ମାଆ କାନ୍ଦନ୍ତି କାହିଁକି

ପିଲାଟିଏ ତା’ର ବାପାମାଆଙ୍କ ସହିତ ପରିବାରରେ ଅତି ଖୁସିରେ ଥାଏ । ମାତ୍ର ସେ ତା’ର ମାଆଙ୍କୁ ଅନେକ ସମୟରେ କାନ୍ଦୁଥିବାର ଦେଖେ ।

       ଦିନେ ଏହାର କାରଣ ପିଲାଟି ମାଆଙ୍କୁ ପଚାରି ବସିଲା । କହିଲା, “ମାଆ ତୁମେ ବେଳେବେଳେ କାନ୍ଦୁଛ କାହିଁକି? ତୁମେ ତ ପରିବାରରେ ସମସ୍ତଙ୍କ କଥା ବୁଝୁଛ ହେଲେ ତୁମର କେଉଁକଥା ଅବୁଝା ରହିଯାଉଛି ଯେ, ତୁମେ କାନ୍ଦୁଛ?”

       ପିଲାଟିର ଏଭଳି ପ୍ରଶ୍ନ ମାଆଙ୍କୁ ବଡ ଅଡୁଆରେ ପକାଇ ଦେଲା । ମାଆ କି ପ୍ରକାର ଉତ୍ତର ଦେଇ ପୁଅର ସନ୍ଦେହ ମୋଚନ କରିବେ ଠିକ୍ କରିପାରିଲେ ନାହିଁ । ତେଣୁ ପୁଅର ମନକୁ ବୁଝେଇ ଦେବା ପାଇଁ ଅତି ସାଧାରଣ ଭାବରେ ଉତ୍ତର ଦେବାକୁ ଯାଇ ମାଆ କହିଲେ, “ଧନରେ! ମୁଁ ଜଣେ ସ୍ତ୍ରୀଲୋକ ତ ସେଇଥିପାଇଁ କାନ୍ଦୁଛି ।”

       ହେଲେ ପିଲାଙ୍କ ମନ ତ ଅବୁଝା । ତାଙ୍କୁ ଯେତେ ବୁଝାଇଲେ ବି କେମିତି ହେଲା, କାହିଁକି ହେଲା – ଏହିଭଳି ପ୍ରଶ୍ନ ପଚାରି ସେମାନେ ନୟାନ୍ତ କରିଦେବେ ସିନା ସହଜରେ ଛାଡିଦେବେନି । ସୁତରାଂ ମାଆଙ୍କର ଏଭଳି ସହଜ ଉତ୍ତରରେ ପୁଅ ସନ୍ତୁଷ୍ଟ ହେଲା ନାହିଁ ।

       ଆଉଦିନକର କଥା । ସେଇ ଏକା ପ୍ରଶ୍ନଟି ପୁଅ ଏବେ ବାପାଙ୍କୁ ପଚାରିଲା । ସୁତରାଂ ବାପା ଏହାର ଉତ୍ତର ଦେବାକୁ ଯାଇ ଅନ୍ୟମନସ୍କ ଭାବରେ କହିଦେଲେ, “ସିଏ ଜଣେ ସ୍ତ୍ରୀ ଲୋକ ତ ସେଇଥି ପାଇଁ କାନ୍ଦୁଛି ।”

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...