ଶିବଲୀଳା

ତିନ୍ନଡୁ ସେହିଠାରେ ହିଁ ରହିଗଲେ, ତାଙ୍କ ସହିତ ଆସିଥିବା ଶବରମାନେ ସେଠାରୁ ଫେରିଗଲେ । ସେ ଭାବିଲେ, “ଆହା, କେତେଦିନ ହେବ ମୋର ପ୍ରଭୁ ଉପବାସରେ ରହିଛନ୍ତି, ଯାଏଁ ମୁଁ କିଛି ଖାଦ୍ୟର ଯୋଗାଡ ତାଙ୍କ ପାଇଁ କରେ ।” ତା’ପରେ ତିନ୍ନଡୁ ନିଜର ଧନୁଷବାଣ ଧରି ଜଙ୍ଗଲକୁ ଗଲେ । ଜଙ୍ଗଲରୁ ଜନ୍ତୁଟିଏ ଶିକାର କରି ତାକୁ ସେ ନିଆଁରେ ସିଝାଇ ନେଇ ଆସିଲେ ଓ ନଦୀରୁ କିଛି ପାଣି ମଧ୍ୟ ଆଣିଲେ । ସ୍ନାନ କରାଇବା ପରେ ସେହି ସିଝା ମାଂସକୁ ତିନ୍ନଡୁ ଶିବଙ୍କୁ ଅର୍ପଣ କରି କହିଲେ, “ଆପଣ ଭୋଜନ ଗ୍ରହଣ କରନ୍ତୁ, ନଚେତ୍ ମୁଁ ମଧ୍ୟ ନ ଖାଇ ପ୍ରାଣ ତ୍ୟାଗ କରିବି ।”

                ତାଙ୍କର ସରଳ ଶକ୍ତିରେ ଶିବ ପ୍ରସନ୍ନ ହୋଇ ସ୍ୱୟଂ ଆବିର୍ଭାବ ହୋଇ କହିଲେ, “ବତ୍ସ, ଏଥର ଉଠ, ମୁଁ ତୋର ସମର୍ପିତ ଖାଦ୍ୟ ନିଶ୍ଚୟ ଖାଇବି ।”

                ଜଣେ ଶିବଭକ୍ତ ବ୍ରାହ୍ମଣ ମଧ୍ୟ ସେହି ମନ୍ଦିରରେ ଜୀବନ୍ତ ଶିବ ବିଗ୍ରହ ଅଛନ୍ତି ଜାଣି ସେଠାକୁ ସେ ଆସିଥାଏ । କିନ୍ତୁ ସେ ଓ ତିନ୍ନଡୁ କେହି କାହାକୁ ଜାଣନ୍ତି ନାହିଁ । ସେ ବ୍ରାହ୍ମଣଙ୍କର ନାମ ଶିବକୃପା । ସେ ଦେଖିଲେ କିଏ ଜଣେ ଏଠାକୁ ଆସି ମନ୍ଦିର ଅପବିତ୍ର କରୁଛି । ମାଂସଖଣ୍ଡ ଏଠି ସେଠି ହୋଇ ପଡିଛି । ପୂଜା ବିଧିବଦ୍ଧ ଭାବରେ ହେବାର କୌଣସି ଚିହ୍ନବର୍ଣ୍ଣ ବି ନାହିଁ । ସେ ଶିବଙ୍କୁ ସ୍ନାନ କରାଇ ମନ୍ଦିର ସଫା କରି ଅତି ଭକ୍ତିଭରେ ଶିବଙ୍କୁ ପୂଜା କଲେ । ସେ ମଧ୍ୟ ପ୍ରାର୍ଥନା କରି କହିଲେ, “ପ୍ରଭୁ, ଏପରି କାମ କିଏ କରିଛି ମୁଁ ତ ତାହା ଜାଣି ପାରୁନାହିଁ । ଆପଣ ନ କହିଲେ ମୁଁ ଏଇଠି ନ ଖାଇ ନ ପିଇ ମରିବି ।”

                ଶିବ ତତକ୍ଷଣାତ୍ ଆବିର୍ଭାବ ହୋଇ କହିଲେ, “ବତ୍ସ ଶିବକୃପା, ଏଠାକୁ ଏକ ଜଙ୍ଗଲୀ ଯୁବକ ଆସେ । ସେ ମୋର ବଡ ପ୍ରିୟ ଭକ୍ତ । ତା’ର ସରଳ ହୃଦୟର ଭକ୍ତି ମୋତେ ବଡ ପ୍ରଭାବିତ କରିଛି । ତେଣୁ ସେ ଯାହା ବି କିଛି ଅର୍ପଣ କରେ ମୁଁ ତାହା ଗ୍ରହଣ କରେ । ତୁ ଯଦି ତା’ର ଭକ୍ତି ଦେଖିବାକୁ ଚାହୁଁ ତ ମୋର ବିଗ୍ରହ ପଛରେ ଲୁଚିରହି ତୁ ଦେଖ ।”

                ଶିବକୃପା ଲୁଚି ରହିଥା’ନ୍ତି । କିଛି ସମୟ ପରେ ସେଠାରେ ଭକ୍ତ ତିନ୍ନଡୁ ଆସି ପହଁଚିଲେ; ତାଙ୍କ ପାଖରେ ଜଳପାତ୍ର ନାହିଁ । ପାଟିରେ ଭର୍ତ୍ତି କରି ଯେଉଁ ପାଣି ସେ ଆଣିଥିଲେ ସେଇଥିରେ ଶିବଙ୍କର ସ୍ନାନ ସମାପନ ହେଲା । ତା’ପରେ କିଛି ବେଲପତ୍ର ସହିତ ମାଂସ ସିଝା ସବୁ ଶିବଙ୍କ ପାଖରେ ସେ ଅର୍ପଣ କଲେ । କିନ୍ତୁ ଶିବ ଆଜି କିଛି ବି ଗ୍ରହଣ କଲେ ନାହିଁ । ବରଂ ସେ ଦେଖିଲେ ଶିବଙ୍କ ଆଖିରୁ ପାଣି ଝରୁଛି । ଏସବୁ ଦେଖି ସେ ବଡ ବ୍ୟସ୍ତ ହୋଇ ପଡିଲେ ଓ ବ୍ୟାକୁଳ ହୃଦୟରେ ନାନା ଭାବରେ ପ୍ରାର୍ଥନା କଲେ । କିନ୍ତୁ କ୍ରମେ ସେ ଦେଖିଲେ ଜଳ ବଦଳରେ ଶିବଙ୍କ ନେତ୍ରରୁ ରକ୍ତ ଝରୁଛି ।

                ଏହା ଦେଖି ସେ କ’ଣ କରିବେ କିଛି ମଧ୍ୟ ବୁଝିପାରିଲେ ନାହିଁ । ଭାବିଲେ, “ଆଖିରେ ବ୍ୟଥା ହୋଇଛି ବୋଲି ବୋଧହୁଏ ଶିବ ଖାଦ୍ୟ ଦେଖିପାରୁ ନାହାଁନ୍ତି ।” ତେଣୁ ସେ ଜଙ୍ଗଲୀ ଯୁବକ ଭାବିଲେ ନିଜର ସରସ ସୁନ୍ଦର ଆଖିଟିଏ ଦେଲେ  ଶିବ ହୁଏତ ଖୁସି ହେବେ । ଏହିଭଳି ଭାବି ଭକ୍ତ ତିନ୍ନଡୁ ତତ୍କ୍ଷଣାତ୍ ଶରମୁନରେ ଆଖିଟିଏ ତାଡିଦେଲେ ଓ ସେଇଟି ଶିବଙ୍କ ବିଗ୍ରହରେ ଲଗାଇ ଦେଲେ । ଏଥର ଶିବଙ୍କ ଆଖିଟି ଠିକ୍ ହୋଇଗଲା । କିନ୍ତୁ ଏ କ’ଣ? ପରମୁହୂର୍ତ୍ତରେ ଅନ୍ୟ ଆଖିଟିରୁ ମଧ୍ୟ ଅନବରତ ରକ୍ତଧାର ବୋହିବାରେ ଲାଗିଛି ।

                ଏସବୁ ଦେଖି ତିନ୍ନଡୁ କହିଲେ, “ଓ, ପୁଣି ଏତେ କଷ୍ଟ? ପ୍ରଭୁ ଟିକିଏ ଅପେକ୍ଷା କରନ୍ତୁ ।” ଏତିକି କହି ସେ ନିଜର ଅନ୍ୟ ଏକ ଆଖିଟିକୁ ବାହାର କରିବାକୁ ଗଲାବେଳେ ଶିବ ପ୍ରତ୍ୟକ୍ଷ ହେଲେ । ପ୍ରଥମେ ଶିବ ବ୍ରାହ୍ମଣଭକ୍ତ ଶିବକୃପାଙ୍କୁ କହିଲେ, “ଦେଖୁଛ, କେଡେ ସରଳ ହୃଦୟ ଏ ପିଲାର? ଭଲା ମୁଁ ତା’ର ଜିନିଷ ସବୁ ଗ୍ରହଣ କିପରି ନ କରନ୍ତି?” ତା’ପରେ ସେ ତିନ୍ନଡୁକୁ କହିଲେ, “ବତ୍ସ, ତୋ’ର ଆଉ ଆଖି ବାହାର କରିବା ଦରକାର ନାହିଁ । ତୁ କୃତକାର୍ଯ୍ୟ ହୋଇଛୁ । ଏବେ ତୁମେ ଦୁହେଁ କି ବର ଚାହଁ?”

                ଦୁହେଁ ଏକ ସ୍ୱରରେ କହିଲେ “ଆପଣ ଯାହା ଉଚିତ୍ ଭାବୁଛନ୍ତି ତାହା ଦିଅନ୍ତୁ ।” ତା’ପରେ ଶିବ ସେ ଦୁହିଁଙ୍କୁ କୈଳାସ ନେଇଗଲେ ଓ ନିଜ ପାଖରେ ଗଣଙ୍କ ମଧ୍ୟରେ ସେମାନଙ୍କୁ ସ୍ଥାନ ଦେଲେ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...