ଅଭିନେତାଙ୍କ ଭିନ୍ନ ବିଚାର

ଏକଦା ଜଣେ ଅଭିନେତା ରାଜାଙ୍କ ଦରବାରରେ ଶଙ୍କରାଚାର୍ଯ୍ୟଙ୍କ ବେଶରେ ପହଁଚିଗଲେ । ସେ ଅତ୍ୟନ୍ତ ବିଦ୍ୱାନ ଥିବାରୁ ରାଜଦରବାରରେ ଅନେକ ସମୟ ଧରି ଧର୍ମଚର୍ଚ୍ଚାରେ ବ୍ୟସ୍ତ ରହିଲେ । ଆଲୋଚନା ଅତ୍ୟନ୍ତ ଭାବଗର୍ଭକ ଓ ଉପାଦେୟ ଥିବାରୁ ରାଜା ଏକାବେଳକେ ଭାବବିହ୍ୱଳ ହୋଇ ପଡିଥାନ୍ତି ।

        ଏବେ ରାଜା ଅତ୍ୟନ୍ତ ଖୁସିହୋଇ ଶଙ୍କରାଚାର୍ଯ୍ୟ ବେଶଧାରୀ ସେହି ଅଭିନେତାଙ୍କୁ ଥାଳିଏ ସୁନାମୋହର ଉପହାର ଦେବା ପାଇଁ ମନ୍ତ୍ରୀଙ୍କୁ ନିର୍ଦ୍ଧେଶ ଦେଲେ ।

       ମନ୍ତ୍ରୀ ଏବେ ସୁନାମୋହର ଆଣି ଉପହାର ଦେବାରୁ ଅଭିନେତା ଜଣକ ତାହା ନେବାପାଇଁ ରୋକ୍ ଠୋକ୍ ମନା କରିଦେଲେ । କହିଲେ, ଯେହେତୁ ସେ ଶଙ୍କରାଚାର୍ଯ୍ୟଙ୍କ ଭୂମିକାରେ ଅଭିନୟ କରିଛନ୍ତି, ସେ ଏହାକୁ ଗ୍ରହଣ କରିବେ ନାହିଁ । ଫଳରେ ମନ୍ତ୍ରୀ ସୁନାମୋହର ଫେରାଇ ନେଲେ।

       ତା’ପର ଦିନ ସେହି ଅଭିନେତା ଜଣକ ଜଣେ ସୁନ୍ଦରୀ ନର୍ତ୍ତକୀ ବେଶରେ ଆସି ସୁନ୍ଦର ନାଚ ନାଚି ରାଜାଙ୍କ ମନ ମୋହିନେଲେ । ଏବେ ରାଜାଙ୍କ ନିର୍ଦ୍ଧେଶରେ ମନ୍ତ୍ରୀ ଥାଳିଏ ସୁନାମୋହର ନେଇ ନର୍ତ୍ତକୀ ବେଶଧାରୀ ଅଭିନେତାଙ୍କୁ ଦେବାରୁ, ସେ ନେବା ପାଇଁ ମଧ୍ୟ ମନା କଲେ । କହିଲେ, “ମୋର ନୃତ୍ୟ ତୁଳନାରେ ଏହି ଉପହାର ଅତି ନଗଣ୍ୟ । ସୁତରାଂ ଅଧିକ ମୋହର ଦେଲେ ହିଁ ସେ ନେବେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ