ଅତି ଲୋଭରେ ତନ୍ତୀ ମରେ

ଗୋଟିଏ କୁକୁର କୌଣସି ଏକ ଘରେ ପଶି ଗଲା ଆଉ ତାକୁ ସେଠାରୁ ଅଧା ରୋଟି ଖଣ୍ଡିଏ ମିଳି ଗଲା । ବାସ୍ ସେ ତାକୁ ମୁହଁରେ ଧରି ଖୁବ୍ ଜୋର୍ରେ ନଦୀ ଆଡକୁ ଧାଇଁ ଗଲା । ସେ ନଦୀ ପାଖକୁ ଧାଇଁଲା କାରଣ ସେଠାରେ ତାକୁ ଖାଇବାକୁ କେହି ବାଧା ଦେଇ ପାରିବେ ନାହିଁ । ସେ ଗୋଟିଏ ବୁଦା ମୂଳରେ ବସି ଆରାମ୍ରେ ଏକୁଟିଆ ରୋଟିର ସ୍ୱାଦ ଚାଖି ଚାଖି ଖାଇବ ।

କୁକୁରଟି ଦୌଡି ଦୌଡି ନଦୀର କୂଳରେ ପହଁଚିଲା ତା’ପରେ ନଦୀ ଭିତରେ ପଶି ପହଁରି ପହଁରି ଜଲ୍ଦି ଜଲ୍ଦି ନଦୀ ପାର କରିବାକୁ ଚେଷ୍ଟା କଲା । ଅଚାନକ ସେ ନଦୀର ସଫା ପାଣି ଭିତରେ ତା’ର ନିଜର ପ୍ରତିଚ୍ଛବି ଦେଖି ପାରିଲା । ନିଜର ପ୍ରତିଚ୍ଛବି ମଧ୍ୟ ଅଧା ରୋଟିକୁ ମୁହଁରେ ଧରିଥିବା ଦେଖିଲା । ଏହା ଦେଖି ତା’ର ଲୋଭ ବଢି ଗଲା । ତାର ଆନନ୍ଦର ସୀମା ରହିଲା ନାହିଁ । ତାକୁ ଦେଖି ସେ ବୁଝି ପାରିଲା ଯେ ପାଣି ଭିତରେ ଆଉ ଗୋଟିଏ କୁକୁର ମଧ୍ୟ ଅଧା ରୋଟି ଧରି ରହିଛି । ଯଦି ମୁଁ ଏହା ଉପରେ ଅତର୍କିତ ଆକ୍ରମଣ କରେ ତେବେ ସେ ଅଧା ରୋଟିଟିକୁ ଛାଡି ପଳାଇ ଯିବ । ଆଉ ମୁଁ ମଧ୍ୟ ତା’ ମୁହଁରେ ଥିବା ଅଧା ରୋଟିକୁ ନେଇ ପୂରା ଗୋଟିଏ ରୋଟି କରି ଆରାମ୍ରେ ଭୂରି ଭୋଜନ କରି ପାରିବି ।


ଗପ ସାରଣୀ

ତାଲିକାଭୁକ୍ତ ଗପ