ଅମର ମଣିଷ

“ପରିଶ୍ରମ କାର୍ଯ୍ୟକୁଶଳତା ବଳେ ହୋଇପାରେ ଖ୍ୟାତନାମା ଜଣେ

    ଅତି ଗରିବରୁ ଧନବାନ୍ ଯେହ୍ନେ ହୋଇଥିଲେ ‘କାର୍ନେଗୀ’ ଦିନେ ।

    ବିଶ୍ୱର ଦ୍ୱିତୀୟ ଧନବାନ ହୋଇ ଥାପିଦେଲେ ବିଶ୍ୱବିଦ୍ୟାଳୟ

    ଖର୍ଚ୍ଚ କଲେ ଟଙ୍କା ନାନା ଦେଶେ ଖୋଲି ଦେବାପାଇଁ ପୁସ୍ତକଆଳୟ ।

    ଅର୍ଥାଭାବ ଯୋଗୁଁ ପାଠ ପଢାପାଇଁ ଭୋଗିଥିଲେ ଯେଣୁ ଅସୁବିଧା

    ସେଥିଲାଗି କାର୍ନେଗୀ ନାନା ଦେଶେ କରିଦେଲେ ଶିକ୍ଷାର ସୁବିଧା ।”

                ପୃଥିବୀରେ ଅନେକ ବ୍ୟକ୍ତି କଠିନ ଅଧ୍ୟବସାୟ ବଳରେ ଧନୀ ହୋଇପାରିଛନ୍ତି । ମାତ୍ର ଖୁବ୍ କମ୍ ଲୋକ ଧନୀ ହେବା ସହିତ ସେମାନଙ୍କର ଧନକୁ ଜନହିତକର କାମରେ ଲଗାଇଛନ୍ତି । ସେହିଭଳି ବିରଳ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଥିଲେ – “ଏଣ୍ଡ୍ରୟୁ କାର୍ନେଗୀ” ଯାହାଙ୍କର ନାମ ଇତିହାସ ପୃଷ୍ଠାରେ ଆଜି ମଧ୍ୟ ସ୍ୱର୍ଣ୍ଣାକ୍ଷରରେ ଲେଖାଯାଇଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ