ଅନ୍ଧବିଶ୍ୱାସ

       ରୋଗୀ ଜଣକ ଉତ୍ତର ଦେଲେ, “ତୁମେ ଯାହା କହୁଛ ଅବଶ୍ୟ ସତ ହୋଇପାରେ । ମାତ୍ର ମୁଁ ଶୋଇବାକୁ ଗଲାବେଳେ ତୁମରି କୁକୁଡା ରାବ ହିଁ ଶୁଣୁଛି ।”

       ଏବେ ପଡୋଶୀ ଜଣକ ଜାଣି ପାରିଲେ, ବନ୍ଧୁଙ୍କ ମନରେ ଥିବା ଭ୍ରାନ୍ତ ଧାରଣା ହିଁ ତାଙ୍କ ରୋଗର ମୂଳ କାରଣ । ସେ ଶେଯକୁ ଗଲାବେଳେ କୁକୁଡାର ରାବକଥା ଚିନ୍ତା କରୁଛନ୍ତି । ଏହା ତାଙ୍କର ମାନସିକତାରେ ବସାବାନ୍ଧି ରହିଯାଇଛି । ଫଳରେ ତାଙ୍କୁ ରାତିରେ ଭଲ ନିଦ ହେଉନି କି ତାଙ୍କର ରୋଗ ଭଲ ହେଉନି । ତେଣୁ ତାଙ୍କୁ ବୁଝାଇଦେଇ କହିଲେ ସ୍ଥାନ ପରିବର୍ତ୍ତନର ବ୍ୟବସ୍ଥା କରିବା ନିହାତି ଦରକାର ।

       ଏଥର ପଡୋଶୀଙ୍କର ପରାମର୍ଶ ଗ୍ରହଣ କରି ସଂପୃକ୍ତ ବ୍ୟକ୍ତି ଜଣକ କିଛି ଦିନ ପାଇଁ ଅନ୍ୟ ଏକ ସ୍ଥାନରେ ଜଣେ ବନ୍ଧୁଙ୍କ ଘରେ ରହିଲେ । ସେଠାରେ ତାଙ୍କର ମନରେ ପରିବର୍ତ୍ତନ ଘଟିଲା । ଭଲ ନିଦ ବି ହେଲା । ଚାହୁଁ ଚାହୁଁ ରୋଗ ବି ଭଲ ହୋଇଗଲା ।

       ବାସ୍ତବରେ ଅନ୍ଧବିଶ୍ୱାସକୁ ମନରୁ ଦୂର କରିଦେବାରୁ ଲୋକଟି ସୁଖଜୀବନଯାପନ କରିପାରିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ