ମାଟି ଓ ଆଖୁ

ବିନୟଭୂଷଣ କବି ଥିଲେ । ସେ ଦିନେ ରଘୁ ପ୍ରଧାନର ତେଜରାତି ଦୋକାନ ଆଗଦେଇ ଯାଉଛନ୍ତି, ଠିକ୍ ସେତିକିବେଳେ ପ୍ରଧାନେ ଗାଁ ଅବଧାନଙ୍କୁ କହୁଥିବାର ସେ ଶୁଣିଲେ, “ଅବଧାନେ, ମୁଁ ମୋ ସାରା ଜୀବନ କିଣାବିକାହିଁ କରି ଚାଲିଛି!”

                ବାସ୍! ଘରକୁ ଯାଇ କବି ବିନୟଭୁଷଣ ଗୋଟିଏ କବିତା ଲେଖିଲେ । ତା’ର ପ୍ରଥମ ପାଦ:

                ଜୀବନ ବିତିଲା କେତେ ଯେ ସଉଦା କରି,

                ଏତେ ବୋଝ ନେଇ କିପରି ମୁଁ ଯିବି

                                                ଜୀବନର ଆର ପାରି?

                କବିତାଟି ସେ ଜମିଦାରଙ୍କୁ ଶୁଣାଇଲେ । ଜମିଦାର ଏଥିରେ ବହୁତ ଖୁସି ହୋଇ ତାଙ୍କୁ ଏକ ଶତ ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ଦେଲେ । ସେ ପୁରସ୍କାର ପାଇବାରୁ ଅନ୍ୟମାନଙ୍କ ସହ ରଘୁ ପ୍ରଧାନ ବି ତାଙ୍କୁ ବଧେଇ ଜଣାଇଲେ । କବି କହିଲେ, “ପଧାନେ! ସେଦିନ ତମରି କଥା ଶୁଣି ମୁଁ ଏ କବିତା ଲେଖିଲି!”

                ପଧାନେ କହିଲେ, “ସତେ? କଥାର ମୂଲ୍ୟ ଯିଏ ଯେମିତି ବୁଝେ!”

                ସେହିଦିନ କବି ପଧାନଙ୍କର ଏ କଥାଟିକୁ ଭିତ୍ତି କରି ଲେଖିଲେ:

                କହି ଚାଲେ ସଦା କଥା,

କାହା କାନେ ସିଏ ଶୁଭଇ ମଧୁର

                                କାହା ହୃଦେ ଦିଏ ବ୍ୟଥା!

ଏହି ମର୍ମରେ ଲିଖିତ ତାଙ୍କର ଏକ ଦୀର୍ଘ କବିତା ସେ ନେଇଯାଇ ସେ ଅଂଚଳର ରାଜପ୍ରତିନିଧିଙ୍କୁ ଶୁଣାଇଲେ ।

ରାଜ-ପ୍ରତିନିଧି ମୁଗ୍ଧ ହୋଇ ବିନୟଭୂଷଣଙ୍କୁ ଦୁଇଶତ ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ଦେଲେ ।

ଯେତେବେଳେ ପଧାନେ ଏକଥା ଶୁଣିଲେ, ସେ କବିଙ୍କୁ ପୁଣି ଅଭିନନ୍ଦନ ଜଣାଇଲେ । କବି କହିଲେ, “ପଧାନେ! ଏଥର ବି ମୋ ପ୍ରେରଣାର ଉତ୍ସ ତମେ ।”

ପଧାନେ କହିଲେ “ସତେ? ବାଟରେ ଗଲାବେଳେ କେତେ କଥା କହିଦିଏ । ତମେ ସିନା ମୋ ଭାବ ଚିହ୍ନିଲ!”

କବି ଘରକୁ ଯାଇ ଆଉ ଏକ ଦୀର୍ଘ କବିତା ଲେଖିଲେ । ତାହାର ପ୍ରଥମ କେଇ ଧାଡି ଏମିତି:

ଜୀବନ ବାଟରେ କେତେ ଯେ ପଡିଛି

                                                ମାଟି ଗୋଡି ସହ ମଣି,

ଚିହ୍ନରା ବାଟୋଇ ତୋଳି ନିଏ ସିନା

                                                ହୀରା କିଏ ବୋଲି ଜାଣି!

ଏ କବିତା ସେ ଏଥର ଯାଇ ରାଜଦରବାରରେ ପଢିଲେ । ରାଜା ଏଡେ ଖୁସି ହେଲେ ଯେ କବିଙ୍କୁ ଗୋଟିଏ ସମ୍ବର୍ଦ୍ଧନା ଦେବାର ବ୍ୟବସ୍ଥା କଲେ । ଏକଥା ପ୍ରଚାର ହୋଇଗଲା । ସମ୍ବର୍ଦ୍ଧନା ସଭା ଦିନ ରଘୁ ପ୍ରଧାନ ବି ଦରବାରରେ ଯାଇ ପହଁଚିଗଲେ । ସଭା ଆରମ୍ଭ ପୂର୍ବରୁ ପଧାନେ ରାଜାଙ୍କୁ ଦେଖି ଆଉ ସମ୍ଭାଳି ପାରିଲେ ନାହିଁ । ସେ କହିଲେ, “ମହାରାଜ, ଆପଣ ବିଶ୍ୱାସ କରିବେ କି ନା ତା ତ ମୁଁ ଜାଣେ ନା, କିନ୍ତୁ କବି ବିନୟଭୂଷଣଙ୍କର ସମସ୍ତ କବିତା ମୁଁ ହିଁ ଉଚ୍ଚାରଣ କରିଥିବା ଜ୍ଞାନ ଭିତରୁ ଜାତ ।”

ସେ ଏକଥା କହିବା ବେଳକୁ କବି ଆସି ସେଠାରେ ପହଁଚିଗଲେ ଓ କହିଲେ, “ମହାରାଜ, ଏହା ସତ୍ୟ ।” କବି ତା’ପରେ ପ୍ରଧାନଙ୍କର କେଉଁ ବାକ୍ୟ ତାଙ୍କୁ କେଉଁ କବିତାର ପ୍ରେରଣା ଦେଇଥିଲା, ସେକଥା ସେ ଗପିଗଲେ ।

ପଧାନେ ଆନନ୍ଦିତ ହୋଇ କହିଲେ, “ମହାରାଜ, କବିଙ୍କ ପୁରସ୍କାରରୁ ମୋତେ ବି କିଛି ଅଂଶ ମିଳିବା ଉଚତ୍ । ନୁହେଁ କି?”

ଏହାପରେ ସେ ରାଜା ତାଙ୍କ ଉଦ୍ୟାନରୁ ଖଣ୍ଡିଏ ଆଖୁ ମଗାଇ ଆଣି କହିଲେ, “ପଧାନେ, ଏ ଆଖୁ କେଉଁଠୁ ଆସିଲା?”

ତହୁଁ ପଧାନେ କହିଲେ “ଆଜ୍ଞା, ମାଟିରୁ ଆସିଲା ।”

ପୁଣି ରାଜା ପଚାରିଲେ “ଆଚ୍ଛା, ତମେ ଏ ଆଖୁ ଚୋବାଇ ପାରିବଟି?”

ତା’ପରେ ପଧାନେ ରାଜାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେ “ନିଶ୍ଚୟ! ଆନନ୍ଦରେ ଚୋବାଇବି ।”

ରାଜା ପଚାରିଲେ “ତେବେ ଏ ଆଖୁ ତ ମାଟିରୁ ଜନ୍ମିଛି?”

ପଧାନେ ପୁଣି କହିଲେ “ହଁ, ଆଜ୍ଞ, ମାଟିରୁ ।”

ରାଜା ପ୍ରଶ୍ନକଲେ “ତମେ ଆଖୁ ନ ଚୋବାଇ ମାଟି ଚୋବାଇବ?”

ଏଥର ସେ ପଧାନେ ଚୁପ୍ ରହିଲେ । ଏଣେ ସମସ୍ତେ ହସିଲେ ।

ପରିଶେଷରେ ରାଜା ବୁଝାଇ ଦେଲେ, “କବିତ୍ୱ ଏହି ଆଖୁପରି । ସାଧାରଣ ଭାବରେ ଆମର ଯେଉଁ ଜ୍ଞାନ ଥାଏ, ତାହାହିଁ କବିତ୍ୱର ଉତ୍ସ ହୋଇପାରେ, କିନ୍ତୁ କବିତ୍ୱ ଓ ଉତ୍ସ ଏକ ନୁହେଁ । ମାଟି ତା’ ନିଜ ଗୁଣରେ ମହତ୍ ।” ତମ ଜ୍ଞାନ ବି ଠିକ୍ ସେମିତି ତା’ ନିଜ ଗୁଣରେ ମହତ୍ । କିନ୍ତୁ କବିତ୍ୱ ଯାହାଠିଁ ସ୍ଫୁରିତ ହେବ, ସେ ହେଲା କବି । ତମର କଥା ତ ଅନେକେ ଶୁଣୁଥିବେ । ମାତ୍ର କବିତା ଲେଖିଲେ ଜଣେ । ତମ କଥା ନ ଶୁଣିଥିଲେ ବି ସେ ଆଉ କାହା କଥାକୁ ଭିତ୍ତି କରି କବିତା ଲେଖିଥାନ୍ତେ! କିନ୍ତୁ କବିତ୍ୱ ନଥିଲେ ତମେ ଯେତେ ବକ୍ ବକ୍ କଲେ ବି ତମ ଶ୍ରୋତା ଲେଖି ପାରନ୍ତା ନାହିଁ ।”

ପଧାନେ କହିଲେ “ମଣିମା! ଏଥର ମୁଁ ସବୁକିଛି ବୁଝିଗଲି ।”

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

loading...