ଭୂବନ ସୁନ୍ଦରୀ

(ଗ୍ରୀକ୍ମାନେ ଟ୍ରୋୟ ନଗରୀକୁ ଦଶବର୍ଷ ଧରି ଘେରି ରହିଥିଲେ । ଏହି ଦଶବର୍ଷ ମଧ୍ୟରେ ଦୁଇପକ୍ଷର ଅନେକ ଯୋଦ୍ଧା ମରିସାରିଥିଲେ । ଏହାର ମୂଳ କାରଣ ହେଉଛନ୍ତି ଭୂବନସୁନ୍ଦରୀ । ଗ୍ରୀକ୍ ପକ୍ଷର ମୃତ ପ୍ରସିଦ୍ଧ ଯୋଦ୍ଧା ହେଲେ ବଜ୍ରକାୟ ଓ ଭୂଧବ । ଟ୍ରୋଜନ୍ର ମୃତ ପ୍ରସିଦ୍ଧ ଯୋଦ୍ଧା ମାନଙ୍କ ମଧ୍ୟରେ ବୀରସିଂହ ଓ ମୋହନ; ମୋହନଙ୍କ ମୃତ୍ୟୁ ପରେ ଅରିଭୟଙ୍କର ଭୂବନସୁନ୍ଦରୀଙ୍କ ଇଚ୍ଛା ବିରୁଦ୍ଧରେ ସେ ତାଙ୍କୁ ବିବାହ କଲେ । ରୂପଧର ଗ୍ରୀକ୍ ବୀର ଥିଲେ ଓ ଟ୍ରୋୟର ପତନ ପାଇଁ ସେ ସଦା ସର୍ବଦା ଚେଷ୍ଟା କରୁଥିଲେ । ଏଦିଗରେ ଦେଖିଲେ ସେଥିପାଇଁ ଭୂବନସୁନ୍ଦରୀ ଓ ତାଙ୍କ ଶାଶୁ ମଧ୍ୟ ଏଥିରେ ସହଯୋଗ କଲେ ।)

                ଟ୍ରୋୟର ପତନ ପୂର୍ବରୁହିଁ ବର୍ଦ୍ଧନଙ୍କ ପୁତ୍ର ମାନଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଗଲା । ଏହି ପରିସ୍ଥିତିକୁ ସମ୍ଭାଳିବାକୁ ଯାଇ ସେ ବାଧ୍ୟ ହୋଇ ଗ୍ରୀକ୍ଙ୍କ ସହିତ ସନ୍ଧି କରିବାକୁ ରାଜି ହେଲେ । ବୀରସିଂହ ଓ ପ୍ରତାପଙ୍କ ପରେ ଆଉ ସେପରି ସାହସୀ ଯୋଦ୍ଧା ଏମାନଙ୍କ ପଟରେ କେହିବି ନ ଥିଲେ । ଯେତିକି ବା ଥିଲେ ସେମାନେ ଅଧିକ ସମୟ ନିଜ ନିଜ ମଧ୍ୟରେ କଳହ ଓ ଲଢେଇ କରିବାକୁ ଦେଉଛନ୍ତି । ଶତ୍ରୁମାନଙ୍କ ସହିତ ଲଢିବା ପାଇଁ ତାଙ୍କର ଯେପରି ଉତ୍ସାହ ବା ତତ୍ପରତା ନଥିଲା । ସେଥିପାଇଁ ଅନ୍ୟ ପ୍ରକାରର ଚେଷ୍ଟାସବୁ ସେ କଲେ । ଟ୍ରୋୟର ରାଜା ନିଜ ସ୍ତ୍ରୀଙ୍କ ଭାଇ ପ୍ରତ୍ୟାମ୍ନାୟଙ୍କୁ ଗ୍ରୀକ୍ ସମ୍ରାଟଙ୍କ ପାଖକୁ ପଠାଇଲେ । ପ୍ରତ୍ୟାମ୍ନାୟ ଅରିଭୟଙ୍କରଙ୍କୁ ଆଦୌ ଚାହୁଁ ନଥିଲେ । ତେଣୁ ସେ ସନ୍ଧି ବିଷୟରେ କଥାବାର୍ତ୍ତା କରିବା ପରେ ରୂପଧରଙ୍କ ସହିତ ମିଳି ଏକ ଷଡଯନ୍ତ୍ର କଲେ । ସେମାନେ ଏକ ଯୋଜନା ପ୍ରସ୍ତୁତ କଲେ । ସେହି ଯୋଜନା ଅନୁସାରେ ଟ୍ରୋୟ ରାଜ୍ୟର ଅଧା ପ୍ରତ୍ୟାମ୍ନାୟଙ୍କୁ ମିଳିବ । ସେଥିପାଇଁ ସେ ଟ୍ରୋୟକୁ ରୂପଧରଙ୍କୁ ସମର୍ପଣ କରିବେ । ସେ ରୂପଧରଙ୍କୁ ଆହୁରି ମଧ୍ୟ କହିଲେ ଯେ ଏହି କାମରେ ପ୍ରଶଂସନ ବି ସାହାଯ୍ୟ କରିବେ । ଇତିହାସରୁ ଜଣାଯାଏ ଯେ ପ୍ରାୟ ସର୍ବଦା ରାଜ୍ୟର ପତନ ନିଜ ନିଜ ମଧ୍ୟରେ କଳହ ଯୋଗୁଁହିଁ ହୋଇଥାଏ । ପରସ୍ପର ସ୍ୱାର୍ଥ ପ୍ରେରିତ ହୋଇ ଜଣେ ଅନ୍ୟ ଜଣଙ୍କ ପ୍ରତି ବିଶ୍ୱାସଘାତକତା କରେ । ସ୍ୱାର୍ଥ ଯୋଗୁଁ ନିଜ ଦେଶ ପ୍ରତି ମଧ୍ୟ ସେମାନେ ଅନ୍ୟାୟ କରି ଦେଶଦ୍ରୋହୀ ହୋଇଥା’ନ୍ତି ।

                ଟ୍ରୋୟ ନଗରୀର କେତେକ, ଗ୍ରୀକ୍ମାନଙ୍କୁ ସାହାଯ୍ୟ କରୁଥା’ନ୍ତି । ନଗର ମଧ୍ୟରୁ ବୁଦ୍ଧିମତୀ ଦେବୀଙ୍କ ବିଗ୍ରହ ମଧ୍ୟ ଅପହୃତ ହେଲା । ପୁଣି ଟ୍ରୋୟ ନଗରୀର ପତନ ପାଇଁ ଆବଶ୍ୟକୀୟ ଯୋଜନା ମଧ୍ୟ ହୋଇ ଚାଲିଥାଏ । ଏବେ କେବଳ ନଗରପ୍ରବେଶ ବାକିଥାଏ, ସେଥିପାଇଁ ସେମାନେ ଏକ ବଡ କାଠଘୋଡା ତିଆରି କରିବାକୁ ଆରମ୍ଭ କରିଦେଲେ । ଦୋର୍ଦ୍ଦଣ୍ଡ ଏହି ଘୋଡାକୁ ନିର୍ମାଣ କଲେ । ଗ୍ରୀକ୍ମାନଙ୍କ ସପକ୍ଷରେ ଲଢିବା ପାଇଁ ସେ ତିରିଶଟି ନୌକା ଆଣିଥିଲେ । ସେ ଜଣେ ବଡ କାରିଗର ମଧ୍ୟ ଥିଲେ । ମଲ୍ଲଯୁଦ୍ଧରେ ସେ ମଧ୍ୟ ପ୍ରବୀଣ ଥିଲେ । କିନ୍ତୁ ସ୍ୱଭାବରେ ସେ ବଡ ଭୟାଳୁ ଥିଲେ । ସେ କାଠର ଘୋଡା ତିଆରି କରି ସେଥିରେ ଏକ କବାଟ ମଧ୍ୟ ଲଗାଇଥିଲେ । ସେ କବାଟକୁ କେହିବି ମୋଟେ ଦେଖି ପାରୁ ନଥିଲେ । ଅନ୍ୟପଟରେ ଲେଖା ହୋଇଛି ଗ୍ରୀକମାନଙ୍କର ଫେରିଯିବାର ଯାତ୍ରା ସୁଖପ୍ରଦ ହେଉ । ସେଥିପାଇଁ ବୁଦ୍ଧିମତୀ ଦେବୀଙ୍କୁ ଗ୍ରୀକ୍ମାନଙ୍କ ତରଫରୁ ଏହା ସମର୍ପିତ ଉପହାର । ଘୋଡାର ପେଟରେ ଦଉଡି ବନ୍ଧା ହୋଇଥିବା ଏକ ଶିଡି ମଧ୍ୟ ଥିଲା ଯଦ୍ୱାରା ତହିଁରେ ଲୁଚିଥିବା ଲୋକେ ବାହାରକୁ ମଧ୍ୟ ଆସି ପାରିବେ ।

                ଗ୍ରୀକ୍ ବୀରଙ୍କ ମଧ୍ୟରେ ଯେତେ ସବୁ ସାହସୀ ଥିଲେ, ସେମାନେ ଘୋଡାର ପେଟ ଭିତରେ ଯାଇ ଲୁଚିଲେ । ସେମାନଙ୍କ ମଧ୍ୟରେ ପ୍ରତାପ, ରୂପଧର, ଦେବମୟ ଓ ଅନ୍ୟମାନେ ମିଶି ପ୍ରାୟ ତିରିଶ ଜଣ ବୀରଥିଲେ ସେମାନଙ୍କ ମଧ୍ୟରେ ଘୋଡାର କାରିଗର ଦୋର୍ଦ୍ଦଣ୍ଡ ମଧ୍ୟ ଥିଲେ । ତା’ପରେ ସେମାନେ ଦଉଡି ଭିତରକୁ ଟାଣି ନେଇ ଦରଜା ବନ୍ଦ କରି ଦେଲେ । ରୂପଧରଙ୍କ ଯୋଜନା ଅନୁସାରେ ଶେଷକାର୍ଯ୍ୟକ୍ରମ ହେଲା ।

                ସେଦିନ ରାତିରେ ଯେତେବେଳେ ଚାରିଆଡେ ଅନ୍ଧାର ଥିଲା, ଗ୍ରୀକ୍ମାନେ ନିଜ ଶିବିରରେ ନିଆଁ ଲଗାଇ ଦେଲେ । ଘୋଡା ପେଟଭିତରେ ଥିବା ବୀରଙ୍କ ବ୍ୟତୀତ ଅନ୍ୟମାନେ ସମ୍ରାଟଙ୍କ ସହିତ ଜାହାଜକୁ ଚାଲିଗଲେ । ଏମାନଙ୍କ ସଙ୍କେତ ପାଇବା ଆଶାରେ ଜାହାଜ ମଧ୍ୟ ଏଠାରୁ ଚାଲିଯାଇ ଦୂରରେ ଲଙ୍ଗର ପକାଇ ରହିଲା । ଚୌର୍ଯ୍ୟନାଥ ନିଆଁ ଜଳାଇ ସଙ୍କେତ ଦେବ ।

                ସକାଳ ହେବା ମାତ୍ରେ ଟ୍ରୋୟର ଗୁପ୍ତଚର ଶିବିରକୁ ଆସିଲେ । ଫେରିଯାଇ ସେମାନେ କହିଲେ ଯେ ଗ୍ରୀକ୍ମାନେ ଚାଲିଗଲେଣି; କିନ୍ତୁ ସେମାନେ ଗୋଟାଏ ବିରାଟ କାଠ ଘୋଡା ଛାଡି ଦେଇ ଯାଇଛନ୍ତି । ବର୍ଦ୍ଧନ ତାଙ୍କ ପୁତ୍ରମାନଙ୍କ ସହିତ ସେ କାଠ ଘୋଡା ଦେଖିବାକୁ ସେଠାକୁ ଆସିଲେ । ଅନ୍ୟାନ୍ୟ ନାଗରିକ ମଧ୍ୟ ବହୁ ସଂଖ୍ୟାରେ ସେଠାକୁ ଆସିଲେ । କେହି କେହି କହିଲେ ଯେ ଯଦି ଏହା ବୁଦ୍ଧିମତୀ ଦେବୀଙ୍କର ଉପହାର, ତେବେ ଏହାକୁ ନଗର ଭିତରକୁ ନେଇଯିବା ଭଲ ହେବ । ତାକୁ ମନ୍ଦିରର ସମ୍ମୁଖରେ ରଖା ହେବ ।

                ଆଉ ଜଣେ ନାଗରିକ କହିଲେ, “ବୁଦ୍ଧିମତୀ ଦେବୀ ଏହି ଯୁଦ୍ଧରେ ଆମ ଅପେକ୍ଷା ଆମ ଶତୃ ପକ୍ଷକୁ ଅଧିକ ସାହାଯ୍ୟ କରିଛନ୍ତି । ତେଣୁ ସବୁଠାରୁ ଭଲ ହେବ ଏହାକୁ ଏଇଠି ଜଳାଇ ଦେବା । ନହେଲେ ଏହାକୁ ଖୋଲି ଦେଖ, ଏହାର ପେଟ ଭିତରେ କ’ଣ ଅଛି?”

                ବର୍ଦ୍ଧନ ଏହି ପ୍ରସ୍ତାବକୁ ଖଣ୍ଡନ କରି କହିଲେ, “ଦେବୀ ଦେଇଥିବା ଉପହାରକୁ ନଷ୍ଟ କରିବା ମହାପାପ । ମୁଁ ଭାବୁ ନାହିଁ ଯେ ବୁଦ୍ଧିମତୀ ଦେବୀ ଆମକୁ କିଛି ହେଲେବି ସାହାଯ୍ୟ କରିନାହାଁନ୍ତି । ମୋର ବିଶ୍ୱାସ କେବଳ ଦେବୀଙ୍କର କୃପା ଯୋଗୁଁହିଁ ଗ୍ରୀକ୍ମାନେ ଆଜି ଏଠାରୁ ଫେରିଗଲେ । ତାଙ୍କର କୃପାଦୃଷ୍ଟି ଆମ ଉପରେ ସର୍ବଦା ରହିବ; ତେଣୁ ଆମେ ତାକୁ ପୂଜା କରିବା । ତେଣୁ ଆମେ ଏହାକୁ ଟାଣି ଟାଣି ନଗର ଭିତରକୁ ନେଇଯିବା ।”

                ରାଜାଙ୍କ ଆଦେଶ ଅନୁସାରେ ଘୋଡାକୁ ଦୁର୍ଗର ଦ୍ୱାର ପର୍ଯ୍ୟନ୍ତ ନିଆଗଲା । କିନ୍ତୁ ଦ୍ୱାର ଛୋଟ ଥିଲା ବୋଲି ଦୁର୍ଗର ଦ୍ୱାର କିଛିଟା ଭଙ୍ଗା ହେଲା ଓ ଘୋଡା ଭିତରକୁ ଗଲାପରେ ଭଙ୍ଗା ହୋଇଥିବା ଅଂଶକୁ ପୁଣି ତିଆରି କରାଗଲା । ତା’ପରେ ସେମାନେ ସେ ଘୋଡାକୁ ନଗର ମଧ୍ୟକୁ ନେଇ ଆସିଲେ ।

                ଏବେ ସେହି ଘୋଡାକୁ ନେଇ ଟ୍ରୋଜନ୍ମାନଙ୍କ ମଧ୍ୟରେ ନାନା ତର୍କ ହେଲା । ନାନା ବିକ୍ବିତଣ୍ଡା ବି ହେଲା । ବର୍ଦ୍ଧନଙ୍କ ଝିଅ ଜାଳିନୀଙ୍କର ତ ଦିବ୍ୟଦୃଷ୍ଟିର ଶକ୍ତି ଥାଏ । ତେଣୁ ସେ ସେହି ଘୋଡାକୁ ଦେଖିବାମାତ୍ରେ ଚିତ୍କାର କରି କହିଲେ କି “ଏହା ମଧ୍ୟରେ ସଶସ୍ତ୍ର ଯୋଦ୍ଧାସବୁ ରହିଛନ୍ତି ।”

ପ୍ରତ୍ୟାମ୍ନାୟଙ୍କ ପୁତ୍ର ତୀକ୍ଷ୍ନଦୃଷ୍ଟି ମଧ୍ୟ ଏକଥାର ସମର୍ଥନ କରି କହିଲେ, “ତୁମେ ସବୁ ମୂର୍ଖ, ନହେଲେ ଦାନରେ ଦିଆ ହୋଇଥିବା ଏତେ ବଡ ଘୋଡାକୁ କାହିଁକି ନଗର ଭିତରକୁ ଆଣିଲ?” ଏତିକି କହି ସେ ଏକ ବିରାଟ ଶୁଳ ଫିଙ୍ଗିଲେ । ତଦ୍ୱାରା ତହିଁ ଭିତରେ ଥିବା ଯୋଦ୍ଧାଙ୍କ ଅସ୍ତ୍ରଶସ୍ତ୍ର ଶବ୍ଦ ଶୁଣାଗଲା । କିନ୍ତୁ ବାହାରର ପାଟିଗୋଳ ମଧ୍ୟରେ କେହିବି ଭଲକରି ସେସବୁ ଶୁଣିପାରିଲେ ନାହିଁ ।

ଲୋକମାନେ ସେହି ଘୋଡାର ଚାରିପାଖରେ ଘେରିଯାଇ ଚିତ୍କାର କଲେ “ଏହାକୁ ଜଳାଇ ଦିଅ, ନହେଲେ ଏହାକୁ ଦୁର୍ଗ ବାହାରେ ଫିଙ୍ଗି ଦେଇ ଆସ ।” କିନ୍ତୁ ରାଜାଙ୍କ ତରଫର ଲୋକେ ଅନ୍ୟମାନଙ୍କୁ ଅନୁରୋଧ କରି କହିଲେ ଯେ କାଠ ଘୋଡାର ଯେପରି କୌଣସି ବି କ୍ଷତି ନହୁଏ । ସେଠାରେ ଚୌର୍ଯ୍ୟନାଥ ବି ଥିଲେ । ତାଙ୍କୁ ଲୋକମାନେ ନାନା ପ୍ରକାରର ପ୍ରଶ୍ନ ପଚାରିଲେ; କ’ଣ କୁହାଯିବ ବୋଲି ସେ ରୂପଧରଙ୍କ ପାଖରୁ ଭଲଭାବରେ ଶିଖି ନେଇଥିଲେ । ସେ କହିବାକୁ ଲାଗିଲେ, “ହେ ଟ୍ରୋୟନଗରବାସୀ, ଶୁଣନ୍ତୁ, ପ୍ରବୋଧଙ୍କ ହତ୍ୟାର ରହସ୍ୟ ମୁଁ ଭଲଭାବରେ ଜାଣେ । ରୂପଧର ସହିତ ମୋର ଆଦୌ ଭଲ ସମ୍ପର୍କ ନାହିଁ, କାରଣ ମୁଁ ସେହି ରହସ୍ୟ ଜାଣେ । ଗ୍ରୀକ୍ମାନେ ଯୁଦ୍ଧରୁ ବିମୁଖ ହୋଇଗଲେ । କାରଣ ଲଢିବା ପାଇଁ ସେମାନଙ୍କ ମଧ୍ୟରେ ଇଚ୍ଛା ବା ଉତ୍ସାହ ଆଉ ନଥିଲା । ପରିସ୍ଥିତି ମଧ୍ୟ ସେମାନଙ୍କର ପ୍ରତିକୂଳରେ ଗଲା । ତେଣୁ ସେମାନେ କେବଳ ବାୟୁଦେବତାଙ୍କୁ ସନ୍ତୁଷ୍ଟ କଲେ । ସେଥିପାଇଁ ବଳୀ ଦେବାକୁ ସେ କାଂଶୁକକୁ ପଚାରିଲେ । କାଂଶୁକ ତାଙ୍କୁ ଦଶଦିନ ସମୟ ମାଗିଲେ । ବାୟୁ ଅନୁକୂଳ ନଥିବାରୁ ଜାହାଜ ଆଉ ଯାଇ ପାରୁ ନାହିଁ । ସେହି ଦଶଦିନ ମଧ୍ୟରେ ରୂପଧର କିଛି ଧନ ଦେଇ କାଂଶୁକକୁ ନିଜର କରି ନେଲେ ଓ ସମସ୍ତିଙ୍କ ସମ୍ମୁଖରେ କାଂଶୁକ ମୋତେ ବଳୀ ଦେବାକୁ କହିଲେ । ମୁଁ ବଳୀ ପାଇଁ ରହିଥାଏ । ଠିକ୍ ଏତିକି ବେଳେ ବାୟୁ ଅନୁକୂଳ ବହିଲା, ସମସ୍ତେ ଯାତ୍ରା ପାଇଁ ବ୍ୟସ୍ତ ହେବା ବେଳେ, ମୁଁ ସେଇ କୋଳାହଳ ମଧ୍ୟରେ ପ୍ରାଣ ଧରି ଦୌଡି ଦୌଡି ଏଠାକୁ ପଳାଇ ଆସିଲି ।”

ରାଜା ବର୍ଦ୍ଧନ ପୁଣି ପଚାରିଲେ, “ଆଚ୍ଛା, ମୁଁ ତୁମ କଥାକୁ ବିଶ୍ୱାସ କରୁଛି । କିନ୍ତୁ ଏହି କାଠଘୋଡାର ରହସ୍ୟ କ’ଣ?”

“ଏକଥା ସତ ଯେ ବୁଦ୍ଧିମତୀଦେବୀ ଆମର ସପକ୍ଷରେ ଥିଲେ । କିନ୍ତୁ ରୂପଧର ଓ ଦେବମୟ ମୂର୍ତ୍ତିକୁ ଚୋରୀ କରିବାରୁ, ଦେବୀ ଭୀଷଣ ରାଗିଗଲେ, ତିନିଥର ତାଙ୍କ ମୂର୍ତ୍ତିରୁ ଅଗ୍ନି ବାହାରିଲା ଓ ପାଦରୁ ଝାଳ ବାହାରିଲା । ଏଥିରୁ ଏହା ସ୍ପଷ୍ଟ ହେଲା କି ମୂର୍ତ୍ତି ଆମ ଉପରେ ରାଗିଛନ୍ତି । ତେଣୁ ଗ୍ରୀକ୍ମାନେ ଠିକ୍ କଲେ କି ଦେଶକୁ ଫେରିଯିବା ଶ୍ରେୟସ୍କର ମାତ୍ର ତା’ପୂର୍ବରୁ ସେମାନେ ବୁଦ୍ଧିମତୀ ଦେବୀଙ୍କୁ ଉପହାରଟିଏ ଦେଇ ଫେରିଯିବାକୁ ଠିକ୍ କଲେ । କାଂଶୁକ ସମ୍ରାଟଙ୍କୁ କହିଲେ କି ଏବେ ଶୀଘ୍ର ଆମେ ଫେରିଯିବା ଓ ପରେ ପୁଣି ଯୁଦ୍ଧଯାତ୍ରା କରିବା ।”

ଏସବୁ କଥା ଚୌର୍ଯ୍ୟନାଥ ବଡ ସୁନ୍ଦର ଭାବରେ ମନରେ କଳ୍ପନା କରି କହିଲେ ଓ ଲୋକେ ମଧ୍ୟ ତାକୁ ବିଶ୍ୱାସ କଲେ ।

ରାଜା ବର୍ଦ୍ଧନ ପଚାରିଲେ, “କିନ୍ତୁ ଏଡେ ବିରାଟ ଘୋଡା ନିର୍ମାଣ କରିବାର କ’ଣ ବା ଦରକାର ଥିଲା?”

“ଗ୍ରୀକ୍ମାନେ ଚାହିଁଥିଲେ କି ଆପଣ ଘୋଡାକୁ ନନେଲେ ବୁଦ୍ଧିମତୀ ଦେବୀ ରାଗିବେ ଓ ଆପଣଙ୍କର ପରାଜୟ ସୁନିଶ୍ଚିତ । କିନ୍ତୁ ଆପଣ ତ ଘୋଡାକୁ ନେଇ ଆସିଲେ, ଏବେ ତ ବିଜୟ ସୁନିଶ୍ଚିତ । ଆପଣଙ୍କ ସାମ୍ରାଜ୍ୟ ଚାରିଦିଗରେ ବିସ୍ତାର ଲାଭ କରିବ ।”

ତୀକ୍ଷ୍ନଦୃଷ୍ଟି ଚିତ୍କାର କରି କହିଲେ, “ଏସବୁ କେବଳ ମନଗଢା କାହାଣୀ ମାତ୍ର, ଯାହାକି ସମ୍ପୂର୍ଣ୍ଣ ମିଥ୍ୟା । ଆପଣ ତା’ କଥା ବିଶ୍ୱାସ କରିବା ଦ୍ୱାରା ସାରା ଟ୍ରୋୟ ନଗରୀ ଉଚ୍ଛନ୍ନ ହୋଇଯିବ । ମୁଁ ଏବେ ପୂଜା କରି ବୁଝିନେବି ଯେ ଏହା ପଛରେ କି ପ୍ରକାର ଷଡଯନ୍ତ୍ର ଅଛି ଓ ଏହାକୁ କିପରି ଜଳାଇ ଦିଆଯିବ ।”

କିନ୍ତୁ ତୀକ୍ଷ୍ନଦୃଷ୍ଟି ଏହି କାମ ଆଦୌ କରିପାରିଲେ ନାହିଁ । କାରଣ ସେ ତାଙ୍କ ଘରେ ପହଁଚି ଦେଖିଲେ ତାଙ୍କର ଦୁଇ ପୁତ୍ରଙ୍କୁ ସାପ କାମୁଡିଛି ଓ ସେମାନେ ମରି ଯାଇଛନ୍ତି । ପୁଅମାନଙ୍କୁ ବଂଚାଇବାକୁ ଯାଇ ସେ ନିଜେ ମଧ୍ୟ ମରିଗଲେ । ତେଣୁ କାଠଘୋଡା ଜଳାଇବାର ପ୍ରସ୍ତୁତି ପଣ୍ଡ ହୋଇଗଲା । କିନ୍ତୁ ତଦ୍ୱାରା ଅନ୍ୟମାନେ ଏହି ସଙ୍କେତ ପାଇଲେ କି ଟ୍ରୋୟ ନଗରୀର ପତନ ଅନିବାର୍ଯ୍ୟ । ଏଣେ ବର୍ଦ୍ଧନ ଭାବିଲେ ବୁଦ୍ଧିମତୀ ଦେବୀଙ୍କ ଉପହାର ଉପରକୁ ବାଣ ଫିଙ୍ଗିବାରୁ ତାଙ୍କର ଏପରି ସର୍ବନାଶ ହେଲା । ତେଣୁ ଟ୍ରୋଜନଙ୍କର ବିଶ୍ୱାସ ଆହୁରି ବଢିଗଲା । ତେଣୁ ସ୍ତ୍ରୀମାନେ ପୁଷ୍ପମାଲ୍ୟ ନେଇ ସେ ଘୋଡାକୁ ପୁଜିଲେ । ପ୍ରଶଂସନ ତାଙ୍କ ସୈନ୍ୟମାନଙ୍କୁ ନେଇ ଏଡା ପର୍ବତ ଉପରକୁ ଚାଲିଗଲେ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ଗପ ସାରଣୀ

ନୂଆ ତାଲିକାଭୁକ୍ତ ଗପ