ । ମଣିଷ ତୁଚ୍ଛ ସୁଖ ପଛରେ ଧାଇଁବାରେ ନିଜର ଜୀବନ ବିତାଇ ଦେଉଛି । ସୁଖ କ୍ଷଣସ୍ଥାୟୀ । ଏହା ପ୍ରାପ୍ତ ନ ହେଲେ ଦୁଃଖ ଜାତ ହୁଏ ।

(୨)         କାମନା ହେଉଛି ଦୁଃଖର କାରଣ : କୌଣସି ଆଶା-ଅଭିଳାଷ-ଇଚ୍ଛା-ତୃଷ୍ଣା ବା କାମନା ଅପୂର୍ଣ୍ଣ ରହିଲେ ଦୁଃଖ ଜାତ ହୁଏ । କାମନା ଅର୍ଥ ପାଇବାର ଇଚ୍ଛା । ଲୋଭ, ମୋହ, ଆସକ୍ତି, ସ୍ୱାର୍ଥପରତା, ଇନ୍ଦ୍ରିୟ ଭୋଗ କରିବାର ଲାଳସା, ସବୁ କାମନାର ଅନ୍ତର୍ଭୁକ୍ତ । କାମନା ହିଁ ଦୁଃଖର କାରଣ ।

(୩)         କାମନାର ବିନାଶରେ ଦୁଃଖର ବିନାଶ : କାମନା ସର୍ବଦା ଅପୂର୍ଣ୍ଣ ଏବଂ ଏହାକୁ ଦୂର, ଲୋପ ବା ଦମନ କରିଦେଇପାରିଲେ ଦୁଃଖ ଦୂରୀଭୂତ ହେବ ଏବଂ ପୁନର୍ଜନ୍ମ ଆଉ ହେବ ନାହିଁ । ନିର୍ବାଣର ବାଟ ଉନ୍ମୁକ୍ତ ହେବ ।

(୪)         ଅଷ୍ଟାଙ୍ଗିକ ମାର୍ଗ: ବୋଧିଲାଭରୁ ପ୍ରାପ୍ତ ଜ୍ଞାନରୁ ବୁଦ୍ଧଦେବ ଦୈନନ୍ଦିନ ଜୀବନରେ ଆଠଟି ନିର୍ଦ୍ଦିଷ୍ଟ ମାର୍ଗ ବା ଆଚରଣ ଅନୁସରଣ କରିବାକୁ ଉପଦେଶ ଦେଇଥିଲେ । ଏହି ଆଚରଣଗୁଡିକର ଅନୁସରଣଦ୍ୱାରା କାମନା ଦୂରୀଭୂତ ହୋଇଯାଏ । ଏହି ଆଠଟି ବିଷୟ ହେଉଛି – (୧) ସତ୍ ଭାବନା, (୨) ସତ୍ ବୁଦ୍ଧି, (୩) ସତ୍ କଥନ, (୪) ସତ୍ କାର୍ଯ୍ୟ, (୫) ସତ୍ ଜୀବିକା, (୬) ସତ୍ ଉଦ୍ୟମ, (୭) ସତ୍ ଚେତନା ଓ (୮) ସତ୍ ସମାଧି । ଏହି ଆଠଟି ମାର୍ଗକୁ ଦୈନନ୍ଦିନ ଜୀବନରେ ଅଭ୍ୟାସରେ ପରିଣତ କରିବା ଉଚିତ ।

ସତ୍ ଭାବନା– ସତ୍ ଭାବନାର ଅର୍ଥ ସୁଚିନ୍ତାର ପ୍ରସାର ଓ ଦୁଶ୍ଚିନ୍ତାର ଅନ୍ତ ଘଟାଇବା । ସମସ୍ତ ଜୀବଜଗତ ପ୍ରତି ପ୍ରେମଭାବ ଜାଗ୍ରତ କରିବା, ସମସ୍ତଙ୍କ ପ୍ରତି କରୁଣା ଓ ଦୟା ପ୍ରଦର୍ଶନ କରିବା, ସକଳ ଜୀବଜନ୍ତୁଙ୍କ ପ୍ରତି ଅହିଂସା ଆଚରଣ ପ୍ରଦର୍ଶନ କରିବା- ଏହି ସତ୍ ଭାବନାଗୁଡିକ ଅଭ୍ୟାସ କଲେ ଲୋଭ, ସ୍ୱାର୍ଥପରତା, ଘୃଣା, କ୍ରୋଧ, ବିଦ୍ୱେଷ, ନିଷ୍ଠୁରତା ଓ ପ୍ରତିଶୋଧପରାୟଣତା ପରି କ୍ଷତିକାରକ ଭାବନା ଲୋପ ପାଇଥାଏ ।

ସତ୍ ବୁଦ୍ଧି– ସ୍ୱଚ୍ଛ, ନିର୍ମଳ ଓ ଅନାବିଳ ମନ ପରିସ୍ଥିତିର ସମ୍ମୁଖୀନ ହୋଇ ଦୁଃଖ ଜର୍ଜରିତ ହୋଇଥାଏ । ଲୋଭ, କାମ, ଅହଂକାରର ବଶବର୍ତ୍ତୀ ହୋଇ ମଣିଷର ଜୀବନ ଦୁଃଖ ଆଡକୁ ଗତି କରେ । ନିଜର ଅନ୍ତର୍ଦୃଷ୍ଟି ପ୍ରୟୋଗ କରି ଅକରଣୀୟ, ଅନାବଶ୍ୟକ ଆକାଂକ୍ଷାକୁ ତ୍ୟାଗ କରିବାକୁ ସତ୍ ବୁଦ୍ଧି କହନ୍ତି । ପ୍ରତ୍ୟେକ ବ୍ୟକ୍ତି ଅସନ୍ତୋଷ, ଅହଂକାର ଓ କ୍ଷଣଭଙ୍ଗୁର ଚିନ୍ତାକୁ ପରିତ୍ୟାଗ କରିବାଦ୍ୱାରା ସଠିକ୍ ବୁଝିବାଶକ୍ତି ପ୍ରୟୋଗ କରିବାକୁ ସକ୍ଷମ ହୁଏ । ସତ୍ ବୁଦ୍ଧି ପ୍ରାପ୍ତ ହେଲେ ଯାଇ ସତ୍ୟ ଜଳଜଳ ହୋଇ ଦେଖାଯାଏ । ଫଳରେ ବ୍ୟକ୍ତି ପ୍ରତ୍ୟେକ ବିଷୟକୁ ଠିକ୍ ଭାବରେ ବୁଝିପାରେ ।

ସତ୍ କଥନ– ମିଥ୍ୟା ନ କହିବା, ଅନ୍ୟର ବିପକ୍ଷରେ ନ କହିବା, କଠୋର ବାକ୍ୟ କହିବାରୁ ବିରତ ହେବା, ସର୍ବଦା ସତ୍ୟ କହିବା, ମଙ୍ଗଳପ୍ରଦ କଥା କହିବାକୁ ସତ୍ କଥନ କୁହାଯାଏ । ସତ୍ୟ କଥା ଯଦି ଅନ୍ୟ ବ୍ୟକ୍ତିର ଅମଙ୍ଗଳ, ଅଶୁଭ ଓ ଅସୁଖର କାରଣ ହେଉଥାଏ, ତେବେ ତାହା ନ କହିବା ଉଚିତ୍ ।

ସତ୍ କାର୍ଯ୍ୟ – ପ୍ରାଣହତ୍ୟା ନ କରିବା, ଚୋରି କିମ୍ବା ଅସାଧୁ ଉପାୟ ଅବଲମ୍ବନ କରି ଜୀବନଯାପନ କରିବାରୁ ବିରତ ରହିବା, ଯୌନ ବ୍ୟଭିଚାରରୁ ନିବୃତ ରହିବା, ସମସ୍ତ ଜୀବ ପ୍ରତି ଦୟାଭାବ ପ୍ରଦର୍ଶନ କରିବା ହେଉଛି ସତ୍ କାର୍ଯ୍ୟ । ସମୂହ କଲ୍ୟାଣପାଇଁ କାର୍ଯ୍ୟରତ ରହିବା ଓ କୌଣସି ପୁରସ୍କାର ବା ସ୍ୱୀକୃତିକୁ ଆଶା ନ ରଖି କାର୍ଯ୍ୟ କରିବା ହିଁ ସତ୍ କାର୍ଯ୍ୟ ।

ସତ୍ ଜୀବିକା– ସତ୍ ଜୀବିକାର ଅର୍ଥ ହେଉଛି ଯେ, ପ୍ରତ୍ୟେକ ବ୍ୟକ୍ତି ଏଭଳି ଜୀବିକା ଆପଣେଇନେବେ, ଯାହାଦ୍ୱାରା ଅନ୍ୟମାନଙ୍କର କିଛି ବି କ୍ଷତି ହେବନାହିଁ । ପାଂଚଟି ଜୀବିକା ସର୍ବଦା ବର୍ଜନୀୟ । ସେଗୁଡିକ ହେଲା – (୧) ଜୀବହତ୍ୟା କରି ମାଂସ ବ୍ୟବସାୟ, (୨) ଅସ୍ତ୍ରଶସ୍ତ୍ର ବ୍ୟବସାୟ, (୩) ଦାସ ବ୍ୟବସାୟ, (୪) ମାଦକଦ୍ରବ୍ୟ ବ୍ୟବସାୟ ଓ (୫) ବିଷ ଔଷଧୀୟ ବ୍ୟବସାୟ । ଶାନ୍ତିଦାୟକ ଜୀବିକା ବା ବ୍ୟବସାୟରେ ନିଯୁକ୍ତ ରହି ଉପାର୍ଜନ କରିବାକୁ ଆଜୀବ ମଧ୍ୟ କୁହାଯାଏ । ସେଗୁଡିକ ହେଲା-ପଶୁପାଳନ, କୃଷିକର୍ମ, ବାଣିଜ୍ୟ, ଶିଳ୍ପ, ରାଜ୍ୟ ଶାସନରେ ସେବା କାର୍ଯ୍ୟ ।

ସତ୍ ଉଦ୍ୟମ– ସତ୍ ଉଦ୍ୟମର ଅର୍ଥ ସବୁବେଳେ ଭଲ ଉଦ୍ଧେଶ୍ୟ ରଖି କାର୍ଯ୍ୟ କରିବା । ସବୁବେଳେ ଅକଲ୍ୟାଣକାରୀ ପରିସ୍ଥିତିକୁ ଦୃଢତାର ସହିତ ଦମନ କରିବା । ଯେଉଁ ଉଦ୍ୟମଦ୍ୱାରା ସମାଜର ଉନ୍ନତି ସାଧନ ହୋଇପାରିବ ତାହା ଆରମ୍ଭ କରିବା ଏବଂ ତାହାକୁ ଶୀଘ୍ର ସମାପ୍ତ କରିବା, ସବୁବେଳେ ପରହିତପାଇଁ ଉଦ୍ୟମରତ ରହିବା ଆଦି କାର୍ଯ୍ୟକୁ ସତ୍ ଉଦ୍ୟମ କୁହାଯାଏ ।

ସତ୍ ଚେତନା – ସତ୍ ଚେତନା ହେଉଛି ମନରୁ ଅହଂକାର ଭାବ ଦୂର କରିବା, ସଦାସର୍ବଦା ନିଜେ ସଚେତନ ରହି ଲାଭରେ ଉଲ୍ଲସିତ ଓ କ୍ଷତିରେ ବିଚଳିତ ନ ହୋଇ ସତ୍ ଚିନ୍ତାରେ ନିମଗ୍ନ ରହିବା, ନିଜର ମନର ଭାବନାକୁ କଳୁଷିତ ହେବାରୁ ନିବୃତ କରିବାକୁ ସଚେତନ ରହିବା; ଧ୍ୟାନ, ଧାରଣା ଓ ପ୍ରାଣାୟାମ ପ୍ରଭୃତିକୁ ଦୈନନ୍ଦିନ ଜୀବନର ଅଂଶ ଭାବେ ଗ୍ରହଣ କରି ମାନସିକ ଏକାଗ୍ରତା ବୃଦ୍ଧି କରିବାରେ ଯତ୍ନବାନ ହେବା ।

ସତ୍ ସମାଧି– ସତ୍ ସମାଧିର ଅର୍ଥ ସମସ୍ତ ପ୍ରକାର ଭୋଗବିଳାସର କାମନାକୁ ଦୂରେଇଦେଇ ନିଜ ଚିତ୍ତ ସ୍ଥିର ରଖି ପ୍ରକୃତ ଜ୍ଞାନର ଅନ୍ୱେଷଣ କରିବା । ଇନ୍ଦ୍ରିୟଲାଳସା, ଦୁଶ୍ଚିନ୍ତା ଓ କଳୁଷିତ ଭାବନାକୁ ମନରୁ ପୋଛିଦେଇ ପ୍ରଫୁଲ୍ଲତା ଅନୁଭବ କରିବା ହେଉଛି ସତ୍ ସମାଧିର ଉଦ୍ଧେଶ୍ୟ । ମନକୁ ଏକାଗ୍ର କରିବାର ଅଭ୍ୟାସ କରିବାପାଇଁ ଧ୍ୟାନ କରିବା ନିହାତି ଆବଶ୍ୟକ । ଧ୍ୟାନଦ୍ୱାରା ମନୁଷ୍ୟ ଏକାଗ୍ରତା ଲାଭ କରି ସୃଷ୍ଟିର ପ୍ରକୃତ ସ୍ୱରୂପ ଜାଣିବାକୁ ସକ୍ଷମ ହୋଇପାରେ । ସତ୍ ସମାଧି ବଳରେ ମନ ଶୃଙ୍ଖଳିତ ହୋଇଥାଏ ଓ ସତ୍ ବୁଦ୍ଧି, ସତ୍ ଭାବନା, ମନୁଷ୍ୟ ମନରେ ପବିତ୍ରତା ଆଣିଦିଏ ।

                ବୁଦ୍ଧଙ୍କ ପ୍ରଦର୍ଶିତ ଅଷ୍ଟମାର୍ଗର ପ୍ରତ୍ୟେକ ମାର୍ଗ ଅନ୍ୟଟିର ପରିପୂରକ । ମାନବ ଯଦି ନୀତିବାଦୀ (ନୈତିକ) ହୁଏ ତେବେ ଧ୍ୟାନ ସହଜ ହୋଇଯାଏ ଏବଂ ଏହାଦ୍ୱାରା ଜ୍ଞାନଲାଭ ନିକଟତର ହୋଇଆସେ । ଫଳତଃ ପ୍ରକୃତ ସତ୍ୟ ଅନୁଭୂତ ହୁଏ ଏବଂ ମାନବ ନିର୍ବାଣ ଉପଲବ୍ଧ କରେ ଓ ପରମ ସୁଖ ପ୍ରାପ୍ତ ହୁଏ ।

                ବୌଦ୍ଧଧର୍ମର ମୌଳିକ ନୀତିଗୁଡିକ ‘ପଂଚଶୀଳ’ ଭାବରେ ପ୍ରସିଦ୍ଧ । ଏହାକୁ ପ୍ରତ୍ୟେକ ବୌଦ୍ଧଧର୍ମାବଲମ୍ବୀ ପାଳନ କରିବା ବିଧେୟ ବୋଲି କୁହାଯାଇଛି । ସେଗୁଡିକ ହେଲା-(୧) ଜୀବହତ୍ୟାରୁ ନିବୃତ ରହିବା, ଏଭଳିକି କୌଣସି ଜୀବକୁ ଯନ୍ତ୍ରଣା ଦେବାରୁ ନିବୃତ ରହିବା । (୨) ଚୋରି ନ କରିବା ଓ ଯେ କୌଣସି ଦୁର୍ନୀତିଯୁକ୍ତ କାର୍ଯ୍ୟରୁ ଦୂରେଇ ରହିବା, ଉତ୍କୋଚ ବା ଲାଞ୍ଚ ଗ୍ରହଣ ନ କରିବା; (୩) ଯୌନ ବ୍ୟଭିଚାର ଓ ଅନୈତିକ ନାରୀ ସମ୍ପର୍କରୁ ନିବୃତ ରହିବା, ପରନାରୀ ପ୍ରତି ଆକୃଷ୍ଟ ନ ହେବା; (୪) ମିଥ୍ୟା ନ କହିବା ଓ ସର୍ବଦା ସତ୍ୟ ବଚନ କହିବା, ଅନ୍ୟର କୁତ୍ସାରଟନା ନ କରିବା, ଏଭଳିକି ରୁକ୍ଷ ଭାଷା ମଧ୍ୟ ପ୍ରୟୋଗ ନ କରିବା; (୫) କୌଣସି ପ୍ରକାରର ମାଦକଦ୍ରବ୍ୟ ସେବନ ନ କରିବା ।

ଧର୍ମଚକ୍ର ପ୍ରବର୍ତ୍ତନ

“ଜନ୍ମ-ଦୁଃଖ, ଜରା-ଦୁଃଖ, ବ୍ୟାଧି-ଦୁଃଖ, ମରଣ-ଦୁଃଖ, ଅପ୍ରିୟ ମିଳନ-ଦୁଃଖ, ପ୍ରିୟ ବିଚ୍ଛେଦ-ଦୁଃଖ, ଈପ୍ସିତ ବସ୍ତୁ ନ ପାଇବାର ଦୁଃଖ, ସଂକ୍ଷେପରେ ପଂଚସ୍କନ୍ଧ ଯଥା – ରୂପ, ବେଦନା, ସଂଜ୍ଞା, ସଂସ୍କାର ଓ ବିଜ୍ଞାନ- ଯାହାର ସମଷ୍ଟିରେ ‘ନାମରୂପ’ର ଉତ୍ପତି, ତାହା ହିଁ ଦୁଃଖ । ଏହାକୁ ‘ଦୁଃଖ-ଆର୍ଯ୍ୟସତ୍ୟ’ ବୋଲି କୁହାଯାଏ ।”

ବୁଦ୍ଧଙ୍କର ରାଜନୈତିକ, ଆର୍ଥନୀତିକ ସାମାଜିକ ଦିଗ୍ଦର୍ଶନ

                ବୁଦ୍ଧ ତାଙ୍କ ଜୀବନକାଳରେ ବହୁ ପ୍ରବଚନ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ପ୍ରଦାନ କରିଥିଲେ । ସେଗୁଡିକର ବିଶ୍ଲେଷଣ କଲେ ତାଙ୍କର ରାଜନୈତିକ, ଆର୍ଥନୀତିକ ଚିନ୍ତାଧାରା ଓ ସମାଜର କିଭଳି ଉନ୍ନତି ହେବ ସେସବୁ ସମ୍ବନ୍ଧରେ ଜାଣି ହୁଏ । ସେ ଦେଇଥିବା ଉପଦେଶଗୁଡିକ ଚିରଜାଜ୍ଜ୍ୱଲ୍ୟମାନ ।

                ରାଜନୈତିକ ଦିଗ୍ଦର୍ଶନ : ବୁଦ୍ଧ ଗଣତନ୍ତ୍ର ଶାସନରେ ବିଶ୍ୱାସୀ ଥିଲେ । ଯେଉଁ ଶାସନ ଲୋକମାନଙ୍କ ସମ୍ମତିରେ ପରିଚାଳିତ ହୁଏ ତାହା ସର୍ବମଙ୍ଗଳକାରୀ ହୋଇଥାଏ । ଶାସନକର୍ତ୍ତାମାନଙ୍କ ଉପରେ ଦେଶର ଉନ୍ନତି ନିର୍ଭର କରେ । ପ୍ରଶାସକମାନେ ଉତ୍ତମ ବ୍ୟକ୍ତି ହେଲେ ତାଙ୍କର ଅଧସ୍ତନ କର୍ମଚାରୀମାନେ ଭଲ ହୁଅନ୍ତି, ସାଧାରଣ ଲୋକେ ଭଲରେ ରହନ୍ତି ଏବଂ ଦେଶ ସମୃଦ୍ଧ ହୁଏ । ଶାସକମାନେ ଶିକ୍ଷିତ, ବୁଦ୍ଧିମାନ, ଜ୍ଞାନୀ ଓ ଦକ୍ଷ ହେବା ନିତ୍ୟାନ୍ତ ଆବଶ୍ୟକ । ସେମାନେ ଉଦାର, ମିଷ୍ଟଭାଷୀ, ପରୋପକାରୀ ଓ ନିରପେକ୍ଷ ହେବା ଅତ୍ୟନ୍ତ ଜରୁରୀ । ଦଶଟି ରାଜଧର୍ମକୁ ଅନୁସରଣ କରିବାକୁ ସେ କହିଥିଲେ । ସେଗୁଡିକ ହେଉଛି – (୧) ଉଦାରତା, (୨) ନୈତିକତା, (୩) ଆତ୍ମତ୍ୟାଗ, (୪) ସାଧୁତା, (୫) ସହାନୁଭୂତି, (୬) ଶୃଙ୍ଖଳା, (୭) ବିଦ୍ୱେଷହୀନତା, (୮) ଅହିଂସା, (୯) ଧୈର୍ଯ୍ୟ, (୧୦) ବନ୍ଧୁବତ୍ସଳତା ।

                ସାମଗ୍ରିକ ଉନ୍ନତିପାଇଁ ସେ ସାତୋଟି ନୀତି ଅନୁସରଣ କରିବାକୁ ଜୋର୍ ଦେଇଥିଲେ । (୧) ଶାସନରେ ସଂପୃକ୍ତ ଲୋକମାନେ ନିୟମିତ ବ୍ୟବଧାନରେ ମିଳିତ ହୋଇ ବିଚାରବିମର୍ଶ କରିବେ । (୨) ଏକତାବଦ୍ଧ ଭାବରେ କାର୍ଯ୍ୟ କରିବେ, (୩) ପ୍ରତିଷ୍ଠିତ ଆଇନକୁ ସମ୍ମାନ ଦେବେ, (୪) ବରିଷ୍ଠ ନାଗରିକମାନଙ୍କର ଉପଦେଶ ମାନିବେ, (୫) ନାରୀ ସମାଜକୁ ସମ୍ମାନ ଦେବେ, (୬) ଧର୍ମାନୁଷ୍ଠାନ, ପ୍ରାର୍ଥନା ସ୍ଥଳର ସୁରକ୍ଷା କରିବେ, (୭) ସାଧୁସନ୍ଥ ଓ ଧର୍ମପ୍ରଚାରକମାନଙ୍କୁ ସମ୍ମାନ ଦେବେ, ତାଙ୍କ କାର୍ଯ୍ୟରେ ସହାୟକ ହେବେ ଏବଂ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବେ ।

                ‘କୂତଦନ୍ତସୂତ’ରେ ବୁଦ୍ଧ କହିଛନ୍ତି ଯେ ଜନ ଅସନ୍ତୋଷ ଓ ବିଦ୍ରୋହ ଦମନ ପାଇଁ ଦଣ୍ଡ ବ୍ୟବସ୍ଥା ଆଦୌ ଅନୁକୂଳ ନୁହେଁ । ମାତ୍ର ଆର୍ଥନୀତିକ ସମୃଦ୍ଧିଦ୍ୱାରା ଏହା ସମ୍ଭବ । ଜନସାଧାରଣ ଯେଉଁ କର୍ମ କରିବାର ସୁବିଧା, ସୁଯୋଗ ଓ ପ୍ରୋତ୍ସାହନ ପାଇବା ଆବଶ୍ୟକ, ତାହା ହେଉଛି – (୧) କୃଷି, (୨) ପଶୁପାଳନ, (୩) ଶିଳ୍ପ, (୪) ବାଣିଜ୍ୟ ଓ (୫) ରାଜସେବା ।

                ବୁଦ୍ଧ କହିଥିଲେ- ପ୍ରତ୍ୟେକ ବ୍ୟକ୍ତିର ଚାରିଗୋଟି ମୌଳିକ ଆବଶ୍ୟକତା ଅଛି । (୧) ଅନ୍ନ, (୨) ବସ୍ତ୍ର, (୩) ବାସଗୃହ ଓ (୪) ଚିକିତ୍ସା । ସମଗ୍ର ଶାସନ ବ୍ୟବସ୍ଥାର ଲକ୍ଷ୍ୟ ପ୍ରାଣୀମାନଙ୍କ ମଙ୍ଗଳ ଓ ସମସ୍ତଙ୍କୁ ସୁଖ ପ୍ରଦାନ ।

                ଆର୍ଥନୀତିକ ଦିଗ୍ଦର୍ଶନ : ବୌଦ୍ଧଧର୍ମରେ ଧନ ଅର୍ଜନ କାର୍ଯ୍ୟକୁ ଉତ୍ସାହିତ କରାଯାଏ । ଧନସମ୍ପଦ ସୁଖପ୍ରାପ୍ତିର ମୂଳ ଆଧାର । କିନ୍ତୁ ଧନ ଅର୍ଜନ ନୈତିକ ମୂଲ୍ୟବୋଧ ଭିତିରେ ହେବା ଆବଶ୍ୟକ । ସତ୍ ଉପାୟରେ ଅର୍ଜିତ ସମ୍ପତ୍ତି ପ୍ରକୃତ ସୁଖ ପ୍ରଦାନ କରିଥାଏ । ଅନୈତିକ ଉପାୟରେ ଅର୍ଜିତ ଧନ ସମସ୍ତ ଅଶାନ୍ତିର କାରଣ ହୋଇଥାଏ । ‘ସମୃଦ୍ଧି ଓ ଲୋକମଙ୍ଗଳ’ ଉଦ୍ଧେଶ୍ୟରେ ପ୍ରଦତ୍ତ ପ୍ରବଚନରେ ବୁଦ୍ଧଦେବ କହିଛନ୍ତି ଯେ ଆର୍ଥନୀତିକ ସମୃଦ୍ଧିପାଇଁ ଚାରିଗୋଟି ଅବସ୍ଥା ପାଳନ କରିବାର ଆବଶ୍ୟକତା ଅଛି । ସେଗୁଡିକ ହେଲା – (୧) ନିରନ୍ତର ଉଦ୍ୟମ, (୨) ସାବଧାନତା, (୩) ଉତ୍ତମ ବନ୍ଧୁତା, (୪) ସୁବ୍ୟବସ୍ଥିତ କାର୍ଯ୍ୟକଳାପ

                ଆର୍ଥନୀତିକ ସମୃଦ୍ଧି ଏବଂ ଅର୍ଥର ସମୂହ ବଂଟନ ଉପରେ ବୁଦ୍ଧ ଗୁରୁତ୍ୱ ଆରୋପ କରୁଥିଲେ । ଅର୍ଥର ସମବଂଟନ ନ ହେଲେ ଲୋକ ଗରିବ ହୁଅନ୍ତି ଏବଂ ଚୋରି, ମିଥ୍ୟାଚାର, ଦୁର୍ନୀତି ବୃଦ୍ଧି ପାଏ । ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହୁଏ ଏବଂ ମାନବିକ ମୂଲ୍ୟବୋଧର ଅବକ୍ଷୟ ଘଟେ । ଏହି ତତ୍ତ୍ୱ ସେ ‘ଚକ୍କବତୀସିହାନନ୍ଦ ସୂତ’ ରେ ବର୍ଣ୍ଣନା କରିଛନ୍ତି ।

                ବୁଦ୍ଧଦେବ ପାଂଚଗୋଟି ବୃତି ଆପଣେଇବାକୁ ନିଷେଧ କରିଛନ୍ତି । ତାହା ହେଲା-(୧) କ୍ରୀତଦାସ (ଗୋତି) ବ୍ୟବସାୟ, (୨) ମାଂସ ବ୍ୟବସାୟ, (୩) ଅସ୍ତ୍ରଶସ୍ତ୍ର ବ୍ୟବସାୟ, (୪) ବିଷାକ୍ତ ଦ୍ରବ୍ୟର ବ୍ୟବସାୟ ଓ (୫) ମାଦକ ଦ୍ରବ୍ୟର ବ୍ୟବସାୟ । ଧନସମ୍ପଦ ନିଜର ତଥା ଅନ୍ୟମାନଙ୍କର କଲ୍ୟାଣରେ ବିନିଯୋଗ ହେବା ପାଇଁ ଉଦ୍ଦିଷ୍ଟ ଏବଂ ଏହା ସଂଚୟ କରିବାପାଇଁ ନୁହେଁ ବୋଲି ବୁଦ୍ଧ କହିଛନ୍ତି । ସେ ବ୍ୟକ୍ତିଙ୍କୁ ଋଣଗ୍ରସ୍ତ ନ ହେବାକୁ ମଧ୍ୟ ଉପଦେଶ ଦେଇଛନ୍ତି ।

ସାମାଜିକ ଦିଗ୍ଦର୍ଶନ : ସାଧାରଣ ଗୃହୀ ଲୋକମାନେ ସୁଖ ସ୍ୱାଚ୍ଛନ୍ଦ୍ୟରେ ଜୀବନଯାପନ କରିବାକୁ ‘ତ୍ରିପିଟକ’ରେ ବହୁ ଉପଦେଶ ଦିଆଯାଇଛି । ‘ସିଗଲ ସୂତ୍ର’ ବା ‘ଗୃହସ୍ଥର କର୍ତ୍ତବ୍ୟ’ ଧର୍ମୋପଦେଶରେ ଗୃହରେ କର୍ତ୍ତବ୍ୟ ଓ ସମାଜରେ କର୍ତ୍ତବ୍ୟ ସମ୍ବନ୍ଧରେ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଅଛି । ଏଥିରେ ପିତାମାତାଙ୍କର ସନ୍ତାନସନ୍ତତିଙ୍କ ପ୍ରତି ଓ ସନ୍ତାନସନ୍ତତିଙ୍କର ପିତାମାତାଙ୍କ ପ୍ରତି କର୍ତ୍ତବ୍ୟ, ସ୍ୱାମୀଙ୍କର ସ୍ତ୍ରୀଙ୍କ ପ୍ରତି ଓ ସ୍ତ୍ରୀଙ୍କର ସ୍ୱାମୀଙ୍କ ପ୍ରତି କର୍ତ୍ତବ୍ୟ, ଗୃହସ୍ଥଙ୍କର ବନ୍ଧୁବାନ୍ଧବଙ୍କ ପ୍ରତି ଓ ବନ୍ଧୁବାନ୍ଧବଙ୍କର ଗୃହସ୍ଥଙ୍କ ପ୍ରତି କର୍ତ୍ତବ୍ୟ, ଗୁରୁଙ୍କର ଛାତ୍ରଙ୍କ ପ୍ରତି ଓ ଛାତ୍ରଙ୍କର ଗୁରୁଙ୍କ ପ୍ରତି କର୍ତ୍ତବ୍ୟ, ନିଯୁକ୍ତିଦାତାଙ୍କର ନିଯୁକ୍ତବ୍ୟକ୍ତିଙ୍କ ପ୍ରତି ଓ ନିଯୁକ୍ତବ୍ୟକ୍ତିଙ୍କର ନିଯୁକ୍ତିଦାତାଙ୍କ ପ୍ରତି କର୍ତ୍ତବ୍ୟ, ଜନସାଧାରଣଙ୍କର ଧର୍ମଗୁରୁଙ୍କ ପ୍ରତି ଓ ଧର୍ମଗୁରୁଙ୍କର ଜନସାଧାରଣଙ୍କ ପ୍ରତି କର୍ତ୍ତବ୍ୟ ଆଦି ଛଅ ଗୋଟି କର୍ତ୍ତବ୍ୟ ବିଷୟରେ ଉଲ୍ଲେଖ ରହିଛି ।

                ପିତାମାତାଙ୍କର ସନ୍ତାନସନ୍ତତିଙ୍କ ପ୍ରତି କର୍ତ୍ତବ୍ୟ : ଅପରାଧ ନ କରିବାକୁ ଉପଦେଶ ଦେବା, ମଙ୍ଗଳ କର୍ମ କରିବାପାଇଁ ଉତ୍ସାହିତ କରିବା, ଜୀବିକାର୍ଜନପାଇଁ ବୃତି ପ୍ରଦାନକାରୀ ଶିକ୍ଷା ଦେବା, ଉପଯୁକ୍ତ ବିବାହପାଇଁ ସୁବନ୍ଦୋବସ୍ତ କରିବା, ପ୍ରତ୍ୟେକଙ୍କ ପ୍ରାପ୍ୟ ନିର୍ଦ୍ଦିଷ୍ଟ ସମୟରେ ହସ୍ତାନ୍ତର କରିବା ।

                ସନ୍ତାନସନ୍ତତିଙ୍କର ପିତାମାତାଙ୍କ ପ୍ରତି କର୍ତ୍ତବ୍ୟ : ବାର୍ଦ୍ଧକ୍ୟରେ ସହାୟ ହେବା, ସେମାନଙ୍କ କାମ କରିଦେବା, ପିତାମାତାଙ୍କ ପରମ୍ପରା ରକ୍ଷା କରିବା, ପରିବାରର ଦାୟାଦ ହେବାପାଇଁ ଯୋଗ୍ୟତା ହାସଲ କରିବା, ବିଦାୟ ନେଇଥିବା ପିତାମାତାଙ୍କ ଉଦ୍ଧେଶ୍ୟରେ ପ୍ରତିଦିନ ଅନ୍ନଦାନ କରିବା ।

                ସ୍ୱାମୀଙ୍କର ସ୍ତ୍ରୀଙ୍କ ପ୍ରତି କର୍ତ୍ତବ୍ୟ : ସ୍ତ୍ରୀଙ୍କ ପ୍ରତି ଶିଷ୍ଟାଚାର ପ୍ରଦର୍ଶନ କରିବା, ସ୍ତ୍ରୀଙ୍କ ପ୍ରତି ତାତ୍ସ୍ୟଲ୍ୟଭାବ ପ୍ରଦର୍ଶନ ନ କରିବା, ସ୍ତ୍ରୀଙ୍କ ପ୍ରତି ବିଶ୍ୱସ୍ତ ହେବା, ସ୍ତ୍ରୀଙ୍କୁ ତାଙ୍କ କର୍ମ କରିବାର ଅଧିକାର ଦେବା, ସ୍ତ୍ରୀଙ୍କୁ ଉପଯୁକ୍ତ ବସ୍ତ୍ର, ଭୂଷଣ ପ୍ରଦାନ କରିବା ।

                ସ୍ତ୍ରୀଙ୍କର ସ୍ୱାମୀଙ୍କ ପ୍ରତି କର୍ତ୍ତବ୍ୟ : ଗୃହ ସମ୍ବନ୍ଧୀୟ କର୍ମ ଠିକ୍ ଭାବେ କରିବା, ବନ୍ଧୁ, ବାନ୍ଧବ, ଆତ୍ମୀୟ ସ୍ୱଜନଙ୍କ ପ୍ରତି ସେବାପରାୟଣ ହେବା, ସ୍ୱାମୀଙ୍କର ବିଶ୍ୱସ୍ତ ହେବା, ସ୍ୱାମୀଙ୍କର ଧନ, ସଂପଦ ଓ ବ୍ୟବହାର୍ଯ୍ୟ ବସ୍ତୁର ସୁରକ୍ଷା କରିବା, ସ୍ୱାମୀଙ୍କର ଦୁଃସ୍ଥିତିର ଦୂରୀକରଣ କରିବାକୁ ସମର୍ଥ ଓ ଚଂଚଳ ହେବା ।

                ଗୃହସ୍ଥଙ୍କର ବନ୍ଧୁବାନ୍ଧବଙ୍କ ପ୍ରତି କର୍ତ୍ତବ୍ୟ : ବନ୍ଧୁବାନ୍ଧବଙ୍କ ପ୍ରତି ଉଦାର ହେବା, ସେମାନଙ୍କ ପ୍ରତି ସଦାଚାରୀ ହେବା, ସେମାନଙ୍କ ପ୍ରତି ସହାୟ ହେବା, ସେମାନଙ୍କ ପ୍ରତି ନିରପେକ୍ଷ ହେବା, ସେମାନଙ୍କ ପ୍ରତି ନିଷ୍ଠାପର ହେବା ।

                ବନ୍ଧୁବାନ୍ଧବଙ୍କର ଗୃହସ୍ଥଙ୍କ ପ୍ରତି କର୍ତ୍ତବ୍ୟ : ବିପଦ ଆପଦରେ ସୁରକ୍ଷା ଦେବା, ଗୃହସ୍ଥ ଯେତେବେଳେ ଉଦାସ ହୁଅନ୍ତି ସେତେବେଳେ ତାଙ୍କ ଧନସମ୍ପତ୍ତିର ସୁରକ୍ଷା କରିବା, ଗୃହସ୍ଥ ଯେତେବେଳେ ବିପଦଗ୍ରସ୍ତ, ତାଙ୍କୁ ଆଶ୍ରୟ ଦେବା, ଗୃହସ୍ଥ ଯେତେବେଳେ କିଛି ଅସୁବିଧାରେ ଅଛନ୍ତି ତାଙ୍କୁ ପରିତ୍ୟାଗ ନ କରିବା, ଗୃହସ୍ଥଙ୍କ ପରିବାର ପ୍ରତି ସର୍ବଦା ସୁବିଚାର କରିବା ।

                ଗୁରୁଙ୍କର ଛାତ୍ରଙ୍କ ପ୍ରତି କର୍ତ୍ତବ୍ୟ : ସର୍ବଶ୍ରେଷ୍ଠ ଶୃଙ୍ଖଳା ପ୍ରତି ତାଲିମ ପ୍ରଦାନ କରିବା, ଛାତ୍ରମାନେ ଯେପରି ତାଙ୍କର ପାଠ୍ୟ ଉତ୍ତମ ରୂପେ ଅଧ୍ୟୟନ କରିବେ ସେଥିପ୍ରତି ଧ୍ୟାନ ରଖିବା, ଛାତ୍ରମାନଙ୍କୁ ଉଭୟ କଳା ଓ ବିଜ୍ଞାନ ପାଠ୍ୟ ଶିକ୍ଷାଦେବା, ଉଚ୍ଚତର ଅଧ୍ୟୟନ ଓ ଅଧ୍ୟବସାୟପାଇଁ ଛାତ୍ରଙ୍କୁ ଅନୁରକ୍ତ କରିବା, ଛାତ୍ରମାନଙ୍କର ନିରାପତ୍ତା ପ୍ରତି ନିଷ୍ଠାପର ଭାବରେ ଧ୍ୟାନ ଦେବା ।

                ଛାତ୍ରମାନଙ୍କର ଗୁରୁଙ୍କ ପ୍ରତି କର୍ତ୍ତବ୍ୟ : ଗୁରୁମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା, ଗୁରୁମାନଙ୍କର ନିର୍ଦ୍ଧେଶ ପାଳନ କରିବା, ଅଧ୍ୟୟନପାଇଁ ଉତ୍କଣ୍ଠା ପ୍ରଦର୍ଶନ କରିବା, ଶିକ୍ଷାଗ୍ରହଣ ସମୟରେ ମନଧ୍ୟାନ ଦେବା, ଗୁରୁଙ୍କର ସେବା କରିବା ଓ ତାଙ୍କର ଯତ୍ନ ନେବା ।

                ନିଯୁକ୍ତିଦାତା (ମାଲିକ)ଙ୍କର ନିଯୁକ୍ତ ବ୍ୟକ୍ତି (ଶ୍ରମିକ)ଙ୍କ ପ୍ରତି କର୍ତ୍ତବ୍ୟ : ଯୋଗ୍ୟତା ଓ ଦକ୍ଷତା ଅନୁଯାୟୀ ଶ୍ରମିକଙ୍କୁ କାର୍ଯ୍ୟ ଦେବା, ଶ୍ରମିକଙ୍କୁ ଖାଦ୍ୟ ଓ ଉପଯୁକ୍ତ ପାରିଶ୍ରମିକ ଦେବା, ସେମାନଙ୍କର ଅସୁସ୍ଥତାରେ ସେମାନଙ୍କୁ ଚିକିତ୍ସା ଯୋଗାଇଦେବା, ଯେ କୌଣସି ଅସହାୟ ପରିସ୍ଥିତିରେ ଶ୍ରମିକଙ୍କୁ ସହାୟତା କରିବା, ଆବଶ୍ୟକ ସମୟରେ ଶ୍ରମିକଙ୍କୁ ଛୁଟି ମଧ୍ୟ ପ୍ରଦାନ କରିବା ।

                ନିଯୁକ୍ତ ବ୍ୟକ୍ତି (ଶ୍ରମିକ)ଙ୍କର ନିଯୁକ୍ତିଦାତା (ମାଲିକ) ଙ୍କ ପ୍ରତି କର୍ତ୍ତବ୍ୟ : ମାଲିକ ଆସିବା ପୂର୍ବରୁ କର୍ମରେ ଯୋଗଦାନ କରିବା, ମାଲିକ ଶୋଇବା ପରେ ଯାଇ ନିଜେ ବିଛଣାକୁ ଯିବା, ମାଲିକ ଯାହା ପ୍ରଦାନ କଲେ ତାହାହିଁ ଗ୍ରହଣ କରିବା, ସମସ୍ତ କାର୍ଯ୍ୟ ନିପୁଣ ଭାବେ ସଂପାଦନ କରିବା, ମାଲିକଙ୍କର ସୁନାମ ଓ ସୁଖ୍ୟାତିର ସୁରକ୍ଷା କରିବା ।

                ଜନସାଧାରଣଙ୍କର ଧର୍ମଗୁରୁଙ୍କ ପ୍ରତି କର୍ତ୍ତବ୍ୟ : ସମ୍ମାନ ପ୍ରଦର୍ଶନ କରିବା, ମଧୁର ଓ ସ୍ନେହପୂର୍ଣ୍ଣ ବାକ୍ୟାଳାପ କରିବା, ସେମାନଙ୍କୁ ସାକ୍ଷାତ କରିବାରେ ଆନନ୍ଦ ଅନୁଭବ କରିବା, ସେମାନଙ୍କୁ ସ୍ୱାଗତ କରିବା, ଧର୍ମଗୁରୁ ଓ ଧର୍ମପ୍ରଚାରକଙ୍କୁ ତାଙ୍କର ପ୍ରୟୋଜନୀୟ ସାମଗ୍ରୀ ଯୋଗାଇ ଦେବା ।

                ଧର୍ମଗୁରୁଙ୍କର ଜନସାଧାରଣଙ୍କ ପ୍ରତି କର୍ତ୍ତବ୍ୟ : ଜନସାଧାରଣଙ୍କୁ ଅହିତକର କାର୍ଯ୍ୟରୁ ନିବୃତ କରିବା, ସେମାନଙ୍କୁ ଉତ୍ତମ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇବା, ସେମାନଙ୍କ ପ୍ରତି ସଦୟ ହେବା, ଜନସାଧାରଣ ଯାହା ଶୁଣି ନାହାଁନ୍ତି ତାହା ତାଙ୍କୁ ଶୁଣାଇବା, ସେମାନେ ଯାହା ଶୁଣିଛନ୍ତି ତାହାକୁ ଠିକ୍ ଭାବେ ବୁଝାଇଦେବା, ଜନସାଧାରଣଙ୍କୁ ସୁସ୍ଥ ଜୀବନଲାଭର ମାର୍ଗ ବତାଇ ଦେବା ।

                ଧର୍ମଶିକ୍ଷା ପ୍ରତି ଘୃଣା; ଦୁଷ୍ଟଜନ ପ୍ରତି ଶ୍ରଦ୍ଧା ଓ ଗୁଣୀ ଲୋକଙ୍କ ପ୍ରତି ଅନାଦର; ନିଦ୍ରାପ୍ରିୟତା, ସାଙ୍ଗସୁଖ, କର୍ମବିମୁଖତା, ଆଳସ୍ୟ ଓ ବଦ୍ରାଗୀ ସ୍ୱଭାବ; ବୟୋବୃଦ୍ଧ ମାତା ଓ ପିତାଙ୍କୁ ସହାୟ ନ ହେବା; ଧର୍ମୋପଦେଷ୍ଟାଙ୍କୁ ପ୍ରତାରିତ କରିବା ଓ ମିଥ୍ୟାଚାର ପ୍ରଦର୍ଶନ କରିବା; ଧନସଂପଦ ଠୁଳକରି ବିଳାସପୂର୍ଣ୍ଣ ଜୀବନଯାପନ କରିବା; ନିଜର ଜ୍ଞାତି, କୁଟୁମ୍ବ ଗୋଷ୍ଠୀ, ଧନ, ସଂପଦ, କ୍ଷମତାଯୋଗୁଁ ଗର୍ବିତ ହେବା ଓ ଅନ୍ୟକୁ ହେୟ ମନେକରିବା; ବ୍ୟସନୀ, ମଦ୍ୟପୀ, ଜୁଆଡୀ ଓ ବଦ୍ଖର୍ଚ୍ଚୀ ହେବା; ନିଜ ସ୍ତ୍ରୀଙ୍କଠାରେ ସନ୍ତୁଷ୍ଟ ନ ରହି ଅନ୍ୟ ସ୍ତ୍ରୀ ସଙ୍ଗ କରିବା; ବୟସ୍କ ହେବା ସତ୍ୱେ ଯୁବତୀ ସ୍ତ୍ରୀ ବିବାହ କରିବା ଓ ଈର୍ଷାପରାୟଣ ଜୀବନଯାପନ କରିବା; ରୋଜଗାରହୀନ କିମ୍ବା ନିଶାସକ୍ତ ପୁରୁଷ ଅଥବା ସ୍ତ୍ରୀଙ୍କୁ କ୍ଷମତା ପ୍ରୟୋଗ କରିବାର ଅଧିକାର ପ୍ରଦାନ କରିବା; ବିଶାଳ ଅଭିଳାଷ ପୋଷଣ କରିବା, ଅଥଚ ସୀମିତ ଧନର ଅଧିକାରୀ ହୋଇ ଶାସନ କରିବାର ଆକାଂକ୍ଷା ପଛରେ ଅନୁଧାବନ କରିବା ଆଦି କାରଣଯୋଗୁଁ ମାନବର ପତନ ହୋଇଥାଏ ବୋଲି ବୁଦ୍ଧ ତାଙ୍କ ପ୍ରଦତ୍ତ ‘ପରାଭବ ସୂତ୍ର’ରେ ଦର୍ଶାଇଛନ୍ତି । ଏହି କାରଣଗୁଡିକ ମଧ୍ୟ ମାନବର ଉତ୍ଥାନରେ ଅନ୍ତରାୟ ଓ ଅଧଃପତନ ଆଣିଥାଏ ।

                ବୁଦ୍ଧ ମାନବଜାତିର ଐକ୍ୟ ଘୋଷଣା କରିଥିଲେ । ସେ ଜାତି ଅଥବା ସାଂପ୍ରଦାୟିକ ଭେଦଭାବ ବିରୁଦ୍ଧରେ ମତ ପୋଷଣ କରୁଥିଲେ । ‘ବାସେତା ସୂତ୍ର’ରେ ବୁଦ୍ଧ ଦର୍ଶାଇଛନ୍ତି ଯେ ସବୁ ମନୁଷ୍ୟ ଗୋଟିଏ ଜୈବିକ ଗୋଷ୍ଠୀର ଅନ୍ତର୍ଭୁକ୍ତ । ମନୁଷ୍ୟ ଜାତି ମଧ୍ୟରେ କୌଣସି ପ୍ରକାରର ଭିନ୍ନତା ନାହିଁ ।

                ତରୁଲତା ଜଗତରେ ବିଭିନ୍ନ ଜାତି ଓ ପ୍ରକାରଭେଦ ଅଛି; ପଶୁ ଜଗତରେ ବିଭିନ୍ନ ଜାତି ଓ ପ୍ରକାରଭେଦ ରହିଛି; ପକ୍ଷୀ ଜଗତରେ ବିଭିନ୍ନ ଜାତି ଓ ପ୍ରକାରଭେଦ ରହିଛି; ମତ୍ସ୍ୟ, କଚ୍ଛପ, ଜଳଚର ଜୀବ, କୀଟ, ପତଙ୍ଗ, ସରୀସୃପ ଜଗତରେ ବିଭିନ୍ନ ଜାତି ଓ ପ୍ରକାରଭେଦ ରହିଛି; ମାତ୍ର ମନୁଷ୍ୟ ଜଗତରେ କୌଣସି ବିଭିନ୍ନତା କିମ୍ବା ଜାତିଗତ ପ୍ରକାର ଭେଦ ଦୃଷ୍ଟିଗୋଚର ହୁଏ ନାହିଁ । ଆଖି, କାନ, ନାକ, ମୁଖ, ହାତ, ଗୋଡ ସବୁ ସମାନ; କେବଳ ଜଳବାୟୁ ଓ ଭୌଗଳିକ ଅବସ୍ଥା ଭେଦରେ ଚର୍ମ ଓ କେଶର ରଂଗରେ ଯାହା କିଛି ଭିନ୍ନତା ଦୃଷ୍ଟିଗୋଚର ହୁଏ ।

                ବ୍ରାହ୍ମଣବାଦୀ ଚିନ୍ତା ଧାରା ଓ ଜାତିପ୍ରଥା ବିରୋଧରେ ବୁଦ୍ଧ କହୁଥିଲେ; ତଥାକଥିତ ନୀଚ ଜାତିର ବ୍ୟକ୍ତି ନିଆଁ ଟିକେ ଜଳାଇଲେ ସେ ଯେଉଁ ଉତ୍ତାପ ଓ ଆଲୋକ ପ୍ରଦାନ କରିବ, ଉଚ୍ଚ ଜାତିର ବ୍ୟକ୍ତି ମଧ୍ୟ ନିଆଁ ଜାଳିଲେ ସେହି ଆଲୋକ ବା ଉତ୍ତାପ ପ୍ରଦାନ କରିବ । ଉଚ୍ଚ ଜାତିର ବ୍ୟକ୍ତିର ଜନ୍ମ ଯେପରି ମା’ଠାରୁ ହୋଇଥାଏ, ନୀଚ ଜାତିର ବ୍ୟକ୍ତିର ଜନ୍ମ ମଧ୍ୟ ଠିକ୍ ସେହିପରି ଭାବେ ମା’ଠାରୁ ହିଁ ହୋଇଥାଏ । ପ୍ରଭେଦ ବା ବିଭିନ୍ନତା ଏମିତି କିଛି ବି ନାହିଁ । ଯେଉଁ ଜାତି, ବଂଶ ବା ଗୋଷ୍ଠୀର ମଣିଷ ହୁଅନ୍ତୁ ନା କାହିଁକି- ରୋଗ, ବାର୍ଦ୍ଧକ୍ୟ ଓ ମୃତ୍ୟୁ ସମସ୍ତଙ୍କ ପାଇଁ ସମାନ । ଜାତି, ଗୋଷ୍ଠୀ କିମ୍ବା ବଂଶଗତ କାରଣରୁ ମଣିଷ ଭିତରେ ବିଭିନ୍ନତା ବା ପ୍ରଭେଦର କୌଣସି କାରଣ ନାହିଁ ।

                ମଣିଷ ତା’ର କର୍ମ ହେତୁ ପରସ୍ପରଠାରୁ ଭିନ୍ନ, ମାତ୍ର ତା’ର ଜନ୍ମ ହେତୁ ପରସ୍ପରଠାରୁ ଭିନ୍ନ ହେବାର କୌଣସି କାରଣ ନାହିଁ । କର୍ମ, ହିଁ ମଣିଷ ଭିତରେ ଭିନ୍ନତାର କାରଣ ହୁଏ ।

                ‘ବାସଳ ସୂତ୍ର’ରୁ ଶିକ୍ଷା ମିଳେ ଯେ ଜଣେ ବ୍ୟକ୍ତିର ବଂଶପରିଚୟରୁ ସେ କେବେବି ନୀଚ ହୁଏ ନାହିଁ; ଜଣେ ବ୍ୟକ୍ତିର ବଂଶପରିଚୟରୁ ମଧ୍ୟ ସେ ଉଚ୍ଚ ହୁଏ ନାହିଁ; ବ୍ୟକ୍ତି ତା’ର କର୍ମରୁ ଯେପରି ନୀଚ ଜାତି ବୋଲି ପରିଚିତ ହୁଏ; ଠିକ୍ ସେହିପରି ତା’ର କର୍ମରୁ ଉଚ୍ଚ ବୋଲି ପରିଚିତ ହୁଏ ।

ସେହି ବ୍ୟକ୍ତି କେବଳ ନୀଚ ଜାତିର ଯେ ବଦ୍ରାଗୀ, ନିନ୍ଦାଯୁକ୍ତ କର୍ମରେ ଲିପ୍ତ, ଶଠ ଓ ସ୍ୱାର୍ଥପର; ଯେ ଜୀବ ହତ୍ୟାକାରୀ, ଜୀବ ପୀଡାଦାୟକ, ଆଶାଭଙ୍ଗକାରୀ, ଅତ୍ୟାଚାରୀ ଓ ନିଷ୍ଠୁର; ଯେ ମିଥ୍ୟାଭାଷୀ, ଚୋରି କର୍ମରେ ଲିପ୍ତ ଓ ଋଣ ପରିଶୋଧ କରେ ନାହିଁ; ଯେ ନିଜର ବନ୍ଧୁପତ୍ନୀ କିମ୍ବା ସଂପର୍କୀୟଙ୍କ ପତ୍ନୀଙ୍କର ସଙ୍ଗଲାଭପାଇଁ ବ୍ୟାକୁଳ; ଯେ ନିଜର ବୃଦ୍ଧ ପିତାମାତାଙ୍କୁ ସହାୟ ହୁଏ ନାହିଁ; ନିଜର ପିତାମାତା, ଭାଇଭଉଣୀ, ବନ୍ଧୁବାନ୍ଧବ ଓ ଶ୍ୱଶୁରାଳୟର ସଂପର୍କୀୟଙ୍କୁ ଭର୍ତ୍ସନା କରେ ଓ ଆଘାତ ଦିଏ; ଯେ ସତ୍ୟକଥାକୁ ଲୁଚାଏ ଓ ଅନ୍ୟକୁ ପଥଭ୍ରଷ୍ଟ କରାଏ; ଯେ ମନ୍ଦ କର୍ମ କରୁଥାଏ, ମାତ୍ର ଭଲ ବୋଲି ଛଳନା କରୁଥାଏ; ଯେ ଜଣକ ଘରକୁ ଯାଏ, ଭୋଜନ କରେ, ମାତ୍ର ତା’ ପ୍ରତିବଦଳରେ ସମ୍ମାନ କରେ ନାହିଁ; ଯେ ଧର୍ମଗୁରୁ ବା ଧର୍ମପ୍ରଚାରକଙ୍କୁ ପ୍ରତାରିତ କରେ ଓ ଶିକ୍ଷା ଦିଏ ନାହିଁ; ଯେ ନିଜକୁ ପ୍ରଶଂସିତ କରୁଥାଏ ଓ ଅନ୍ୟ ପ୍ରତି ତାତ୍ସଲ୍ୟଭାବ ପ୍ରଦର୍ଶନ କରୁଥାଏ; ଯେ ଲଜ୍ଜାହୀନ ଏବଂ ଅପକର୍ମ କରିବାକୁ ଭୟ କରେ ନାହିଁ ।

ଏହିପରି କର୍ମରେ ଜଡିତ ଥିବା ବ୍ୟକ୍ତିଙ୍କୁ ଭ୍ରଷ୍ଟ ଓ ଗୋଷ୍ଠୀଛଡା କହନ୍ତି । ଏହି ଜନ୍ମରେ ସେ ଘୃଣିତ ଓ ଅନ୍ୟମାନଙ୍କ ପାଇଁ ଶୋକଦାୟକ ପରିସ୍ଥିତିର କାରଣ ହୁଅନ୍ତି ।

ଜୀବନର ଚଲାପଥରେ ସର୍ବଶ୍ରେଷ୍ଠ ଆଶୀର୍ବାଦ ପାଇବାପାଇଁ କେତେଗୁଡିଏ ମାର୍ଗଦର୍ଶନ ନୀତି ବୁଦ୍ଧଙ୍କ ପ୍ରଦତ୍ତ ‘ମହାମଙ୍ଗଳ ସୂତ୍ର’ରେ ସ୍ଥାନିତ ହୋଇଛି । ସେଗୁଡିକ ହେଲା – (୧) ନିର୍ବୋଧ, ଅସଭ୍ୟଙ୍କ ସହ ସମ୍ପର୍କ ନ ରଖି କେବଳ ଜ୍ଞାନୀ ବ୍ୟକ୍ତିଙ୍କ ସହ ସଙ୍ଗ ସ୍ଥାପନ କରିବା ଓ ସମ୍ମାନିତ ବ୍ୟକ୍ତିଙ୍କୁ ଉଚିତ ସମ୍ମାନ ଦେବା ହେଉଛି ସର୍ବୋଚ୍ଚ ସତ୍ କାର୍ଯ୍ୟ । (୨) ଉପଯୁକ୍ତ ପରିବେଶରେ ବସବାସ କରିବା, ଲୋକ ହିତକାରୀ କର୍ମରେ ନିଯୁକ୍ତ ରହିବା ଓ ଠିକ୍ ମାର୍ଗରେ ନିଜକୁ ପରିଚାଳିତ କରିବା ହେଉଛି ସର୍ବଶ୍ରେଷ୍ଠ ଆଶୀର୍ବାଦ । (୩) ଉପଯୁକ୍ତ ଶିକ୍ଷାଗ୍ରହଣ କରି, ବ୍ୟାବହାରିକ କର୍ମ କୌଶଳରେ ନିପୁଣ ହୋଇ ଶୃଙ୍ଖଳିତ ଆଚରଣ ସହ ମଧୁରଭାଷୀ ହେବା ସର୍ବଶ୍ରେଷ୍ଠ ଆଶୀର୍ବାଦ । (୪) ପିତାମାତାଙ୍କୁ ସହାୟ ହୋଇ, ପତ୍ନୀ ଓ ସନ୍ତାନସନ୍ତତିଙ୍କୁ ଆନନ୍ଦ ପ୍ରଦାନ କରି ଶାନ୍ତିପୂର୍ଣ୍ଣ ବୃତିରେ ନିଯୁକ୍ତ ରହିବା ହେଉଛି ସର୍ବଶ୍ରେଷ୍ଠ ଆଶୀର୍ବାଦ । (୫) ଦେବାରେ ଉଦାର, ବ୍ୟବହାରରେ ସଦାଚାରୀ, ସଂପର୍କୀୟଙ୍କୁ ସହାୟ ହୋଇ ଯଶଲାଭ କର୍ମରେ ଯୁକ୍ତ ରହିବା ସର୍ବଶ୍ରେଷ୍ଠ ଆଶୀର୍ବାଦ । (୬) ଅପରାଧ ଓ ନିନ୍ଦାଯୁକ୍ତ କର୍ମରୁ ନିବୃତ ରହି, ମାଦକଦ୍ରବ୍ୟ ସେବନ ନ କରି, ପୁଣ୍ୟକର୍ମରେ ତତ୍ପର ରହିବା ହେଉଛି ମହାନ୍ ଆଶୀର୍ବାଦ । (୭) ସମ୍ମାନଯୁକ୍ତ ଓ ବିନୀତ ହୋଇ, ସନ୍ତୁଷ୍ଟ ଏବଂ କୃତଜ୍ଞ ରହି ଉପଯୁକ୍ତ ସମୟରେ ଧର୍ମବାଣୀ ଶୁଣିବା ହେଉଛି ସର୍ବଶ୍ରେଷ୍ଠ ଆଶୀର୍ବାଦ । (୮) ଧୈର୍ଯ୍ୟଶାଳୀ ଓ ଆଜ୍ଞାଧୀନ ହୋଇ, ସନ୍ନ୍ୟାସୀଙ୍କ ସଙ୍ଗ ଲାଭ କରି ଧାର୍ମିକ ଆଲୋଚନାରେ ଅଂଶଗ୍ରହଣ କରିବା ହେଉଛି ସର୍ବୋଚ୍ଚ ଆଶୀର୍ବାଦ । (୯) ଆତ୍ମନିୟନ୍ତ୍ରଣ, ପବିତ୍ର ଓ ସ୍ୱଚ୍ଛ ଜୀବନ, ମହାନ୍ ସତ୍ୟର ଉପଲବ୍ଧି ଓ ନିର୍ବାଣର ଅନୁଭୂତି ହେଉଛି ପରମ ଆଶୀର୍ବାଦ । (୧୦) ପରିସ୍ଥିତିର ବିଡମ୍ବନାରେ ମନକୁ ଶାନ୍ତ ରଖି, ସଂସାରର ଦୁଃଖରୁ ମୁକ୍ତ ରହି, କଳ୍ମଷ ଶୂନ୍ୟ ହୋଇ, ସମସ୍ତ ପ୍ରକାର ଭୟକୁ ମନରୁ ଦୂରେଇ ଦେବା ହେଉଛି ସର୍ବୋଚ୍ଚ ଆଶୀର୍ବାଦ ।

ଉପରୋକ୍ତ ନୀତିଗୁଡିକୁ ସର୍ବୋତ୍ତମ ଭାବେ ଯେ ପାଳନ କରନ୍ତି ସେ ସର୍ବଦା ଦୁର୍ଭେଦ୍ୟ, ଅଜେୟ ହୋଇ ବସବାସ କରନ୍ତି ଏବଂ ସର୍ବସ୍ଥଳରେ ତାଙ୍କୁ କେବଳ ସୁଖ ପ୍ରାପ୍ତି ହୁଏ, ଏହାହିଁ ପରମ ଆଶୀର୍ବାଦ ।

ଅନ୍ଧବିଶ୍ୱାସରେ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ ବୋଲି ବୁଦ୍ଧ ଉପଦେଶ ଦେଇଛନ୍ତି । ପିଲାଙ୍କୁ ବିଜ୍ଞାନ ଓ ସାହିତ୍ୟ ଶିକ୍ଷା ଦେବା ପିତାମାତାଙ୍କର କର୍ତ୍ତବ୍ୟ । ଶାସ୍ତ୍ରରେ ଯାହା ଲିଖିତ, ସଂସାରରେ ଯାହା ପ୍ରଚଳିତ, ସେ ସବୁକୁ ନିର୍ବିଚାରରେ ଗ୍ରହଣ କରିବାକୁ ବୁଦ୍ଧ ବାରଣ କରିଛନ୍ତି । ସେ କର୍ତ୍ତବ୍ୟ ପାଳନ ଉପରେ ଗୁରୁତ୍ୱ ଆରୋପ କରି ଈଶ୍ୱରଙ୍କ ବିଷୟରେ ଚିନ୍ତା ନକରିବାକୁ କହିଛନ୍ତି । ତାଙ୍କର ଉପଦେଶ ହେଲା- ନିଜେ ନିଜର ଆଲୁଅ ହୁଅ । ସେ ମଣିଷର ନୈତିକ ଚରିତ୍ର ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ଏବଂ ନିଜର ଚାରିତ୍ରିକ ଶକ୍ତି, ଦୃଢତା ଓ ନିଷ୍ଠା ବଳରେ ହିଁ ମଣିଷର ବିକାଶ ହେବ ବୋଲି କହିଛନ୍ତି ।

ଯେ କୌଣସି ବ୍ୟକ୍ତି ବୁଦ୍ଧଙ୍କ ପ୍ରଦର୍ଶିତ ନୀତିରୁ ଅନେକ ଶିକ୍ଷା ଲାଭ କରିପାରିବେ । ବୁଦ୍ଧଙ୍କ ନୀତିରେ ଅଛି ସ୍ୱଚ୍ଛ, ନିର୍ମଳ, ଅବାରିତ ଜ୍ଞାନଧାରା ଯାହା ସର୍ବକାଳୀନ ଓ ସାର୍ବଜନୀନ ।

ବୁଦ୍ଧଙ୍କ ବଚନାମୃତ

ସିଦ୍ଧାର୍ତ୍ତ ଗୌତମ, ବୁଦ୍ଧତ୍ୱ ଲାଭ କରିବା ପରେ ଏବଂ ମହାପରିନିର୍ବାଣ ମଧ୍ୟରେ ବିଶ୍ୱବାସୀଙ୍କ କଲ୍ୟାଣନିମନ୍ତେ ବହୁ ଅମୃତବାଣୀ ଦେଇଯାଇଛନ୍ତି । ବୁଦ୍ଧଙ୍କ ମୁଖନିଃସୃତ ସେହି ବଚନାମୃତ ସବୁ ବହୁ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି । ବୁଦ୍ଧଙ୍କର ସେହି ସବୁ ବଚନାମୃତରେ ବାସ୍ତବ ମାନବବାଦୀ ଧର୍ମର ଗୂଢ ରହସ୍ୟ ଲୁକ୍କାୟିତ ହୋଇରହିଛି । ଏହାକୁ କାର୍ଯ୍ୟକାରୀ କଲେ ମଣିଷର ଉତ୍ତୋରତର ଉନ୍ନତି ସାଧିତ ହେବା ସଙ୍ଗେସଙ୍ଗେ ବିଶ୍ୱର ସାମୂହିକ କଲ୍ୟାଣ ହୋଇପାରିବ । ଏଠାରେ ସେହି ବଚନାମୃତରୁ କେତେଗୋଟି ଉଦ୍ଧାର କରାଗଲା:

  • ଜୀବନ କ୍ଷଣଭଙ୍ଗୁର । ଏହା ଉପଲବ୍ଧି କରି ସମସ୍ତ ପ୍ରକାର ଦ୍ୱେଷ ଓ କଳହରୁ କ୍ଷାନ୍ତ ହୁଅ ।
  • ଘୃଣାଦ୍ୱାରା ଘୃଣାର ବିଲୋପ ଘଟେ ନାହିଁ । ବରଂ ପ୍ରେମଦ୍ୱାରା ହିଁ ଘୃଣାକୁ ଜୟ କରିହୁଏ । ଏହା ଚିରନ୍ତନ ସତ୍ୟ ।
  • ଯିଏ ଉଦ୍ଯୋଗୀ, ନିବିଷ୍ଟମନା, ସଚ୍ଚରିତ୍ର, ସଂଯତ, ଶିଷ୍ଟ ଓ ଜାଗ୍ରତ – ତାଙ୍କର ଯଶ ଉତ୍ତୋରତର ବୃଦ୍ଧି ପାଇଥାଏ ।
  • ସହାଧ୍ୟାୟୀ, ସଦାଧ୍ୟାୟୀ ଏବଂ ସତତ ଉଦ୍ୟମୀ ପ୍ରଜ୍ଞାବାନ ବ୍ୟକ୍ତିମାନେ ସ୍ୱୀୟ ଅଧ୍ୟବସାୟ ବଳରେ ଅନୁପମ ବନ୍ଧନମୁକ୍ତ ‘ନିର୍ବାଣ’ ଉପଲବ୍ଧି କରିପାରନ୍ତି ।
  • ଯାହାର ମନ ଦୃଢ ନୁହେଁ, ଯିଏ ସତ୍ଧର୍ମଶିକ୍ଷା ରହିତ ଏବଂ ଯାହାଙ୍କର ଆତ୍ମପ୍ରତ୍ୟୟ ଅଟଳ ନୁହେଁ, ସେପରି ବ୍ୟକ୍ତିର ଜ୍ଞାନ କଦାପି ପରିପୂର୍ଣ୍ଣ ହୋଇପାରେ ନାହିଁ ।
  • ଯାହାଙ୍କର ମନ ଲୋଭଦ୍ୱାରା କଳୁଷିତ ନୁହେଁ, ଦ୍ୱେଷଦ୍ୱାରା ଆକ୍ରାନ୍ତ ନୁହେଁ ଏବଂ ଯିଏ ନିର୍ବିକାର – ସେ ସଦା ଜାଗ୍ରତ ଓ ନିର୍ଭୟ ।
  • ହିଂସା, ଚୌର୍ଯ୍ୟ, ଯୌନଲିପ୍ସା, ମିଥ୍ୟା କଥନ, ଅପବାଦ, କର୍କଶ କଥା, ଅସଂଯତ ଆଳାପ, ଲୋଭ, ବିଦ୍ୱେଷ ଓ ଅନ୍ଧ ବିଶ୍ୱାସ- ଏସବୁ ଅଶୁଭ ମାର୍ଗ । ଏଣୁ ଏଥିରୁ ମନକୁ ନିବୃତ ରଖ ।
  • ଜୀବନର ଯାତ୍ରାପଥରେ ମହତର କିମ୍ବା ସମାସ୍କନ୍ଧଙ୍କ ସାହଚର୍ଯ୍ୟ ଲୋଡିପାର । ଦୃଢ ସଂକଳ୍ପରେ ଏକାକୀ ବରଂ ସତ୍ୟର ସନ୍ଧାନରେ ଅଗ୍ରସର ହୁଅ । ହେଲେ କଦାପି ନିର୍ବୋଧର ସହଗାମୀ ହୁଅନାହିଁ ।
  • ଯେଉଁ ଅଜ୍ଞ ବ୍ୟକ୍ତି ନିଜ ଜ୍ଞାନର ସୀମିତତା ହୃଦୟଙ୍ଗମ କରି ପାରନ୍ତି, ତାଙ୍କୁ ଅନ୍ତତଃ ତଥାବିଧି ଜ୍ଞାନୀ କୁହାଯାଇପାରେ । ମାତ୍ର ଅଜ୍ଞ ହୋଇ ସୁଦ୍ଧା ଯିଏ ନିଜକୁ ଜ୍ଞାନୀ ମନେକରେ ସେ ହିଁ ପ୍ରକୃତ ନିର୍ବୋଧ ।
  • ଯେଉଁ କର୍ମ କଲେ ଅନୁତାପ କରିବାକୁ ପଡେ ତାହା କୁକର୍ମ । ମାତ୍ର ଯେଉଁ କର୍ମଦ୍ୱାରା ମନରେ ଆନନ୍ଦ ଉଲ୍ଲାସ ସୃଷ୍ଟିହୁଏ ତାହା ସୁକର୍ମ ।
  • ପାପକର୍ମର କୁଫଳ ସଙ୍ଗେସଙ୍ଗେ ମିଳେ ନାହିଁ । ଯେପରି ସଜ ଦୁଗ୍ଧ ନିମିଷକେ ଛିଣ୍ଡିଯାଏ ନାହିଁ । ପାଉଁଶ ଭିତରେ ନିଆଁ କୁହୁଳିଲା ପରି କୁକର୍ମର ଫଳ ମୂଢ ଜନଙ୍କୁ ଅଲକ୍ଷିତରେ ଦହନ କରୁଥାଏ ।
  • ବାସ୍ତବରେ ଅଳୀକ ଜ୍ଞାନ ଓ ଖ୍ୟାତି ହିଁ ମୂଢଜନଙ୍କ ଧ୍ୱଂସର କାରଣ, ଯେହେତୁ ଏଗୁଡିକ ସେମାନଙ୍କର ଅନ୍ତର୍ନିହିତ ସୁପ୍ତ ପ୍ରବୃତି ତଥା ସଦ୍ଜ୍ଞାନକୁ ଭ୍ରଷ୍ଟ କରିଦିଅନ୍ତି ।
  • ସାଧୁ ପୁରୁଷ ସବୁ ପ୍ରକାରର ତୃଷ୍ଣା ପରିହାର କରନ୍ତି । ଧର୍ମପରାୟଣ ବ୍ୟକ୍ତି ସୁଖ ସମ୍ଭୋଗର କାମନା ରଖି ବାକ୍ୟାଳାପ କରନ୍ତି ନାହିଁ । ଜ୍ଞାନୀଜନ ସୁଖ ତଥା ଦୁଃଖରେ ନିର୍ବିକାର ରହନ୍ତି ।
  • ଜ୍ଞାନସିଦ୍ଧିର ସପ୍ତାଙ୍ଗ ହେଉଛି: ସ୍ମୃତି, ସତ୍ୟ, ବୀର୍ଯ୍ୟ, ପ୍ରୀତି, ପ୍ରଶାନ୍ତି, ସମାଧି ଓ ଉପେକ୍ଷା । ଯେଉଁମାନଙ୍କର ମନ ଏହି ସପ୍ତାଙ୍ଗଦ୍ୱାରା ସମୁନ୍ନତ, ଯେଉଁମାନେ ସକଳ ତୃଷ୍ଣା ପରିହାର କରି ତ୍ୟାଗରେ ଆନନ୍ଦ ଲାଭ କରନ୍ତି – ସେହିମାନେ ହିଁ ମୁକ୍ତ, ଦୀପ୍ତିମାନ ଏବଂ ଇହଜନ୍ମରେ ସୁଦ୍ଧା ନିର୍ବାଣପ୍ରାପ୍ତିର ଯୋଗ୍ୟ ଅଟନ୍ତି ।
  • ଯେଉଁ ବ୍ୟକ୍ତି ଅନ୍ଧବିଶ୍ୱାସର ବଶବର୍ତ୍ତୀ ନୁହଁନ୍ତି, ଯିଏ ନିର୍ବାଣ ଦର୍ଶନ ଅବଗତ, ଯିଏ ପୁନର୍ଜନ୍ମର ବନ୍ଧନ ଛିନ୍ନ କରିଛନ୍ତି, ଯିଏ ସମସ୍ତ ଇପ୍ସା, ଲିପ୍ସା ତ୍ୟାଗ କରିଛନ୍ତି ସେ ହିଁ ଯଥାର୍ଥରେ ମହାପୁରୁଷ ।
  • ଗ୍ରାମ ହେଉ, ଜଙ୍ଗଲ ହେଉ, ଉପତ୍ୟକା ହେଉ କି ପାହାଡ ହେଉ- ଯେଉଁଠି ଅର୍ହତ (ଜ୍ଞାନୀ) ମାନେ ବାସକରନ୍ତି ସେହି ସ୍ଥାନ ହେଉଛି ଆନନ୍ଦମୟ ।
  • ଗୁରୁଜନଙ୍କୁ ଭକ୍ତି ଓ ଜ୍ଞାନୀଜନଙ୍କୁ ସମ୍ମାନ ପ୍ରଦର୍ଶନ କଲେ ଚତୁର୍ବିଧ ମଙ୍ଗଳ ହୁଏ, ଯଥା: ଆୟୁ, ରୂପ, ସୁଖ ଓ ବୀର୍ଯ୍ୟ ପ୍ରାପ୍ତି ହୋଇଥାଏ ।
  • ନଷ୍ଟ ଚରିତ୍ର, ଅସଂଯମୀ ହୋଇ ଶହେ ବର୍ଷ ବଂଚିବା ଅପେକ୍ଷା ଶୀଳ ପରାୟଣ ଓ ଧର୍ମଶୀଳ ହୋଇ ଦିନଟିଏ ମାତ୍ର ବଂଚି ରହିବା ଭଲ ।
  • ପୁଣ୍ୟକର୍ମ ଥିଲେ ଏହା ପୁନଃପୁନଃ କରିବାକୁ ସଚେଷ୍ଟ ହୁଅ । ପୁଣ୍ୟକର୍ମ କରିବାରେ ଆନନ୍ଦ ଅନୁଭବ କର । କାରଣ ସତ୍କର୍ମର ଗଚ୍ଛିତ ଫଳ ସୁଖମୟ ।
  • କୁକର୍ମର ଫଳ, ପାପର ପରିଣାମ ଭୋଗ କରିବାକୁ ହିଁ ହେବ । ଯୁଆଡେ ବି ଯାଅ ଦୁଷ୍କୃତିର ଫଳରୁ ନିଷ୍କୃତି ନାହିଁ ।
  • ଅନ୍ତରୀକ୍ଷ, ସମୁଦ୍ର ବକ୍ଷ ଅଥବା ପର୍ବତ ଗହ୍ୱର- ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠି ମୃତ୍ୟୁରୁ ତ୍ରାହି ଅଛି ।
  • କାହାରିକୁ କର୍କଶ କଥା କୁହନାହିଁ; ଯାହାକୁ କହିବ ସେ ସେହିପରି ପ୍ରତ୍ୟୁତ୍ତର ଦେବ ।
  • ଉଲଗ୍ନ ଶରୀର, ମୁଣ୍ଡିତ ବା କଟାକେଶ, ଦୂଷିତ ଦ୍ରବ୍ୟାବରଣ, ଉପବାସ, ଭୂତଳରେ ଶୟନ, ଭସ୍ମ ବା ଧୂଳି ଲେପନ ଓ କ୍ଳେଶାସନ- କେଉଁଥିରେ ମନୁଷ୍ୟର ଚିତ୍ତ ଶୁଦ୍ଧି ହେବନାହିଁ, ଯେ ପର୍ଯ୍ୟନ୍ତ ତା’ ମନରୁ ମୋହ ଦୂର ହୋଇନାହିଁ ।
  • ଯାହା ଉତ୍ତମ ବୋଲି ଭାବୁଛ ପ୍ରଥମେ ତାହାକୁ ଆଚରଣ କର ଓ ପରେ ତାହା କରିବାକୁ ଅନ୍ୟମାନଙ୍କୁ ପରାମର୍ଶ ଦେବ ।
  • ନିଜେ ହିଁ ନିଜର ଆଶ୍ରୟଦାତା ପ୍ରଭୁ । ନିଜକୁ ସୁସଂଯତ କରିପାରିଲେ ପରମ ପ୍ରଭୁ ଉପଲବ୍ଧ ହୁଅନ୍ତି ।
  • ଜାଗ୍ରତ ହୁଅ, ଯତ୍ନଶୀଳ ହୁଅ । ସାଧୁ ଜୀବନଯାପନ କର ଓ ସଦାଚାରୀ ହୁଅ ।
  • ସତ୍ ଆଚରଣ କର । କଳୁଷିତ ଜୀବନ ପରିହାର କର । ଧର୍ମାଚାରୀଙ୍କୁ ଉଭୟ ଲୋକରେ ସୁଖ ମିଳିଥାଏ ।
  • ଲୋଭଠାରୁ ବଳି ଆଉ ଅଗ୍ନି ନାହିଁ, ଦ୍ୱେଷଠାରୁ ବଳି ଅପରାଧ ନାହିଁ; ପଂଚସ୍କନ୍ଧ ଆଧାରିତ ଜୀବନଠାରୁ ବଳି ଆଉ ଦୁଃଖ ନାହିଁ; ମାତ୍ର ନିର୍ବାଣଠାରୁ ବଳି ସୁଖ ଆଉ କିଛି ବି ନାହିଁ ।
  • ତୃଷ୍ଣାରୁ ଶୋକ ଉପୁଜେ ଓ ଭୟ ଜାତ ହୁଏ । ଯିଏ ଏଥିରୁ ମୁକ୍ତ ତାଙ୍କର ଶୋକ ଅବା ଭୟ ଆସିବ ବା କେଉଁଠୁ?
  • ଯିଏ ସଚ୍ଚରିତ୍ର, ଦୂରଦୃଷ୍ଟି ସମ୍ପନ୍ନ, ନ୍ୟାୟପରାୟଣ, କର୍ତ୍ତବ୍ୟନିଷ୍ଠ ଓ ସତ୍ୟାନୁରାଗୀ, ତାଙ୍କୁ ଲୋକମାନେ ସଦା ପ୍ରିୟ ମଣନ୍ତି ।
  • କ୍ରୋଧକୁ ସ୍ନେହଦ୍ୱାରା ବଶ କର । ଅସାଧୁକୁ ସାଧୁତାଦ୍ୱାରା, କୃପଣକୁ ଦାନଶୀଳତାଦ୍ୱାରା ଓ ମିଥ୍ୟାଚାରୀକୁ ସତ୍ୟଦ୍ୱାରା ଜୟ କରାଯାଇପାରେ ।
  • ବୃକ୍ଷକୁ ମୂଳରୁ ଉତ୍ପାଟନ ନ କରି ଅଧାରୁ କାଟିଦେଲେ ତାହା ପୁଣି ଗଜୁରି ଉଠେ । ସେହିଭଳି କାମନାର ସମୂଳ ବିନାଶ ନକଲେ ତାହା ପୁନର୍ବାର ଜାଗରିତ ହୁଏ ।
  • ସମ୍ପଦଭୋଗ ନିର୍ବୋଧ ଲୋକକୁ ଧ୍ୱଂସ କରିପାରେ; କିନ୍ତୁ ଯିଏ ନିର୍ବାଣ ସନ୍ଧାନୀ ତାଙ୍କୁ ନୁହେଁ ।
  • କ୍ଷେତର କଳୁଷ ବାଳୁଙ୍ଗା; ମନୁଷ୍ୟର କଳୁଷ ଲୋଭ; ଏଣୁ ଲୋଭ ହୀନ ବ୍ୟକ୍ତିଙ୍କୁ ଦାନ କରିବା ଶୁଭଫଳଦାୟକ ।
  • ଯାହାଙ୍କର କର୍ମରେ, ଚାଲି ଚଳଣରେ, ବାକ୍ୟରେ ସଂଯମ ଅଛି ଏବଂ ଯିଏ ସଂଯତ, ଧ୍ୟାନପରାୟଣ, ସ୍ଥିତପ୍ରଜ୍ଞ, ଏକାନ୍ତବାଦୀ ଓ ତୁଷ୍ଟଚିତ୍ତ- କେବଳ ତାଙ୍କୁ ହିଁ ସନ୍ନ୍ୟାସୀ କୁହାଯାଏ ।
  • ଯେଉଁମାନେ ପର ଅପରର ସୁଖରେ ଈର୍ଷାନ୍ୱିତ ହୋଇଉଠନ୍ତି ସେମାନଙ୍କର ସମାଧି ଲାଭ ହୁଏନାହିଁ ।
  • ଯେଉଁ ବ୍ୟକ୍ତି କର୍ମ ସାଧନରେ ସ୍ଥିର, ବାକ୍ୟାଳାପରେ ସ୍ଥିର, ଚିନ୍ତନରେ ସ୍ଥିର, ସମ୍ୟକ୍ ଶାନ୍ତ ଏବଂ ସାଂସାରିକ ସୁଖ-ଲିପ୍ସା ରହିତ, ସେ ହିଁ ପ୍ରକୃତ ସୌମ୍ୟଦର୍ଶନ ଅଟନ୍ତି ।
  • ତୁମେ ନିଜକୁ ନିଜେ ପରୀକ୍ଷା କର, ଦୋଷପାଇଁ ନିଜକୁ ନିଜେ ଭର୍ତ୍ସନା କର; ଏହିପରି ସ୍ୱୟଂରକ୍ଷିତ ଓ ସ୍ୱୟଂସଜାଗ ରହିଲେ ତୁମେ ସୁଖୀ ହେବ ହିଁ ହେବ ।

ଅନ୍ଧଭାବରେ କୌଣସି କଥାକୁ ବିସ୍ଵାଶ କର ନାହିଁ , କାରଣ ତାକୁ ତୁମେ କେଉଁଠାରୁ ଶୁଣିଥିଲ । ଅନ୍ଧଭାବରେ କିଛି ମଧ୍ୟ ବିସ୍ଵାଶ କର ନାହିଁ କାରଣ ତାକୁ ବହୁ ଲୋକ କହନ୍ତି ଏବଂ ତାହା ଅନେକଙ୍କ ଦ୍ବାରା ପ୍ରଚାରିତ ବା ବହୁ ମୁଖେ ବଦିତ । ଅନ୍ଧଭାବରେ କିଛିଭି ସରଳରେ ବିସ୍ଵାଶ କର ନାହିଁ କାରଣ ତାହା ତୁମ ଧର୍ମ ଗ୍ରନ୍ଥରେ ଲିଖିତ । ଅନ୍ଧଭାବରେ କିଛିଭି ସରଳତା ସହ   ବିସ୍ଵାଶ କର ନାହିଁ ଯାହା ତୁମର ଅଧିକାରୀ ଭାବେ ଗୁରୁ ବା ବୟୋବୃଦ୍ଧମାନଙ୍କ ଦ୍ବାରା ବଦିତ । ଅନ୍ଧଭାବରେ ପରମ୍ପରାକୁ ବିସ୍ଵାଶ କର ନାହିଁ କାରଣ ସେଗୁଡିକ ପିଢି ରୁ ପଢି ଧରି ଅନ୍ୟଏକ ପିଢ଼ିକୁ ଅନ୍ଧ ଭାବେ ହସ୍ତାନ୍ତରିତ । କିନ୍ତୁ ଅବଲୋକନ ଏବଂ ବିଶ୍ଳେଷଣ ପରେ ଯଦି ଏହା କାରଣ ସହ ସହମତ ହୋଇ ସତ୍ ଉଦ୍ଧେଶ୍ୟ ଏବଂ ଲୋକ କଲ୍ୟାଣ ପାଇଁ ଅନୁକୁଳ ତେବେ ତାହା ଗ୍ରହଣ୍ୟ ଏବଂ ଜ୍ଞାନଯୋଗ୍ୟ।

Do not believe in anything blindly simply because you have heard it. Do not believe blindly in anything simply because it is spoken and rumored by many. Do not believe blindly in anything simply because it is found written in your religious books. Do not believe blindly in anything merely on the authority of your teachers and elders. Do not believe blindly in traditions because they have been handed down for many generations. But after observation and analysis, when you find that anything agrees with reason and is conducive to the good and benefit of one and all, then accept it and live up to it.


ଜଣେ ବ୍ୟକ୍ତି ବୁଦ୍ଧଙ୍କୁ ପଚାରିଲେ “ମୁଁ ସୁଖ ଚାହେଁ “। ବୁଦ୍ଧ କହିଲେ ପ୍ରଥମେ “ମୁଁ” କୁ ଅଲଗା କର, ଯାହା ଅହଂକାର ଅଟେ । ତାପରେ “ଚାହେଁ” କୁ ଅଲଗା କର, ଯାହା କାମନା ଅଟେ । ବର୍ତମାନ ଦେଖ ତୁମ ପାଖରେ କେବଳ “ସୁଖ” ହିଁ ଅଛି ।

A man asked Buddha “I want happiness.” Buddha said first remove “I” that’s ego. Then remove “Want” that’s desire. See now you are left with only “Happiness”


ମନୁଷ୍ୟର ମନହିଁ ସବୁକିଛି । ତୁମ ମନ ଯାହା ଚାହେଁ ତାହା ତୁମେ ହୋଇପାରିବ ।

The mind is everything. What you think you become.


ଶାରରୀକ ସୌନ୍ଦର୍ଯ୍ୟ ଆଖିକୁ ଆକର୍ଷଣ କରେ, କିନ୍ତୁ ସତ୍ କର୍ମ ବା ସାଧୁତା ମନକୁ ଆକର୍ଷଣ କରେ ।

Physical charms attract the eyes, goodness attracts the mind.


ଚାଟୁ କଥା ମହୁ ଲିପା ବିଷ ସହ ସମାନ ।

Flattering words are but honey-coated poison.


ଯେମିତି ଆଲୋକ ଅନ୍ଧକାରକୁ ଦୁରକରେ ସେହିପରି ଜ୍ଞାନ ଅଂଜ୍ଞତାକୁ ଦୁରକରେ ।

Light dispels darkness. Wisdom dispels ignorance.


ଯେପରି କର୍ମ ସେପରି ଫଳ ।

As you sow so you reap.


ମୃତ୍ୟୁ ପର୍ଯ୍ୟନ୍ତ ଜୀବନରେ କିଛିଭି ଯଥେଷ୍ଟ ନୁହେଁ ।

Until death there is nothing enough.


ବିଫଳତା ମନୁଷ୍ୟକୁ ସଫଳତାର ସିକ୍ଷା ଦେଇଥାଏ ।

Failure teaches a man how to succeed.


ଅପବାଦପୂର୍ଣ୍ଣ ଧନ ଠାରୁ ଦାରିଦ୍ର୍ୟପୂର୍ଣ୍ଣ ଆଦର୍ଶ ଭଲ ।

Poverty with dignity is better than wealth based on shame.


ସମସ୍ୟାରେ ଆତ୍ମହରା ହେବା ଅନୁଚିତ କାରଣ ପ୍ରତି ସମସ୍ୟାର ସର୍ବଦା ସମାଧାନର ଉପାୟ ଅଛି ।

Don’t escape when you have a problem because there always is a way to solve it.


ମନୁଷ୍ୟର ଅଜ୍ଞତା ତାର ପ୍ରକୃତ ଶତ୍ରୁ ।

Ignorance is the real evil.


ମନୁଷ୍ୟର ମୁହଁ ଚିହ୍ନିବା ସହଜ କିନ୍ତୁ ତାର ମନ ଜାଣିବା କଷ୍ଟକର ।

It is easy to know man’s face, but it is difficult to know his thought.


ଶାନ୍ତି ହେଉଚି ପରମ ଶୁଖ ।

Peace is the highest bliss.


ଭଲ କର୍ମ କରିବାର ପ୍ରଚେଷ୍ଟା ମହାନ ହବା ଠାରୁ ଭଲ, ଅନ୍ୟଥା ତୁମେ ଅସୁବିଧାର ସମୁଖିନ୍ନ ହେବ ।

Do try to do good but not to be great, otherwise you will be in danger.


ସ୍ବଚ୍ଛ , ଷ୍ପଷ୍ଟ, ସାନ୍ତ; ମହାନ ଲୋକର ଚରିତ୍ର ।

Clean, clear, calm; these are characteristics of a noble person.


ଚିନ୍ତା ଆୟୁସ ହ୍ରାସେ ।

Anxiety shortens life.


ସ୍ବାର୍ଥପରତା ହେଉଛି ସମସ୍ତ ଅନର୍ଥର ମୂଳ କାରଣ ।

Selfishness is the father of all evil and real enemy of peace.


ପ୍ରତ୍ୟକକୁ ସନ୍ଦେହ କରି ନିଜେ ସତ୍ୟତା ହାଶଲ କର ।

Doubt everything. Find your own light.


ଅତୀତ ପାଇଁ ଦୁଃଖିତ ନହୋଇ, ଭବିଷ୍ୟତର ସ୍ବପ୍ନ ନଦେଖି, ବର୍ତମାନର କାର୍ଯ୍ୟ ପ୍ରତି ଧ୍ୟାନ ଦିଅ । ଆଜିର ଦିନ ଭବିଷ୍ୟତର ଦୁଇ ଦିନ ଠାରୁ ଭଲ।

 Do not dwell in the past, do not dream of the future, concentrate the mind on the present moment. Today is better than two tomorrows.


ସ୍ଵାସ୍ଥ୍ୟ ହିଁ ସର୍ବଶ୍ରେସ୍ଠ ଉପହାର, ସନ୍ତୋଷ ହିଁ ସର୍ବଶ୍ରେସ୍ଠ ଧନ, ବିସ୍ବସ୍ତ ହିଁ ସ୍ରେଷ୍ଟ ସମ୍ପର୍କ ।

Health is the greatest gift, contentment the greatest wealth, faithfulness the best relationship.


ସତ୍ରୁ କିମ୍ବା ବିରୋଧୀ ନୁହଁ, ମନୁଷ୍ୟର ନିଜ ମନ ହିଁ ତାକୁ ଅନର୍ଥ ପଥଗାମୀ ପାଇଁ ଲାଳାୟିତ କରିଥାଏ ।  

It is a man’s own mind, not his enemy or foe that lures him to evil ways.


କ୍ରୋଧକୁ ନିଜ ଭିତରେ ଧରି ରଖିବା, ଗରମ ଅଂଗାରକୁ ଧରି ରଖି ଅନ୍ୟ ଉପରକୁ ଫୋପାଡିବା ଉଧେଶ୍ୟ ସହ ସମାନ; ତୁମେ ସେହି ଯିଏକି ଜଳିଯିବ ।

Holding on to anger is like grasping a hot coal with the intent of throwing it at someone else; you are the one who gets burned.


ଯଦ୍ୟପି ଅନେକ ପବିତ୍ର ସବ୍ଦ ତୁମେ ପଢିଥାଇ ପାର, ଯଦ୍ୟପି ଅନେକ ତୁମେ ତାକୁ କୁହ, ତୁମେ ତାକୁ ଯଦି କାର୍ଯ୍ୟରେ ନ ଲଗେଇବ ସେଥିରୁ କି ଲାଭ ମିଳିବ?

However many holy words you read, however many you speak, what good will they do you if you do not act on upon them?


ହଜାର ଯୁଧ ଜିତିବା ଅପେକ୍ଷା ନିଜକୁ ଜିତିବା ଭଲ । ସେତେବେଳେ ବିଜୟ ତୁମର, ଏହା ତୁମଠାରୁ କେଇ ନେଇ ପାରିବେନି, ନା ପରୀ ନା ଦାନବ, ନା ସ୍ବର୍ଗ ନା ନର୍କ ।

It is better to conquer yourself than to win a thousand battles. Then the victory is yours. It cannot be taken from you, not by angels or by demons, heaven or hell.


ଜିଭ ଗୋଟିଏ ତିଖ୍ନ ଛୁରୀ ପରି… ଯାହା ବିନା ରକ୍ତପାତରେ ହତ୍ୟା କରେ । ଅମେ ଯୋଉ ସବ୍ଦ ଲୋକମାନଂକ ଶୁଣିବା, ବା ଭଲ ମନ୍ଦ ପ୍ରଭାବିତ ପାଇଁ କହିବା, ତାହା ଯତ୍ନ ସହ ବାଛିବା ଉଚିତ ।

The tongue like a sharp knife… Kills without drawing blood. Whatever words we utter should be chosen with care for people will hear them and be influenced by them for good or ill.


ଯଦି ତୁମେ ପ୍ରକୃତରେ ନିଜକୁ ଭଲ ପାଇଥାଅ ତେବେ ତୁମେ କେବେଭି ଅନ୍ୟକୁ ଆଘାତ ଦେବ ନାହିଁ ।

If you truly loved yourself, you could never hurt another.

———– *** ———–

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ଗପ ସାରଣୀ

ନୂଆ ତାଲିକାଭୁକ୍ତ ଗପ