ସୁଲତାନାଙ୍କ ଚାତୁରୀ – Odia Gapa

ସୁଲତାନାଙ୍କ ଚାତୁରୀ

ପାରସ୍ୟର ନୂଆ ସୁଲ୍ତାନ୍ ହେଲେ ସୟେଦ୍ ଅବଦୁଲ୍ଲା । ସେ ମନୋରଞ୍ଜନ କାର୍ଯ୍ୟକ୍ରମରେ ବହୁତ ଧନ ଖର୍ଚ୍ଚ କରୁଥିଲେ । ଅବସ୍ଥା ଏପରି ହେଲା ଯେ ରାଜ୍ୟର କଲ୍ୟାଣକାରୀ  ଯୋଜନା ବା ବିଶେଷ କୌଣସି କାର୍ଯ୍ୟପାଇଁ ରାଜକୋଷରେ ଅଧିକ ଧନ ରହିଲା ନାହିଁ । ଏହା ଏକ ବଡ ସମସ୍ୟା ଭାବରେ ଦେଖାଦେଲା ।

                ସୁଲତାନ ଓ ଉଜୀର ଏ ସମସ୍ୟା ଉପରେ ବହୁତ ଚିନ୍ତା କରିବାକୁ ଲାଗିଲେ । ବହୁ ସମୟ ବିଚାର କରି ଶେଷରେ ସେମାନଙ୍କ ମନକୁ ଏକ ସମାଧାନ ଆସିଲା । କଥାଟି ହେଉଛି ରାଜ୍ୟର ସବୁ ମହାଜନମାନେ ପଇସା ଧାର୍ ଦେଇ ସୁଧ ନିଅନ୍ତି, କିନ୍ତୁ ତାହା ବ୍ୟକ୍ତିଗତ ଭାବରେ । ଏବେ କଥା ହେଉଛି ଟଙ୍କା ଧାର୍ ଦେବା ବୃତିକୁ ଆଇନସମ୍ମତ ବ୍ୟବସାୟ କରି ଦେଲେ ସେମାନେ ସେଥିରୁ କିଛି ରାଜକୋଷକୁ ଦେବେ । ପୁଣି ଟଙ୍କା ଚାହୁଁଥିବା ଲୋକ ମଧ୍ୟ ସୁବିଧାରେ ଟଙ୍କା ପାଇପାରିବେ । ଏବେ ଆଇନସମ୍ମତ ହେବା ଯୋଗୁଁ ଏକମାତ୍ର ସୁବିଧା ହେଲା ଯେ ଯିଏ ଟଙ୍କା ଧାର୍ ନେଇ ଫାଙ୍କିଦେବ ତାକୁ ସୁଲତାନ୍ ଦଣ୍ଡ ଦେବେ ।

ଏହି ନୂତନ ଆଇନ୍ ହୋଇଗଲା ପରେ ସୁଧଖୋର ମହାଜନମାନେ ଖୁସି ହେଲେ । ସେମାନେ ଟଙ୍କା କରଜ ଦେଇ ମନଇଚ୍ଛା ସୁଧ ମାଗିଲେ । ଯଦି କେହି ସୁଧର ହାର ଦେଖି କିଛି ପଚାରେ ତେବେ ସେମାନେ କହନ୍ତି, “ଆମେ ତ ଏହାଠାରୁ କମ୍ ସୁଧ ନେଇ ପାରିବୁ ନାହିଁ । କାରଣ ରାଜା କିଛି ଅଂଶ ଆମଠାରୁ ନେବେ । ଯେଉଁମାନେ ଖାତାପତ୍ର ଦେଖୁଛନ୍ତି ସେମାନେ ମଧ୍ୟ ଦରମା ନେବେ, ଆମେ ଆଉ କ’ଣ କରିବୁ?”

ଏସବୁ ଶୁଣି ସୁଲତାନଙ୍କ ପତ୍ନୀ ସୁଲତାନା ଭାବିଲେ ସତରେ କ’ଣ ଏ ନୂଆ ଆଇନ୍ ଲୋକଙ୍କ ଭଲ ପାଇଁ ହୋଇଛି? ଏକଥା ଜାଣିବା ପାଇଁ ସେ ଦିନେ ତାଙ୍କର ଜଣେ ଦାସୀକୁ ଲୋକଙ୍କର ମତ ଜାଣିବା ପାଇଁ କହିଲେ ଏବଂ ଏସବୁ ଗୁପ୍ତରେ କରାଗଲା ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...