ଅନ୍ଧବୁଢୀର ଅଦ୍ଭୁତ ଚିକିତ୍ସା

ନିଆଁରେ ପୁରା ଶରୀର ପୋଡିଯାଇଥିଲେ ମଧ୍ୟ କାଦୁଅମାଟି ମିଶା ଔଷଧ ଯୋଗୁଁ ତାଙ୍କ ତଥା ରାଜାଙ୍କ ଶରୀର ପୁରାପୁରି ଥଣ୍ଡା ପଡିଯାଇଥିଲା । ଏହାପରେ ସେ ଅନ୍ଧବୁଢୀ ରାଜାଙ୍କୁ ମହୁ ଓ ଝରଣା ପାଣିରେ ଗାଧୋଇଦେଲା । ତାପରେ ରାଜାଙ୍କ ଶରୀର ପୂର୍ବଭଳି ସତେଜ ଓ ସୁନ୍ଦର ହୋଇଗଲା ।

ଅନ୍ଧବୁଢୀର ଏହି ଅଦ୍ଭୁତ ଚିକିତ୍ସାର ରହସ୍ୟ ରାଜା ଜାଣିବାକୁ ଚାହିଁଲେ । ତହୁଁ ସେ ଅନ୍ଧବୁଢୀ କହିଲା – “ଏସବୁ ସେ ପୁଅ ବିଚିତ୍ରମୋହନ ଠାରୁ ହିଁ ମୁଁ ଶିଖିଛି ।” ଏକଥା ଶୁଣି ରାଜା ଉଗ୍ରସେନ ସେ ବିଚିତ୍ରମୋହନଙ୍କୁ କୁଣ୍ଢାଇ ପକାଇଲେ । କହିଲେ – ତୁମେ ହିଁ ଆମ ରାଜ୍ୟର ପ୍ରକୃତ ରାଜବୈଦ୍ୟ ହେବା ପାଇଁ ହିଁ ଯୋଗ୍ୟ । ଆଜିଠାରୁ ତୁମ୍ଭେ ଦୁଇଜଣ ମୋ ସହିତ ରାଜମହଲରେ ହିଁ ରହିବ ।

ବିଷାକ୍ତ ବାରୁଦ ଯୁଦ୍ଧରେ ପ୍ରତାପଗଡର ସେନା ସମ୍ପୂର୍ଣ୍ଣ ଧ୍ୱଂସ ପାଇଥିବା ଜାଣି ସୁଲତାନ ମୋଗସୁ ଅତ୍ୟନ୍ତ ଖୁସି ହେଉଥିଲେ । ମାତ୍ର ସେ ଯେତେବେଳେ ଶୁଣିଲେ ଯେ ପ୍ରତାପଗଡର ରାଜା ଓ ସୈନ୍ୟମାନେ ପୂର୍ବଭଳି ପୁଣି ପରାକ୍ରମୀ ଓ ବଳଶାଳୀ ହୋଇଉଠିଛନ୍ତି ମୋଗସୁ ଆଉ ଯୁଦ୍ଧ କରିବାକୁ ସାହସ କଲେ ନାହିଁ । ତାପରେ ସେ ନିଜର ପରାଜୟ ସ୍ୱୀକାର କଲେ ।

ସେହିଦିନଠାରୁ ରାଜା ଉଗ୍ରସେନ ଆଉ ଯୁଦ୍ଧ ନ କରିବା ପାଇଁ ଘୋଷଣା କଲେ । ଏମିତିକି ସେ ଅଧିକୃତ କରିଥିବା ସମସ୍ତ ରାଜ୍ୟ ଅନ୍ୟ ରାଜାମାନଙ୍କୁ ଫେରାଇ ଦେଲେ । ତାପରେ ରାଜା ଉଗ୍ରସେନ ତାଙ୍କ ବାକି ଜୀବନ ଅତ୍ୟନ୍ତ ଶାନ୍ତି ଓ ଆନନ୍ଦରେ କଟାଇଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ