ଅଦୃଶ୍ୟ ପରୀ

                ଆଦିକନ୍ଦ କହିଲା, ଆଚ୍ଛା ତୁ ତା ହେଲେ ଅଦୃଶ୍ୟ ଶକ୍ତିର ଜଣେ ଭକ୍ତ । ଆମକୁ କ’ଣ ସେ ଅଦୃଶ୍ୟ ଶକ୍ତି ସାହାଯ୍ୟ ଦେବେ ନାହିଁ । ଆମେ ଆମ ଉପକାର ପାଇଁ ତାକୁ ଡାକିଲେ ସେ କ’ଣ ଶୁଣିବେ ନାହିଁ? ବାଡିମାଲିକ ଏହିପରି କେତେକ ଉପଦେଶ ଦେଇ ସେମାନଙ୍କୁ ସେଠାରୁ ବିଦାକଲା ।

                ଦିନେ ଅନାଦି ଓ ଆଦିକନ୍ଦ ବାଟରେ ଯାଉଥାନ୍ତି । ବିରାଟ ଏକ ଆଖୁ କିଆରି ସେମାନେ ବାଟରେ ଦେଖିଲେ । ହଠାତ୍ ସେମାନଙ୍କର ମନ ହେଲା, ତା ଭିତରେ ପଶି ଆଖୁ ଭାଙ୍ଗିବେ । କିଆରି ଭିତରେ ପଶି ସେ ଦୁଇ ସାଙ୍ଗ ଅତି ବିକଳିଆ ଭାବରେ ଆଖୁ ଭାଙ୍ଗୁଥାଆନ୍ତି । ଏତିକିବେଳେ ହଠାତ୍ ଗୋଟିଏ ପବନ ତାଙ୍କ ଦେହକୁ ସେଠାରୁ ତଡି ଦେଲା । ସେହିକ୍ଷଣି ଦୁହେଁ ଦୁଲ୍ଭୁଷ ହୋଇ ସେହିଠାରେ ହିଁ ପଡିଗଲେ । ଏପରି ଘଟଣାରେ ସେମାନେ ଡରିଯାଇ ପଚାରିଲେ –

                                “କିଏରେ ପବନ ତୁହି, ଫୋପାଡିଲୁ ଆମକୁ

                                                ଆମେ ଦେଖିପାରୁ ନାହୁଁ ଏ ଅଦୃଶ୍ୟ ଶକ୍ତିକୁ ।

                                ଆମେ ତ ନିଗାଧ ମୁର୍ଖ ଜାଣିନାହୁଁ ଧରମ

                                                ଦେଖାଦେଇ କହ ଆମେ କରିବୁ କି କରମ ।”

                ଠିକ୍ ଏହି ସମୟରେ ହଠାତ୍ ଗୋଟିଏ ମୁହଁ ତାଙ୍କ ଆଡକୁ ଛାଇ ପରି ମାଡି ଆସିଲା । ଏ ଦୁହିଁଙ୍କ ବେକକୁ ସେ ତା ଦୁଇ ହାତରେ ଧରି କହିଲା, ମୁଁ ହେଉଛି, ସେଇ ଅଦୃଶ୍ୟ ପରୀ । ତୁମମାନଙ୍କ ଏପରି ଖରାପ କର୍ମ ଦେଖି ଦେଖି ମୁଁ ବହୁତ କ୍ଷୁବ୍ଧ ହୋଇଗଲିଣି । ତେଣୁ ତୁମର ଏ ପର୍ଯ୍ୟନ୍ତ ବିଶ୍ୱାସ ହେଉନି ଯେ, ଗୋଟିଏ ଅଦୃଶ୍ୟ ଶକ୍ତି ଅଛି ବୋଲି । ମୁଁ ଅଦୃଶ୍ୟ ଶକ୍ତି ଦ୍ୱାରା ଲୋକଙ୍କର ଉପକାର କରେ । ଯିଏ ମୋତେ ପ୍ରକୃତରେ ଭକ୍ତି ଓ ବିଶ୍ୱାସ କରେ କେବଳ ତାକୁ ହିଁ ମୁଁ ସାହାଯ୍ୟ କରେ । ହେଲେ ତୁମମାନଙ୍କ ପରି ଅବିଶ୍ୱାସୀ ଚୋରମାନଙ୍କୁ କେବେବି ନୁହେଁ । ସେତିକିବେଳେ ଆଖୁ କିଆରିର ମାଲିକ ମାଡିଆସି ଏ ଚୋର ଦୁହିଁଙ୍କୁ ଢେର ଶୋଧିଲା । ଏଥର ସେହି ଦୁଇଜଣ ସାଙ୍ଗ ନିଜର ଭୁଲ୍ ହୋଇଛି ବୋଲି କହି ଆଗକୁ ଚାଲିଥାଆନ୍ତି । ହଠାତ୍ ଦୁଇ ଚାରି ଜଣ ଚୋର ତାଙ୍କ ପାଖରେ କ’ଣ ଅଛି ବୋଲି ଭାବି ତାଙ୍କୁ ଖୁବ୍ ମାଡ ମାରିଲେ । ଛୁରୀ ବି ଦେଖାଇଲେ । ଏଣେ ସେ ଦୁଇଜଣ ତ ନିରସ୍ତ୍ର ତେଣୁ ସେମାନେ ସାହାଯ୍ୟ ପାଇଁ ଡାକ ଛାଡିଲେ, ହେ ଅଦୃଶ୍ୟ ଶକ୍ତି, ହେ ଅଦୃଶ୍ୟ ଶକ୍ତି ପରୀ ରାଣୀ ସାହା ହୁଅ । ହଠାତ୍ କେହି କୁଆଡେ ନାହିଁ । ସେ ଚୋରମାନଙ୍କ ଉପରେ ଗୋପାଳି ଉପରେ ଗୋପାଳି କୁଢେଇ ହୋଇ ପଡିଲା । ମାଡ ଖାଇ ଚୋରମାନେ ଛୋଟେଇ ଛୋଟେଇ କୁଆଡେ ପଳାଇଲେ ।

ସେହି ମୁହୂର୍ତ୍ତରୁ ଅନାଦି ଓ ଆଦିକନ୍ଦଙ୍କର ନ୍ୟାୟ ବିଶ୍ୱାସ ମନରେ ଜାତ ହେଲା । ସେମାନେ ଆଉ ଭୁଲ୍ କାମ ନ କରି ଅଦୃଶ୍ୟ ଶକ୍ତି ପରୀଙ୍କ ଉପରେ ଅଗାଧ ବିଶ୍ୱାସ ରଖି ଭଲ କାମ କରିବା ପାଇଁ ଶପଥ ନେଲେ । ଏଥର ତାଙ୍କର ପ୍ରକୃତି ସମ୍ପୂର୍ଣ୍ଣ ଭାବରେ ବଦଳିଗଲା । ତାପରେ ଯାଇ ସେମାନେ ଭଲ ମଣିଷ ହୋଇ ପାରିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ