ଅତି ଲୋଭରେ ତନ୍ତୀ ମରେ

ମନରେ ଏହି କଥାକୁ ବିଚାର କରି କୁକୁରଟି ପାଣିରେ ପଡିଥିବା ନିଜର ପ୍ରତିଚ୍ଛବି ଉପରେ କୁଦି ପଡିଲା ଆଖି ବନ୍ଦ କରି ଭୋ…ଭୋ…ଭୋ… ଗର୍ଜନ କଲା ।

ପରନ୍ତୁ ଏ କ’ଣ ହେଲା? କୁକୁରଟି ଭୋକିବାରୁ ତା’ ମୁହଁରେ ଥିବା ରୋଟି ଖଣ୍ଡିକ ତା ଦାନ୍ତରୁ ଖସି ପଡିଲା ପାଣି ଭିତରେ । ରୋଟିଟି କୁକରଟିର ପାଟିରୁ ଖସି ପଡିବା ସଂଗେ ସଂଗେ ପାଣିର ସ୍ରୋତରେ ତାହା ଭାସି ଗଲା ଏବଂ କିଛି ସମୟ ଭିତରେ ତାହା ଅର୍ନ୍ତଦ୍ଧାନ ହୋଇ ଗଲା । ତା’ପରେ ପାଣି ଭିତରେ ଯେତେ ଖୋଜିଲେ ବି ସେ ଦେଖି ଥିବା ଅନ୍ୟ କୁକୁରଟିର ସନ୍ଧାନ ମଧ୍ୟ କିଛି ପାଇଲା ନାହିଁ । ପାଇବ କେଉଁଠୁ ସେ! ସେ ଯେ ତା’ର ପ୍ରତିଚ୍ଛବି ।

ସେ ଏଥର ପାଣି ବାହାରକୁ ବାହାରି ଓଦା ଦେହରେ ଛିଡା ହୋଇ ରହିଲା । ସେ ଦୀର୍ଘ ନିଃଶ୍ୱାସ ନେଇ କହିଲା – ମୁଁ ମୋର ମୂର୍ଖତା ପାଇଁ ନିଜକୁ ଧୀକ୍କାର କରୁଛି । ମୁଁ ମୋର ପ୍ରତିଚ୍ଛବି ଫାନ୍ଦରେ ଫସି ଗଲି । ମୁଁ ତ ଅଧା ରୋଟି ଖାଇ ଥାନ୍ତି କିନ୍ତୁ କାହିଁକି ଲୋଭ ପରବଶରେ ନଦୀରେ ପଡି ଥିବା ମୋର ପ୍ରତିଚ୍ଛବିର ମୁହଁରେ ଥିବା ପୁଣି ଅଧା ରୋଟି ଉପରେ ଲୋଭ କଲି । ଫଳରେ କଥାରେ ଅଛି ଅତି ଲୋଭରେ ତନ୍ତୀ ମରେ । କଥାଟି ଏକଦମ୍ ଠିକ୍ ।


ଗପ ସାରଣୀ

ତାଲିକାଭୁକ୍ତ ଗପ