ସୁନୟନା କଥା

       ବେତାଳ କହୁଥାଏ, “ନା ମୁଁ ପ୍ରଥମେ ଏ ଶବକୁ ଦେଖିଛି । ମୁଁ ଏହାକୁ ଖାଇ ମୋର ଭୋକ ମେଂଟାଇବି । ଏହା ଉପରେ ମୋର ସଂପୂର୍ଣ୍ଣ ଅଧିକାର । ବରଂ ତୁ ଏହାକୁ ଛାଡି ଚାଲିଯାଇ ପାରୁ ।”

       ଦୁହିଁଙ୍କ ମଧ୍ୟରେ ଝଗଡା କ୍ରମଶଃ ବଢି ଚାଲିଲା । କେହି କାହା କଥା ମାନିବାକୁ ରାଜି ହେଉ ନଥାନ୍ତି । ଶେଷରେ ବିକ୍ରମାଦିତ୍ୟ ସେମାନଙ୍କ ପାଖକୁ ଯାଇ ପହଁଚିଲେ ।

       କାପାଳିକ ବିକ୍ରମାଦିତ୍ୟଙ୍କୁ ଆସୁଥିବାର ଦେଖି କହିଲା, “ଦେଖ ଇଏ ଜଣେ ରାଜା । ସେ ସଠିକ୍ ନ୍ୟାୟ ବିଚାର ଦେଇ ପାରିବେ । ଚାଲ ତାଙ୍କୁ କହିବା, ସେ ଯେଉଁ ବିଚାର କରିବେ ଆମେ ତାହା ମାନିନେବା ।”

       ବେତାଳ କାପାଳିକର କଥା ଶୁଣି ରାଜି ହୋଇଗଲା । ଦୁହେଁ ବିକ୍ରମାଦିତ୍ୟଙ୍କ ନିକଟକୁ ଗଲେ ଏବଂ ନିଜ ନିଜର ଯୁକ୍ତି ବାଢିଲେ । ସେମାନଙ୍କ କଥା ଶୁଣି ବିକ୍ରମାଦିତ୍ୟ କହିଲେ, “ତୁମେ ଦୁହେଁ ପ୍ରକୃତରେ କ’ଣ ଚାହଁ?”

       କାପାଳିକ କହିଲା, “ମହାରାଜ! ଆପଣତ ସବୁକଥା ଶୁଣିଲେ । ଏବେ ବିଚାର କରି କହନ୍ତୁ, ଏ ଶବ ଉପରେ କାହାର ଅଧିକାର?”

       ବିକ୍ରମାଦିତ୍ୟ କହିଲେ, “ଦେଖ, ମୁଁ ଏବେ ମୋ ରାଜ୍ୟରେ ନାହିଁ ବା ସିଂହାସନରେ ଉପବେଶନ କରିନାହିଁ । ତଥାପି ଉପଯୁକ୍ତ ନ୍ୟାୟଦେବି । ତମେ ଦୁହେଁ ପ୍ରଥମେ କଥାଦିଅ, ମୁଁ ଯାହା କହିବି ତାହା ଅକ୍ଷରେ ଅକ୍ଷରେ ପାଳନ କରିବ । ତା’ଛଡା ଏଥିପାଇଁ ତମେ ଦୁହେଁ ମୋତେ କିଛି ନା କିଛି ଦେବ ।”

       କାପାଳିକ ଏବଂ ବେତାଳ ଦୁହେଁ ଯାକ ରାଜି ହୋଇଗଲେ । କାପାଳିକ ଗୋଟିଏ ଛୋଟିଆ ଥଳୀ ବାହାର କରି କହିଲା, “ଏହା ସାମାନ୍ୟ ଥଳୀ ନୁହେଁ । ଏହାର ଚମତ୍କାରିତା ରହିଛି । ଯେତେବେଳେ ଯେଉଁ ଦ୍ରବ୍ୟ ମାଗିବ, ଏହା ସଙ୍ଗେ ସଙ୍ଗେ ଆଣି ପହଁଚାଇଦେବ । ଏଥିରେ ଆଦୌ ସନ୍ଦେହ ନାହିଁ ।” ବିକ୍ରମାଦିତ୍ୟ କାପାଳିକ ଠାରୁ ଥଳୀ ଗ୍ରହଣ କଲେ ।

       ବେତାଳ ଖଣ୍ଡିଏ କାଠ ଦେଇ କହିଲା, “ଇଏ ସାଧାରଣ କାଠ ଖଣ୍ଡିଏ ନୁହେଁ । ଏହାର ବିଶେଷତ୍ୱ ରହିଛି । ଏହାକୁ ଘୋରି ତିଳକ କରି ଘେନିଲେ ମଣିଷ ଅନ୍ୟମାନଙ୍କ ଚକ୍ଷୁରୁ ଅଦୃଶ୍ୟ ହୋଇଯାଏ । ତାକୁ କେହି ଦେଖି ପାରନ୍ତି ନାହିଁ । ଶତ୍ରୁମାନଙ୍କୁ ଅକ୍ଳେଶରେ ନିପାତ କରାଯାଇ ପାରେ । କେହି ଜାଣିପାରିବେନି ଯେ କିଏ କାହାକୁ ମାରିଲା ।”

       ବିକ୍ରମାଦିତ୍ୟ ବେତାଳଠାରୁ କାଠ ଖଣ୍ଡିକ ମଧ୍ୟ ଗ୍ରହଣ କଲେ ଏବଂ କହିଲେ, “ତୁମେ ଦୁହେଁ ଏଇ ଶବକୁ ନେଇ ଝଗଡା କରୁଛ? ମୋ ମତରେ ଆବଶ୍ୟକତାର ଗୁରୁତ୍ୱ ବୁଝି ଏହା ଉପରେ ଅଧିକାର ସାବ୍ୟସ୍ତ କରିବା ଦରକାର । ବେତାଳକୁ ଲକ୍ଷ୍ୟକରି କହିଲେ, ତମେ ଭୋକିଲା, ତମର ଖାଦ୍ୟ ଦରକାର । ମୁଁ ଯଦି ତମକୁ ଏହାଠୁ ଅଧିକ ପରିମାଣର ଖାଦ୍ୟ ଯୋଗାଇଦିଏ, ତେବେ ତମେ ଖୁସି ହେବତ?”

       ବେତାଳ କହିଲା, “ହଜୁର! ମୋତେ ପେଟଭରା ଖାଦ୍ୟ ମିଳିଗଲେ ମୋର ଆଉ କିଛି କହିବାର ନାହିଁ ।”

       ବିକ୍ରମାଦିତ୍ୟ ତାକୁ କହିଲେ, “ଏଇ ଦେଖି ପାରୁଛ? ସେ ଗଛ ମୂଳେ ମୋର ପ୍ରିୟ ଘୋଡାଟି ମରି ପଡିଛି । ଏ ଶବ ଅପେକ୍ଷା ସେଇ ଘୋଡାଠାରୁ ତମେ ଅଧିକ ଖାଦ୍ୟ ପାଇପାରିବ । ଯାଅ ତାକୁ ଖାଇ ତମର ଭୋକ ପ୍ରଶମନ କର ।”

       ବେତାଳ ଖୁସି ହୋଇଗଲା । ପ୍ରକୃତରେ ମଣିଷର ଶବ ଅପେକ୍ଷା ଘୋଡା ମାଂସ ତା’ ପାଇଁ ଅଧିକ ସ୍ୱାଦିଷ୍ଟ ଥିଲା । ଏଣୁ ସେ ଆଉ ଶବ ପ୍ରତି ଲୋଭ ନ କରି ଘୋଡା ଆଡକୁ ଚାଲିଲା ।

       ତା’ପରେ ବିକ୍ରମାଦିତ୍ୟ କାପାଳିକକୁ କହିଲେ, “ମୁଁ ଜାଣେ ତମର ତନ୍ତ୍ର ସାଧନା ପାଇଁ ଏ ଶବ ନିହାତି ଆବଶ୍ୟକ । ଏବେ ତମେ ତାହାକୁ ନେଇ ତମ କାର୍ଯ୍ୟରେ ଆଗେଇଯାଅ ।”

       କାପାଳିକ ମଧ୍ୟ ବିକ୍ରମାଦିତ୍ୟଙ୍କ ବିଚାରରେ ସନ୍ତୁଷ୍ଟ ହୋଇ ଶବକୁ ନେଇ ଚାଲିଗଲା । ତା’ପରେ ବିକ୍ରମାଦିତ୍ୟ ଥଳୀକୁ ଖାଦ୍ୟ ମାଗି ପେଟଭରି ଖାଇଲେ । ରାତ୍ରି ଘନେଇ ଆସିଲା । ଜୀବଜନ୍ତୁଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ମୋହିନୀ କାଠକୁ ତିଳକ କରି ଲଗାଇଲେ ଏବଂ ଅଦୃଶ୍ୟ ଅବସ୍ଥାରେ ଗଛ ମୂଳରେ ରାତ୍ରି କଟାଇ ଦେଲେ । ସକାଳ ହେବା ମାତ୍ରେ ବେତାଳଙ୍କୁ ଡାକି ନିଜ ରାଜ୍ୟ ଅଭିମୁଖେ ଯାତ୍ରାକଲେ । ରାସ୍ତାରେ ଜଣେ ଭିକାରୀ ସହିତ ସାକ୍ଷାତ ହେଲା । ସେ ଖୁବ୍ ଭୋକିଲା ଅବସ୍ଥାରେ ଥିଲା । ବିକ୍ରମାଦିତ୍ୟ ଭିକାରୀକୁ ଚମତ୍କାରୀ ଥଳୀଟି ଦାନ କରିଦେଲେ ।

       “ଏବେ କହନ୍ତୁ ଭୋଜରାଜ! ଆପଣ କ’ଣ ନିଜକୁ ମହାରାଜ ବିକ୍ରମାଦିତ୍ୟଙ୍କ ସହିତ ସମକକ୍ଷ ବୋଲି ଭାବୁଛନ୍ତି? ତେବେ ସିଂହାସନରେ ଆରୋହଣ କରନ୍ତୁ ।” ଏହା କହି ସୁନୟନା ଚୁପ୍ ହୋଇଗଲା ।

       ଭୋଜରାଜ କ’ଣ କରିବେ, ଚିନ୍ତା କରୁ କରୁ ମହଲରେ ଯାଇ ପହଁଚିଲେ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...