ଅନୁଭୂତିରୁ ଅସଲ ଜ୍ଞାନ ମିଳେ

       ଏବେ ମଧୁ ଯଦୁକଥା ନ ଶୁଣି ନିଜେ ଯାଇ ଭିତର ଘରେ ଲୁଚିଗଲା । ହେଲେ ଯଦୁ ସମସ୍ୟାକୁ ସାମ୍ନା କରିବା ପାଇଁ ଅଂଟାଭିଡି ବାହାରିଲା । ସେ ଆଶ୍ରମର କବାଟ ଖୋଲି ଦେବାରୁ ଚୋର ଦୁଇଟି ଘର ଭିତରକୁ ପଶି ଆସିଲେ । ଯଦୁର ବେକକୁ ଜାବୁଡି ଧରି କହିଲେ, “ବୁଢା କେଉଁଠି କ’ଣ ରଖିଛି କହ, ନଚେତ୍ ତୋତେ ମାରିଦେବୁ ।”

       ଏକଥା ଶୁଣି ଯଦୁ ଭୟରେ ଥରିବାକୁ ଲାଗିଲା । ଏବେ ସେ ଭଣ୍ଡାରଘରର ଚାବି ଚୋରକୁ ବଢାଇ ଦେଲା । ସେମାନେ ଘର ଖୋଲି ଦେଖିଲେ, ସେମିତି କିଛି ମୂଲ୍ୟବାନ ଜିନିଷପତ୍ର ଘରେ ନାହିଁ । ମନରେ ଭାବିଲେ ସତକଥା ତ, ଜଣେ ସନ୍ନ୍ୟାସୀ ପାଖରେ କ’ଣ ବା ଥିବ? ତହୁଁ ସେମାନେ ଜିନିଷପତ୍ର ନ ପାଇ ରାଗିଗଲେ ଓ ଯଦୁକୁ ଭୀଷଣ ମାଡଦେଇ ସେଠାରୁ ଚାଲିଗଲେ ।

       ଚୋରମାନେ ଚାଲିଗଲା ପରେ ମଧୁ ଲୁଚିଥିବା ସ୍ଥାନରୁ ବାହାରି ଆସି ଯଦୁ ପାଖରେ ପହଁଚିଲା । ଯଦୁ ମାଡଖାଇ ଯନ୍ତ୍ରଣାରେ ଛଟପଟ ହେଉଥାଏ । ସେ ମଧୁକୁ ପାଖରେ ଦେଖି ନୋଟ୍ ଖାତା ବାହାର କରି ଦେଖାଇ କହିଲା, “ସତରେ ମଧୁ, ଗୁରୁ କହିଥିଲେ ଅନୁଭୂତିରୁ ହିଁ ଅସଲଶିକ୍ଷା ମିଳେ । ଆଜି ମୁଁ ଏହି ଘଟଣାରୁ ଶିଖିଲି ଯେ ଚୋର ଆସିଲା ମାତ୍ରେ ଲୁଚିଯିବ । ନହେଲେ ମାଡ ଖାଇବା ସାର ହେବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ