ଶୃଗାଳ ଚତୁରକ କଥା

     ଦିନେ ଏକ ଦୁଷ୍ଟ ହାତୀ ସେହି ଜଙ୍ଗଲକୁ ଆସିଲା । ହାତୀକୁ ଦେଖି ସିଂହ ରାଗରେ ଗର୍ଜନ କରୁଥାଏ । ପ୍ରଚଣ୍ଡ ରାଗିଯାଇ ଶେଷରେ ସିଂହ ମହାରାଜ ହାତୀକୁ ଆକ୍ରମଣ କଲେ । ହାତୀ ତା’ର ଶକ୍ତ ଦାନ୍ତ ସାହାଯ୍ୟରେ ସିଂହକୁ ଆହତ କଲା । ଯାହାଫଳରେକି ବଜ୍ରଦୁସ୍ତାର ଆଉ ଚାଲିବାକୁ ସକ୍ଷମ ହୋଇ ପାରିଲେ ନାହିଁ । କିଛି ଦିନପରେ ସେ ବହୁତ ଭୋକିଲା ଅନୁଭବ କଲେ । ଅନ୍ୟାନ୍ୟ ଜୀବଜନ୍ତୁ ମାନଙ୍କୁ ପାଖକୁ ଡାକି କହିଲେ, ‘ବନ୍ଧୁଗଣ’! ମୁଁ ବର୍ତ୍ତମାନ ଭୀଷଣ ଅସୁସ୍ଥ । ଖାଦ୍ୟ ସଂଗ୍ରହ କରିବାର ଶକ୍ତି ମୁଁ ହରାଇ ବସିଛି । ଏହି ଅବସ୍ଥାରେ ତୁମ୍ଭେମାନେ ମୋ ପାଇଁ ଶିକାର ସଂଗ୍ରହ କରି ପାରିବ କି? ତେଣୁ ତୁମ୍ଭେମାନେ ସମସ୍ତେ ଖାଦ୍ୟ ଅନ୍ୱେଷଣ କର । ଯାହା ଦ୍ୱାରାକି ତୁମର ଏବଂ ମୋର ଖାଦ୍ୟ ପିପାସା ମେଂଟି ପାରିବ ।

       ଶୃଗାଳ, ଗଧିଆ ଏବଂ ଓଟ ସମସ୍ତେ ବାହାରିଲେ ଖାଦ୍ୟ ଅନ୍ୱେଷଣ ପାଇଁ । ଜଂଗଲରେ ସନ୍ଧ୍ୟା ପର୍ଯ୍ୟନ୍ତ ବୁଲିଲେ କିନ୍ତୁ ଖାଦ୍ୟ ପାଇଲେ ନାହିଁ । ଶେଷରେ ସମସ୍ତେ ଶୂନ୍ୟ ହସ୍ତରେ ଫେରିଲେ । ଚତୁରକ ଶୃଗାଳ ଏହା ଦେଖି ମନେ ମନେ ଏକ ଉପାୟ ସ୍ଥିର କଲା । ଯଦି ମହରାଜ ଶଙ୍କୁକରନ୍ ଙ୍କୁ ହତ୍ୟା କରନ୍ତି ତା’ହେଲେ ସମସ୍ତେ ଅନ୍ତତଃ ଦୁଇଦିନ ପାଇଁ ଆରାମ୍ରେ ଖାଦ୍ୟ ପାଇ ପାରିବେ । କିନ୍ତୁ ମହାରାଜ କଦାପି ଶଙ୍କୁକରନ୍ ଙ୍କୁ ମାରିବେ ନାହିଁ । କାରଣ ସେ ନିଜେ ତ ତାକୁ ଛୋଟରୁ ପାଳିପୋଷି ବଡ କରିଛନ୍ତି । ତେଣୁ ମୁଁ ଏପରି କୌଶଳ ଅବଲମ୍ବନ କରିବି ଯେପରି ଶଙ୍କୁକରନ୍ ନିଜେ ମହାରାଜାଙ୍କ ନିକଟରେ ନିଜର ଜୀବନ ନେବା ପାଇଁ କହିବେ । ଏହି ପୃଥିବୀରେ କୌଣସି କଥା ଅସମ୍ଭବ ନୁହେଁ । ଚତୁର ବ୍ୟକ୍ତି ତା’ର ବୁଦ୍ଧି ବଳରେ ଅସାଧ୍ୟ ସାଧନ କରିପାରେ । ଏହି କଥା ଚିନ୍ତା କରୁ କରୁ ଚତୁରକ ଶଙ୍କୁକରନ୍ ଙ୍କୁ କହିଲେ, ‘ଶଙ୍କୁକରନ୍’! ‘ମହାରାଜ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ତାଙ୍କ ପକ୍ଷେ ଖାଦ୍ୟ ସଂଗ୍ରହ କରିବା ଅସମ୍ଭବ । ବର୍ତ୍ତମାନ ମହାରାଜ ଯଦି ଆରପାରିକୁ ଚାଲିଯାଆନ୍ତି, ତା’ହେଲେ ଆମ୍ଭେମାନେ ସମସ୍ତେ ବହୁ ଅସୁବିଧାର ସମ୍ମୁଖୀନ ହେବା ।’ ତେଣୁ ମୋର ବିଶ୍ୱାସ ତମେ ହିଁ ଏହି ବିପଦରୁ ଆମ୍ଭମାନଙ୍କୁ ରକ୍ଷା କରିପାରିବ ।

       ଏହି କଥା ଶୁଣି ଶଙ୍କୁକରନ୍ ସଂଗେ ସଂଗେ କହିଲେ, ‘ଚତୁରକ! ମୋତେ କ’ଣ କରିବାକୁ ହେବ କୁହ? ମହାରାଜଙ୍କ ପାଇଁ ଯାହା କରିବାକୁ ପଡିବ, ମୁଁ କରିବାକୁ ରାଜି ଅଛି’ । ଚତୁରକ ଏହା ଶୁଣି ମନେ ମନେ ଖୁସି ହୋଇଗଲେ । ଏବଂ କହିଲେ, “ଶଙ୍କୁକରନ୍ ତୁମେ ମହାରାଜଙ୍କ ନିକଟରେ ନିଜ ଜୀବନ ନେବା ପାଇଁ କହିବ । ତୁମର ଏହି ଅବଦାନ ଦେଖି ମହାରାଜ ପର ଜନ୍ମରେ ତୁମକୁ ଏହି ପ୍ରକାର ଆଦର କରିବେ । ଏହାଶୁଣି ଶଙ୍କୁକରନ୍ ଚତୁରକର କଥାରେ ସମ୍ମତି ପ୍ରଦାନ କଲେ ।

       ସୂର୍ଯ୍ୟାସ୍ତ ହେବାପରେ ସମସ୍ତ ପ୍ରାଣୀ ମହାରାଜଙ୍କ ନିକଟକୁ ଆସି କହିଲେ, ‘ମହାରାଜ! ସୂର୍ଯ୍ୟ ଅସ୍ତ ଗଲେଣି । ଆମ୍ଭେମାନେ ଦିନସାରା ଜଙ୍ଗଲରେ ଖାଦ୍ୟ ଅନ୍ୱେଷଣ କଲୁ, କିନ୍ତୁ କୌଣସି ଠାରେ ଖାଦ୍ୟ ପାଇଲୁ ନାହିଁ । ଆପଣ ଯଦି ଏକ ପ୍ରସ୍ତାବରେ ସମ୍ମତି ପ୍ରଦାନ କରନ୍ତି, ତା’ହେଲେ ଆମେ ଆପଣଙ୍କୁ ସେ ସଂପର୍କରେ କହିବୁ । ମହାରାଜ ସଂଗେ ସଂଗେ ସମ୍ମତି ପ୍ରଦାନ କଲେ । ସମସ୍ତେ ଏକ ସ୍ୱରରେ କହିଲେ, ‘ମହାରାଜ’ ଆମ୍ଭମାନଙ୍କ ଜୀବନ ରକ୍ଷା କରିବା ପାଇଁ ଶଙ୍କୁକରନ୍ ଆପଣା ଜୀବନ ଦେବାକୁ ପ୍ରସ୍ତୁତ ଅଛନ୍ତି । ସେ ତାଙ୍କ ଜୀବନ ଦାନ କରିବା ପରେ ପରଜନ୍ମରେ ଆପଣ ତାଙ୍କୁ ସେହି ଏକ ପ୍ରକାରର ଜୀବନ ଦେଇ ସେହି ଆକୃତିର କରିବେ । ଆପଣ ତାଙ୍କ ସର୍ତରେ ସମ୍ମତି ପ୍ରଦାନ କଲେ ସେ ନିଜ ଜୀବନ ଦେବାପାଇଁ ପ୍ରସ୍ତୁତ ହେବେ । ଶଙ୍କୁକରନ୍ ଙ୍କର ଏହି ପ୍ରସ୍ତାବରେ ମହାରାଜ ସଂଗେ ସଂଗେ ସମ୍ମତି ପ୍ରଦାନ କଲେ ।

       ମହାରାଜ ସମ୍ମତି ପ୍ରଦାନ କରୁ କରୁ ଶୃଗାଳ ଏବଂ ଗଧିଆ ସଂଗେ ସଂଗେ ଶଙ୍କୁକରନ୍ ଙ୍କ ଉପରକୁ ଲମ୍ପ ପ୍ରଦାନ କରି ତାଙ୍କୁ କ୍ଷତବିକ୍ଷତ କରିଦେଇ ମାରି ଦେଲେ । ମହରାଜ ସିଂହ ଶୃଗାଳକୁ କହିଲେ, ‘ଚତୁରକ’! ତୁମେ ଏହି ମୃତ ଦେହକୁ ଜଗିଥାଅ । ମୁଁ ବର୍ତ୍ତମାନ ନଦୀକୁ ଗାଧୋଇବାକୁ ଯିବି ଏବଂ କିଛି ସମୟ ଭଗବାନଙ୍କ ପୂଜାଅର୍ଚ୍ଚନା କରି ତା’ପରେ ଫେରିବି । ଏହା କହି ମହାରାଜ ଚାଲିଗଲେ । ମହାରାଜ ଯିବା ପରେ ଶୃଗାଳ ଚତୁରକ ମନେ ମନେ ଏକ ଉପାୟ ପାଂଚିଲା, କିପରି ସେ ସେହି ଓଟର ମାଂସକୁ ନିଜେ ଭକ୍ଷଣ କରିବ? କିଛି ସମୟ ସେ ଏହି ବିଷୟରେ ଚିନ୍ତା କଲା । ଏହାପରେ ତା’ ମନକୁ ଏକ ଉପାୟ ଆସିଲା । ସେ ଗଧିଆକୁ କହିଲା, ‘ଭାଇ କାଭ୍ୟମୁଖ’ । ତୁମେ ତ ଭୋକିଲା ଅଛ? ମହାରାଜ ଆସିବା ପର୍ଯ୍ୟନ୍ତ ତୁମେ ତ କିଛି ମାଂସ ଭକ୍ଷଣ କରିପାରିବ । ମହାରାଜ୍ ଆସିବା ପରେ ଏ ସଂପର୍କରେ ଯଦି କିଛି ପଚାରନ୍ତି ମୁଁ ତାଙ୍କୁ ଏକ ମନଗଢା କାହାଣୀ କହିଦେବି । ଚତୁରକଙ୍କ କଥା ଶୁଣି କାଭ୍ୟମୁଖ ଓଟ ମାଂସକୁ ଖାଇବାକୁ ଆରମ୍ଭ କଲେ । କିଛି ସମୟପରେ ଚତୁରକ ଚିତ୍କାର କଲେ, ‘କାଭ୍ୟମୁଖ’! ତୁରନ୍ତ ଖାଇବା ବନ୍ଦକର! ମହାରାଜ ଆସୁଛନ୍ତି । ତୁମେ ସେହି ଓଟ ମାଂସକୁ ସେଠାରେ ଛାଡି ଦେଇ ଶୀଘ୍ର ପଳାଇଯାଅ । ଚତୁରକଙ୍କ କଥା ଶୁଣି କାଭ୍ୟମୁଖ ସଂଗେ ସଂଗେ ଖାଇବା ବନ୍ଦ କଲେ । ସିଂହ ମହାରାଜ ପହଁଚିବା କ୍ଷଣି ଯେତେବେଳେ ଦେଖିଲେ ଓଟର ହୃଦୟ ତା’ର ଶରୀର ମଧ୍ୟରୁ କିଏ ଖାଇଦେଇଛି ସେ ଭୀଷଣ ରାଗିଗଲେ । ରାଗରେ ଆଖି ଯୋଡିକ ଲାଲ୍ କରି କହିଲେ, ‘କିଏ ମୋର ଆହାର ପ୍ରଥମେ ଭକ୍ଷଣ କଲା? ପ୍ରଥମେ ମୋତେ ତା’ର ନାମ କୁହ? ମୁଁ ସଂଗେ ସଂଗେ ତାକୁ ଆରପାରିକୁ ପଠାଇଦେବି ।

       ମହାରାଜଙ୍କ ରାଗ ଦେଖି ଗଧିଆ, ଶୃଗାଳ ଆଡକୁ ଚାହିଁଲା । ଶୃଗାଳ ଏହା ଦେଖି ସାମାନ୍ୟ ହସିଦେଲା ଏବଂ ଗଧିଆକୁ କହିଲା । ‘କାଭ୍ୟମୁଖ! ମୁଁ ତୁମକୁ ବାରଣ କରିବା ସତ୍ୱେ ତୁମେ ଓଟର ହୃଦୟକୁ ଖାଇଦେଲ । ବର୍ତ୍ତମାନ ତୁମେ ହିଁ ତୁମର କର୍ମଫଳ ଭୋଗ କରିବ ।’ ଗଧିଆ ଏହା ଶୁଣିବା ପରେ ଅତ୍ୟନ୍ତ ଭୟଭୀତ ହୋଇ ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରି ଚମ୍ପଟ ମାରିଲା । ଏହି ସମୟରେ ସେହି ପଥ ମଧ୍ୟରେ ଏକ ଯାତ୍ରୀଦଳ ଯାତ୍ରା କରୁଥାଆନ୍ତି । ଆଗରେ ଯେଉଁ ଓଟଟି ଚାଲିଥାଏ ସେ ତା’ର ବେକରେ ଘଂଟି ଗୁଡିଏ ବାନ୍ଧିଥାଏ । ସେ ଚାଲିବା ସମୟରେ ସେହି ଘଂଟି ଗୁଡିକ ଏକ ଭିନ୍ନ ପ୍ରକାରର ଶବ୍ଦ କରୁଥାଆନ୍ତି । ମହାରାଜ ସିଂହ କିଛି ଦୂରରେ ରହି ଏହି ଶବ୍ଦ ଶୁଣୁ ଥାଆନ୍ତି । ସେ ଏହି ଶବ୍ଦ ଶୁଣି ଭୟଭୀତ ହୋଇ ସଂଗେ ସଂଗେ ଚତୁରକଙ୍କୁ କହିଲେ ‘ଚତୁରକ’ । ତୁମେ ଯାଅ । ଏହି ଶବ୍ଦ କିଏ କରୁଛି ଦେଖିଆସି ମୋତେ କୁହ? ମୁଁ ଏପରି ଶବ୍ଦ ଆଗରୁ କେବେ ଶୁଣି ନ ଥିଲି ।

       ଶୃଗାଳ ଶବ୍ଦ ସଂପର୍କରେ ଜାଣିବା ପାଇଁ କିଛି ବାଟ ଯିବା ପରେ, ଫେରିଆସିଲା ଏବଂ କହିଲା, ‘ମହାରାଜ’! ଯଥା ଶୀଘ୍ର ଚାଲନ୍ତୁ ଏହି ଯାଗା ଛାଡି ପଳାଇଯିବା । ଏଠାରେ ରହିଲେ ଆମର ମୃତ୍ୟୁ ସୁନିଶ୍ଚିତ । ମହାରାଜ କହିଲେ, ‘ଚତୁରକ’! କଥା କ’ଣ ମୋତେ ପ୍ରଥମେ ଖୋଲି କରି କୁହ? ଚତୁରକ କହିଲେ, ‘ମହାରାଜ’! ମୃତ୍ୟୁ ଦେବତା ଯମ ଆପଣଙ୍କ ଉପରେ ଭୀଷଣ ଭାବରେ କ୍ରୋଧାନ୍ୱିତ ହୋଇ ପଡିଛନ୍ତି, କାରଣ ଓଟଟିର ଆୟୁଷ ପୂରି ନଥିଲା । ଆପଣ ତାକୁ ମାରି ଦେଇଛନ୍ତି । ତେଣୁ ମୃତ୍ୟୁ ଦେବତା ଏବଂ ଓଟର ବାପା, ଅଜା ସାଙ୍ଗ ହୋଇ ଆପଣଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଏଠାକୁ ଆସୁଛନ୍ତି । ଆପଣ ଏହି ଯେଉଁ ଶବ୍ଦ ଶୁଣୁଛନ୍ତି ସେମାନେ ବେକରେ ଅନେକ ଗୁଡିଏ ଘଂଟି ବାନ୍ଧିଛନ୍ତି । ଯେଉଁ ଘଂଟି ଗୁଡିକ ଏକ ଭିନ୍ନ ପ୍ରକାର ଶବ୍ଦ କରୁଛନ୍ତି ।

       ମହାରାଜଙ୍କୁ ଯେତେବେଳେ ଏହି ଶବ୍ଦ ଅଧିକରୁ ଅଧିକ ଶୁଣାଗଲା ସେ ଅଧିକ ଭୟଭୀତ ହୋଇ ସଂଗେ ସଂଗେ ସେ ସ୍ଥାନ ଛାଡି ଅନ୍ୟତ୍ର ପଳାୟନ କଲେ । ରାଜା ପଳାଇବାପରେ ଓଟ ମାଂସ ଗୁଡିକୁ ଶୃଗାଳ ଚତୁରକ ଏକାକୀ ମହାଆନନ୍ଦରେ ଖାଇଲା । ଏହି କାହାଣୀଟି କହିବା ପରେ ‘ଦମନକ’ କହିଲେ, ‘ମୁଁ କ’ଣ କହୁଥିଲି, ଜଣେ ଚତୁର ବ୍ୟକ୍ତି ଅନ୍ୟ ଉପରେ ଯଦି ପ୍ରତିଶୋଧ ନେବାକୁ ଚାହୁଁଥାଏ କିମ୍ବା ନିଜର ସ୍ୱାର୍ଥ ସିଦ୍ଧି ପାଇଁ ସର୍ବଦା ଇଚ୍ଛା ପ୍ରକାଶ କରୁଥାଏ, ଏବଂ ତାର କୌଶଳକୁ ଗୁପ୍ତ ରଖି କାର୍ଯ୍ୟ କରୁଥାଏ, ଯେପରି ଚତୁରକ କରୁଥିଲେ, ସେ ନିଶ୍ଚୟ ତା’ର କାର୍ଯ୍ୟରେ ପୂର୍ଣ୍ଣତା ଆଣିଥାଏ ।

       ଦମନକ ଯିବା ପରେ ‘ସଂଜୀବକ’ କିଛି ସମୟ ଚିନ୍ତା କରିବାକୁ ଲାଗିଲେ । କ’ଣ କରିବେ କ’ଣ ନ କରିବେ କିଛି ତାଙ୍କ ମୁଣ୍ଡକୁ ଆସୁ ନଥାଏ । ଶେଷରେ ସେ ଚିନ୍ତା କଲେ, ମୁଁ ହେଉଛି ଏକ ତୃଣଭୋଜୀ ପ୍ରାଣୀ । ଏହି ମାଂସାଶୀ ପ୍ରାଣୀମାନଙ୍କ ଗହଣରେ ମୁଁ ରହିଛି । ଯଦି ମୁଁ ପିଙ୍ଗଳକଙ୍କ ନିକଟକୁ ଯାଇ ପ୍ରାଣ ଭିକ୍ଷା କରିବି ତା’ହେଲେ ମୁଁ ଶାନ୍ତିରେ ରହିପାରିବି । ହୁଏତ ସେ ମୋତେ ମାରି ନପାରେ । ଯଦି ମୁଁ ଏହି ସ୍ଥାନ ଛାଡି ଅନ୍ୟତ୍ର ଚାଲିଯାଏ, ତା’ହେଲେ ଏହି ମାଂସାଶୀ ପ୍ରାଣୀ ଗୁଡିକ ଯେଉଁଠାକୁ ଗଲେ ମଧ୍ୟ ମୋତେ ମାରିଦେବେ । ତେଣୁ କୌଣସି କଥା ଚିନ୍ତା ନକରି ମୋତେ ପ୍ରଥମେ ପିଙ୍ଗଳକଙ୍କ ନିକଟକୁ ଯିବା ଦରକାର । ଏହି କଥା ଚିନ୍ତାକରି ଶେଷରେ ପିଙ୍ଗଳକଙ୍କ ନିକଟକୁ ଯିବା ପାଇଁ ସଂଜୀବକ ବାହାରି ପଡିଲେ । ପିଙ୍ଗଳକଙ୍କ ସମ୍ମୁଖରେ ପହଁଚିବାପରେ ଦମନକ ଯାହା କହୁଥିଲେ ଠିକ୍ ତାହା ସେ ଦେଖିଲେ । ପିଙ୍ଗଳକଙ୍କର ଏହି ରୂପ ଦେଖି ମନେ ମନେ ଦୁଃଖ କରି ସେ ଫେରି ଆସିଲେ ଏବଂ କିଛି ଦୂର ଛାଡି ଠିଆହେଲେ । ପିଙ୍ଗଳକ ମଧ୍ୟ ସଂଜୀବକଙ୍କଠାରେ ଅନୁରୂପ ବ୍ୟବହାର ପାଇଲେ ।

       କିଛି ସମୟ ପରେ ପିଙ୍ଗଳକ ସଂଜୀବକଙ୍କୁ ଆକ୍ରମଣ କରିବାକୁ ବାହାରିଲେ । ସଂଜୀବକ ମଧ୍ୟ ପ୍ରତିଆକ୍ରମଣ କରିବାକୁ ଯାଇ ତାଙ୍କର ଶିଙ୍ଗ ଯୋଡିକୁ ନେଇ ପିଙ୍ଗଳକର ପେଟରେ ଲଗାଇଲେ । ଉଭୟେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇପଡିଲେ । କାରାତକ ଏବଂ ଦମନକ ଉଭୟଙ୍କର ଏହିପ୍ରକାର କ୍ରୋଧଦେଖି ଭୟଭୀତ ହୋଇ ପଡିଲେ । କାରାତକ କହିଲେ ‘ଭାଇ ଦମନକ’ ‘ତୁମେ ପ୍ରକୃତରେ ବହୁତ ବଡ ଭୁଲ୍ କରିଛ । ଏମାନଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ଉଚିତ୍ ନଥିଲା’ । ଏହା ପ୍ରମାଣ କରେ ଯେ ତୁମର ନୀତିଶାସ୍ତ୍ର ସଂପର୍କରେକୌଣସି ଜ୍ଞାନ ନାହିଁ । ଯେଉଁ ବ୍ୟକ୍ତି ତା’ର ଚତୁରତା ବଳରେ କାର୍ଯ୍ୟହାସଲ କରେ, କିନ୍ତୁ ପରସ୍ପର ମଧ୍ୟରେ ଶତ୍ରୁତା ସୃଷ୍ଟି କରେ ନାହିଁ ସେ ହିଁ ପ୍ରକୃତରେ ମନ୍ତ୍ରୀ ହେବା ପାଇଁ ଯୋଗ୍ୟ । ତୁମେ ଯଦି ପ୍ରକୃତରେ ବୁଦ୍ଧିମାନ, ତୁମେ ନିଶ୍ଚୟ ଏକ ରାସ୍ତା ବାହାର କର ଏବଂ ଯଥାଶୀଘ୍ର ଏମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କଳହର ସମାଧାନ କର, ନଚେତ୍ ଏମାନେ ଦୁଇଜଣ ହିଁ ଧ୍ୱଂସ ପାଇଯିବେ । ଜଣେ ମୂର୍ଖକୁ ଉପଦେଶ ଦେଲେ ତାହା ଯେପରି ତାକୁ ଅତ୍ୟଧିକ ଉତ୍ତେଜିତ କରିଥାଏ ଯେପରି ପକ୍ଷୀଟିଏ ମାଙ୍କଡକୁ ଉପଦେଶ ଦେଇଥିଲା । ଦମନକ ପଚାରିଲେ ‘କେଉଁ ପକ୍ଷୀ କଥା ତୁମେ କହୁଛ’? କାରାତକ ଉତ୍ତର ଦେବାକୁ ଯାଇ ଏହି କାହାଣୀ କହିବାକୁ ଆରମ୍ଭ କଲେ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...