ଅଧିକ ବିଦ୍ୱାନ୍ ଓ ଗୁଣବାନ୍

 ସମ୍ରାଟ୍ ଆକବରଙ୍କ ଦରବାରରେ ନବରତ୍ନ ପଣ୍ଡିତଙ୍କ ମଧ୍ୟରେ ବିରବଲ ଥିଲେ ଜଣେ ସର୍ବଶ୍ରେଷ୍ଠ ପଣ୍ଡିତ । ସମସ୍ତ କାର୍ଯ୍ୟରେ ବିରବଲଙ୍କର ପ୍ରଶସ୍ତି ସମ୍ରାଟ୍ ଗାଉଥିବା ଓ ସମସ୍ତ କାର୍ଯ୍ୟର ସମାଧାନ କାର୍ଯ୍ୟରେ ବିରବଲଙ୍କର ଆବଶ୍ୟକ ସମ୍ରାଟଙ୍କର ଥାଏ ।

         ବିରବଲ ଓ ସମ୍ରାଟଙ୍କ ମଧ୍ୟରେ ଏ ଯେଉଁ ସମ୍ପର୍କ ଦେଖି ଦରବାରରେ ଥିବା ଅନ୍ୟ ପଣ୍ଡିତମାନେ ସଦାସର୍ବଦା ଈର୍ଷା କରୁଥିଲେ ଓ ଅଭିଯୋଗ କରିବେ ବୋଲି ବହୁବାର ଚେଷ୍ଟା କରି ମଧ୍ୟ ବିଫଳ ହୋଇଯାଇଥିଲେ । କିନ୍ତୁ କଥା ଆଉ ଏତେ ଦୂର ଗଲା ନାହିଁ । ଏଥର ବାକିଥିବା ପଣ୍ଡିତମାନେ ବିରବଲଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବା ନିମନ୍ତେ ଅଂଟା ଭିଡିଲେ । ତେବେ ସମ୍ରାଟଙ୍କ ସମ୍ମୁଖକୁ ଆଉ ଯିବ କିଏ ଓ ଆମ୍ଭମାନଙ୍କର ଅଭିଯୋଗ ଦର୍ଶାଇବ କିଏ । ଏଥିଲାଗି ପଣ୍ଡିତମାନେ ଶେଷରେ ସିଦ୍ଧାନ୍ତ କଲେ ଯେ ଏଥିଲାଗି ଆମ୍ଭମାନଙ୍କ ମଧ୍ୟରେ ଜଣକୁ ମୁଖ୍ୟ ଭାବରେ ଗ୍ରହଣ କରିବା । ସେ ଆମ ତରଫରୁ ମୁଖ୍ୟ ହୋଇ ଆମ୍ଭମାନଙ୍କର ସମସ୍ତ ଅଭିଯୋଗକୁ ନେଇ ସମ୍ରାଟଙ୍କ ନିକଟରେ ପେଶ୍ କରି ନ୍ୟାୟ ବିଚାର ମାଗିବେ ।

         ଏହାପରେ ସେମାନେ ଜଣକୁ ଦଳପତି ଗଢି ସମ୍ରାଟଙ୍କ ପାଖକୁ ତାଙ୍କର ଅଭିଯୋଗମାନ ପଠାଇଲେ ।

         ସମ୍ରାଟ୍ ଆକବର ଦଳର ମୁଖ୍ୟଠାରୁ ଅଭିଯୋଗ ଗ୍ରହଣ କରିବା ପରେ ଏହାର ବିଚାର ନିମନ୍ତେ ଦୁଇଦିନ ଅପେକ୍ଷା କରିବାକୁ କହି ଚାଲିଗଲେ ।

         ତା’ ପରଦିନ ରାଜଦରବାରରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ସମସ୍ତ ପଣ୍ଡିତ ଉପସ୍ଥିତ ରହିଲେ । ସମ୍ରାଟ୍ ଯେତେବେଳେ ଆସନ ଅଳଙ୍କୃତ କଲେ ସେ ପ୍ରଥମେ ଘୋଷଣା କଲେ ଯେ ଆଜିଠାରୁ ସାତ ଦିନଯାଏଁ ଦରବାରରେ ଥିବା ଆଠଜଣ ପଣ୍ଡିତଙ୍କ ଦ୍ୱାରା ସଭା ପରିଚାଳିତ ହେବ ଓ ଆଜିଠାରୁ ବିରବଲଙ୍କୁ ସାତ ଦିନ ନିମନ୍ତେ ସଭାରେ ଅନୁପସ୍ଥିତ ରହିବା ଲାଗି ଘୋଷଣା କରାଗଲା ।

         ସମ୍ରାଟଙ୍କର ଏପରି ଘୋଷଣା ଶୁଣି ଅନ୍ୟ ପଣ୍ଡିତମାନେ ନିଶ୍ଚୟ ପ୍ରାୟ ଆନ ଆନ ମୁଖକୁ ଚାହାଁଚାହିଁ ହେଲେ ଏବଂ ବିରବଲ ଆଜିଠାରୁ ସାତ ଦିନ ସଭାରେ ଅନୁପସ୍ଥିତ ହେବାର ସମ୍ବାଦ ଶୁଣି ସେମାନେ ବହୁତ ଖୁସି ହୋଇଗଲେ । କାରଣ ଏହି ସାତଦିନ ମଧ୍ୟରେ ସମ୍ରାଟଙ୍କୁ ନିଜ ଆଡକୁ ମନାଇବାର କାର୍ଯ୍ୟରେ ଏମାନେ ସଫଳ ହେବେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ