ଅନୁରୋଧବତୀ କଥା

ପରଦିନ ପ୍ରଭାତରେ ଶୁଭଲଗ୍ନ ଦେଖି ଭୋଜରାଜ ନିଜର ନିତ୍ୟକର୍ମ ଶେଷକରି ସିଂହାସନ ପାଖରେ ପହଁଚିଲେ । ଦ୍ୱାବିଂଶତମ ପୁତ୍ତଳିକା ଅନୁରୋଧବତୀ ଛିଡା ହୋଇ କହିଲା, “ମଣିମା! ମୁଁ ଆପଣଙ୍କୁ ମହାରାଜ ବିକ୍ରମାଦିତ୍ୟଙ୍କ ସମ୍ପର୍କରେ ଏକ କାହାଣୀ କହୁଛି ଶୁଣନ୍ତୁ । ତା’ପରେ ଆପଣ ବିଚାର କରି ଦେଖିବେ ଏ ସିଂହାସନରେ ବସିବା ପାଇଁ ଆପଣ କେତେଦୂର ଉପଯୁକ୍ତ ।

       ମହାରାଜ ବିକ୍ରମାଦିତ୍ୟ ଥିଲେ ଜଣେ ମହାଜ୍ଞାନୀ । ଜ୍ଞାନୀ, ଗୁଣୀଙ୍କୁ ସେ ଉପଯୁକ୍ତ ସମ୍ମାନ ଦେଉଥିଲେ । ପ୍ରତିଭାର ପୂଜା କରୁଥିଲେ । ନିଜ ଦରବାରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ନବରତ୍ନଙ୍କୁ ସ୍ଥାନ ଦେଇଥିଲେ ।

       ମାଧବ ନାମକ ଜଣେ ଉଚ୍ଚ ଶିକ୍ଷିତ, ଜ୍ଞାନୀ, ସର୍ବକଳା ସଂପନ୍ନ ବ୍ୟକ୍ତି ବିଭିନ୍ନ ରାଜ୍ୟରେ ନିଜକୁ ପ୍ରତିଷ୍ଠା କରାଇ ପାରିଥିଲେ ମଧ୍ୟ ସ୍ପଷ୍ଟବାଦିତା ପାଇଁ କୋଉଠି ହେଲେ ତିଷ୍ଠି ପାରି ନଥିଲେ । ତାଙ୍କର ରୋକ୍ଠୋକ୍ କଥା ଅନ୍ୟମାନଙ୍କୁ କଷ୍ଟ ଦେଉଥିଲା । ଶେଷରେ ସେ ଆସି ମହାରାଜ ବିକ୍ରମାଦିତ୍ୟଙ୍କ ରାଜ୍ୟରେ ପହଁଚିଲେ । ସେ ମହଲକୁ ଯାଇ ମହାରାଜଙ୍କୁ ସାକ୍ଷାତ କରିବାକୁ ଚାହିଁଲେ । ମାତ୍ର ଅନୁଚର ସିଧା ମନା କରିଦେଲେ । କାରଣ;

       ସେତେବେଳେ ମହାରାଜାଙ୍କ ମହଲରେ ଏକ ବିଶେଷ ଉତ୍ସବ ଅନୁଷ୍ଠିତ ହେଉଥିଲା । ପାରିଷଦମାନେ ଉପସ୍ଥିତ ଥିଲେ । ନୃତ୍ୟ ସଂଗୀତର ଆସର ଜମିଥିଲା । ସଙ୍ଗୀତର ସ୍ୱରେ ସ୍ୱରେ ବାଦ୍ୟ ଯନ୍ତ୍ରର ତାଳେ ତାଳେ ସୁନ୍ଦରୀ ନର୍ତକୀ ନୃତ୍ୟ ପରିବେଶଣ କରି ଚାଲିଥାଏ । ସମସ୍ତେ ନୃତ୍ୟ ସଂଗୀତକୁ ଉପଭୋଗ କରୁଥିଲେ । ସବୁକିଛି ବାହାରକୁ ସ୍ପଷ୍ଟ ଶୁଣାଯାଉଥିଲା ।

        ହଠାତ୍ ମାଧବ ଉତ୍କ୍ଷିପ୍ତ ହୋଇ କହି ଉଠିଲେ, “କେମିତି ଲୋକ ସବୁ ଭିତରେ ବସି ନୃତ୍ୟ ସଂଗୀତ ଉପଭୋଗ କରୁଛନ୍ତି? ସ୍ୱର- ତାଳ- ଲୟର କିଛି ଠିକ୍ ଠିକଣା ନାହିଁ । ଅଥଚ…. ।”

       ଅନୁଚର କହିଲା, “ଏମିତି କ’ଣ କହୁଛ? ଆମର ମହାରାଜ ମଧ୍ୟ ସେମାନଙ୍କ ମଧ୍ୟରେ ଅଛନ୍ତି । ସେ ଜଣେ ଉତ୍ତମ କଳାକାର । ନୃତ୍ୟ- ସଂଗୀତ ବାଦ୍ୟକଳାରେ ଧୂରନ୍ଧର । ସେ କ’ଣ ଭୁଲ୍ ଠିକ୍ କିଛି ବାରିପାରୁ ନାହାଁନ୍ତି । ଦେଖ, ଯଦି ତମେ ମିଛ କହୁଥାଅ ତେବେ ରାଜଦଣ୍ଡ ଭୋଗିବାକୁ ବାଧ୍ୟହେବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ