ସମୟକୁ ଆଦର କଲେ, ସମୟ ତୁମକୁ ଆଦର କରିବ – Odia Gapa

ସମୟକୁ ଆଦର କଲେ, ସମୟ ତୁମକୁ ଆଦର କରିବ

ଇଣ୍ଡିଆର ମହାନ୍ ବୈଜ୍ଞାନିକ ସି.ଭି.ରମଣ ଜଣେ ଅତି ସରଳ ଓ କୋମଳ ସ୍ୱଭାବର ବ୍ୟକ୍ତି ଥିଲେ । ସେ ଯେକୌଣସି ଲୋକ ସହିତ ମଧ୍ୟ ମିଶିଯାଉଥିଲେ । ସତେ ଯେମିତି ମନେ ହେଉଥିଲା ତାଙ୍କ ମନରେ ତିଳେ ହେଲେ ବି ଗର୍ବ ନ ଥିଲା । ମାତ୍ର ଅନ୍ୟମାନଙ୍କୁ ସତ୍ପଥକୁ ଆଣିବା ପାଇଁ ବେଳେବେଳେ ସେ କଟୁମନ୍ତବ୍ୟ ଦେବାକୁ ବି ପଛାଉନଥିଲେ ।

                ଏକଦା ରମଣଙ୍କୁ ଏକ ସଭାରେ ମୁଖ୍ୟ ବକ୍ତା ଭାବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଥାଏ । ସେ ଅତ୍ୟନ୍ତ ସମୟାନୁବର୍ତ୍ତୀ ଥିବାରୁ ସଭାସ୍ଥଳରେ ଠିକ୍ ସମୟରେ ଯାଇ ପହଁଚିଗଲେ ।

                ମହୀଶୂର ରାଜ୍ୟର ଜଣେ କୌଣସି ଉଚ୍ଚ ପଦାଧିକାରୀ ରମଣ ପହଁଚିବାର କିଛି କ୍ଷଣ ପୂର୍ବରୁ ସେଠାରେ ପହଁଚିଥାନ୍ତି । ମାତ୍ର ସେଦିନ ସଭାରେ ଅଧ୍ୟକ୍ଷତା କରିବାକୁ ଥିବା ଅଧ୍ୟକ୍ଷ ମହୋଦୟଙ୍କର ଆସିବାର କୌଣସି ଚିହ୍ନବର୍ଣ୍ଣ ନ ଥାଏ । ସୁତରାଂ ରମଣଙ୍କୁ ସଭାରେ ଅଧ୍ୟକ୍ଷତା କରିବାକୁ କୁହାଗଲା ।

ସଭା କାର୍ଯ୍ୟ ଆରମ୍ଭ ପାଇଁ ଉଦ୍ଦିଷ୍ଟ ସମୟରେ ରମଣ ମହାଶୟ ଉଠିଲେ ଏବଂ ସଭାକୁ ସମ୍ବୋଧନ କରିବା ଆରମ୍ଭ କରିଦେଲେ । ଏ ପର୍ଯ୍ୟନ୍ତ ପହଁଚିପାରିନଥିବା ଏଇ ସଭାର ଅଧ୍ୟକ୍ଷ ମହୋଦୟ କହି ସଭାକୁ ସମ୍ବୋଧିତ କରିବାବେଳେ ସଭାରେ କରତାଳି ମାଡ ସହିତ ବେଶ୍ ହାସ୍ୟରୋଳ  ବି ସୃଷ୍ଟି ହେଲା ।

ଠିକ୍ ଏତିକିବେଳେ ସଭାର ଅଧ୍ୟକ୍ଷ ମହୋଦୟ ପହଁଚି ଏକଥା ଶୁଣି ପାରିଲେ । ହେଲେ ସେ ଲାଜରେ ମୁଣ୍ଡ ଉପରକୁ ଆଉ ଉଠାଇପାରିଲେ ନାହିଁ । ସଙ୍କୋଚବଶତଃ ସଭାମଂଚର ପଛପଟେ ଯାଇ ସେ ବସିରହିଲେ । ଏକଥା ଯେତେବେଳେ ରମଣଙ୍କ ଦୃଷ୍ଟିକୁ ଆସିଲା ସେତେବେଳେ ସେ ସମ୍ମାନର ସହିତ ତାଙ୍କୁ ପଛରୁ ଉଠାଇ ଆଣି ଆଗରେ ବସାଇଦେଲେ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...