ରାଣୀଙ୍କର ଯାତ୍ରା ଦେଖା – Odia Gapa

ରାଣୀଙ୍କର ଯାତ୍ରା ଦେଖା

ଗୋପାଳଙ୍କର ରୋଜଗାର କମ୍ ନଥିଲା କିନ୍ତୁ କେବେବି ତାଙ୍କୁ ଅଂଟେ ନାହିଁ । ଖର୍ଚ୍ଚି ହାତ ଯେଉଁ ଦିନ ଯାହା ରୋଜଗାର କଲେ ସେହି ଦିନ ତାହା ଶେଷ । ବାସି ରହି ବନି କି କୁକୁର ଖାଇ ବନି ।

 ଦିନେ ସକାଳୁ ଗୋପାଳ ଶେଯ ଛାଡି ମୁହଁ ଧୋଇ ନାହାଁନ୍ତି, ଘରଣୀ କହି ପକାଇଲେ, ଆଜିତ ଘରେ ଚାଉଳ ନାହିଁ କି ପଇସା ନାହିଁ । ଖାଇବା କ’ଣ ଚଳିବା କେମିତି?

 ସ୍ତ୍ରୀଙ୍କ କଥା ଶୁଣି ଗୋପାଳ ଟିକିଏ ବିରକ୍ତ ହୋଇ ପଚାରିଲେ – କାଲି ପରା ରାଜା ଘରୁ ଶହେ ଟଙ୍କା ଆଣି ତୁମକୁ ଦେଇ ଥିଲି । ଟଙ୍କା କ’ଣ ସବୁ ସରି ଗଲା । ଆଜି ରାତି ପାହୁ ପାହୁ ପାଟି କରୁଛ?

–              ହଁ ଶହେ ଟଙ୍କା ଦେଇ ଥିଲ । ତା ସାଥେ ସାଥେ ଦୁଇ ଶହ ଟଙ୍କାର ବରାଦ ମଧ୍ୟ କରି ଥିଲ । ଟଙ୍କା ସରି ଗଲା । ମୁଁ କ’ଣ ଖାଇ ଗଲି । ଏଣିକି ମୁଁ ଆଉ ଟଙ୍କା ରଖିବିନି କି ଏତେ ହିସାବ କୈଫତ୍ ଦେଇ ପାରି ବିନି । ଆଲୋ ମା ମୁଁ ଯଦି ଅନ୍ୟ ମାଇପି ପରି ଲୁଚାଇ ରଖି ଗହଣା ଗାଣ୍ଠି କିଣି ଦେଇ ଥାନ୍ତି ତେବେ ମୋତେ ତ ଏ ଲୋକ ଘରେ ରଖାଇ ଦିଅନ୍ତା ନାହିଁ ।

 ସ୍ତ୍ରୀ ମୁହଁ ଫୁଲାଇ ସେ ଅନ୍ୟ କାମ କରିବା ପାଇଁ ଚାଲି ଗଲା ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...