ଅନ୍ଧବିଶ୍ୱାସ

ଚୀନ୍ ଦେଶର ଲୋକ କଥା । ଗୋଟିଏ ଗାଁରେ ଜଣେ ଲୋକ ବାସ କରୁଥାଏ । ସେ ସବୁବେଳେ କୌଣସି ନା କୌଣସି ରୋଗରେ ପୀଡିତ ରହୁଥାନ୍ତି । ଏଥିଯୋଗୁଁ ତାଙ୍କୁ ରାତିରେ ନିଦ ଲାଗୁ ନଥାଏ । ଡାକ୍ତରଙ୍କ ଔଷଧ ଓ ପରାମର୍ଶରେ ତାଙ୍କୁ କୌଣସି ଉପକାର ମିଳୁ ନଥିଲା । ସୁତରାଂ ଲୋକଟି ସବୁବେଳେ ନିଜ ରୋଗ ନେଇ ଚିନ୍ତିତ ଥାଏ ।

      ଦିନକର କଥା । ଲୋକଟି ମନରେ କ’ଣ ଭାବିଲା କେଜାଣି, ସେ ଠିକ୍ କରିନେଲା ପଡୋଶୀ ଘରର ପୋଷା କୁକୁଡା ହିଁ ତା’ର ରୋଗର କାରଣ । ଏହିକଥା ସେ ପଡୋଶୀ ଘରର ଲୋକଙ୍କୁ ଜଣାଇଦେଲା ।

       ପଡୋଶୀ ଜଣକ ଏଭଳି କଥାଶୁଣି କିଛି ବୁଝି ପାରିଲେ ନାହିଁ । କୁକୁଡାଟି କିପରି ରୋଗର କାରଣ ପଚାରିବାରୁ ଲୋକଟି କହିଲା, “ତୁମର କୁକୁଡା ରାତିସାରା ଏମିତି ରାବୁଛି ଯେ, ମୋତେ ଜମା ଶୁଆଇ ଦେଉନାହିଁ । ଫଳରେ ମୋର ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେବାରେ ଲାଗିଛି । ଦୟାକରି ଆପଣ ସେହି କୁକୁଡାର ରାବ ବନ୍ଦ କରାଇ ଦିଅନ୍ତୁ ।”

       ଏବେ ପଡୋଶୀ ଜଣକ ଭାବିଲେ କି ଅଜବ ଲୋକ ଇଏ? କୁକୁଡା କେବେ କ’ଣ ରାତିରେ ରାବନ୍ତି? ତହୁଁ ପଡୋଶୀ କହିଲେ, “ମହାଶୟ, ମୋ’ କୁକୁଡା ତ କେବେ ରାତିରେ ରାବେ ନାହିଁ । ଆପଣ କେଉଁଠୁ ଶୁଣି ଏକଥା କହୁଛନ୍ତି?” ସିଏତ ପ୍ରତ୍ୟୁଷରେ ବୋବାଏ ଓ ରାତିପାହିଲାଣି ବୋଲି ଲୋକଙ୍କୁ ନିଦରୁ ଉଠାଇଦିଏ । ଆପଣ ଓଲଟା କଥା କହୁଛନ୍ତି କେମିତି?”


ଗପ ସାରଣୀ

ତାଲିକାଭୁକ୍ତ ଗପ