ରାଜାଙ୍କ ଦାନ

ଜଣେ ରାଜା ଥିଲେ, ସେ ଖୁବ୍ ଉଦାର ଓ ଦୟାଳୁ । ସବୁ ପ୍ରଜାଏଁ କିପରି ସୁଖରେ, ମଙ୍ଗଳରେ ରହିବେ, କାହାରି କିଛି ଅସୁବିଧା, ଅଭିଯୋଗ ରହିବ ନାହିଁ, ଏହାହିଁ ତାଙ୍କର ଚିନ୍ତା ଥିଲା । ଲୋକଙ୍କ ଅବସ୍ଥା ନିଜେ ଦେଖିବା ପାଇଁ ସେ ଥରେ ଛଦ୍ମବେଶରେ ରାଜ୍ୟ ଭିତରେ ବୁଲୁଥିଲେ ।

                ଦିନେ ଛଦ୍ମବେଶରେ ବୁଲୁଥିବା ବେଳେ ଏକ ଅଦ୍ଭୁତ ଦୃଶ୍ୟ ତାଙ୍କ ଆଖିରେ ପଡିଲା । ଚଷାଟିଏ ତା ବିଲରେ ହଳ କରୁଥିଲା । କିନ୍ତୁ ବଳଦ ପରିବର୍ତ୍ତେ  ଜଣେ ସ୍ତ୍ରୀଲୋକ ସେ ହଳ ଟାଣୁଥିଲା । ଏସବୁ ଦେଖି ସେ ରାଜାଙ୍କ ରକ୍ତ ତାତିଗଲା । ସେ ନିଜକୁ ଆଉ ସମ୍ଭାଳି ନ ପାରି ସେ ଲୋକଟି ଆଡକୁ ଅନାଇ ପାଟିକଲେ ।

                “ତୁମେ ଏ କ’ଣ କରୁଛ? ତୁମର କ’ଣ ବଳଦ ନାହାଁନ୍ତି? ତୁମେ କ’ଣ ଜଣେ ସ୍ତ୍ରୀଲୋକଙ୍କୁ ହଳ ଟଣାଉଛ?”

                ଲୋକଟି ଶାନ୍ତ ଭାବରେ ଉତ୍ତର ଦେଲା “ସେ ମୋ ସ୍ତ୍ରୀ”

                ରାଜା ଆହୁରି ରାଗିଯାଇ କହିଲେ, “ତୁମେ ତୁମ ସ୍ତ୍ରୀଙ୍କୁ କ’ଣ ବୋଲି ପାଇଛ? ସେ କ’ଣ ଗୋଟିଏ ଭାରବାହୀ ପଶୁ?”

                ଲୋକଟି କହିଲା, “ତୁମେ ବଡଲୋକମାନେ ସେଭଳି କହିବା ଖୁବ୍ ସହଜ । ତୁମମାନଙ୍କର ଗାଡି ଘୋଡା ରହିଛି । ଅଭାବ ମଣିଷକୁ କ’ଣ କରେ ତାହା ତୁମେମାନେ ଜାଣନା । ମୁଁ ଅତି ଗରୀବ । ଦାନା ମୁଠିଏ ପାଇଁ ମୋତେ ମୋ ବଳଦ ହଳକୁ ବିକ୍ରୀ କରିଦେବାକୁ ପଡିଛି । ତେଣୁ ମୋ ସ୍ତ୍ରୀ ବଳଦ କାମ ତୁଲାଉଛି । କାହିଁ ସେ ତ କୌଣସି ଅଭିଯୋଗ କରୁ ନାହିଁ ।”

                ଲୋକଟିର ଏ ପ୍ରକାର ଉତ୍ତର ସେ ରାଜାଙ୍କୁ ଆଦୌ ସନ୍ତୁଷ୍ଟ କରି ପାରିଲା ନାହିଁ । ସେ ଦୃଢ କଣ୍ଠରେ କହିଲେ, “ନା, ଏ କଥା ମୁଁ କେବେବି ସହି ପାରିବି ନାହିଁ । ତୁମେ ଯେତେ ଯୁକ୍ତି ବାଢନା କାହିଁକି, ଜଣେ ସ୍ତ୍ରୀଲୋକଙ୍କୁ ନେଇ ହଳ ଟଣାଇବା ଏକ ଅମାନୁଷିକ କାମ । ବଳଦଟାଏ କିଣିହେଲା ଭଳି ଯଥେଷ୍ଟ ଟଙ୍କା ମୁଁ ତୁମକୁ ଦେବି । କିନ୍ତୁ ତୁମେ ସଙ୍ଗେ ସଙ୍ଗେ ତୁମ ସ୍ତ୍ରୀଙ୍କୁ ଏ ହଳ ଟଣାରୁ ଖଲାସ୍ କର ।”

                ଏଥର ସେ ଲୋକଟି ଆହୁରି ରାଗିଯାଇ କହିଲା, “ମୋତେ ଏମିତି ହୁକୁମ୍ ଦେବାକୁ ତୁମେ କିଏ ହୋ? ମୁଁ କିଆଁ ତୁମ ଟଙ୍କା ନେବି? ମୁଁ ଭିକାରୀ ନୁହେଁ ।”

                ରାଜା ଏଥର ନିଜ କଣ୍ଠ ନରମ କରି କହିଲେ, “ତୁମେ ଆଗେ ମୋ ଭଉଣୀକୁ ହଳରୁ ମୁକୁଳାଅ ।”

                ଏହା ଶୁଣି ସେ ଲୋକଟି ଥଟ୍ଟାଳିଆ ଭାବରେ କହିଲା, “ଓ! ଇଏ ତୁମ ଭଉଣୀ ପରା! ତେବେ ତୁମ ଭଉଣୀ ଜାଗାରେ ତୁମେ କାହିଁକି ହଳ ଟାଣୁନା?”

                ରାଜା ସଙ୍ଗେ ସଙ୍ଗେ ତା’ ପ୍ରସ୍ତାବରେ ରାଜି ହୋଇଗଲେ । ଲୋକଟି ନିରୁପାୟ ହୋଇ ତା’ ସ୍ତ୍ରୀକୁ ହଳରୁ ମୁକୁଳାଇ ରାଜାଙ୍କୁ ତା’ଜାଗାରେ ଲଗାଇଲା । କିନ୍ତୁ ରାଜା ତ ତାଙ୍କ ଜୀବନରେ ଏଭଳି କାମ କେବେବି କରି ନ ଥିଲେ । ତେଣୁ ତାଙ୍କ ଅପାରଗତା ଯୋଗୁଁ ଅଧାଅଧି ବିଲରେ ହଳ ଭଲଭାବରେ ବୁଲି ପାରିଲା ନାହିଁ । ଯେତେବେଳେ ଫସଲ ହେଲା, ସେତେବେଳେ ଅଧେ ବିଲରେ ଭଲ ଫସଲ ହେଲା ନାହିଁ ।

                ଚଷାଟି ତା ସ୍ତ୍ରୀକୁ କହିଲା, “ଦେଖିଲୁ, ତ ତୋ ଭାଇର କାମ? ସେ ତା’ ବଳ ଖଟାଇ ହଳ କଲାନାହିଁ । ଫଳରେ ଚାଷ ଭଲ ହେଲା ନାହିଁ ।”

କିନ୍ତୁ ଯେତେବେଳେ ଅମଳ ହେଲା, ଦେଖାଗଲା ଯେଉଁ ଜମି ଅଧକରେ ରାଜା ହଳ ଟାଣିଥିଲେ, ସେଥିରେ ଶସ୍ୟଦାନା ବଦଳରେ ମୁକ୍ତାଦାନା ଫଳିଛି ।

ଏହା ଦେଖି ସେ ଚଷାର ସ୍ତ୍ରୀ କହିଲା, “ଦେଖିଲ? ମୋ ଭାଇ କିମିତି ମୁକ୍ତା ଫଳାଇଛି!” ସେତେବେଳେ ତା’ର ଆନନ୍ଦର କୌଣସି ସୀମା ନଥିଲା ।

କିନ୍ତୁ ଚଷା ବଡ ଗମ୍ଭୀର ହୋଇ କହିଲା, “ତୋ ଭାଇ ଯାଦୁବିଦ୍ୟା ଜାଣେ । ଏ ମୁକ୍ତାଦାନ ଉପରେ ଆମର କେଉଁ ଅଧିକାର? ଯିଏ ଏସବୁ ଉପୁଜାଇଛି, ଏସବୁ କେବଳ ତାହାର । ଏସବୁ ନେଇ ତା’ ପାଖରେ ପହଁଚାଇ ଦେବାକୁ ପଡିବ ।”

ସ୍ତ୍ରୀ କହିଲା, “କିମିତି? ତୁମେ ତ ସେ ଲୋକଙ୍କର ନାମ ମଧ୍ୟ ଜାଣିନାହଁ ।”

ଚଷାଟି କହିଲା “ଯାହା ହେଲେ ବି ଆମେ ଏସବୁ ରଖିପାରିବା ନାହିଁ । କାହିଁକିନା ଏସବୁ ତ ଆଉ ଆମର ନୁହେଁ । ମୁଁ ଏସବୁ ରାଜାଙ୍କ ପାଖକୁ ନେଇଯିବି ।”

ଏହିପରି ବିଚାର କରି ସେ ଚଷା ଓ ତା’ ସ୍ତ୍ରୀ ମୁକ୍ତାତକ ବନ୍ଧାବନ୍ଧି କରି ରାଜ ନଅରରେ ଯାଇ ପହଁଚି ଗଲେ । ରାଜା ସେତେବେଳେ ତାଙ୍କ ମନ୍ତ୍ରୀ ଓ ଅମାତ୍ୟମାନଙ୍କ ଗହଣରେ ଦରବାରରେ ବସିଥିଲେ । ଚଷା ଓ ତା’ ସ୍ତ୍ରୀ ସିଧା ରାଜାଙ୍କ ଆଗକୁ ଯାଇ ତାଙ୍କୁ ଜୁହାର କଲେ । ତା’ପରେ ରାଜାଙ୍କ ମୁହଁକୁ ଅନାଇ ସେମାନେ “ଛାମୁ” ବୋଲି ସମ୍ବୋଧନ କରି ତା’ପରେ ଆଉ କିଛିବି କହି ପାରିଲେ ନାହିଁ । କାରଣ ସେମାନେ ଠିକ୍ ଚିହ୍ନିପାରିଲେ ଯେ ଛାମୁ ହେଲେ ସ୍ୱୟଂ ସେଇ ହଳ ଟାଣିଥିବା ଲୋକ ।

ଚଷାଟିର ପାଟି ସେହିକ୍ଷଣି ଖନି ବାଜିଗଲା । ତଥାପି ବି ସେ କୌଣସି ପ୍ରକାରେ କହିଲା, “ଏ ମୁଁ କ’ଣ କଲି? ମୁଁ ରାଜାଙ୍କୁ ବଳଦ ବନାଇ ତାଙ୍କ ଦ୍ୱାରା ହଳ ଟଣାଇଲି! ମୋତେ କ’ଣ ରାଜା କେବେବି କ୍ଷମା କରିବେ?”

ସେ ଆଣ୍ଠୁ ମାଡି ବସି କହିଲା, “ମଣିମା, ମୋତେ କ୍ଷମା କରନ୍ତୁ । ମୁଁ ବିରାଟ ଅପରାଧ କରିଛି ।”

ସେତେବେଳକୁ ସେ ରାଜା ମଧ୍ୟ ସେମାନଙ୍କୁ ଚିହ୍ନି ପକାଇଥିଲେ । ତେଣୁ ସେ ମୃଦୁ ମୃଦୁ ହସି କହିଲେ, “ତୁମର କ୍ଷମା ମାଗିବାର କ’ଣ ଅଛି? ମୋ ଗରୀବ ପ୍ରଜାଙ୍କର ସମସ୍ୟା ଅନୁଭବ କରିବା ସକାଶେ ତୁମେ ମୋତେ ସୁଯୋଗ ଦେଇଛ । ମୁଁ ତୁମକୁ ସାହାଯ୍ୟ କରିପାରି ବେଶ୍ ଆନନ୍ଦିତ ।”

ଏହାପରେ ସେ ଲୋକଟି ମୁକ୍ତାତକ ରାଜାଙ୍କ ପାଦପାଖରେ ଥୋଇ କହିଲା, “ମଣିମା, ଜମିର ଯେଉଁ ଅଂଶରେ ଆପଣ ହଳ ଟାଣିଥିଲେ, ସେଇ ଅଂଶରେ ଏ ମୁକ୍ତା ଫଳିଛି । ଏଣୁ ଏସବୁ କେବେବି ଆମର ହୋଇ ପାରେନା । ଆପଣଙ୍କ ଶ୍ରମଦାନର ଫଳ ଏବେ ଆପଣହିଁ ଗ୍ରହଣ କରନ୍ତୁ ।”

ମାତ୍ର ରାଜା କିନ୍ତୁ ସେସବୁ ଗ୍ରହଣ ନ କରି କହିଲେ, “ତୁମ ବିଲରେ ତୁମ କଠିନ ପରିଶ୍ରମର ପୁରସ୍କାର ସ୍ୱରୂପ ଆଜି ଏହି ମୁକ୍ତା ଫଳିଛି । ଅତଏବ ସେସବୁ ତୁମର ।”

କିନ୍ତୁ ସେ ଲୋକଟି ତଥାପି ମୁକ୍ତାତକ ଫେରାଇ ନେବାକୁ ରାଜି ହେଲା ନାହିଁ । ସେ କହିଲା, “ଯେଉଁ ନିଷ୍ଠୁର ପ୍ରଣାଳୀରେ ମୁଁ ମୋ ଜମି ଚାଷ କରୁଥିଲି, ସେଥିରେ ଏହା ଆଦୌ ଫଳି ନଥାନ୍ତା । ଏସବୁ କେବଳ ଆପଣଙ୍କ ମହାନୁଭବ ମମତା ଓ ଦରଦ ଯୋଗୁଁହିଁ ସମ୍ଭବ ହୋଇଛି ।”

ରାଜା ମୁକ୍ତା ଥଳିଟି ଉଠାଇନେଇ ସେ ଲୋକଟିର ସ୍ତ୍ରୀ ପାଖକୁ ଯାଇ ତାକୁ କହିଲେ, “ମୁଁ ତୁମକୁ ମୋ ଭଉଣୀ ବୋଲି କହିଥିଲି । ଏ ଉପହାରକୁ ଗୋଟେ ଭଉଣୀପ୍ରତି ତା’ ଭାଇର ଉପହାର ଭାବି ଗ୍ରହଣ କର ।”

ଏଥର ଲୋକଟି ଓ ତା’ର ସ୍ତ୍ରୀ ମୁକ୍ତାଥଳି ନେବାକୁ ଆଉ କୌଣସି ଆପତ୍ତି କରି ପାରିଲେ ନାହିଁ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

loading...