ମତ୍ସ୍ୟ ମାନବ

ବହୁ ବର୍ଷ ପୂର୍ବରୁ ସମୁଦ୍ର ତଟରେ କେରଳ ରାଜ୍ୟର ଏକ ଦ୍ୱୀପର ମାଟି ଚାଷ ପାଇଁ ଉପଯୋଗୀ ନଥିଲା । ସେଥିରେ ଅଧିକାଂଶ ସ୍ଥାନ ପଥରରେ ପୂର୍ଣ୍ଣ ଥିଲା । ତେଣୁ ସେଠାକାର ଅଧିବାସୀମାନଙ୍କ ମଧ୍ୟରେ ଅଧିକାଂଶ ମତ୍ସ୍ୟଜୀବୀ ଥିଲେ, ଅଥବା ବୋଇତ ବା ଜାହାଜରେ ଚାକିରୀ କରୁଥିଲେ । କେହି କେହି ବା ଗଭୀର ସମୁଦ୍ରରୁ ମୁକ୍ତା, ପ୍ରବାଳ ପ୍ରଭୃତି ସଂଗ୍ରହ କରି ବ୍ୟବସାୟୀମାନଙ୍କୁ ବିକ୍ରି କରି ଜୀବିକାର୍ଜନ କରୁଥିଲେ ।

                ସେହି ଦ୍ୱୀପରେ ଗୋଟିଏ ବୁଢା ମତ୍ସ୍ୟଜୀବୀ ଥାଏ । ତା’ର ଗୁଡିଏ ପୁଅ । ସମସ୍ତେ ମାଛ ଧରି ବା ଜାହାଜରେ କାମ କରି ବିପୁଳ ଅର୍ଥ ରୋଜଗାର କରନ୍ତି । କିନ୍ତୁ ସାନ ପୁଅଟି ସର୍ବଦା ପାଣିରେ ଡୁବି ମାରେ । ନହେଲେ ସମୁଦ୍ରକୂଳରେ ବସି ବସି ସମୁଦ୍ରର ସୌନ୍ଦର୍ଯ୍ୟ ଦେଖେ । ସ୍ୱଭାବରେ ସେ ବଡ ଦୟାଳୁ ଥିଲା । କାହାର ଦୁଃଖ ଦେଖିଲେ ସେ ମୋଟେ ସହି ପାରିବ ନାହିଁ ଏପରିକି ଯଦି ତା’ର ବାପ, ମା କିମ୍ବା ଭାଇ ମାଛ ଧରି ଆଣନ୍ତି ସେଥିରେ ଜୀବିତ ଥିବା ମାଛମାନଙ୍କୁ ସେ ପୁଣି ପାଣିକୁ ଫିଙ୍ଗିଦିଏ । ମାଛ ଗୁଡିକ ଛଟପଟ ହୋଇ ମରିବା ସେ କେବେବି ଦେଖି ପାରୁ ନଥିଲା । କିନ୍ତୁ ସମୁଦ୍ରରେ ମାଛମାନଙ୍କୁ ସନ୍ତରଣ କରିବାର ଦେଖିବାକୁ ସେ ବହୁତ ଭଲପାଏ । ସେ ଦିନଯାକ ପାଣି ଭିତରେ ପଡିଥାଏ । ବୁଡି ବୁଡି ବହୁ ସମୟ ଧରି ଗଭୀର ସମୁଦ୍ର ଭିତରେ ସେ ଥାଏ । ତେଣୁ ତାକୁ ସମସ୍ତେ “ମତ୍ସ୍ୟମାନବ” ବୋଲି ଡାକନ୍ତି । ସେ ପାଣିରୁ ଫେରି ଆସି, ତା’ର ଭାଇମାନଙ୍କ ଆଗରେ ସମୁଦ୍ରର ଗଭୀର ପ୍ରଦେଶର ସୌନ୍ଦର୍ଯ୍ୟ ବିଷୟ ବର୍ଣ୍ଣନା କରେ । କେହି ବିଶ୍ୱାସ କରନ୍ତି କେହି ବା କରନ୍ତି ନାହିଁ । କିନ୍ତୁ ବାପ ମା ତାକୁ ଅଳସୁଆ ବୋଲି କୁହନ୍ତି ।

                କ୍ରମେ ସେ ବଡ ହେଲା । ତଥାପି ମଧ୍ୟ ତା’ର ସ୍ୱଭାବ ଆଦୌ ବଦଳିଲା ନାହିଁ । ଏଣିକି ଅଧିକ ସମୟ ସେ ପାଣିରେ ରହେ । ସେ ଦ୍ୱୀପରେ ତା’ର ସମକକ୍ଷ ବୁଡାଳି କେହିବି ନଥିଲେ । ଏକଥା ଏକାନରୁ ସେକାନକୁ ଯାଇ ଦିନେ ରାଜାଙ୍କ କାନରେ ପଡିଲା । ରାଜା ତାକୁ ଡକାଇ ପଠାଇଲେ । ଏଣେ ତା’ର ବାପମା’ ଭାବୁଥା’ନ୍ତି କୌଣସି ଦୁଷ୍ଟ ଶକ୍ତି ତା’ଉପରେ ସବାର ହୋଇଛି । ତେଣୁ ସେ ତାକୁ ଡେଉଁରିଆ ପିନ୍ଧାଇ ଦେଇଥା’ନ୍ତି । କିନ୍ତୁ ଫଳ କିଛିବି ହୁଏନାହିଁ ।

                ରାଜା ଡାକିବାରୁ ସେ ଯାଇ ରାଜାଙ୍କୁ ଦେଖାକଲା । ରାଜାଙ୍କ ପାଖରେ ତାଙ୍କର ଏକମାତ୍ର ଝିଅ ମଧ୍ୟ ଥିଲେ । ରାଜା ପଚାରିଲେ, “ମୁଁ ଶୁଣିଛି ତମେ ସମୁଦ୍ରର ଗଭୀର ପ୍ରଦେଶକୁ ଯାଇପାର । ତୁମ ପରି ବୁଡାଳୀ ଏ ପୃଥିବୀରେ ଆଉ କେହିବି ନାହିଁ । କ’ଣ ଏକଥା ସତ?”

                ମତ୍ସ୍ୟମାନବ କହିଲା “ମହାରାଜ ମୁଁ ସେକଥା କିପରି କହିବି? ଅନ୍ୟମାନଙ୍କ କଥା ମୁଁ କେମିତି ଜାଣିବି?”

                ରାଜା ଏ କଥାର ସତ୍ୟତା ପରୀକ୍ଷା କରିବାପାଇଁ କହିଲେ, “ଆଚ୍ଛା ଆମେ ମଧ୍ୟ ଦେଖିବୁ ତୁମ ମଧ୍ୟରେ କେତେ ସାମର୍ଥ୍ୟ ଅଛି?” ସେ ମଧ୍ୟ ରାଜାଙ୍କ କଥାରେ ଏକମତ ହେଲା ।

                ଦିନେ ରାଜା ଏକ ବଡ ବୋଇତରେ ତାକୁ ବସାଇ ସମୁଦ୍ର ଭିତରକୁ ଗଲେ । ସଙ୍ଗରେ ପାରିଷଦବର୍ଗ ଓ ତାଙ୍କ ଝିଅ ଥା’ନ୍ତି । ସମୁଦ୍ର ମଝିରେ ବୋଇତଟି ଚାଲିଥିବା ବେଳେ ରାଜା ସୁନାର ଗଡୁଟିଏ ଧରି ସମୁଦ୍ରକୁ ତାହା ଫିଙ୍ଗି ଦେଇ କହିଲେ ।

                “ଯାଅ, ଏଇଟିକୁ ସମୁଦ୍ରରୁ ନେଇଆସ ।”

                ଯୁବକଟି ସମୁଦ୍ରକୁ ଲମ୍ପ ଦେଲା । ବୁଡି ବୁଡି ସେ ଭିତରକୁ ଗଲା । ବହୁତ ସମୟପରେ ଖୋଜି ଖୋଜି ସୁନା ଗଡୁଟି ଆଣିଲା ଓ ପ୍ରବାଳର ଗଛ ଖଣ୍ଡେ ଭାଙ୍ଗି ଆଣିଲା । ପ୍ରବାଳ ଗଛଟିକୁ ରାଜକୁମାରୀଙ୍କୁ ଦେଲା ଓ ସୁନା ଗଡୁକୁ ରାଜାଙ୍କୁ ଦେବା ବେଳେ ରାଜା କହିଲେ, “ସେଇଟି ତୁମେ ରଖିଥାଅ । କିନ୍ତୁ ଭବିଷ୍ୟତରେ ମୁଁ ତୁମକୁ ବହୁତ କଠିନ କାମ ଦେବି କରିବ ତ?”

                ଯୁବକଟି କହିଲା “କୁହନ୍ତୁତ, ପାରିଲେ ନିଶ୍ଚୟ କରିବି ।”

                “ଏହି ଦ୍ୱୀପର ଚାରିପାଖରେ ଥିବା ସମୁଦ୍ରର ଗଭୀରତା ମାପି ଦେଖା । ତା’ପରେ ଏ ଦ୍ୱୀପର ବିଶିଷ୍ଟ ବା ଅସାଧାରଣ କିଛି ଯଦି ଅଛି, ଦେଖି ମୋତେ ଆସି କୁହ ।”

                ଯୁବକଟି କହିଲା “ସେଥିପାଇଁ ତ ବହୁତ ସମୟ ଲାଗିବ ।”

                ରାଜା କହିଲେ “ଯେତେ ସମୟ ଦରକାର ନିଅ । କିନ୍ତୁ ବିଶେଷ ଖବର ମୋତେ ଆସି କହିବ । ଖବର କିଛି ନଆଣି ଆସିବ ନାହିଁ ।” “ତେବେ ଆପଣ ଏଇଠି ଥା’ନ୍ତୁ” ଏହା କହି ସେ ରାଜକୁମାରୀଙ୍କୁ ଟିକିଏ ଚାହିଁ ସମୁଦ୍ର ମଧ୍ୟକୁ ଡେଇଁ ପଡିଲା । ସେ ଫେରିବାକୁ ପ୍ରାୟ ତିନିମାସ ଲାଗିଲା ।

                ଫେରିଆସି ସେ କହିଲା, “ମହାରାଜ ଆମ ଦ୍ୱୀପର ତଳେ ତିନିଟି ବଡ ବଡ ପର୍ବତ ରହିଛି । ସେଗୁଡିକ ଖୁବ୍ ମଜଭୂତ ପଥର । କିନ୍ତୁ ସେଥିରୁ ଗୋଟିଏ ପାହାଡ ଧ୍ୱଂସ ହୋଇ ଚାଲିଛି ।”

                ରାଜା ପଚାରିଲେ “ଧ୍ୱଂସ ହୋଇ ଚାଲିଛି, କାହିଁକି?”

                “କାରଣ ସେ ପାହାଡର ନିମ୍ନଭାଗରେ ଗୋଟିଏ ଆଗ୍ନେୟଗିରି ଅଛି । ସେଠାରେ ସର୍ବଦା ଅଗ୍ନି ଜଳୁଛି । ସେଠାରେ କୌଣସି ଜୀବନ୍ତ ଗଛ ବା ଜୀବଜନ୍ତୁ ନାହାଁନ୍ତି । ସେହି ଅଗ୍ନିର ପ୍ରଭାବରେ ପାହାଡ ଧ୍ୱଂସ ହୋଇ ଚାଲିଛି । ଏବଂ ଅଳ୍ପଦିନ ମଧ୍ୟରେ ଏହି ଦୁଇଟି ପାହାଡ ମଧ୍ୟ ଧ୍ୱଂସ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି ।

                ରାଜା ପଚାରିଲେ “ପାଣି ଭିତରେ ଅଗ୍ନି କିପରି?”

                “ମହାରାଜ, ଏହା ସମ୍ପୂର୍ଣ୍ଣ ସତ୍ୟ । ଏହି ଆଗ୍ନେୟ ଗିରିରୁ ବାହାରୁଥିବା ଅଗ୍ନିକୁ ଆପଣ ଥଣ୍ଡା କରିପାରିବେ ନାହିଁ ।”

                ଯୁବକଟି କହିଲା “ଅଗ୍ନି ଆଣିବା ତ ସମ୍ଭବ ନୁହେଁ ମହାରାଜ?” ରାଜା କହିଲେ – ସେକଥା ତମେ ଜାଣ । ଯୁବକଟି ସମୁଦ୍ର ଗର୍ଭକୁ ପୁଣି ଲମ୍ପ ଦେଲା, ଅଗ୍ନି ଆଣିବାକୁ ଚେଷ୍ଟା କରିପାରିଲା ନାହିଁ । କିନ୍ତୁ ରାଜାଙ୍କୁ ତାହାର ପ୍ରମାଣ ଦେଖାଇଲା କାରଣ ଅଗ୍ନିରେ ତା’ର ହାତ ପାଦ ପୋଡି ଯାଇଥିଲା । ରାଜା ତା’ର ଏ ଅବସ୍ଥା ଦେଖି କହିଲେ, “ଏବେ ମୁଁ ତୁମକୁ ବିଶ୍ୱାସ କରୁଛି । ପ୍ରକୃତରେ ତମେ ଜଣେ ଅସାଧାରଣ ସନ୍ତରଣପଟୁ ବ୍ୟକ୍ତି ।”

                ଯୁବକଟି କହିଲା “ଏଥର ଦେଖିଲି, ପାହାଡ ପୁରାଜଳିବାକୁ ଆଉ ଅଳ୍ପ ବାକି ଅଛି । ନିକଟ ଭବିଷ୍ୟତରେ ଏହି ଦ୍ୱୀପବି ଧ୍ୱଂସ ହୋଇଯିବ ।”

                ରାଜା ସମସ୍ତ ଦ୍ୱୀପ ବାସୀଙ୍କୁ ଦ୍ୱୀପ ଛାଡି ଯିବାକୁ ଆଦେଶ ଦେଲେ । ମଣିଷସବୁ ଦ୍ୱୀପ ଛାଡି ଚାଲିଗଲେ । ଅଳ୍ପଦିନରେ ସମଗ୍ର ଦ୍ୱୀପ ଭୂମିକମ୍ପରେ ଧ୍ୱଂସ ହୋଇ ସମୁଦ୍ର ଗର୍ଭରେ ଲୀନ ହୋଇଗଲା ।

                ପ୍ରକୃତରେ ତା’ରି ଯୋଗୁଁ ସେ ଦ୍ୱୀପର ବହୁ ଧନଜୀବନ ରକ୍ଷା ପାଇଗଲା । ତେଣୁ ରାଜା “ମତ୍ସ୍ୟମାନବକୁ ଡାକି ପଚାରିଲେ ସେ କ’ଣ ପୁରସ୍କାର ଚାହେଁ ଯୁବକଟି ଚୁପ୍ ହୋଇ ରହିଲା ଓ ରାଜକୁମାରୀଙ୍କ ପ୍ରତି ବାରମ୍ବାର ସେ ଖାଲି ଦୃଷ୍ଟିପାତ କଲା । ଏଥରୁ ସେ ରାଜା ସବୁ ବୁଝିଗଲେ । ତା’ପରେ ଯୁବକ ସହିତ ରାଜକୁମାରୀଙ୍କର ବିବାହ ଅତି ଆଡମ୍ବରରେ ସମ୍ପନ୍ନ ହେଲା । ଭବିଷ୍ୟତରେ ମତ୍ସ୍ୟମାନବହିଁ ସେ ରାଜାଙ୍କର ଉତ୍ତରଧିକାରୀ ହେଲା ।”

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ଗପ ସାରଣୀ

ନୂଆ ତାଲିକାଭୁକ୍ତ ଗପ