ରାଜା ମଦନ ପାଳ କଥା

ଚନ୍ଦ୍ରପୁର ନାମକ ନଗରରେ ଚକ୍ରଦତ ନାମକ ରାଜା ରାଜୁତି କରୁଥିଲେ । କୌଣସି କାରଣ ବଶତଃ ସେ ନିଜ ପୁତ୍ର ମଦନପାଳକୁ ରାଜ୍ୟରୁ ବାହାର କରି ଦେଲେ । ରାସ୍ତାରେ ଖର୍ଚ୍ଚ ପାଇଁ କିଛି ଟଙ୍କା ଓ ସ୍ୱର୍ଣ୍ଣ ଅଳଙ୍କାର ଦେଇଥାନ୍ତି । ପୁତ୍ର ପିତାଙ୍କ ଆଜ୍ଞା ପାଳି ସେଠାରୁ ବାହାରି ଗଲା । କେତେ ଦିନ ପରେ ଜଣେ ସାଧୁ ଆଶ୍ରମରେ ଯାଇ ପହଁଚିଲା । ସାଧୁଙ୍କୁ ନିଜର ପରିଚୟ ଦେଲା । ମହାତ୍ମା ରାଜ କୁମାରଙ୍କୁ ସ୍ୱାଗତ କଲା । ଭବିଷ୍ୟତରେ କାମରେ ଲାଗିଲା ଭଳି ଚାରି ଗୋଟି କଥା କହିଲେ ।

         ସାଧୁ କହିଲେ, ବେଟା ବିଦେଶରେ ଏଇ ଚାରି ଗୋଟି କଥା ପ୍ରତି ଧ୍ୟାନ ଦେଇ ଥିବୁ । ତେବେ ବିପଦରେ ପଡିବୁ ନାହିଁ ।

୧)           ଏକା ଏକା ବାଟ ଚାଲିବୁ ନାହିଁ । ପାଖରେ ସାଥି ରଖି ଥିବୁ ।

୨)           ଖାଇବା ଅନ୍ନକୁ ପରୀକ୍ଷା କରି ଖାଇବୁ ।

୩)           ପରା ହୋଇଥିବା ଶେଯକୁ ପରୀକ୍ଷା କରି ଶୋଇବୁ ।

୪)           ଶତ୍ରୁର କବଳରେ ପଡିଗଲେ ଅଧୈର୍ଯ୍ୟ ହୋଇ ଯିବୁନି ।

         ମଦନ ପାଳ ସାଧୁଙ୍କ ମୁହଁରୁ ଏହି ଚାରି କଥା ଶୁଣି ଆଗେଇ ଗଲେ । ଏମିତି ଚାଲୁ ଚାଲୁ ଘୋର ଜଙ୍ଗଲରେ ପହଁଚିଲେ । ଆକାଶରେ ଚିଲଟିଏ ଉଡୁ ଥିଲା । ତା ପଞ୍ଝାରେ ଥିଲା କଇଁଛ ଛୁଆଟିଏ । କେମିତି ଅସତର୍କ ହେବାରୁ ତାହା ତଳକୁ ଢାଳି ପଡିଲା । ମଦନ ପାଳ ସେଇ କଇଁଛଟିକୁ ଉଠାଇ ନିଜ ମୁଣିରେ ସାଇତି ରଖିଲା ପୁଣି ଆଗକୁ ମାଡି ଚାଲିଲା । ଏମିତି ଚାଲୁ ଚାଲୁ କେତେ ଦିନ ବିତି ଗଲା । ପୁଣି ଏକ ଜଙ୍ଗଲରେ ପହଁଚିଲା । ସେଠି ଏକ ବଡ ପୋଖରୀ ଥିଲା । ଖାଇ ରାସ୍ତା କଡରେ ଥିବା ଅଶ୍ୱତ୍ଥ ଗଛ ଛାଇରେ ଶୋଇ ଗଲା । ସେଇ ଗଛ ଉପରେ ଗୋଟିଏ ସାପ ରହୁଥାଏ । ତାର ସାଥି ହୋଇ ଥାଏ କାଉଟିଏ । ସେ ଦୁହିଁଙ୍କର ଅଭ୍ୟାସ ହେଉଛି ଗଛ ତଳେ ଯଦି କେହି ବାଟୋଇ ଶୋଇବେ ତେବେ ସାପ ଚୁପ୍ କରି ଆସି କାମୁଡି ଦିଏ ଆଉ କାଉ ବାଟୋଇର ଆଖି କଣା କରି ଦିଏ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...