ଅବିଶ୍ୱାସି ବନ୍ଧୁ

ତାପରେ ସେ ରାଜପୁତ୍ର ହିରଣ୍ୟଗୁପ୍ତ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇଗଲେ । ଏଣିକି ବରୁରୁଚି ଆଉ ସେ ରାଜ୍ୟରେ ରହିବାକୁ ଆଦୌ ଇଚ୍ଛା କଲେ ନାହିଁ । ସହପାଠୀ ହୋଇ ମଧ୍ୟ ସେ ବନ୍ଧୁ ଆଦେଶରେ ନିଧନ ହେବାକୁ ଯାଉଥିଲା । ତାପରେ ସେ ବରୁରୁଚି ତୀର୍ଥ କରି ବାହାରିଗଲା ।

ବରୁରୁଚି ଚାଲିଗଲା ପରେ ରାଜା ଯୋଗାନନ୍ଦ ପୁରାପୁରି ଏକୁଟିଆ ହୋଇଗଲେ । ଏପଟେ ମନ୍ତ୍ରୀ ସକଟାର ଭାବିଲେ, ପ୍ରତିଶୋଧ ନେବାର ଏହା ହେଉଛି ଅପୂର୍ବ ସୁଯୋଗ । ମାତ୍ର ସେ ପ୍ରତିଶୋଧ ନେବେ କେଉଁ ଉପାୟରେ?

ପ୍ରକୃତ ଯୋଗାନନ୍ଦଙ୍କ ପୁଅ ଚନ୍ଦ୍ରଗୁପ୍ତ ସେ ଛଦ୍ମବେଶୀ ଯୋଗାନନ୍ଦଙ୍କ ଭୟରେ ରାଜ୍ୟ ବାହାରେ ଯାଇ କାଳ କାଟୁଛନ୍ତି । ତାଙ୍କୁ କୌଣସି ଉପାୟରେ ସିଂହାସନରେ ବସାଇବାକୁ ହେବ । କାରଣ ଏହି ସିଂହାସନର ତ ପ୍ରକୃତ ଉତ୍ତରାଧିକାରୀ ହେଉଛନ୍ତି ଚନ୍ଦ୍ରଗୁପ୍ତ ।

ଦିନେ ରାସ୍ତାରେ ଯାଉ ଯାଉ ସକଟାର ଦେଖିଲେ, ଜଣେ ବିଦ୍ବାନ ରାସ୍ତା କଡରେ କୁଶ ମୂଳ ଉପାଡିବାରେ ବ୍ୟସ୍ତ । ଏସବୁ ଦେଖି ସକଟାରଙ୍କ ଆଗ୍ରହ ବଢିଲା । ତେଣୁ ସେ ତାଙ୍କ ପାଖକୁ ଯାଇ ପଚାରିଲେ, “ହେ ବିଦ୍ବାନ! ରାସ୍ତାରେ ଏ କୁଶମୂଳ ତୁମେ ଉପାଡୁଛ କାହିଁକି?” ସେଇ ବିଦ୍ବାନଙ୍କ ନାମ ଚାଣକ୍ୟ । ସେ ଉତ୍ତର ଦେଲେ, “ଉପାଡିବି ନାହିଁ କାହିଁକି? ଏ କୁଶଘାସ ମୋ ପାଦରେ ଖାଲି କଂଟା ପରି ଫୁଟିଯାଉଛି । ତେଣୁ ଏହି ଅଂଚଳକୁ ମୁଁ କୁଶଶୂନ୍ୟ କରିବି ।”

ସକଟାର ଚାଣକ୍ୟଙ୍କ ସହିତ ଆଳାପ କରି ଜାଣିଲେ ଯେ, ବିଦ୍ବାନ ଚାଣକ୍ୟ କେବଳ ପଣ୍ଡିତ ନୁହଁନ୍ତି, ସେ ଜଣେ ଦୃଢପ୍ରତିଜ୍ଞ ଏବଂ ଅତ୍ୟନ୍ତ କ୍ରୋଧୀ ବ୍ୟକ୍ତି । ଯୋଗାନନ୍ଦଙ୍କୁ ନିପାତ କରିବା ପାଇଁ ଏହି ବିଦ୍ବାନ ହିଁ ଉପଯୁକ୍ତ ସହାୟକ ହେବେ ।

ଏହି ସମୟରେ ରାଜାଙ୍କ ପ୍ରାସାଦରେ ଶ୍ରାଦ୍ଧ ଉତ୍ସବ ହେଉଥାଏ । ସକଟାର ଚାଣକ୍ୟଙ୍କୁ ନିମନ୍ତ୍ରଣ କଲେ ପ୍ରଧାନ ଅତିଥି ହେବା ପାଇଁ ।

ମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ରାଜା ଯୋଗାନନ୍ଦ ଚାଣକ୍ୟଙ୍କୁ ବରଣ କରିନେଲେ । ଏଣେ କୌଶଳ କ୍ରମେ ସକଟାର ଅନ୍ୟ କାର୍ଯ୍ୟ ଛଳରେ ସେ ରାଜଧାନୀର ବାହାରକୁ ଚାଲିଗଲେ । ଶ୍ରାଦ୍ଧଦିନ ଚାଣକ୍ୟ ତ ପ୍ରଧାନ ଅତିଥି ଆସନରେ ବସିଥାଆନ୍ତି । ଅଥଚ ରାଜପୁତ୍ର ରାଜପୁରୋହିତଙ୍କୁ ପ୍ରଧାନ ଅତିଥି ଭାବରେ ବରଣ କରି ଆଣିଥାଆନ୍ତି ।

ତାପରେ ସେ ରାଜପୁରୋହିତ ଏବଂ ଚାଣକ୍ୟଙ୍କ ମଧ୍ୟରେ ବିବାଦ ହେଲା । ତହୁଁ ରାଜପୁତ୍ର ଚୁଟିଧରି ଚାଣକ୍ୟଙ୍କୁ ସେଠାରୁ ତୁରନ୍ତ ବାହାର କରିଦେଲେ ।

ସେହିଦିନୁ ଅପମାନିତ ଚାଣକ୍ୟ ଶପଥ ନେଲେ । ଏହି ଅପମାନର ପ୍ରତିଶୋଧ ନ ନେଲା ପର୍ଯ୍ୟନ୍ତ ତାଙ୍କ ଚୁଟି ଆଦୌ ବନ୍ଧାଯିବ ନାହିଁ । ତେଣେ ମନ୍ତ୍ରୀ ସକଟାର ଚନ୍ଦ୍ରଗୁପ୍ତଙ୍କୁ ଡାକି ଆଣି ନିଜ ଘରେ ମନ୍ତ୍ରଣା କରୁଥାଆନ୍ତି । ଠିକ୍ ଏତିକିବେଳେ ଚାଣକ୍ୟ ଯାଇ ସେଠାରେ ପହଁଚିଲେ । ତାପରେ ଚାଣକ୍ୟଙ୍କୁ ଚନ୍ଦ୍ରଗୁପ୍ତ ପ୍ରଣାମ କଲେ ।

ସକଟାର ପଚାରିଲେ, “ତୁମେ କ’ଣ ଏହି ବିଦ୍ବାନଙ୍କୁ ଜାଣ?” ତହୁଁ ଚନ୍ଦ୍ରଗୁପ୍ତ କହିଲେ, “ଚାଣକ୍ୟ ମୋର ଗୁରୁଦେବ । ମୁଁ ଖାଲି ତାଙ୍କର ଆଦେଶକୁ ଯାହା ଅପେକ୍ଷା କରିଛି ।”

ଏପରି କଥା ଶୁଣି ସକଟାର ଅତ୍ୟନ୍ତ ସୁଖୀ ହେଲେ । ସେ ବୁଝିଗଲେ ଯେ, ଉଭୟଙ୍କର ଲକ୍ଷ୍ୟ ତାହାହେଲେ ଏକ । ତାପରେ ଚାଣକ୍ୟଙ୍କ ପରାମର୍ଶରେ ଚନ୍ଦ୍ରଗୁପ୍ତ ଯୋଗାନନ୍ଦଙ୍କ ପ୍ରାସାଦକୁ ହଠାତ୍ ଆକ୍ରମଣ କଲେ ।

ପ୍ରଜାଗଣ ଓ ପାରିଷଦମାନେ ତ ବହୁ ଆଗରୁ ସେ ଛଦ୍ମବେଶୀ ରାଜାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ । ତେଣୁ ସେମାନେ ସମସ୍ତେ କେବଳ ଚନ୍ଦ୍ରଗୁପ୍ତଙ୍କୁ ହିଁ ସ୍ୱାଗତ କଲେ । ରାଜଧାନୀ ଅଧିକାର କରି ଚନ୍ଦ୍ରଗୁପ୍ତ ସେ ଛଦ୍ମବେଶୀ ଯୋଗାନନ୍ଦ ଏବଂ ତାଙ୍କର ସମସ୍ତ ସନ୍ତାନମାନଙ୍କୁ ବନ୍ଦୀଶାଳରେ ବନ୍ଦୀ କଲେ ।

ଏଥୁଅନ୍ତେ ଚନ୍ଦ୍ରଗୁପ୍ତ ରାଜା ହୋଇ ତାଙ୍କ ରାଜ୍ୟ ପରିଚାଳନା କଲେ ।

ଏହିପରି ମନ୍ତ୍ରୀ ସକଟାରଙ୍କ ଉଦ୍ଧେଶ୍ୟ  ପୂର୍ଣ୍ଣ ହେଲା । ତାପରେ ସେ ତୀର୍ଥ ବାହାରିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ