ସୌନ୍ଦର୍ଯ୍ୟ

ନିଶା ଗରଜୁଥାଏ । ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁ ମୃଦୁ ବର୍ଷା ବି ହେଉଥାଏ । ତା’ସାଙ୍ଗକୁ ବଣବୁଦା ଭିତରୁ ଭାସି ଆସୁଥାଏ ସାଇଁ ସାଇଁ ଶବ୍ଦ । ଶ୍ୱାନ, ଶ୍ୱାପଦଙ୍କ ରଡି ସହିତ ଅଶରୀର ମାନଙ୍କର ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୋକରେ ଦିଶି ଯାଉଥାଏ ଭୟାବହ ମୁହଁଟିମାନ ।

                କିନ୍ତୁ ରାଜା ବିକ୍ରମାର୍କ ତିଳେମାତ୍ର ବିଚଳିତ ନ ହୋଇ ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟିଗଲେ ଏବଂ ବୃକ୍ଷାରୋହଣ ପୂର୍ବକ ଶବଟିକୁ ଉତାରି ଆଣିଲେ । ସେ ତା’କୁ କାନ୍ଧରେ ପକାଇ ଶୁନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହି ଉଠିଲା, “ରାଜନ୍! ମୁଁ ଭଲଭାବେ ଜାଣେ ଯେ ତୁମେ ଜଣେ ଉଚ୍ଚକୋଟିର ବିଦ୍ୱାନ । ଭଲ-ମନ୍ଦ, ଉଚିତ-ଅନୁଚିତ ମଧ୍ୟରେ ପାର୍ଥକ୍ୟ ତୁମେ ଖୁବ୍ ଭଲ ଭାବେ ବୁଝି ପାରିବ । କିନ୍ତୁ ଏତେ ଜ୍ଞାନୀ ହୋଇ ମଧ୍ୟ ତୁମେ ଏହି ଭୟଙ୍କର ଶ୍ମଶାନରେ ଅର୍ଦ୍ଧରାତ୍ର ସମୟରେ ନିରର୍ଥକ ଭାବେ ଘୁରି ବୁଲୁଛ । ମୋତେ ଯାହା ମନେ ହେଉଛି, ତୁମେ ନିଜର ମାନସିକ ଭାରସାମ୍ୟ ହରାଇ ବସିଛ । ମନୁଷ୍ୟ ଯେତେ ବୁଦ୍ଧିମାନ ହେଉନା କାହିଁକି, ସେ ବେଳେ ବେଳେ ନିଜର ବୁଦ୍ଧି, ଜ୍ଞାନ ହରାଇ ବସେ । କେତେକ ପରିସ୍ଥିତିରେ ନିଜର ମାନସିକ ଭାରସାମ୍ୟ ହରାଇ ମୁର୍ଖଙ୍କ ପରି ସେ ବ୍ୟବହାର କରେ । ବହୁଦିନ ତଳେ ଜୟନ୍ତ ନାମକ ଏକ ରାଜକୁମାର ଏପରି ମୁର୍ଖତା ଆଚରଣ କରିଥିଲେ । ମାନସିକ ସନ୍ତୁଳନ ହରାଇ ସେ କିପରି କାଣ୍ଡ କରି ବସିଲେ, ସେହି କଥା ତୁମେ ଏବେ ମୋ ଠାରୁ ଶୁଣ!” ଏପରି କହି ବେତାଳ ରାଜକୁମାର ଜୟନ୍ତଙ୍କ କାହାଣୀ ଗପିବାରେ ଲାଗିଲା ।

                କାଂଚନନଗରୀର ମହାରାଜ ରଘୁବର୍ମା ଥିଲେ । ପରେ ତାଙ୍କର ପତ୍ନୀ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଲେ । ସେହି ପୁତ୍ର ଦେଖିବାକୁ ଅତି ସୁନ୍ଦର ଥିଲା । ତା’ର ଅପୂର୍ବ ସୌନ୍ଦର୍ଯ୍ୟ ଦେଖି ସ୍ୱୟଂ ରାଜଦମ୍ପତ୍ତି ମଧ୍ୟ ଖୁବ୍ ବିସ୍ମିତ ହେଉଥିଲେ । ଶିଶୁଟି ବଡ ହେବା ସହିତ ତା’ର ସୌନ୍ଦର୍ଯ୍ୟ ମଧ୍ୟ ଦିନକୁ ଦିନ ବଢି ଚାଲିଲା ଏସବୁ ଦେଖି ତା’ ପିତାମାତାଙ୍କର ଆନନ୍ଦର କୌଣସି ସୀମା ରହିଲା ନାହିଁ । ପୁତ୍ରର ସୁନ୍ଦରତାରେ ମୁଗ୍ଧ ହୋଇ ରାଜଦମ୍ପତ୍ତି ତା’ର ନାମ ଜୟନ୍ତ ରଖିଲେ ।

                ଜୟନ୍ତ କେବଳ ଦେଖିବାକୁ ସୁନ୍ଦର ନଥିଲା । ତା’ର ସଦ୍ଗୁଣ, ସୌନ୍ଦର୍ଯ୍ୟ ତୁଳନାରେ କୌଣସି ଗୁଣରେ କମ୍ ନଥିଲା । କିଶୋର ଅବସ୍ଥାରେ ପାଦ ଦେବା ପରେ ପିତା ତାଙ୍କୁ ଆରାବଳୀ ପାର୍ବତ୍ୟାଂଚଳରେ ରହୁଥିବା ଗୁରୁ କୃଷ୍ଣଚନ୍ଦ୍ରଙ୍କ ଗୁରୁକୁଳ ପଠାଇ ଦେଲେ ।

                ରାଜଦମ୍ପତ୍ତି ସ୍ଥିର କଲେ ଯେ, ସେ ଗୁରୁକୁଳରୁ ପ୍ରତ୍ୟାବର୍ତ୍ତନ କରିବା ମାତ୍ରେ, ତାଙ୍କର ରାଜ୍ୟାଭିଷେକ କରାଇ ତାଙ୍କୁ ଶାସନ ଭାର ଅର୍ପଣ କରିଦେବେ । କିନ୍ତୁ ଜୟନ୍ତ ଏହି ପ୍ରସ୍ତାବରେ ସମ୍ମତ ହେଲେ ନାହିଁ । କାରଣ ସେ ରାଜ୍ୟ ମଧ୍ୟରେ ଭ୍ରମଣ କରି ପ୍ରତ୍ୟକ୍ଷ ଅଭିଜ୍ଞତା ହାସଲ କରିବାକୁ ଚାହୁଁଥିଲେ ।

                ଜୟନ୍ତ ତାଙ୍କ ରାଜମହଲ ପରିତ୍ୟାଗ କରିବାର ଗୋଟିଏ ସପ୍ତାହ ମଧ୍ୟରେ ସେ ଦେଶର ପୂର୍ବଭାଗରେ ଅବସ୍ଥିତ ପର୍ବତମାଳା ନିକଟରେ ଯାଇ ପହଁଚିଗଲେ । ସେହି ପର୍ବତମାଳାର ସବୁଠାରୁ ଉଚ୍ଚତମ ଶୃଙ୍ଗ କାଂଚନଗିରି ଥିଲା । ଏହି କାଂଚନଗିରି ଶୃଙ୍ଗର ଶୀର୍ଷରେ ଗୋଟିଏ ପ୍ରାଚୀନ ଦେବୀ ମନ୍ଦିର ଥିଲା । ଜୟନ୍ତ ପ୍ରଶସ୍ତି ଏହି ମନ୍ଦିରର ପ୍ରସିଦ୍ଧ ଶୁଣି ଥିଲେ । ତେଣୁ ଦେବୀଙ୍କ ଦର୍ଶନ କରିବା ପାଇଁ ପର୍ବତର ଶିଖର ଦେଶରେ ସେ ଯାଇ ପହଁଚିଲେ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ଗପ ସାରଣୀ

ନୂଆ ତାଲିକାଭୁକ୍ତ ଗପ