ରାକ୍ଷସ ଓ ଦୁଇ ବନ୍ଧୁ

ସହରଠାରୁ ବହୁ ଦୂରରେ ଅବସ୍ଥିତ ଏକ ଗ୍ରାମରେ ଦୁଇଜଣ ସାଙ୍ଗ ରହୁଥିଲେ । ଏକ ବିଚିତ୍ର ପରିସ୍ଥିତିରେ ସେମାନଙ୍କ ମଧ୍ୟରେ ବନ୍ଧୁତା ସ୍ଥାପିତ ହୋଇଥିଲା । ମୈତ୍ର ଜନ୍ମରୁ ଅନ୍ଧ ଥିଲା ଓ ଫୁକାନ୍ ଜନ୍ମରୁ ଛୋଟା ଥିଲା । ସେମାନେ ଗ୍ରାମ ନିକଟରେ ଥିବା ବରଗଛ ପାଖରେ ପରସ୍ପରକୁ ଭେଟୁଥିଲେ ଓ ଗପସପରେ କିଛି ସମୟ ବିତାଉଥିଲେ ।

                ବିହୁ ଉତ୍ସବ ପାଳିତ ହେଉଥାଏ । ଗ୍ରାମର ସବୁ ଲୋକ ସେହି ଉତ୍ସବର ଆନନ୍ଦରେ ମସ୍ଗୁଲ୍ ଥାଆନ୍ତି । ସେମାନେ ଏକ ନୂତନ ଯୋଜନା ପ୍ରସ୍ତୁତ କଲେ । ମୈତ୍ର ଫୁକାନ୍କୁ କାନ୍ଧରେ ବସାଇ ନେଇଯିବ । ମୈତ୍ରର ଗୋଡ ଫୁକାନ୍ର ଗୋଡ ଅପେକ୍ଷା ଖୁବ୍  ଶକ୍ତ ଓ ଦୃଢ ଥିଲା । ଆଉ ଫୁକାନ୍ ଦେଖି ପାରୁଥିବାରୁ ମୈତ୍ରକୁ ବାଟ ଦେଖାଇବ ।

                ସେମାନଙ୍କର ଯୋଜନା ଫଳପ୍ରଦ ହେଲା । ମେଳା ସରିଗଲା ପରେ ବି ସେମାନେ ଏହି ଅଭ୍ୟାସ ଜାରୀ ରଖିଲେ ।

                ଦିନେ ବିଶ୍ରାମ ନେଉଥିବା ସମୟରେ ମୈତ୍ର କହିଲା, “ସାଙ୍ଗ! ଆମେ ଆଉ କେତେଦିନ ଏଇ ଗାଁରେ ରହିବା! କାମଧନ୍ଦା କିଛି କରିବା କି ନାହିଁ? ଚାଲ, ଆମେ ଏଥର ଏଠାରୁ ବାହାରକୁ ଯିବା ଓ କିଛି କାମ କରିବା ।” ମୈତ୍ର ଏହିଭଳି ପ୍ରସ୍ତାବ ଦେଲା ।

                କିନ୍ତୁ ଫୁକାନ୍ କୁଣ୍ଠିତ ହୋଇ ଉତ୍ତର ଦେଲା, “ମୈତ୍ର! ମୋ ମନରେ କିନ୍ତୁ ଭୟ ରହୁଛି । ମୋତେ ଏଇ ଗ୍ରାମ ପାଖରେ କାନ୍ଧରେ ବସାଇ ବୁଲିବା କଥା ଠିକ୍ । କିନ୍ତୁ ଆମେ ଏଠାରୁ କେତେ ଦୂରରେ ଥିବା ସହରକୁ ଯିବା…”

                ଫୁକାନ୍ର କଥା ଶେଷ ହେବାକୁ ସୁଯୋଗ ନ ଦେଇ ମୈତ୍ର କହିଲା, “କିଛି ଚିନ୍ତା କରନି! ମୁଁ କ୍ଳାନ୍ତ ଅନୁଭବ କଲା ମାତ୍ରେ ଯେଉଁଠି ପାରେ ସେଇଠି ବିଶ୍ରାମ ନେଇ ପାରିବି । ମନେରଖ, ତୁମର ସାହାଯ୍ୟ ବିନା ମୁଁ ପାଦେ ବି ଆଗକୁ ଚାଲି ପାରିବି ନାହିଁ ।”

                ତା’ ପରଦିନ ସକାଳେ ସେ ଦୁଇବନ୍ଧୁ ନିକଟସ୍ଥ ଗନ୍ତବ୍ୟ ସ୍ଥାନକୁ ସେମାନଙ୍କର ଦୁଃସାହସିକ ଯାତ୍ରା ଆରମ୍ଭ କଲେ ।

                ଗୋଟିଏ ସ୍ଥାନରେ ଫୁକାନ୍ ଗୋଟିଏ ଗଛ ତଳେ ପଡିଥିବା ଢୋଲଟିଏ ଦେଖିବାକୁ ପାଇଲା । ସମ୍ଭବତଃ ଢୋଲ ବଜାଇ ଶିଖିଥିବା କୌଣସି ଲୋକ ଭୁଲବଶତଃ ସେଠାରେ ସେଇଟିକୁ ଛାଡି ଯାଇଥିଲା । ମୈତ୍ର ସାଙ୍ଗରେ ଢୋଲଟିକୁ ନେଇଯିବାକୁ ପରାମର୍ଶ ଦେଲା ।

                କିଛି ସମୟ ପରେ, ସେମାନେ ଗୋଟିଏ କୁଅ ପାଖରେ ଯାଇ ପହଁଚିଲେ । ସେମାନେ କୁଅରୁ ପାଣି କାଢି ନିଜ ନିଜର ଶୋଷ ମେଂଟାଇଲେ । ସେଠାରେ ଖଣ୍ଡେ ଦଉଡି ପଡିଥିବାର ଦେଖି ସେଇଟିକୁ ମଧ୍ୟ ସେମାନେ ଉଠାଇ ନେଲେ । ଫୁକାନ୍ ଢୋଲରେ ଦଉଡି ଖଣ୍ଡକ ବାନ୍ଧି ଦେଇ ତାକୁ ନିଜ କାନ୍ଧରେ ଝୁଲାଇ ଦେଲା । ଆଉ କିଛି ବାଟ ଆଗକୁ ଗଲାପରେ ଗୋଟିଏ ପୋଖରୀ ପାଖରେ ସେମାନେ ଯାଇ ପହଁଚିଲେ । ସେହି ପୋଖରୀ ଚାରିପଟେ ବଡ ବଡ ଗଛ ଥିଲା । ଛାଇ ଜାଗା ଦେଖି ପୋଖରୀ କୂଳରେ, ଘାସ ଉପରେ ସେମାନେ ବିଶ୍ରାମ ନେଲେ ।

                ଏତିକିବେଳେ ଫୁକାନ୍ ଲକ୍ଷ୍ୟ କଲା ଯେ, ଗୋଟିଏ କଇଁଛ ସେମାନଙ୍କ ଆଡକୁ ଚାଲି ଆସୁଛି । ସେ ମୈତ୍ରକୁ ଏହା ଜଣାଇ କହିଲା, “ଆମେ ଏହାକୁ ସାଙ୍ଗରେ ନେଇଯିବା କି ଏଠାରେ ଛାଡି ଦେଇଯିବା?”

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

loading...