ରାକ୍ଷସ ଓ ଦୁଇ ବନ୍ଧୁ

                ମୈତ୍ର ପଚାରିଲା “କିନ୍ତୁ ଆମେ ଏ କଇଁଛଟାକୁ ସାଙ୍ଗରେ ନେଇ କ’ଣ କରିବା?”

                ତହୁଁ ଫୁକାନ୍ କହିଲା “ହୁଏତ ଏହା ଆମର କିଛି କାମରେ ଆସିପାରେ । ମୁଁ ଭାବୁଛି ସିଏ ଆମକୁ ଲକ୍ଷ୍ୟ କରି ହିଁ ଏଠାକୁ ଆସିଛି । ହୁଏତ ସିଏ ଆମ ସହିତ ଯିବାକୁ ଚାହୁଁଛି ।”

                ମୈତ୍ର ଫୁକାନ୍ କଥାରେ ରାଜି ହେଲା । ସେ ଦଉଡିର ଅପରପାଖରେ କଇଁଛକୁ ବାନ୍ଧିଦେଲା ଓ କାନ୍ଧରେ ତାକୁ ଝୁଲାଇ ଦେଲା । ତା’ପରେ ସେମାନେ ତାଙ୍କ ଯାତ୍ରା ପୁଣି ଆରମ୍ଭ କଲେ । ସେତେବେଳକୁ ଧୀରେ ଧରେ ଅନ୍ଧାର ହୋଇ ଆସୁଥିଲା । ସେମାନେ ଗୋଟିଏ ଜଙ୍ଗଲରେ ଯାଇ ପହଁଚିଲେ । ମୈତ୍ର କ୍ଳାନ୍ତ ଅନୁଭବ କରି କହିଲା, “ଏଥର ଆମେ ଏଠାରେ ରାତି ବିତାଇବା ପାଇଁ ସ୍ଥାନ ଖୋଜିବା ।” ଫୁକାନ ମୈତ୍ରର କାନ୍ଧ ଉପରେ ଠିଆ ହୋଇ ଚାରିଆଡକୁ ଚାହିଁଲା । ତା’ପରେ ଫୁକାନ୍ କହିଲା “ମୁଁ କିଛି ଦୂରରେ ଗୋଟିଏ ଘର ଦେଖି ପାରୁଛି । ଚାଲ ଆମେ ଏବେ ସେଠିକୁ ଯିବା ।”

                ଆଖପାଖରେ କେହି ଦିଶୁ ନ ଥିଲେ । ସେମାନେ ଘର ଭିତରକୁ ପ୍ରବେଶ କଲେ । ଗୋଟିଏ କୋଠରୀ ଭିତରୁ ଭାରି ଘୁଙ୍ଗୁଡି ଶୁଭୁଥିଲା । ଫୁକାନ୍ ଦେଖିଲା ଯେ, ସେଠାରେ ଗୋଟିଏ କଦାକାର ଦୈତ୍ୟ ଶୋଇ ଘୁଙ୍ଗଡି ମାରୁଛି । ତାକୁ ଦେଖି ଦୁଇସାଙ୍ଗ ଖୁବ୍ ଡରିଗଲେ । କିନ୍ତୁ ସେତେବେଳକୁ ରାତି ହୋଇ ସାରିଥିଲା । ସେତେବେଳେ ସେମାନଙ୍କ ପକ୍ଷରେ ଆଉ ଗୋଟିଏ ଆଶ୍ରୟସ୍ଥଳ ଖୋଜିବା ଆଦୌ ସମ୍ଭବପର ନ ଥିଲା । ହଠାତ୍ ଫୁକାନ୍ ଲକ୍ଷ୍ୟ କଲା ଯେ, ରାକ୍ଷସ ଶୋଇଥିବା ଗୋଟିଏ କୋଠରୀକୁ ବାହାରପଟୁ ବନ୍ଦ କରାଯାଇପାରିବ । ଏଣୁ ସେ କୌଣସି ଶବ୍ଦ ନକରି କବାଟ ବାହାର ପଟୁ ବନ୍ଦ କରିଦେଲା ଓ ସେମାନେ ଅନ୍ୟ କୋଠରୀକୁ ଶୋଇବା ପାଇଁ ଚାଲିଗଲେ, ଯାହାକୁକି ଭିତରପଟୁ ବନ୍ଦ କରି ହେବ ।” ସେମାନଙ୍କର ସୌଭାଗ୍ୟକୁ ସେହି କୋଠରୀରେ ପ୍ରଚୁର ଖାଦ୍ୟଦ୍ରବ୍ୟ ଥିଲା । ଦୁଇ ବନ୍ଧୁ ମନ ଖୁସିରେ ପେଟ ପୂରାଇ ସେସବୁ ଖାଇଲେ ଓ ବିଶ୍ରାମ ନେଲେ । ମାତ୍ର ଫୁକାନ୍ ଥରକୁ ଥର ରାକ୍ଷସ ଶୋଇଥିବା ଘରର ଝରକାର ଫାଙ୍କ ଦେଇ ଉଙ୍କିମାରୁଥାଏ ଓ ରାକ୍ଷସର ଗତିବିଧିକୁ ଲକ୍ଷ୍ୟ କରୁଥାଏ ।

ହଠାତ୍ କଇଁଛଟି ଚାଲିବାକୁ ଆରମ୍ଭ କରିବାରୁ ଢୋଲ ତଳେ ଖସି ପଡିଲା ଓ ଜୋର୍ରେ ଶବ୍ଦ ହେଲା । ଏତେ ଜୋର୍ରେ ଶବ୍ଦ ହେଲା ଯେ ରାକ୍ଷସର ନିଦ ଭାଙ୍ଗିଗଲା । ସେ ଉଠିବା କ୍ଷଣି ବାହାରକୁ ଆସିବାକୁ ଚେଷ୍ଟା କଲା । ମାତ୍ର ଦ୍ୱାର ବାହାରପଟୁ ବନ୍ଦ ଥିବାରୁ ସେ ଆଶ୍ଚର୍ଯ୍ୟ ହୋଇ  ଚିତ୍କାର କଲା, “ମୋ ଘରେ ପଶି, ମୋ ସହିତ ଫେଚକାମୀ କରିବା ପାଇଁ କିଏ ସାହସ କରିଛି? କବାଟ ଖୋଲ୍!” ଏପରି ରଡି ଛାଡି ସେ କବାଟ ଖୁବ୍ ଜୋର୍ରେ ବାଡେଇଲା ।

ତା’ପରେ କିଛି ସମୟ ପାଇଁ ଶବ୍ଦ ବନ୍ଦ ହୋଇଗଲା । ମୈତ୍ର ଫୁକାନ୍ କାନରେ ଧୀରେ କହିଲା, “ଆମକୁ ତା’ର ଶବ୍ଦଠାରୁ ଅଧିକ ଜୋର୍ରେ ଶବ୍ଦ କରି ଉତ୍ତର ଦେବାକୁ ପଡିବ ।” ଫୁକାନ୍ ଢୋଲଟିକୁ ପାଖକୁ ଆଣି ଜୋର୍ରେ ବାଡେଇଲା । ତା’ର ଶବ୍ଦ କବାଟ ବାଡେଇବା ଓ ରାକ୍ଷସର  ଚିତ୍କାର ଠାରୁ ମଧ୍ୟ ଯଥେଷ୍ଟ ଅଧିକ ଥିଲା । ରାକ୍ଷସ ଏତେ ଜୋର୍ ଶବ୍ଦ ଶୁଣି ଭାବିଲା, “ଆରେ କୋଠରୀରେ ମୋ ଠା’ରୁ ଅଧିକ ଶକ୍ତିଶାଳୀ ରାକ୍ଷସଟାଏ ରହିଛି ନା’ କ’ଣ?” ତା’ପରେ ସେ ପଚାରିଲା, “ତୁମେ କିଏ?”

ମୈତ୍ର କଠୋର ଗଳାରେ ଉତ୍ତର ଦେଲା, “ଆଗେ କୁହ, କିଏ ତୁମେ?”

ଉତ୍ତର ଆସିଲା – “ମୁଁ ଗୋଟିଏ ରାକ୍ଷସ ।”

ମୈତ୍ର ଅତି ବଡପାଟିରେ ଉତ୍ତର ଦେଲା “ମୁଁ ହେଉଛି ରାକ୍ଷସଙ୍କର ରାଜା ।”

“ତୁମେ ମିଛ କହୁଛ । ତୁମେ ରାକ୍ଷସ-ରାଜା ବୋଲି କ’ଣ ପ୍ରମାଣ ଦେଇ ପାରିବ?” ମୈତ୍ର ସେହିପରି ସ୍ୱରରେ କହିଲା – “ରାକ୍ଷସ ନିଜର ଶକ୍ତିର ପରିଚୟ ଦିଅ ।”

ଏହା ଶୁଣି ରାକ୍ଷସ ତା’ ମୁଣ୍ଡରୁ ଗୋଟିଏ ଚୁଟି ଉପାଡି ଆଣି ସେଇଟିକୁ ଆରପଟ କୋଠରୀର ଝରକା ଭିତରକୁ ଫିଙ୍ଗିଦେଲା । ଚଟାଣରେ ଧପାସ୍ କିନା ଶବ୍ଦ କରି ସେଇ ଚୁଟି ଖଣ୍ଡିକ ପଡିଗଲା । ତା’ପରେ ସେ ରାକ୍ଷସ କହିଲା ଏଇଟା ମୋ ମୁଣ୍ଡର ମାତ୍ର ଗୋଟିଏ ଚୁଟି । ଏଥିରୁ ମୋର ବଳ କଥା ତୁମେ ଠିକ୍ ଅନୁମାନ କରି ପାରୁଥିବ ।”

ମୈତ୍ର ଫୁକାନ୍କୁ କାନ୍ଧରେ ବସାଇ କହିଲା, “ଏଇ ଦଉଡି ଖଣ୍ଡକ ନେଇ ଆର ପଟକୁ ଏହାକୁ ଫିଙ୍ଗିଦିଅ ।” ତା’ପରେ ସେ  ଚିତ୍କାର କଲା, “ତୁମେ ମୋ ଚୁଟି କେତେ ମୋଟା, ଦେଖି ପାରୁଛ କି ନାହିଁ । ମାତ୍ର ଗୋଟାଏ ଚୁଟିରେ ମୁଁ ତୁମର ହାତ ଗୋଡ ବାନ୍ଧି ପକାଇବି ।”

ଏତେବେଳେକେ ସେ ରାକ୍ଷସ ସତସତିକା ଡରିଗଲା । ପୁଣି କେମିତି ତା’ର ଶକ୍ତି କଥା ସେ ପ୍ରମାଣ କରିବ? ଏହା ଭାବି ସେ ତା’ର ମୁଣ୍ଡରୁ ଗୋଟିଏ ଉକୁଣୀ ଖୁମ୍ପି ଆଣିଲା । ତା’ପରେ ସେଇଟିକୁ ଝରକା ଆରପଟକୁ ପକାଇ ଦେଇ ସେ କହିଲା, “ଦେଖୁଛୁ, ମୋ ମୁଣ୍ଡରେ କେତେ ବଡ ଉକୁଣୀ! ଠିକ୍ ବେଙ୍ଗ ପରିକା! ଏଥରକ ଜାଣି ପାରୁଥିବ, ମୁଁ ତୁମଠାରୁ କେତେ ବଳୁଆ!” ମନରେ ବହୁତ ବଡ ଆଶା ରଖି ସେ  ରାକ୍ଷସ ଏତକ କହିଲା ।

ମୈତ୍ର ଏହାର କ’ଣ ଉତ୍ତର ଦେବ ଚିନ୍ତା କରି ପାରିଲା ନାହିଁ । କିନ୍ତୁ ଫୁକାନ୍ କଇଁଛ କଥା ମନେ ପକାଇ ଦେଲା । ସେ କଇଁଛକୁ ଟାଣି ଆଣି ଆରପଟକୁ ତାକୁ ପକାଇ ଦେଇ କହିଲା, “ମୁଁ ତୁମ ମୁଣ୍ଡର ଉକୁଣୀକୁ ପାଦରେ ଦଳିଦେଇ ପାରିବି । ତୁମେ ଦେଖି ମୋ ଉକୁଣୀକୁ ପାଦରେ ଦଳି ପାରୁଛ କି ନାହିଁ?”

ଏଭଳି ଧମକ ଶୁଣି ରାକ୍ଷସ ରାଗରେ କଇଁଛ ଉପରେ ପାଦ ପକାଇ ତାକୁ ଦଳିଲା । ମାତ୍ର ସେ କଇଁଛର ଖୋଳପା ଏତେ ଟାଣ ଥିଲା ଯେ, ତାହା କଦାପି ମଧ୍ୟ ଭାଙ୍ଗିଲା ନାହିଁ । ଏତେବେଳକେ ଯାଇ ସେ ରାକ୍ଷସ ବୁଝି ପାରିଲା ଯେ, ତା’ର ପ୍ରତିପକ୍ଷ ତା’ଠାରୁ ବି ଅଧିକ ବଳଶାଳୀ । ତେଣୁ ସେ ଆଉ ଏକ ଉପାୟ ଚିନ୍ତା କଲା ।

“ଠିକ୍ ଅଛି । ମୁଁ ତୁମର ବନ୍ଧୁ ହେବାକୁ ଚାହେଁ । ତୁମେ ଏଥର ବାହାରକୁ ଆସ । ଆମେ ଏଠାରେ ସାଙ୍ଗ ହୋଇ ରହିବା ।”

ମୈତ୍ର ଉତ୍ତର ଦେଲା “ମୋଟେ ନୁହେଁ । ଦୁଇଟି ରାକ୍ଷସ କେବେ ବି ଏକାଠି ରହିପାରିବେ ନାହିଁ । ତୁମର ଉକୁଣୀ ଏତେ ସୁଆଦ ଲାଗୁଚି । ତେବେ ତୁମର ମାଂସ ତ ତା’ଠାରୁ ବି ବେଶି ସୁଆଦିଆ ହୋଇଥିବ । ଯଦି ତୁମେ ଏହି ସ୍ଥାନ ଛାଡି ଚଂଚଳ ଚାଲି ନ ଯିବ, ତେବେ ମୁଁ ତୁମକୁ ଆଜି ଦିନବେଳେ ଓ ରାତିରେ ଭୋଜନ କରିବି । ଚଂଚଳ ବାହାରକୁ ଆସ ।”

“ନା’, ନା’, ମୁଁ ଏବେ ଏଠାରୁ ପଳାଇ ଯାଉଛି । ତୁମେ ଏଠାରେ ରୁହ ଓ ମୋର ସବୁ ଧନସମ୍ପତ୍ତି ବି ନେଇଯାଅ ।” ଏତିକି କଥା କହି ରାକ୍ଷସ ସେଠାରୁ ପ୍ରାଣ ବିକଳରେ ଧାଇଁ ପଳାଇଲା ।

ମୈତ୍ର ଓ ଫୁକାନ୍ ବାହାରକୁ ଆସି ଲକ୍ଷ୍ୟ କଲେ ଯେ, ରାକ୍ଷସର କୌଣସି ନାମଗନ୍ଧ ବି ସେଠାରେ ଆଉ ନାହିଁ । ସେମାନେ ଆଉ ଗୋଟେ କୋଠରୀକୁ ଯାଇ ଲକ୍ଷ୍ୟ କଲେ ଯେ ସେଠାରେ ରାକ୍ଷସର ପ୍ରଚୁର ଧନ ସମ୍ପତ୍ତି ଠୁଳ ହୋଇ ରହିଛି । ସେମାନେ ଯେତିକି ବୋହି ପାରିବେ ସେତିକି ଧନ ସମ୍ପତ୍ତି ଥଳୀରେ ଭରି କଲେ । ଫୁକାନ୍ ପାଖରେ ଥୁଆ ହୋଇଥିବା ଗୋଟିଏ ଶିଶିରେ ଥିବା ଅଞ୍ଜନକୁ ମୈତ୍ର ହାତକୁ ବଢାଇ ଦେଇ ସେ କହିଲା, “ଏହାକୁ ଆଖିରେ ବୋଳି ଦିଅ ଯେ’ ତୁମକୁ ସବୁ ଦେଖାଯିବ ।” ସତକୁ ସତ ତାହା ହିଁ ହେଲା । ଆଉ ଗୋଟିଏ ଶିଶିରେ କିଛି ତୈଳ ଥିଲା । ଫୁକାନ୍ ତା’କୁ ଆଣି ନିଜ ଗୋଡରେ ଲଗାଇବାରୁ ତା’ର ଗୋଡ ମଧ୍ୟ ଭଲ ହୋଇଗଲା ।

ଏବେ ସେ ଦୁଇ ବନ୍ଧୁଙ୍କର ଖୁସି କହିଲେ ନ ସରେ । ସେମାନେ ଗ୍ରାମକୁ ଫେରି ଆସି ଗୋଟିଏ ବିରାଟ ପ୍ରାସାଦ ତୋଳାଇଲେ ଓ ସେଠାରେ ଖୁସିରେ ରହିଲେ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

loading...