ଅନୁସନ୍ଧାନ

ରାଜା ତ୍ରିଗୁଣସେନ ବିଜୟପୁର ରାଜ୍ୟରେ ରାଜୁତି କରୁଥାନ୍ତି । ତାଙ୍କ ପିତା ଓ ପିତାମହ ଖୁବ୍ ଦାନୀ ଓ ସୁଶାସକ ହିସାବରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ସେମାନଙ୍କ ସୁନାମ ଯୋଗୁଁ ରାଜା ତ୍ରିଗୁଣସେନଙ୍କୁ ବି ଆଖପାଖ ରାଜ୍ୟର ରାଜାମାନେ ବହୁତ ସମ୍ମାନ କରୁଥିଲେ ।

                ନିଜ ରାଜ୍ୟରେ ବି କବି ଓ ଗାୟକମାନେ ଆସି ବାରମ୍ବାର ରାଜାଙ୍କ ପ୍ରଶସ୍ତିଗାନ କରି ଯାଉଥିଲେ । ରାଜା ସେଥିରେ ବହୁତ ଖୁସି । ସେ ଦରବାରର ଦଳେ ଚାଟୁକାର ଅମାତ୍ୟ ରାଜାଙ୍କୁ ଧାରଣା ଦେଇଥାନ୍ତି କି ରାଜ୍ୟରେ ସମସ୍ତେ ଅତି ସୁଖରେ ଅଛନ୍ତି । କାହାରି କୌଣସି ସମସ୍ୟା ମଧ୍ୟ ନାହିଁ ।

                ମନ୍ତ୍ରୀ ମଧ୍ୟେ ମଧ୍ୟେ ରାଜାଙ୍କୁ କହୁଥାନ୍ତି, “ମହାରାଜ! ଆପଣଙ୍କ ପିତା ବର୍ଷକରେ ଅନ୍ତତଃ ଥରେ ଛଦ୍ମବେଶ ଧାରଣ କରି ନିଜେ ରାଜ୍ୟ ଭ୍ରମଣ କରି ସ୍ୱଚକ୍ଷୁରେ ପ୍ରଜାଙ୍କ ଅବସ୍ଥା ଲକ୍ଷ୍ୟ କରୁଥିଲେ । ସେଥିରେ ବହୁତ ଲାଭ ହୁଏ ।”

                ରାଜା କହନ୍ତି “ଆମେ ସେପରି କରିବା ଆବଶ୍ୟକ ନାହିଁ । କାରଣ ରାଜ୍ୟରେ ସବୁ କିଛି ଠିକ୍ ଠାକ୍ ଚାଲିଛି ବୋଲି ତ ଆମେ ଜାଣୁ ।”

                ମନ୍ତ୍ରୀ ଆଉ କହିବେ କ’ଣ? ସେ ଅଗତ୍ୟା ଚୁପ୍ ରହିଯା’ନ୍ତି । ଖୋସାମଦକାରୀଙ୍କ ଭୀଡ ଯୋଗୁଁ ରାଜା ଯେ ରାଜ୍ୟର ପ୍ରକୃତ ଅବସ୍ଥା ବୁଝିବାର ସୁଯୋଗ ପାଉ ନାହାଁନ୍ତି, ସେଥିପାଇଁ ତାଙ୍କୁ ବହୁତ ଅସୁବିଧା ଲାଗୁଥାଏ ।

ଦିନେ ମନ୍ତ୍ରୀ ବହୁତ ନରମ ଭାବରେ ରାଜାଙ୍କୁ କହିଲେ, “ଛାମୁ! ଆପଣଙ୍କ ଅମଳରେ ରାଜ୍ୟରେ ସବୁ ଭଲରେ ଚାଲିଛି ଠିକ୍ । ତଥାପି ଆପଣଙ୍କ ପିତା ପିତାମହ ଯେପରି ରୀତିରେ ଅବସ୍ଥା ଅନୁଧ୍ୟାନ କରୁଥିଲେ, ଆପଣ ସେ ରୀତିକୁ ପୁରାପୁରି ଜଳାଞ୍ଜଳି ଦେବା ଠିକ୍ ହେବ କି?”

ଏକଥା ରାଜାଙ୍କ ମନକୁ ସ୍ପର୍ଶ କଲା । ତା’ଛଡା ଛଦ୍ମବେଶ ପକାଇ ବୁଲିବାରେ ବେଶ୍ ମଜା ହେବ ବୋଲି ତାଙ୍କ ଧାରଣା ହେଲା । ସେ ମନ୍ତ୍ରୀଙ୍କ ପ୍ରସ୍ତାବରେ ରାଜି ହେଲେ । ସେ ପରଦିନ ଛଦ୍ମବେଶ ପକାଇ ମନ୍ତ୍ରୀଙ୍କ ସହ ବାହାରିଲେ । ମନ୍ତ୍ରୀ ବି ଛଦ୍ମବେଶ ପକାଇଥାନ୍ତି । ମନ୍ତ୍ରୀ କହିଲେ “ମହାରାଜ! ରାଜଧାନୀରେ ତ ଅଧିକାଂଶ ଲୋକେ ଧନୀ । ଆମେ ପ୍ରଥମେ ଗୋଟିଏ ଛୋଟ ସହରକୁ ଯିବା ।”

ଦୁହେଁ ଯାଇ ଗୋଟିଏ ଛୋଟ ସହରରେ ପହଁଚିଲେ ।

ଜଣେ ଭିଖାରୀକୁ ଦେଖି ମନ୍ତ୍ରୀ କହିଲେ, “ଛାମୁ! ଆସନ୍ତୁ ଏ ଲୋକ ସହ କଥାବାର୍ତ୍ତା କରି ରାଜ୍ୟର ହାଲ୍ ଠଉରାଇବା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ