ସୁବର୍ଣ୍ଣ ମୂଷିକ

ପ୍ରତିଷ୍ଠାନ ବୋଲି ଗୋଟିଏ ଦେଶ ଥାଏ । ସେଠାରେ ଆଦର୍ଶନଗର ନାମରେ ଗୋଟିଏ ନଗର ଥାଏ । ସେ ନଗରୀରେ ଜଣେ ଦରିଦ୍ର ବିଧବା ତା’ର ଏକମାତ୍ର ପୁତ୍ର ସହିତ ବାସ କରୁଥାଏ । ଦିନେ ମା’ ତାଙ୍କ ପୁଅକୁ କହିଲେ, “ପୁଅ, ତୁ ଜଣେ ବଣିକ ପୁତ୍ର । ବ୍ୟବସାୟ ଆମ ଜାତିର ପେଶା । ଦୁର୍ଭାଗ୍ୟକୁ ତୁ ଜନ୍ମରୁ ଧନହୀନ । ଏ ସହରରେ ଧନଗୁପ୍ତ ନାମକ ଜଣେ କୋଟିପତି ବଣିକ ଅଛନ୍ତି; ସେ ଦରିଦ୍ର ବଣିକମାନଙ୍କୁ ସାହାଯ୍ୟ କରନ୍ତି । ତୁ ତାଙ୍କୁ ଦେଖାକରି କିଛି ଧନ ଆଣି ବ୍ୟବସାୟଟିଏ ଆରମ୍ଭ କର ।”

                ତା’ପରେ ମା’ଙ୍କ କଥା ଶୁଣି ବଣିକ ପୁତ୍ର ଧନଗୁପ୍ତଙ୍କ ପାଖକୁ ଗଲା । ସେଠି ପହଁଚି ସେ ଦେଖିଲା ଧନଗୁପ୍ତ ଜଣେ ଯୁବକକୁ ଗାଳିଦେଇ କହୁଛନ୍ତି, “ତୁମ ଭିତରେ ବ୍ୟବସାୟ କରିବାର କୌଣସି ଗୁଣ ନାହିଁ । କେତେଥର ମୁଁ ତୁମକୁ ଧନ ଦେଲିଣି କିନ୍ତୁ ତୁମେ ମୂଳଧନ ମଧ୍ୟ ବୁଡାଇ ଦେଇ ବସିଛ । ତୁମ ଭିତରେ ଯଦି ତିଳେ ମାତ୍ର ବ୍ୟାପାର ବୁଦ୍ଧି ଥା’ନ୍ତା ତେବେ ଏହି ମଲା ମୂଷାକୁ ମୂଳଧନ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରନ୍ତ ।”

                ଧନଗୁପ୍ତଙ୍କ ଏପରି କଥା ଶୁଣି ବଣିକ ପୁତ୍ର ତାଙ୍କୁ ଆଉ କୌଣସି ଧନ ନ ମାଗି ପଡିଥିବା ମଲା ମୂଷାଟିକୁ ଧରି ଲେଉଟିଲା । ରାସ୍ତାରେ ଗୋଟିଏ ବଡ ଦୋକାନରେ ବିଲେଇଟିଏ ମୁହଁ ଶୁଖାଇ ବସିଥିଲା । ସେ ବଣିକ ପୁତ୍ର ମଲା  ମୂଷାଟିକୁ ବିଲେଇକୁ ଦେଇଦେଲା । ବିଲେଇ ଖୁସି ହୋଇ ତାକୁ ଖାଇଲା । ଏକଥା ଦେଖି ଦୋକାନୀ ଖୁସି ହୋଇ ବଣିକ ପୁତ୍ରକୁ ଦୁଇମୁଠା ଚଣାଭଜା ଖାଇବାକୁ ଦେଲା । ସେ ଚଣାରେ ମସଲା ଲୁଣ ଗୋଳାଇ ଗରାଏ ପାଣି ଧରି ରାସ୍ତାରେ ସେ ବଣିକ ପୁତ୍ର ବସିଥାଏ । ଠିକ୍ ସେତିକିବେଳେ କାଠୁରିଆମାନେ ତ କାଠକାଟି ଫେରୁଥା’ନ୍ତି ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

loading...