ଅନୁରୋଧବତୀ କଥା

       ଏହାଥିଲା ଏକାନ୍ତ ନିୟମ ବିରୁଦ୍ଧ । କାରଣ ମହାରାଜାଙ୍କ ନୃତ୍ୟ ସଭାରେ କେବଳ ତାଙ୍କ ବ୍ୟତୀତ ଅନ୍ୟ କାହାର ପୁରସ୍କାର ଦେବାର ପରମ୍ପରା ନାହିଁ । ସମସ୍ତେ ତାଜୁବ୍ ହୋଇଗଲେ । କେତେକ ପ୍ରମାଦ ଗଣିଲେ । କାରଣ ଏ ପ୍ରକାର ଅପରାଧର ଦଣ୍ଡ କେବଳ ମୃତ୍ୟୁ । ମହାରାଜ ଗର୍ଜିଉଠିଲେ, “ମାଧବ! ତୁମେ ଏ ପ୍ରକାର ଧୃଷ୍ଟତା କାହିଁକି କଲ? ପ୍ରକୃତ ସତ୍ୟତା ପ୍ରକାଶ କର ନଚେତ୍ ଦଣ୍ଡିତ ହେବ ।”

       ମାଧବ ହାତଯୋଡି କହିଲେ, “ମହାରାଜ! ମୁଁ ଏଭଳି କରି ନଥିଲେ ନୃତ୍ୟକଳାର ଅପମାନ ହୋଇଥାନ୍ତା । ନର୍ତକୀ ତାଳ ଲୟ ଭଙ୍ଗନକରି ଯେଉଁଭଳି ଭାବରେ ଭଅଁରକୁ ତଡି ନିଜ ବୁଦ୍ଧିମତାର ପରିଚୟ ଦେଲେ, ସେ ଦୃଷ୍ଟିରୁ ତାଙ୍କୁ ପୁରସ୍କୃତ କରିବା ଜରୁରୀ ଥିଲା । ମୁଁ ମାନୁଛି ଏ କାର୍ଯ୍ୟ ଆପଣ କରିବା କଥା । ନ ହେଲେ ରାଜପଣର ଅବମାନନା ହେବ । ମୁଁ ଆପଣଙ୍କର ପ୍ରିୟ ଅନୁଚର ଭାବରେ ଏ କାର୍ଯ୍ୟ କରିଦେଲି । ଏଥିରେ ମୋର ଅପରାଧ ହେଲା କେମିତି?”

       ଏହାପରେ ମହାରାଜ ନର୍ତକୀକୁ ଡାକି ସତ୍ୟତା ଜାଣିବା ପରେ ମାଧବଙ୍କୁ ପ୍ରଶଂସା କଲେ ଏବଂ ତାଙ୍କୁ ନିଜର ନବରତ୍ନ ପଣ୍ଡିତଙ୍କ ସହିତ ଦରବାରରେ ସ୍ଥାନ ଦେଲେ । ଯେତେବେଳେ କୌଣସି ସମସ୍ୟା ଉପୁଜୁଥିଲା, ସେତେବେଳେ ମାଧବ ନିଜର ଚାତୁର୍ଯ୍ୟବଳରେ ସମାଧାନ କରି ଦେଉଥିଲେ । ସମସ୍ତେ ମାଧବଙ୍କୁ ଭଲ ପାଉଥିଲେ ।

       ଥରେ ଦରବାରରେ ବୁଦ୍ଧି ଓ ସଂସ୍କାର ଉପରେ ଆଲୋଚନା ଚାଲିଥାଏ । ସବୁ ପାରିଷଦଙ୍କର ସେଇ ଏକମତ ଯେ ବୁଦ୍ଧିମାନ୍ ଲୋକଙ୍କର ସ୍ୱତନ୍ତ୍ର ସଂସ୍କାର ଥାଏ । ମାତ୍ର ମାଧବଙ୍କର ବିଚାର ଅଲଗାଥିଲା । ତାଙ୍କ ମତରେ ମଣିଷର ବୁଦ୍ଧିର ବିକାଶ ତାର ପୂର୍ବ ଜନ୍ମର କର୍ମଫଳ ଅନୁସାରେ ହୋଇଥାଏ । ପୂର୍ବ ଜନ୍ମରେ ଯିଏ ଯେମିତି କର୍ମ କରିଥାଏ ତା’ ଭାଗ୍ୟ ସେମିତି ଲେଖା ଯାଇଥାଏ । ସେଇ ଅନୁସାରେ ତାର ବୁଦ୍ଧି ମଧ୍ୟ ବିକଶିତ ହୋଇଥାଏ ।

       ମାଧବଙ୍କ କଥାକୁ ମହାରାଜା ଏବଂ ଦରବାରୀମାନେ ଗ୍ରହଣ କରିବାକୁ ନାରାଜ । ଏଣୁ ମହାରାଜ ସେମାନଙ୍କୁ ଉପଯୁକ୍ତ ଉଦାହରଣ ସହିତ ବୁଝାଇ ଦେବାପାଇଁ ଜଙ୍ଗଲର ଏକ ଖୋଲା ସ୍ଥାନରେ ଗୋଟିଏ ମହଲ ତିଆରି କରାଇଲେ । ସେଠାରେ ମୂକ, ଜଡ, ଧାଈମାନଙ୍କୁ ନିଯୁକ୍ତ ଦେଲେ । ସମୟକ୍ରମେ ମହାରାଜ ନିଜ ସନ୍ତାନ ସହିତ ମନ୍ତ୍ରୀ, ସେନାପତି, କଟୁଆଳ ଏବଂ ପୂଜାରୀଙ୍କ ସନ୍ତାନକୁ ସେଠାରେ ରଖାଇଲେ । ମୂକ, ଜଡ ଓ ଧାଈମାନେ ସେମାନଙ୍କର ପାଳନ ପୋଷଣ କରି ଚାଲିଲେ । ବାରବର୍ଷପରେ ମହାରାଜା ସେଇ ସନ୍ତାନମାନଙ୍କୁ ଡକାଇଲେ ଏବଂ ପ୍ରଥମେ ନିଜ ପୁତ୍ରକୁ ପ୍ରଶ୍ନ କଲେ!

       “କୁହ ପୁତ୍ର: କେମିତି ଅଛ?”

     ପୁତ୍ର “କିଛି ସିକ୍ଷା କରି ନଥିବାରୁ କିଛିବି ଉତ୍ତର ଦେଇ ପାରିଲା ନାହିଁ ।”

       ପୁତ୍ର ମୁଖରୁ କିଛିବି ଉତ୍ତର ନ ପାଇ ମହାରାଜ ମାଧବଙ୍କୁ ପ୍ରଶ୍ନିଳ ଦୃଷ୍ଟିରେ ଚାହିଁଲେ । ମାଧବ ନିରୁତ୍ତର।”

       ଏହାପରେ ମହାରାଜ ମନ୍ତ୍ରୀଙ୍କ ପୁଅକୁ ସେଇ ଏକା ପ୍ରଶ୍ନକଲେ । ସେ କିଛି ସିକ୍ଷା କରି ନଥିବାରୁ ସେ ମଧ୍ୟ କିଛିବି ଉତ୍ତର ଦେଇ ପାରିଲା ନାହିଁ । ମହାରାଜ ମାଧବଙ୍କୁ ଚାହିଁବା ମାତ୍ରେ ପୁଣି ମାଧବ ନିରୁତ୍ତର ଏବଂ ନିରୁପାୟ ହୋଇ ଠିଆ ହେଲେ । ତା’ପରେ ମହାରାଜ ସେନାପତି, ପୂଜାରୀ ଏବଂ କଟୁଆଳ ପୁତ୍ର ମହାରାଜଙ୍କର ପ୍ରଶ୍ନର ଉତ୍ତର କିଛିବି ଦେଇ ପାରିଲେ ନାହିଁ ।

       ମହାରାଜ ମାଧବଙ୍କ ଆଡକୁ ଚାହିଁବା କ୍ଷଣି ସେ ତାଙ୍କ ଭୁଲ ବୁଝିପାରିଲେ ।

       ସବୁ ବାଳକ କିଛି ସିକ୍ଷା କରି ନଥିବାରୁ କିଛିବି ଉତ୍ତର ଦେଇ ପାରିଲେ ନାହିଁ, ତେଣୁ କର୍ମ ଭାଗ୍ୟଠାରୁ ବଡ଼, ଯଦି । ସେମାନଂକୁ କିଛି ସିକ୍ଷା ଦିଆ ଯାଇଥାନ୍ତା ସିକ୍ଷା ଅନୁଯାଇ ସେ ଉତ୍ତର ଦେଇ ପାରିଥାନ୍ତେ କିନ୍ତୁ ସେକଥା ନ ହେବାରୁ ସେ କଥା ହବା ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହେଲେ ନାହିଁ । ମହାରାଜ ପାରିଷଦମାନଙ୍କୁ ଲକ୍ଷ୍ୟକରି କହିଲେ, ଏବେ ଆପଣମାନେ ନିଶ୍ଚିତ ଭାବରେ ଏହି ଯୁକ୍ତିର ପ୍ରକୃତ ଅର୍ଥ ବୁଝି ପାରିଥିବେ । ମହଲରେ ଅଲଗା ଅଲଗା ପରିବାରର ବାଳକମାନଙ୍କୁ ରଖା ଯାଇଥିଲା । ସେମାନଙ୍କର ଭଲମନ୍ଦ ବୁଝିବା ପାଇଁ ମୂକବଧୀର ଧାଈ ମାନଙ୍କୁ ନିଯୁକ୍ତି ଦିଆଯାଇଥିଲା । ସେମାନଙ୍କୁ କିଛି ଶିକ୍ଷାଦେବାକୁ କେହି ନଥିଲେ । ଅତଏବ ବାଳକମାନେ ଯେଉଁ ପରିବାରରେ ଜନ୍ମ ହୋଇଥିଲେ ସେଇ ପରିବାରର ସଂସ୍କାର ଅନୁସାରେ ଉତ୍ତର ଦବା ତ ଦୁର କଥା ଭାଷା ମଧ୍ୟ ସିକ୍ଷା କରିପାରିଲେ ନାହିଁ । ଏଣୁ ମାଧବଙ୍କ ଯୁକ୍ତିରେ ଯଥାର୍ଥତା ନାହିଁ।

       ସମସ୍ତେ ମହାରାଜଙ୍କ କଥାକୁ ଗ୍ରହଣ କରିନେଲେ । କାହାଣୀ ଶୁଣାଇ ସାରି ପୁତ୍ତଳିକା କହିଲା, “ହେ ଭୋଜରାଜ! ଆପଣ କ’ଣ ସତରେ ମହାରାଜ ବିକ୍ରମାଦିତ୍ୟଙ୍କ ସହିତ ସମକକ୍ଷ ହୋଇପାରିବେ? ଆତ୍ମନୀରିକ୍ଷଣ କରନ୍ତୁ ଏବଂ ଆଗକୁ ବଢନ୍ତୁ ।

       ଭୋଜରାଜ ନିଜକୁ ଲଜ୍ଜିତ ମନେକରି ଉଆସକୁ ଫେରିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ