ମହାଭାରତ

ଏସବୁ ଘଟଣା ଦେଖି ଗନ୍ଧର୍ବପତ୍ନୀ କୁମ୍ଭୀନସି ଧର୍ମରାଜଙ୍କର ଶରଣ ନେଲେ ଓ ନିଜ ପତିଙ୍କର ଜୀବନ ଭିକ୍ଷା କଲେ । ଧର୍ମରାଜ ଯୁଧିଷ୍ଠିର ଅର୍ଜୁନଙ୍କୁ କହିଲେ, “ସେ ଆମର ଶରଣ ନେଇଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କ ସ୍ୱାମୀଙ୍କୁ ମାରିବା ଅଧର୍ମ ହେବ । ଶରଣାଗତା ସ୍ତ୍ରୀକୁ ରକ୍ଷା କରିବା ଆମର ଧର୍ମ । ଗନ୍ଧର୍ବ ନିଜର ଅହଂକାର ଯୋଗୁଁ ଏପରି ଭୁଲ୍ କରିଛନ୍ତି । ତୁମେ ଏଥର ତାଙ୍କୁ କ୍ଷମା କରିଦିଅ ଓ ଛାଡିଦିଅ ।”

ଅଗ୍ରଜଙ୍କ ଆଜ୍ଞା ମାନି ଅର୍ଜୁନ ସେ ଗନ୍ଧର୍ବଙ୍କୁ ମୁକ୍ତ କଲେ । ଗନ୍ଧର୍ବ କହିଲେ, “ମୁଁ ଆଜି ହାରିଗଲି । ତୁମେ ଯେଉଁ ରଥ ଭସ୍ମ କରିଦେଲ, ସେଠାରେ ମୁଁ ଆଉ ଏକ ନୁଆ ରଥ ସୃଷ୍ଟି କରିବି ଏବଂ ନିଜର ନାମ ଚିତ୍ରରଥ ରଖିବି । ତୁମେ ମହାନ୍ ବୀର; ତୁମକୁ ମୁଁ ଚାକ୍ଷୁସୀ ନାମକ ବିଦ୍ୟା ଶିଖାଇବି । ତଦ୍ୱାରା ତିନିଲୋକରେ କେଉଁଠି କ’ଣ ଘଟୁଛି ସେସବୁ ଘଟଣା ତୁମେ ଦେଖି ପାରିବ । ଆମମାନଙ୍କର ଏହି ବିଦ୍ୟା ଯୋଗୁଁ ଦେବତାମାନେ ମଧ୍ୟ ଆମର କିଛିବି କରି ପାରନ୍ତି ନାହିଁ । ଚାକ୍ଷୁସୀ ବିଦ୍ୟା ସହିତ ମୁଁ ତୁମକୁ କେତେକ ଦିବ୍ୟଅଶ୍ୱ ମଧ୍ୟ ପ୍ରଦାନ କରିବି । ପ୍ରତ୍ୟେକ ଭାଇକୁ ଶହେ ଲେଖାଏଁ ଅଶ୍ୱ ଦେବି । ଏମାନେ ସାରା ସୃଷ୍ଟିରେ ସର୍ବାପେକ୍ଷା ସୁନ୍ଦର ଓ ବିଚକ୍ଷଣ ।”

ଅର୍ଜୁନ କହିଲେ, “ମୁଁ କାହାଠାରୁ, ଏପରିକି ମିତ୍ରଙ୍କଠାରୁ ମଧ୍ୟ କିଛି ଗ୍ରହଣ କରେ ନାହିଁ ।”

ଗନ୍ଧର୍ବ କହିଲେ, “ତେବେ ତୁମର କିଛି ବସ୍ତୁ ମୋତେ ଦିଅ ଓ ତା’ ବଦଳରେ ମୋଠାରୁ ଏଗୁଡିକ ନିଅ ।” ଅର୍ଜୁନ ତାଙ୍କୁ ଆଗ୍ନେୟାସ୍ତ୍ର ଦେଇ ତାଙ୍କଠାରୁ ଏସବୁ ଜିନିଷ ଗ୍ରହଣ କଲେ ।

                ଗନ୍ଧର୍ବ ପୁଣି କହିଲେ, “ମନେହେଉଛି ତୁମେ କ୍ଷତ୍ରିୟ । ତେଣୁ କୌଣସି ଯୋଗ୍ୟ ପୁରୋହିତଙ୍କୁ ପରାମର୍ଶ ପାଇଁ ନିଯୁକ୍ତ କର, ତେବେ ଯାଇ ତୁମର ସବୁକିଛି ମଙ୍ଗଳମୟ ହେବ ।”

                ଅର୍ଜୁନ ତାଙ୍କୁ ଆଗ୍ନେୟାସ୍ତ୍ରର ପ୍ରୟୋଗ ମନ୍ତ୍ର ଶିକ୍ଷା ଦେବା ପରେ କହିଲେ, “ତୁମର ଅଶ୍ୱଗୁଡିକ ଏବେ ତୁମ ପାଖରେହିଁ ଥାଉ । ଆମର ଦରକାର ପଡିଲେ ମଗାଇ ନେବୁ ।” ତା’ପରେ ମାତା କୁନ୍ତୀଙ୍କ ସହିତ ସେ ପାଂଚଭାଇ ପୁଣି ବାଟ ଚାଲିଲେ ।

                ପାଣ୍ଡବମାନେ ଗଙ୍ଗାତଟରୁ ଯାଇ ଏକ ତୀର୍ଥରେ ପହଁଚିଲେ ଯେଉଁଠିକି ଧୌମ୍ୟ ତପସ୍ୟା କରୁଥିଲେ । ସେମାନେ ଯାଇ ତାଙ୍କୁ ପ୍ରଣାମ କରି, ତାଙ୍କୁ ନିଜର ପୁରୋହିତ ହେବା ପାଇଁ ଅନୁରୋଧ କଲେ । ଧୌମ୍ୟ ତାଙ୍କର ଦିବ୍ୟଦୃଷ୍ଟିରେ ଜାଣିପାରିଲେ ଯେ ଏମାନେ, ସାହସ ବୀରତ୍ୱ ଉତ୍ସାହ, ପ୍ରଜ୍ଞା ଓ ସାଧୁତାରେ ପୂର୍ଣ୍ଣ । ତାଛଡା ସେ ମଧ୍ୟ ଅନୁଭବ କଲେ ଯେ ଏମାନଙ୍କର ପୁରୋହିତ ହେବାରେ ସେ ଯୋଗ୍ୟ । ତେଣୁ ସେ ସହର୍ଷ ସ୍ୱୀକୃତି ଦେଲେ । ଏଥିରେ ସେ ପାଣ୍ଡମାନେ ଅତି ଆନନ୍ଦିତ ହେଲେ ।

ସେତିକି ବେଳେ ଦ୍ରୌପଦୀ ସ୍ୱୟମ୍ବର ପାଇଁ କେତେକ ଲୋକ ଯାଉ ଯାଉ ଧୌମ୍ୟଙ୍କ ଆଶ୍ରମକୁ ଆସିଲେ । ସେମାନଙ୍କଠାରୁ ସବୁକଥା ଶୁଣି ପାଣ୍ଡବମାନେ ମଧ୍ୟ ମାତା କୁନ୍ତୀ ଓ ପୁରୋହିତ ଧୌମ୍ୟଙ୍କୁ ନେଇ ସେଠାକୁ ଯିବାକୁ ଆଶା ପ୍ରକଟ କଲେ । ବ୍ରାହ୍ମଣ ବେଶରେ ପାଣ୍ଡବମାନଙ୍କୁ ଦେଖି ଜଣେ ବ୍ରାହ୍ମଣ ପଚାରିଲେ, “ତୁମେ କେଉଁ ଦେଶରୁ ଆସି, କେଉଁ ଦେଶକୁ ଯାଉଛ?”

ଯୁଧିଷ୍ଠିର କହିଲେ, “ଆମେ ଏକଚକ୍ରପୁର ନଗରୀରୁ ଆସି କାମ୍ପିଲ୍ୟ ନଗରୀକୁ ଯାଉଛୁ ।”

ବ୍ରାହ୍ମଣ କହିଲେ, “ଆମେମାନେ ମଧ୍ୟ ସେହିଠାକୁ ଯାଉଛୁ । ରାଜକୁମାରୀ ଦ୍ରୌପଦୀଙ୍କର ସ୍ୱୟମ୍ବର ହେବ । ବହୁ ରାଜା, ମହାରାଜା ସେଠାକୁ ନିଜ ନିଜ ଭାଗ୍ୟ ପରୀକ୍ଷା ପାଇଁ ଆସିବେ । ବ୍ରାହ୍ମଣମାନଙ୍କୁ ସେଠାରେ ବହୁତ ଭିକ୍ଷା ବି ମିଳିବ । ରାଜା ଦ୍ରୁପଦ, ଗୋଦାନ, ସୁବର୍ଣ୍ଣଦାନ ଓ ନାନାପ୍ରକାରର ଧନ ଦାନ ଦେବେ । ତା’ପରେ ବିବାହ ଉତ୍ସବରେ ମଧ୍ୟ ଆମକୁ ଆନନ୍ଦ ମିଳିବ ଓ ସେଠାରେ ବହୁତ ଭଲ ଭୋଜନ ମିଳିବ ।”

ଏକଥା ଶୁଣି ଏମାନେ ଅଳ୍ପ ହସିଲେ ଓ ସମସ୍ତେ ମିଳି ସିଧା କାମ୍ପିଲ୍ୟ ନଗରୀ ଅଭିମୁଖେ ଚାଲିଲେ । ଜନପଦ ମଧ୍ୟରେ ସେମାନେ ବହୁ ଲୋକଙ୍କଠାରୁ ଦ୍ରୁପଦଙ୍କ ଖ୍ୟାତି ଶୁଣିଲେ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...