ରାଜକୁମାରୀ ସୌଦାମିନୀ – Odia Gapa

ରାଜକୁମାରୀ ସୌଦାମିନୀ

ଏଇପର୍ଯ୍ୟନ୍ତ ଗଳ୍ପଟି କହି ସୌଦାମିନୀ ତା’ର ପିତାଙ୍କୁ କହିଲା, “ବାବା ଏ କ୍ଷେତ୍ରରେ କନକପ୍ରଭା କାହାକୁ ବିବାହ କରିବେ? କୌଣ୍ଡିନ୍ୟ ଦେଶର ଯୁବରାଜଙ୍କୁ ନା ରାଜଶେଖରଙ୍କୁ ନା ଗନ୍ଧର୍ବଙ୍କୁ? ଏହାହିଁ ଏହି ଗଳ୍ପର ସମସ୍ୟା । ମୋତେ ବିବାହ କରିବାକୁ ଆସୁଥିବା ଯୁବକମାନଙ୍କୁ ଆପଣ ଏହି ପ୍ରଶ୍ନହିଁ ପଚାରିବେ, ଯିଏ ଏ ଗଳ୍ପ ଶୁଣିବା ପରେ ନ୍ୟାୟସଙ୍ଗତ ଭାବରେ ସମାଧାନ କରିଦେବ ମୁଁ ତାକୁହିଁ ବିବାହ କରିବି ।”

                ଇତିମଧ୍ୟରେ ଅନେକ ଦିନ ବିତିଯାଇଥାଏ, ଅନେକ ରାଜପୁତ୍ର ଏ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରି ବିଫଳ ହୋଇ ଫେରି ଯାଇଛନ୍ତି । ରାଜା ବଡ ଚିନ୍ତିତ ଥା’ନ୍ତି । ସେ ଭାବୁଥା’ନ୍ତି, “ଯଦି ଏମିତି ହୋଇ ଚାଲିବ ତେବେ କ’ଣ ମୋ ଝିଅ ଆଜୀବନ ଚିରକୁମାରୀ ହୋଇ ରହିଯିବ?”

                ଏଇ ସମୟରେ ରାଜାଙ୍କର ଅତି ପ୍ରିୟ ବନ୍ଧୁ ରାଜା ବିଚିତ୍ରସେନଙ୍କ ପୁତ୍ର ଚନ୍ଦ୍ରହାସ ନିଜ ରାଜ୍ୟର କୌଣସି କାର୍ଯ୍ୟ ବିଷୟରେ ପିତାଙ୍କର ପତ୍ର ନେଇ ଆସି ସେହି ରାଜ୍ୟରେ ପହଁଚିଲେ ।

                ସେହି ପତ୍ରରେ ଲେଖାଥିଲା – “ପ୍ରିୟ ବନ୍ଧୁ ଅନଙ୍ଗ, ତମେ ଜାଣ ଯେ ତିନିପିଢି ଧରି ମୋ ରାଜ୍ୟ ପଡୋଶୀ ରାଜ୍ୟ କହ୍ଲଣ ଦ୍ୱାରା ପରାଜିତ ହୋଇ, ତାହାର ଏକ ସାମନ୍ତରାଜ୍ୟ ରୂପେ ତିଷ୍ଠି ରହିଛି, କହ୍ଲଣର ବର୍ତ୍ତମାନ ରାଜା ବିକର୍ଣ୍ଣ ତା’ର ପୂର୍ବପୁରଷଙ୍କଠାରୁ ଅଧିକ କ୍ରୁର ଓ କୁତ୍ସିତ ସ୍ୱଭାବସମ୍ପନ୍ନ । ସେ ମୋତେ ରାଜଗାଦିରୁ ବିଚ୍ୟୁତ କରି ନିଜେ ରାଜ୍ୟ ଦଖଲ କରିବାକୁ ବସିଛି । ମୁଁ ଏବେ ବୟସରେ ବୃଦ୍ଧ । ଯଥା ଶୀଘ୍ର ମୁଁ ଚନ୍ଦ୍ରହାସର ରାଜ୍ୟାଭିଷେକ କରିବାକୁ ଚାହେଁ । ବିକର୍ଣ୍ଣର ନୀଚ୍ଚସ୍ତରର ଷଡଯନ୍ତ୍ର ସବୁ ଦେଖି ଚନ୍ଦ୍ରହାସ ତା’ ଉପରେ ଅତ୍ୟନ୍ତ ରୁଷ୍ଟ ହୋଇଅଛି । ସେନା ସଂଗଠନ କରି ସେ ଯୁଦ୍ଧରେ ବିକର୍ଣ୍ଣ ସହିତ ମୁକାବିଲା କରିବାକୁ ପ୍ରସ୍ତୁତ । ସେଥିପାଇଁ ସେ ଅନେକ ପାହାଡୀ ଜାତିର ଯୁବକମାନଙ୍କ ସୈନ୍ୟ ବିଭାଗରେ ନେଇ ସେମାନଙ୍କୁ ଶିକ୍ଷା ଦେଉଛି । ଏ ପରିସ୍ଥିତିରେ ତମେ ଯଦି କିଛି ସୈନ୍ୟ ଓ କିଛି ଆର୍ଥିକ ସାହାଯ୍ୟ ଦେଇପାରନ୍ତ ତେବେ ସେ ଅଧିକ ଉତ୍ସାହୀ ହୋଇ କାର୍ଯ୍ୟ କରନ୍ତା ଓ ବିଜୟ ହାସଲ କରିବା ପାଇଁ ତାକୁ ବହୁତ ସାହାଯ୍ୟ ହୁଅନ୍ତା ।”

                ଅନଙ୍ଗବର୍ମା ସେହି ପତ୍ର ପଢି ବହୁତ ଖୁସି ହେଲେ । ସେ ଚନ୍ଦ୍ରହାସକୁ କହିଲେ, “ପୁଅ, ସୈନିକ ଓ ଆଥିର୍କ ସହାୟତା ତ ମୁଁ ତୁମକୁ ଅବଶ୍ୟ ଦେବି । ତେବେ ମୁଁ ଏବେ ଏକ ମାନସିକ କଷ୍ଟ ଭିତରେ ରହି ଗତି କରୁଛି । ସେ ସମସ୍ୟାଟି ସମାଧାନ ହୋଇଗଲେ ମୁଁ ତୁମକୁ ଆହୁରି ଅଧିକ ଉତ୍ସାହର ସହିତ ସାହାଯ୍ୟ କରିପାରିବି ।”

                ଚନ୍ଦ୍ରହାସ କହିଲେ “ଆପଣ ଦୟାକରି ମୋତେ ଆପଣଙ୍କ ସମସ୍ୟାଟି କହିବେ କି? ମୁଁ ଯଦି କିଛି କରିପାରେ ।”

                ଅନଙ୍ଗବର୍ମା ଅଳ୍ପ ସଙ୍କୋଚ କରି ନିଜର କନ୍ୟାର ବିବାହ ସର୍ତ୍ତ ବିଷୟରେ ସବୁକଥା କହିଲେ । ସେ କହିଲେ, “ଏ ପର୍ଯ୍ୟନ୍ତ ଯେତେ ଯେତେ ରାଜପୁତ୍ର ସବୁ ଆସିଛନ୍ତି, ସେମାନେ ହୁଏତ ଏ ତିନି ବରଙ୍କ ମଧ୍ୟରୁ ଜଣଙ୍କର ନାମ କହିଛନ୍ତି କିନ୍ତୁ କୌଣସି ସନ୍ତୋଷଜନକ କାରଣ ନିର୍ଦ୍ଧେଶ କରି ନାହାଁନ୍ତି ।”

                ଚନ୍ଦ୍ରହାସ କହିଲେ “ଆଚ୍ଛା ମୁଁ ଭାବି ଦେଖେ, ମୁଁ ଯଦି କିଛି କରିପାରେ ।”

                ରାଜା କହିଲେ “ପୁତ୍ର ଏହାଠାରୁ ବଳି ମୋର ଅଧିକ ଭାଗ୍ୟ ଆଉ କ’ଣ ବା ହୋଇପାରେ । ତମେ ଚିନ୍ତା କରି କୁହ ମୁଁ ଅଧୀର ଭାବରେ ଅପେକ୍ଷା କରି ରହିଥିବି ।”

                କିଛି ସମୟ ଚିନ୍ତା କରିବା ପରେ ଚନ୍ଦ୍ରହାସ କହିଲେ, “ତେବେ ଶୁଣନ୍ତୁ । କୌଣସି କନ୍ୟା ନିଜ ପିତାର ଏକ ସମ୍ପତ୍ତି ନୁହେଁ ଯେ କେବଳ ପିତାର ଇଚ୍ଛା ଅନୁସାରେ କନ୍ୟାର ବିବାହ ହେବ । ଗଳ୍ପରେ ଚିତ୍ରସେନ ତାଙ୍କ ବାଜି ହାରିଯାଇ କନକପ୍ରଭାକୁ ସଂପ୍ରଦାନ କରିବାକୁ କଥା ଦେଇଛନ୍ତି । ଏହା ତ ଅନ୍ୟାୟ ଗୋଟିଏ ଝିଅର ଭବିଷ୍ୟତ ଓ ସମଗ୍ର ଜୀବନ ପିତାର ଖିଆଲ ଉପରେ ନଷ୍ଟ କରିବା ଆଦୌ ଉଚିତ ନୁହେଁ ।”

                ଦ୍ୱିତୀୟରେ ଗନ୍ଧର୍ବ ବରୁଣଦତ କେବଳ କନକପ୍ରଭାର ସୌନ୍ଦର୍ଯ୍ୟରେ ମୋହିତ ହୋଇ ତାକୁ ବିବାହ କରିବାକୁ ଚାହେଁ । ହୁଏତ ଗନ୍ଧର୍ବ ମୁହଁରୁ ନିଜ ରୂପର ପ୍ରଶଂସା ଶୁଣି କନକପ୍ରଭା ମନେ ମନେ ତାକୁ ବିବାହ କରିବାକୁ ବସିଛନ୍ତି କିନ୍ତୁ ତାହା ମଧ୍ୟ ନ୍ୟାୟ ବା ଧର୍ମସଙ୍ଗତ ନୁହେଁ, ଏକେ ତ ସେ ମଣିଷ ନୁହଁ । ଦ୍ୱିତୀୟରେ ସେ କନକପ୍ରଭାକୁ ବିବାହ କଲା ପରେ ତାକୁ ସେ ଯଥେଷ୍ଟ ସମ୍ମାନ ଦେବ ନା ନାହିଁ ସେକଥା କେବେବି କୁହାଯାଇ ପାରିବ ନାହିଁ । ଶାରୀରିକ ସୌନ୍ଦର୍ଯ୍ୟ ତ ଆଜି ଅଛି କାଲି ନାହିଁ ସେତେବେଳେ ହୁଏତ ତା’ର ଆଉ ସେ ପ୍ରେମ ରହିବ ନାହିଁ । ସେମାନେ ପାର୍ଥିବ ପ୍ରାଣୀ ନୁହଁନ୍ତି ତେଣୁ ତାଙ୍କ ସୌନ୍ଦର୍ଯ୍ୟର କ୍ଷୟ ନାହିଁ କି ବୃଦ୍ଧିବି ନାହିଁ । କିନ୍ତୁ ମନୁଷ୍ୟର ସୌନ୍ଦର୍ଯ୍ୟ କ୍ଷୟଶୀଳ । ତେଣୁ କ୍ଷଣିକର ପ୍ରେମ ଯୋଗୁଁ ସାରା ଜୀବନ ପାଇଁ ଗନ୍ଧର୍ବ ଉପରେ ନିର୍ଭର କରିବା ଏକବାରେ ଭୁଲ୍ ।

                ତୃତୀୟରେ କନକପ୍ରଭାଙ୍କ ମା’ ରାଜଶେଖରକୁ କନ୍ୟାଦାନ କରିବାକୁ ମନସ୍ଥ କରିଛନ୍ତି କିନ୍ତୁ ପ୍ରତ୍ୟକ୍ଷ ଭାବରେ ତାହା ପ୍ରକାଶ ନକରି ସେ କହିଛନ୍ତି, “ମୁଁ ତୁମକୁ ଏକ ମୂଲ୍ୟବାନ ରତ୍ନ ଉପହାର ସ୍ୱରୂପ ଦେବି ।” ଏପରି କହିବା ଦ୍ୱାରା ସେ ସମୟ ନେଇ ଦେଖିବେ ଝିଅର ଇଚ୍ଛା ଅଛି ନା ନାହିଁ । ଅଥଚ ରାଜଶେଖରର ବୀରତ୍ୱ, ନମ୍ରତା, ବୁଦ୍ଧିମତା, ସୌନ୍ଦର୍ଯ୍ୟ, ଉଚ୍ଚକୂଳ ସବୁ ଜାଣି ମନେ ମନେ ସେ ନିଜର ଝିଅ ପାଇଁ ତାକୁ ବାଛିଛନ୍ତି । ତେଣୁ ଏ କ୍ଷେତ୍ରରେ କନକପ୍ରଭାଙ୍କର ରାଜଶେଖରଙ୍କ ସହ ବିବାହ ସର୍ବଥା ଉଚିତ୍ ଓ ନ୍ୟାୟସଙ୍ଗତ ମଧ୍ୟ ହେବ ।

                ଚନ୍ଦ୍ରହାସଙ୍କ ଏ ପ୍ରକାର ସମାଧାନ ଶୁଣି ଅନଙ୍ଗବର୍ମା ଖୁବ୍ ଆଶ୍ଚର୍ଯ୍ୟ ଓ ଆନନ୍ଦ ହୋଇ ଏ ଖବର ସୌଦାମିନୀ ପାଖକୁ ପଠାଇଲେ ।

                କିଛି ସମୟ ପରେ ସୌଦାମିନୀର ଜଣେ ସଖୀ ତାର ଏକ ପାଳିତ ଶୁକପକ୍ଷୀ ସହ ସେଠାରେ ଆସି ପହଁଚିଲା । ସେ ଚନ୍ଦ୍ରହାସକୁ କହିଲା, “ରାଜକୁମାରୀ ଆପଣଙ୍କ ସମାଧାନକୁ ସ୍ୱୀକାର କରିଛନ୍ତି । ସେ ଆପଣଙ୍କୁ ଶ୍ରଦ୍ଧା ଓ ସମ୍ମାନ ମଧ୍ୟ ଜଣାଇଛନ୍ତି । ଆପଣ ଗଳ୍ପଟିରେ କନକପ୍ରଭାଙ୍କର ବର ନିର୍ବାଚନ ପାଇଁ ଯେଉଁ ସମାଧାନ କରିଛନ୍ତି ତାହା ଆପଣଙ୍କ ବିବେକ କୁଶଳତାର ପରିଚାୟକ । ତେଣୁ ତାଙ୍କର ପ୍ରିୟ ଶୁକପକ୍ଷୀ ଦ୍ୱାରା ସେ ଆପଣଙ୍କ ନିକଟକୁ ତାଙ୍କର ବିବାହ ସ୍ୱୀକୃତିର ଚିହ୍ନ ସ୍ୱରୂପ ଏହି ପୁଷ୍ପମାଳା ପଠାଇଛନ୍ତି ତାହା ଗ୍ରହଣ କରନ୍ତୁ ।”

                ସଖୀର ଆଦେଶ ପାଇ ଶୁକପକ୍ଷୀ ସେହି ଫୁଲହାରଟି ଚନ୍ଦ୍ରହାସର କଣ୍ଠରେ ଲମ୍ବାଇ ଦେଲା । ତା’ପରେ ଚନ୍ଦ୍ରହାସ ଓ ସୌଦାମିନୀଙ୍କର ବିବାହ ଅତି ଆଡମ୍ୱର ସହକାରେ ସମ୍ପନ୍ନ ହେଲା ।

                କିଛିଦିନ ପରେ ଚନ୍ଦ୍ରହାସ ନିଜ ଶଶୁରଙ୍କର ସୈନ୍ୟ ଓ ନିଜ ସୈନ୍ୟ ଏକାଠି କରି ବିକର୍ଣ୍ଣ ସହିତ ଯୁଦ୍ଧ କରି ତାକୁ ହରାଇଲେ । ଚନ୍ଦନ, ଜୟନ୍ତ ଓ କହ୍ଲଣ ଏ ତିନି ରାଜ୍ୟର ରାଜା ହୋଇ ଚନ୍ଦ୍ରହାସ, ସୌଦାମିନୀଙ୍କ ସହ ମହା ଆନନ୍ଦରେ କାଳାତିପାତ କଲେ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...